• Latest
  • Trending

ଷ୍ଟକ୍ ମାର୍କେଟ ଜୁଆ ନୁହେଁ, ଟଙ୍କା ରୋଜଗାର କରିବାର ଅଛି ଭଲ ସୁଯୋଗ

Sep-17-2024 12:10 PM IST
ବଙ୍ଗୋପସାଗରରେ ଆସୁଛି ବଡ଼ ଲଘୁଚାପ ! ହେବ କି ବାତ୍ୟା ?

ବଙ୍ଗୋପସାଗରରେ ଆସୁଛି ବଡ଼ ଲଘୁଚାପ ! ହେବ କି ବାତ୍ୟା ?

May-07-2026 07:32 PM IST
ଦୁଇ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ମୃତ୍ୟୁଦଣ୍ଡ ଦେଲା ଚୀନ୍, ଦୁର୍ନୀତି ମାମଲାରେ ରାଷ୍ଟ୍ରପତି ସି ଜିନପିଙ୍ଗ କଠୋର କାର୍ଯ୍ୟାନୁଷ୍ଠାନ

ଦୁଇ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ମୃତ୍ୟୁଦଣ୍ଡ ଦେଲା ଚୀନ୍, ଦୁର୍ନୀତି ମାମଲାରେ ରାଷ୍ଟ୍ରପତି ସି ଜିନପିଙ୍ଗ କଠୋର କାର୍ଯ୍ୟାନୁଷ୍ଠାନ

May-07-2026 07:21 PM IST
ସାବଧାନ ! ଫ୍ରିଜରେ ଅଟା ଚକଟି ରଖୁଛନ୍ତି କି ?

ସାବଧାନ ! ଫ୍ରିଜରେ ଅଟା ଚକଟି ରଖୁଛନ୍ତି କି ?

May-07-2026 07:11 PM IST
ମୁଖ୍ୟମନ୍ତ୍ରୀ ହେବା ଆଗରୁ ବଡ ନିଷ୍ପତ୍ତି ନେଲେ ବିଜୟ, କହିଲେ…

ମୁଖ୍ୟମନ୍ତ୍ରୀ ହେବା ଆଗରୁ ବଡ ନିଷ୍ପତ୍ତି ନେଲେ ବିଜୟ, କହିଲେ…

May-07-2026 04:47 PM IST
ଦୂର ହେଲା ତାମିଲନାଡୁ ସିଏମ୍ ସସପେନ୍ସ ! ସରକାର ଗଠନ ପାଇଁ ବିଜୟଙ୍କୁ ଗ୍ରୀନ ସିଗନାଲ ଦେଲେ ରାଜ୍ୟପାଳ

ଦୂର ହେଲା ତାମିଲନାଡୁ ସିଏମ୍ ସସପେନ୍ସ ! ସରକାର ଗଠନ ପାଇଁ ବିଜୟଙ୍କୁ ଗ୍ରୀନ ସିଗନାଲ ଦେଲେ ରାଜ୍ୟପାଳ

May-07-2026 03:54 PM IST
ମମତାଙ୍କୁ ହରାଇଦେଲା ସୋସିଆଲ୍ ମିଡିଆ, ଜାଣନ୍ତୁ କେମିତି?

ମମତାଙ୍କୁ ହରାଇଦେଲା ସୋସିଆଲ୍ ମିଡିଆ, ଜାଣନ୍ତୁ କେମିତି?

May-07-2026 02:56 PM IST
ଗ୍ରୀଷ୍ମ ଋତୁରେ ଲେମ୍ବୁକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସଂରକ୍ଷଣ କରିବା ପାଇଁ ଆପଣାନ୍ତୁ ଏହି ୪ ଉପାୟ

ଗ୍ରୀଷ୍ମ ଋତୁରେ ଲେମ୍ବୁକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସଂରକ୍ଷଣ କରିବା ପାଇଁ ଆପଣାନ୍ତୁ ଏହି ୪ ଉପାୟ

May-07-2026 01:34 PM IST
odisha.newsroom.in

ତାମିଲନାଡୁରେ ‘ବିଜୟ’ ସରକାର…୧୧୮ ବିଧାୟକଙ୍କ ସମର୍ଥନ ମାଗିଲେ ରାଜ୍ୟପାଳ…

May-06-2026 06:03 PM IST
odisha.newsroom.in

TMC କାର୍ଯ୍ୟାଳୟ ଭଙ୍ଗାରୁଜା…କୋଲକାତା ନ୍ୟୁ ମାର୍କେଟରେ ବୁଲିଲା ବୁଲଡୋଜର…

May-06-2026 04:49 PM IST
odisha.newsroom.in

ମହୁ ସଂଗ୍ରହ କରିବାକୁ ପଥର ଖୋଲରେ ମୁଣ୍ଡ ପୂରାଇଦେଲେ ନାବାଳକ …କାଢ଼ିବାକୁ ଅଗ୍ନିଶମବାହିନୀ ନାକେଦମ

May-06-2026 03:58 PM IST
  • About
  • Careers
  • Contact Us
Thursday, May 7, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଷ୍ଟକ୍ ମାର୍କେଟ ଜୁଆ ନୁହେଁ, ଟଙ୍କା ରୋଜଗାର କରିବାର ଅଛି ଭଲ ସୁଯୋଗ

ମନି ମ୍ୟାଟର୍ସ. ଓଡିଶାର ପ୍ରଥମ ନିବେଶକ ବା  ଇନଭେଷ୍ଟଏର କନକ୍ଳେଭରେ ବିଶେଷଜ୍ଞ ଦେଲେ ମତ

by M M
Sep-17-2024 12:10 PM IST
in ବଡ଼ ଖବର, ରାଜ୍ୟ
0
491
SHARES
1.4k
VIEWS
Share on FacebookShare on Twitter

ଭୁବନେଶ୍ବର: ସେୟାର ମାର୍କେଟ ଜୁଆ ନୁହେଁ, ଟଙ୍କା ରୋଜଗାର କରିବାର ଭଲ ମାଧ୍ୟମ । ଆପଣ ଟଙ୍କାକୁ ଯଦି ଠିକ୍ ସ୍ଥାନରେ ଲଗାଇ ପାରିବେ ତେବେ ତାହା ବୁଡିବ ନାହିଁ ବରଂ ଆପଣଙ୍କୁ ଭଲ ରିଟର୍ଣ୍ଣ ଦେବେ । ଆପଣ ଯଦି ସେୟାର ମାର୍କେଟକୁ ଟିକେ ବୁଝିଯିବେ ତେବେ ଜାଣିପାରିବେ ଏହା କିପରି ଭଲ ରିଟର୍ଣ୍ଣ ଦେଉଛି କମ ସମୟରେ । ଦିନ ଥିଲା କେବଳ ଧନୀମାନେ ଷ୍ଟକ୍ ମାର୍କେଟରେ ଇନଭେଷ୍ଟ କରୁଥିଲେ ଏବେ ସାଧାରଣ ଲୋକ, ଯୁବପିଢ଼ି, ଗୃହିଣୀମାନେ ଟଙ୍କା ନିବେଶ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ସେୟାର ମାର୍କେଟରେ ନିବେଶ କରିବା ଉପରେ ଏବେ ସମସ୍ତଙ୍କ ଆଗ୍ରହ ବୃଦ୍ଧି ପାଉଥିବା ବିଶେଷଜ୍ଞ ଅତିଥିମାନେ ମତାମତ ଦେଇଛନ୍ତି -ମନି ମ୍ୟାଟର୍ସ ଓଡିଶାର ପ୍ରଥମ ନିବେଶକ ବା ଇନଭେଷ୍ଟଏର କନକ୍ଳେଭରେ । ପେସ ପକ୍ଷରୁ ହୋଟେଲ ସ୍ବସ୍ତି ଗ୍ରାଣ୍ଡଠାରେ ଅନୁଷ୍ଠିତ ହୋଇଥିବା ଏହି କନକ୍ଲେଭ୍ ରେ ଷ୍ଟକ୍ ମାର୍କେଟରେ ବିନିଯୋଗ କରିବା ଏବଂ ଏହାର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା।
ପ୍ରଥମ ସେସନରେ ଗୈାରବ କୈାଶିକ ଇଷ୍ଟ ରିଜନାଲ ହେଡ ଏମସିଏକ୍ସ, କମୋଡିଟି ମାର୍କେଟରେ ମେଟାଲ ଏକ୍ସଚେଞ୍ଚ ଭଲ ରିଟଣ୍ଣ ଦେଉଛି ବୋଲି କହିଥିଲେ । ଟଙ୍କା କେଉଁଥିରେ ଇନଭେଷ୍ଟ କଲେ ଅଧିକ ଟଙ୍କା ପାଇହେବ ତାହା ଉପରେ କହିଥିଲେ । ଇଣ୍ଡିଆରେ ଏହି କଂପାନି ଗୋଲ୍ଡ ଏବଂ ସିଲଭରର ଏକ୍ସଚେଞ୍ଜ କରିଥାଏ । ତେଣୁ ସେ କିଭଳି ଭଲ ଟଙ୍କା ପାଇହେବ ତାହା ଉପରେ ଉଦାହରଣ ଦେଇ କହିଥିଲେ ।
ଦ୍ବିତୀୟ ସେସନରେ ସର୍ଭମ ଗୋଏଲ, ପକେଟଫୁଲର ପ୍ରତିଷ୍ଠାତା କହିଥିଲେ ଯେଉଁମାନେ ଟ୍ରେଣ୍ଡିଂ କରୁଛନ୍ତି ସେମାନେ ଜାଣିଛନ୍ତି କେତେ ଲାଭ ପାଉଛନ୍ତି । ଆମ କଂପାନି ଲୋକଙ୍କୁ ସେୟାର ମାର୍କେଟରେ କିପରି ବିନିଯୋଗ କରାଯାଇ ଲାଭ ଉଠାଇହେବ ତାହା ବୁଝାଇଥାଏ । ଓଡ଼ିଶାର ଲୋକମାନେ ବହୁତ ପଛରେ ଅଛନ୍ତି । ଓଡ଼ିଶା ଲୋକ ପଛରେ କାରଣ ସେମାନେ ଟଙ୍କା କିପରି ଉଠାଇ ହେବ ତାହା ବୁଝିନାହାଁନ୍ତି । ଯେତେବେଳେ ବୁଝିଯିବେ ସେୟାର ମାର୍କେଟରୁ ଅଧିକ ଲାଭ ପାଇପାରିବେ ।
ତୃତୀୟ ସେସନରେ ଷ୍ଟକ୍ ମାର୍କେଟ ଜୁଆ ଖେଳ ନୁହେଁ କହିଥିଲେ ନିଉଜ ରୁମ ଏଡିଟର ମନୋରଂଜନ ମିଶ୍ର । ସେ ଉଦାହରଣ ଦେଇ କହିଥିଲେ ଓଡ଼ିଶାରେ ଲୋକମାନେ ଟଙ୍କା ରୋଜଗାର କରିବା ପାଇଁ ସେୟାର ମାର୍କେଟ ଉପରେ ଅଧିକ ବୁଝିବା ଆବଶ୍ୟକ । ଷ୍ଟକ୍ ମାର୍କେଟ ହିଁ ଆଗାମୀ ଦିନର ଅର୍ଥନୀତି । ଭାରତର ଅର୍ଥନୀତି ଷ୍ଟକ୍ ମାର୍କେଟର ଅଗ୍ରଗତି ଉପରେ ନିର୍ଭର କରୁଛି । ଆଉ ପଛରେ ଥିବା ଓଡ଼ିଶା ଏଥିରେ ଟଙ୍କା ବିନିଯୋଗ କରି ଆଗାମୀ ଦିନରେ ଅଧିକ ଲାଭବାନ ହୋଇପାରିବେ ବୋଲି କହିଥିଲେ ।


ସଂତୃପ୍ତ ମିଶ୍ର, ପୂର୍ବତନ ସିଇଓ ଆଦିତ୍ୟ ବିର୍ଲା ଗ୍ରୁପ, କହିଥିଲେ ଜୁଆ ଏବଂ ଷ୍ଟକ୍ ମଧ୍ୟରେ କିଛି ସମାନତା ରହିଛି । କିନ୍ତୁ ରିସ୍କ ଜୁଆରେ ଅଧିକ ରହିଛି । କିନ୍ତୁ ଷ୍ଟକରେ ବିନିଯୋଗ ଉତ୍ତମ । ଷ୍ଟକରେ ରାତାରାତି ଅଧିକ ଲାଭ ମିଳେ ନାହିଁ । ସ୍ଥିର ଚିତ୍ତରେ କିଛି ଦିନ ଇନଭେଷ୍ଟ କଲେ ଆମେ ଅଧିକ ରିଟର୍ଣ୍ଣ ପାଇବା । ଷ୍ଟକ୍ କୁ ଭଲ ଭାବେ ବୁଝିଲେ ତାହା ଅଧିକ ଟଙ୍କା ଦିଏ । ଅଳ୍ପ ଜ୍ଞାନରେ ଏଥିରେ କ୍ଷତି ହୋଇଥାଏ । ସଦାବେଳେ ସେଫ୍ଟି ଟଙ୍କା ରଖି ଆପଣ ଟଙ୍କା ଇନଭେଷ୍ଟ କରିବା ଆବଶ୍ୟକ । ଏଥିରେ ବିଭିନ୍ନ ରାସ୍ତା ଅଛି । ଆପଣ ମ୍ୟୁଚିଆଲ ଫଣ୍ଡରେ ଟଙ୍କା ବିନିଯୋଗ କରିଲେ ଭଲ କାରଣ ଏଥିରେ ସିଷ୍ଟମାଟିକ୍ ରହିଛି । ଷ୍ଟକ୍ ମାର୍କେଟ କ୍ରାସ କରିବା ମାନେ ନୁହଁ ଅର୍ଥନୀତି ଭୁଷୁଡିଗଲା । ପୁଣି କିଛି ଦିନରେ ଏହା ଉପରକୁ ଉଠିପାରେ । ଜୀବନ ହେଉଛି ଏକ ଜୁଆ କିନ୍ତୁ ରିସ୍କ ନେଇ ବି କାମ କରିବାକୁ ପଡ଼ିଥାଏ । ଜନ୍ମଠାରୁ ମୃତ୍ୟୁ ମଧ୍ୟରେ ଅନେକ ଘଟଣା ଅଛି ଏପରିକି ବାହାଘର ଆଦିକୁ ବି ସେ ଜୁଆ ସହ ତୁଳନା କରିଥିଲେ ତେଣୁ ଭୟ ନକରି ଜୁଆ ସହ ବି ଆଗେଇବାକୁ ପଡ଼ିବ । ନିଜକୁ ଇନଭେଷ୍ଟର ଭାବି ଆଗକୁ ଯିବାକୁ ପଡ଼ିବ ।
ତପନ ଚାନ୍ଦ ପୂର୍ବତନ ସିଏମଡି ନାଲକୋ, କହିଥିଲେ ଷ୍ଟକରେ ମୁଁ ଯେତେ ଇନଭେଷ୍ଟ କରିଛି ତାହାଠୁ ଅଧିକ ଲାଭ ପାଇଛି । ଷ୍ଟକ୍ ମାର୍କେଟ ହେଉଛି ସବୁଠୁ ଭଲ ଅପସନ ଟଙ୍କା ବିନିଯୋଗ କରିବା ପାଇଁ । ଏଥିରେ କ୍ଷତି କମ , ଲାଭ ଅଧିକ । ଏଥିରେ ସାଧାରଣ ଲୋକ ସାମିଲ ହେବା ଆବଶ୍ୟକ । ଟଙ୍କା ଲଗାଇବା ଆବଶ୍ୟକ । ଖାଲି ଧନୀ ଲୋକମାନେ ଏଥିରେ ଧନ ଅଧିକ ପାଇଥାନ୍ତି । ସେମାନେ ଜ୍ଞାନର ସଦୁପଯୋଗ କରିଥାନ୍ତି । ସାଧାରଣ ଲୋକ ଯଦି ବୁଝିକି ଟଙ୍କା ଲଗାନ୍ତି ତେବେ ଅଧିକ ଟଙ୍କା ପାଇବେ ।
ଅଶୋକ କୁମାର ବଳ ,ପୂର୍ବତନ ଆଇଆରଏସ ଓ ପୂର୍ବତନ ଚେୟାରମ୍ୟାନ ମୁମ୍ବାଇ ପୋର୍ଟ ଟ୍ରଷ୍ଟ କହିଥିଲେ ଯଦି ଆପଣ ଏହାକୁ ଜୁଆ ଭାବିବେ ତାହା ଜୁଆ ଯଦି ଏହାକୁ ଟଙ୍କା ରୋଜଗାରର ମାଧ୍ୟମ ଭାବିବେ ତେବେ ଭଲ ରୋଜଗାର ପାଇପାରିବେ । ଆପଣ ଯଦି ବୁଝିକି ଟଙ୍କା ଲଗାଇବେ ତେବେ ଏଥିରୁ କେବେ ବି କ୍ଷତି ପାଇବେ ନାହିଁ । କାହା କଥାରେ ଯାଆନ୍ତୁ ନାହିଁ । ଭଲ ପରାମର୍ଶ ଗ୍ରହଣ କରି ଷ୍ଟକ୍ କିଣିଲେ ନିଶ୍ଚୟ ଲାଭରେ ରହିବେ ।
ଜୀବନବ୍ୟାପୀ ସମାଜସେବା ପାଇଁ ସମ୍ବର୍ଦ୍ଧିତ ହୋଇଥିଲେ କଳିଙ୍ଗ ହସପିଟାଲର ପ୍ରତିଷ୍ଠାତା ଡାକ୍ତର ସୀତକଣ୍ଠ ଦାଶ । ଡା ଦାଶ କହିଥିଲେ ନିଜ ଅନୁଭବରୁ କହିଥିଲେ ଓଡ଼ିଶା ପଛୁଆ ନୁହେଁ । ଓଡ଼ିଶା ଆଗଉଛି । ସେ ନିଜର ଉଦାହରଣ ଦେଇ କହିଥିଲେ ନିଜେ ଓଡ଼ିଶାରେ ଜନ୍ମଗ୍ରହଣ କରି ଅନେକ ଉଚ୍ଚସ୍ଥାନକୁ ଯାଇଛନ୍ତି । ଦେବାଳିଆ ହୋଇଥିବା କଳିଙ୍ଗ ହସପିଟାଲକୁ ଭଲ ସ୍ଥିତିକୁ ଆଣିପାରିଛନ୍ତି । ଇନଭେଷ୍ଟ ଉପରେ ସେ ଗୁରତ୍ବ ଦେଇ ଅନେକ ପାହାଚ ଅତିକ୍ରମ କରିଛନ୍ତି । ହେଲଥ କେୟାରରେ ସେ ଟଙ୍କା ଇନଭେଷ୍ଟ କରିଛନ୍ତି ଏବଂ ଭଲ ରିଟର୍ଣ୍ଣ ପାଇଛନ୍ତି । ଦେଶ ବିଦେଶର ଅନେକ ସଂସ୍ଥା ସହ ସେ ଜଡିତ ହୋଇ ସେ ଟଙ୍କା ଇନଭେଷ୍ଟ କରି ଲାଭ ପାଇଛନ୍ତି ।
ସମ୍ବିତ ତ୍ରିପାଠୀ କହିଥିଲେ ଟଙ୍କା ବଢ଼ାଇବାର ଉପାୟ ହେଉଛି ଷ୍ଟକ୍ ମାର୍କେଟ ଭଲ । ଓଡ଼ିଶାର ଯୁବପିଢ଼ି ଏବେ ଭଲ ସମ୍ପତ୍ତି ସୃଷ୍ଟି କରିପାରୁଛନ୍ତି । ଓଡ଼ିଆମାନେ ଯେଉଁମାନେ ଆଗକୁ ବଢ଼ିବାକୁ ଚାହୁଁଛନ୍ତି ତାଙ୍କୁ ସହଯୋଗ କରିବା ଆବଶ୍ୟକ । ଗୁଜରାଟରେ ସହଯୋଗ ରହିଛି । ସେମାନେ ଆଗକୁ ବଢ଼ୁଛନ୍ତି । ଏଠି ତାହା ନାହିଁ ତେଣୁ ପଛରେ ଆମେ ରହିଛୁ ।


ନଵ ଜ୍ୟୋତି ପଟ୍ଟନାୟକ (ବ୍ୟବସାୟୀ, ସମାଜସେବୀ) କହିଥିଲେ ଆମ ରାଜ୍ୟରେ ଗରିବ ଲୋକଙ୍କ ପାଖରେ ଖାଦ୍ୟ ସିକୁରିଟି ଅଛି, ଘର ସିକ୍ୟୁରିଟି ଅଛି । କିନ୍ତୁ ଆଗକୁ ଯିବାକୁ ସେ ଚାହୁଁଛି କିନ୍ତୁ ଯାଇପାରୁନି କାରଣ ରିସ୍କ ନେବା ସାମର୍ଥ୍ୟ ନାହିଁ । ଯେତେବେଳେ ସେଇଟା ହୋଇଯିବ ସେତେବେଳେ ସେ ଷ୍ଟକରେ ଲଗାଇବେ କି ମ୍ୟୁଚିଆଲ ଫଣ୍ଡରେ ଲଗାଇବେ ତାହା ଜାଣିପାରିବେ । ପ୍ରଥମେ ଶିକ୍ଷା କରିବାକୁ ପଡ଼ିବ ତା ପରେ ଆପଣ ଲାଭ ପାଇପାରିବେ । ଏଥିରେ ଡର ଲାଗେ କିନ୍ତୁ ପରେ ବିଜୟ ମିଳିଥାଏ । ଆମ ରାଜ୍ୟରେ ଷ୍ଟକ୍ ମାର୍କେଟର କେହି ଆଇକନ ନାହାଁନ୍ତି । ଅନ୍ୟ ରାଜ୍ୟରେ ଅଧିକା ଇନଭେଷ୍ଟ କରୁଛନ୍ତି । ଆମ ରାଜ୍ୟରେ ଆଇକନ ଦେଖିଲେ ନିଶ୍ଚୟ ଇନଭେଷ୍ଟ କରିବାକୁ ପଡ଼ିବ ।
ଅବିନାଶ ସାମଲ (ବ୍ୟବସାୟୀ ଓ ସମାଜସେଵୀ) କହିଥିଲେ ଷ୍ଟକ୍ ମାର୍କେଟରେ ଭଲ ରିଟର୍ଣ୍ଣ ମିଳିଥାଏ । ଗୋଟିଏ ଦିନରେ ହେବନାହିଁ । ଏଥିପାଇଁ ପାଞ୍ଚ ଦଶ ବର୍ଷ ଲାଗିପାରେ । ଆଗାମୀ ଦଶ ବର୍ଷ ପରେ ଓଡ଼ିଶା ନିଶ୍ଚୟ ଆଗକୁ ବଢ଼ିବ ।
ସମ୍ବିତ ତ୍ରିପାଠୀ ,ପୂର୍ବତନ ଆଇଆରଏସ ଓ ସମାଜସେଵୀ କହିଥିଲେ ଓଡ଼ିଶା ଏବଂ ଗୁଜରାଟ ମଧ୍ୟରେ ଫରକ ରହିଛି । ସେଠା କଂପାନି ଭଲ ଲାଭ ଦେଉଥିବା ବେଳେ ଓଡ଼ିଶାରେ ସେଭଳି ହେଉନାହିଁ । ଏଠାରେ ଟ୍ରାନସପରେନସି ରହିବା ଉଚିତ । ଓଡ଼ିଶାରେ ସେୟାର ମାର୍କେଟରେ ରିକ୍ସ ନେବା ଆବଶ୍ୟକ । ସରପ୍ଲସ ମନି ଲଗାଇବା ଆବଶ୍ୟକ । ଷ୍ଟକ୍ ମାର୍କେଟ ଏକ ପ୍ୟାକେଜ । ତେଣୁ ପ୍ୟାକେଜ ବିଷୟରେ ବୁଝିଲେ ଭଲ ହେବ ।


ପିଙ୍କି ପ୍ରଧାନ ଅଭିନେତ୍ରୀ ଓ ରାଜନେତ୍ରୀ, ବ୍ୟବସାୟୀ କହିଥିଲେ ଏହି କାର୍ଯ୍ୟକ୍ରମରେ ବହୁତ କିଛି ଶିଖିବାକୁ ମିଳିଲା । ଆମେ ସେଭିଂ କରୁ । କିନ୍ତୁ ଟଙ୍କାକୁ କିପରି ଅଧିକ ଟଙ୍କାରେ ପରିଣତ କରାଯାଇପାରିବ ତାହା ହେଉଛି ସେୟାର ମାର୍କେଟ । ଆକେ ଇନଭେଷ୍ଟ କରୁ ଇମୋସନାଲି । ଏବେ ବୁଝିବିଚାରି କଲେ ଭଲ ଲାଭ ହେବ । ଏହା ସହ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ଯେଉଁ ସହାୟତା ଦିଆଯାଉଛି ତାହାର ପ୍ରଶଂସା କରିଥିଲେ । ଗୃହିଣୀମାନେ , ଛୋଟ ବ୍ୟବସାୟୀ ମଧ୍ୟ ଆଜିକାଲି ସେୟାର ମାର୍କେଟରେ ଟଙ୍କା ନିବେଶ କରି ଭଲ ରିଟର୍ଣ୍ଣ ପାଉଥିବା କହିଥିଲେ ।
ପ୍ରିୟଦର୍ଶୀ ବଳ, ନାସନାଲ ହେଡ ପେସ୍ କହିଥିଲେ ଷ୍ଟକ୍ ମାର୍କେଟରେ ଭଲ ସୁଯୋଗ ରହିଛି । ଶହ ଶହ କଂପାନି ପ୍ରତିଦିନ ଲାଭରେ ଚାଲିଛନ୍ତି । ପ୍ରତିଦିନ ଲୋକ ଇନଭେଷ୍ଟ କରୁଛନ୍ତି ଏବଂ ଭଲ ରିଟର୍ଣ୍ଣ ପାଉଛନ୍ତି । ନିଜର ଅନୁଭବରୁ ସେ କହିଥିଲେ ଯେ ଗତ ଦଶ ବର୍ଷ ଭିତରେ ସେ ଷ୍ଟକ୍ ମାର୍କେଟରୁ ଅନେକ ଟଙ୍କା ରିଟର୍ଣ୍ଣ ପାଇଛନ୍ତି । ସେ କେବଳ ନୁହଁନ୍ତି ପ୍ରତିଦିନ ଲକ୍ଷ ଲକ୍ଷ ନିବେଶକ ଲାଭ କରୁଛନ୍ତି । ଅନ୍ୟ ରାଜ୍ୟର ଲୋକମାନେ ଏହାକୁ ଏବେ ପ୍ରଥମ ପସନ୍ଦ କରିସାରିଲେଣି । ଓଡ଼ିଶାରେ ମଧ୍ୟ ସୁଯୋଗ ଅଛି ସେୟାର ମାର୍କେଟରେ ନିବେଶ କରିବାର ସମୟ ଆସିଛି । ଏହାକୁ ବୁଝି ଏଥିରେ ନିବେଶ କଲେ ଭଲ ରିଟର୍ଣ୍ଣ ମିଳିବ । ସାଧାରଣତ ଭାବେ କହିବାକୁ ଗଲେ ଆପଣମାନେ ଯେଉଁ ଦ୍ରବ୍ୟ ସବୁ ଦିନ ବ୍ୟବହାର କରୁଛନ୍ତି ସେହି କଂପାନିର ସେୟାରରେ ଇନଭେଷ୍ଟ କରନ୍ତୁ ତାହା ନିଶ୍ଚୟ ଭଲ ରିଟର୍ଣ୍ଣ ଦେବ ବୋଲି ସେ କହିଥିଲେ ।
ଅନ୍ୟ ଅତିଥିମାନେ ଯୋଗ ଦେଇ କହିଥିଲେ ଗୁଜରାଟର ସାଧାରଣ ଲୋକ ଏପରିକି ପାନ ଦୋକାନୀ ବି ସେୟାର ମାର୍କେଟରେ ଆଜିକାଲି ଅର୍ଥ ଲଗାଇ ଭଲ ଟଙ୍କା ପାଉଛନ୍ତି । ଆପଣ ଅର୍ଥ କୁ ସମ୍ମାନ ଦେଲେ ଅର୍ଥ ଆପଣକୁ ସମ୍ମାନ ଦେବ । ପୁଞ୍ଜି ବିନିଯୋଗ କେଉଁଠି କରିବେ କେତେବେଳେ କରିବେ ତାହା ଉପରେ ବିଶେଷଜ୍ଞଙ୍କଠାରୁ ଭଲଭାବେ ବୁଝିନେବା ଆବଶ୍ୟକ । ଭବିଷ୍ୟତରେ ଏହା ସମ୍ପତି ଭାବେ ଆପଣଙ୍କୁ ଲାଭାବନ କରାଇବ । ପୂର୍ବରୁ ସେୟାର ମାର୍କେଟ କୁ ଜୁଆ ଖେଳ ଗଣାଯାଉଥିଲା କିନ୍ତୁ ବର୍ତମାନ ଏହା ଏକ ନୂଆ ଆଶା ଭାବେ ଉଭା ହୋଇଛି । ବିଶେଷ କରି ଷ୍ଟକ୍ ମାର୍କେଟରେ ଟଙ୍କା ବିନିଯୋଗ କରି ଆଜିର ଯୁବପିଢ଼ି ନିଜର ନୂଆ କ୍ୟାରିୟର ଆରମ୍ଭ କରିପାରୁଛି ।


ଏହି କାର୍ଯ୍ୟକ୍ରମରେ ସଂତୃପ୍ତ ମିଶ୍ର, ପୂର୍ବତନ ସିଇଓ ଆଦିତ୍ୟ ବିର୍ଲା ଗ୍ରୁପ , ତପନ ଚାନ୍ଦ ପୂର୍ବତନ ସିଏମଡି ନାଲକୋ, ଅଶୋକ କୁମାର ବଳ ,ପୂର୍ବତନ ଆଇଆରଏସ ଓ ପୂର୍ବତନ ଚେୟାରମ୍ୟାନ ମୁମ୍ବାଇ ପୋର୍ଟ ଟ୍ରଷ୍ଟ ,ସମ୍ବିତ ତ୍ରିପାଠୀ ,ପୂର୍ବତନ ଆଇଆରଏସ ଓ ସମାଜସେଵୀ ,ନଵ ଜ୍ୟୋତି ପଟ୍ଟନାୟକ ବ୍ୟବସାୟୀ, ସମାଜସେବୀ, ରାଜନେତା ,ଅବିନାଶ ସାମଲ ,ବ୍ୟବସାୟୀ ଓ ସମାଜସେଵୀ ,ସର୍ଭମ ଗୋଏଲ ,ପ୍ରତିଷ୍ଠାତା ପକେଟ ଫୁଲ, ପ୍ରିୟଦର୍ଶୀ ବଳ, ନାସନାଲ ହେଡ ପେସ୍ ,ପିଙ୍କି ପ୍ରଧାନ ଅଭିନେତ୍ରୀ ଓ ରାଜନେତ୍ରୀ, ବ୍ୟବସାୟୀ ଓ ସମାଜ ସେଵୀ, ପଦ୍ମଜା ପାଣିଗ୍ରାହୀ, ନିରଞ୍ଜନ ପାଣିଗ୍ରାହୀ ପ୍ରମୁଖ ଅଂଶଗ୍ରହଣ କରି ନିଜ ନିଜର ଷ୍ଟକ ମାର୍କେଟ ଅଭିଜ୍ଞତା ଅନୁଭବ ଉପରେ କହିଥିଲେ । ଶତାଧିକ ବୁଦ୍ଧିଜୀବୀ ସେୟାର ମାର୍କେଟ ଉପରେ ନିଜର ଥିବା ଦ୍ବନ୍ଦ୍ବ ଦୂର କରିଥିଲେ ।  କାର୍ଯ୍ୟକ୍ରମରେ ବିଶିଷ୍ଟ ଡାକ୍ତର ସୀତକଣ୍ଠ ଦାଶଙ୍କୁ ପେସ ପକ୍ଷରୁ ସମ୍ବର୍ଧନା ଦିଆଯାଇଥିଲା ।

Share196Tweet123
M M

M M

ଆଜିର ପାଗ

Bhubaneswar
May 7, 2026, 8:33 PM
 

S
Clear sky
28°C
3.7 m/s
Apparent: 32°C
Pressure: 1009 mb
Humidity: 89%
Winds: 3.7 m/s S
Windgusts: 14.2 m/s
UV-Index: 0
Precip.: 0mm /57% / Rain
Sunrise: 5:13 AM
Sunset: 6:12 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom