• Latest
  • Trending

ଆଇପିଏସସ୍ତରରେ ବଡ଼ଧରଣର ଅଦଳବଦଳ କଲେ ମୋହନ ସରକାର

Sep-29-2024 11:21 PM IST
odisha.newsroom.in

ସାଙ୍ଘାତିକ ଝଟକା…ଟ୍ରମ୍ପଙ୍କ ଯୁଦ୍ଧ ନୀତିକୁ ପାଗଳାମି କହିଲା ୟୁଏସ ସିନେଟ

Mar-27-2026 06:25 PM IST
odisha.newsroom.in

ଲିଭ୍-ଇନ୍ ରିଲେସନ ଉପରେ ହାଇକୋର୍ଟ ଦେଲେ ବଡ଼ ରାୟ, କହିଲେ…

Mar-27-2026 04:41 PM IST
odisha.newsroom.in

ଟ୍ରମ୍ପଙ୍କ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ଭୟଙ୍କର ସର୍ତ୍ତ

Mar-27-2026 03:57 PM IST
odisha.newsroom.in

ସାମ୍ନାକୁ ଆସିଲା ଖାମନେଇଙ୍କ ମୃତ୍ୟୁର କିଛି ସମୟ ପୂର୍ବର ଫଟୋ

Mar-27-2026 02:34 PM IST
odisha.newsroom.in

ଏମିତି କରନ୍ତୁ ଶୋଇବା ଘର ଡିଜାଇନ…ନିଶ୍ଚୟ ଆସିବ ସୁଖନିଦ୍ରା

Mar-27-2026 01:07 PM IST
odisha.newsroom.in

ମହଳାଙ୍କୁ ହୋଟେଲ ନେଇ କହିଲା, ମୁଁ ଶିବଙ୍କ ଅବତାର ଆଉ ତୁମେ ସାକ୍ଷାତ ପାର୍ବତୀ…ତାପରେ…

Mar-27-2026 12:37 PM IST
odisha.newsroom.in

ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା…ସତର୍କ ସୂଚନା ଜାରି

Mar-27-2026 12:09 PM IST
odisha.newsroom.in

ଆଜି ରାମନବମୀ…ସାରା ଜଗତ ରାମମୟ…ଶୁଭୁଛି ଜୟ ଶ୍ରୀରାମ ନାରା

Mar-27-2026 11:46 AM IST
odisha.newsroom.in

ପେଟ୍ରୋଲ ଓ ଡିଜେଲ ଉପରୁ ସରକାର କମାଇଲେ ଟ୍ୟାକ୍ସ, କମିବ ଦର ?

Mar-27-2026 11:22 AM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-27-2026 08:32 AM IST
  • About
  • Careers
  • Contact Us
Saturday, March 28, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଆଇପିଏସସ୍ତରରେ ବଡ଼ଧରଣର ଅଦଳବଦଳ କଲେ ମୋହନ ସରକାର

ବଦଳିଲେ ପୋଲିସ କମିସନର, ବଦଳିଲେ ଖୋର୍ଧା ଏସପି

by M M
Sep-29-2024 11:21 PM IST
in ବଡ଼ ଖବର, ରାଜ୍ୟ
0
491
SHARES
1.4k
VIEWS
Share on FacebookShare on Twitter

ଭୁବନେଶ୍ବର: ବିଜେପି ସରକାର ଆସିବା ପରେ ଶେଷରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି ମୋହନ ମାଝୀଙ୍କ ସରକାର । ଅନେକ ଦିନ ଧରି କୁହାଯାଉଥିଲା ବିଜେଡି ସରକାର ସମୟରେ ଥିବା ଅଫିସରଙ୍କୁ ବଦଳାଯାଉନାହିଁ କାହିଁକି? ଏହି ପ୍ରଶ୍ନର ଉତ୍ତର ଟିକେ ଲେଟରେ ମିଳିଛି ।  ଯାହା ଚର୍ଚା ହେଉଥିଲା ତାହା କରି ଦେଖାଇଛନ୍ତି ନୂଆ ସରକାର ।  ଆଇପିଏସ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି ।

ନୂଆ ସରକାର ଆସିବା ପରେ ଏହା ହେଉଛି ବଡ଼ ଧରଣଣ ଅଦଳବଦଳ । ବଦଳିଲେ କଟକ-ଭୁବନେଶ୍ବର ପୋଲିସ କମିଶନର ସଞ୍ଜୀବ ପଣ୍ଡା । ସଞ୍ଜୀବ ପଣ୍ଡା ହେଲେ ଏଡିଜି ଟ୍ରେନିଂ ଓ BPSPA ନିର୍ଦ୍ଦେଶକ। ସୁରେଶ ଦେବଦତ୍ତ ସିଂହ ହୋଇଛନ୍ତି ନୂଆ ପୋଲିସ କମିଶନର । ଏ.କେ ରୟ ହେଲେ ଜେଲ ବିଭାଗ ଡିଜି । ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ହୋଇଛନ୍ତି ADGP ଆଧୁନିକୀକରଣ। ଏସ.ଏମ ନରଭାଣେ ହୋଇଛନ୍ତି ପ୍ରିଣ୍ଟିଂ, ଷ୍ଟେସନାରୀ ଓ ପବ୍ଲିକେଶନ ନିର୍ଦ୍ଦେଶକ। ସନ୍ତୋଷ ବାଲା ହୋଇଛନ୍ତି SCRB ଓ SFSL ନିର୍ଦ୍ଦେଶକ। ଅରୁଣ ବୋଥ୍ରା ହୋଇଛନ୍ତି ADGP ରେଳବାଇ ଓ ଉପକୂଳ ସୁରକ୍ଷା।  ଦୟାଲ ଗଙ୍ଗଓ୍ବାର ହୋଇଛନ୍ତି ADGP ମୁଖ୍ୟାଳୟ । ଏସ. ଶାଇନୀ ହୋଇଛନ୍ତି ଆଇଜିପି CAW ଓ CW। ସେହିପରି ଜୟନାରାୟଣ ପଙ୍କଜ ହେଲେ ଆଇଜିପି ଅପରେଶନ ଅନୁପ ସାହୁ ହୋଇଛନ୍ତି ଆଇଜିପି ଟ୍ରେନିଂ, BPSPA। ସାର୍ଥକ ଷଡ଼ଙ୍ଗୀଙ୍କୁ ଦକ୍ଷିଣାଞ୍ଚଳ ଡିଆଇଜି  କରାଯାଇଛି। ନୀତି ଶେଖର ହୋିଇଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି। ଉମାଶଙ୍କର ଦାଶଙ୍କୁ ଅତିରିକ୍ତ ପୋଲିସ କମିଶନର କରାଯାଇଛି। ପ୍ରକାଶ ଆର ହୋଇଛନ୍ତି କ୍ରାଇମବ୍ରାଞ୍ଚ ଡିଆଇଜି। ବ୍ରିଜେଶ ରାୟ ହୋଇଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି। ଚରଣ ସିଂହ ମୀନା ହୋଇଛନ୍ତି କେନ୍ଦ୍ରାଞ୍ଚଳ ଡିଆଇଜି । ପାରୁଲ ଗୁପ୍ତା ହୋଇଛନ୍ତି ଡିଆଇଜି କମ୍ପ୍ୟୁଟର ।

ସେହିପରି ଏସପି ସ୍ତରରେ ମଧ୍ୟ ଅଦଳବଦଳ କରିଛନ୍ତି ସରକାର। ପୁରୀ ଏସପି ପିନାକ ମିଶ୍ର ହେଲେ ଭୁବନେଶ୍ବର ଡିସିପି। ମଦକର ସନ୍ଦୀପ ସମ୍ପଦ ହେଲେ ଭଦ୍ରକ ଏସପି। ଅନୁମ ଜେମ୍ସ ହେଲେ ଭିଜିଲାନ୍ସ ଏସପି। ରାହୁଲ ପି.ଆର ହେଲେ ଭିଜିଲାନ୍ସ ଏସପି। ଗଞ୍ଜାମ ଏସପି ଜଗମୋହନ ମୀନା ହେଲେ କଟକ ଡିସିପି। ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ହେଲେ କଟକ ଗ୍ରାମାଞ୍ଚଳ ଏସପି। ରାହୁଲ ଜୈନ ହେଲେ ଅନୁଗୁଳ ଏସପି। ଶରବଣା ବିବେକ ଏମଙ୍କୁ ବ୍ରହ୍ମପୁର ଏସପି ଭାବେ ବଦଳି କରାଯାଇଛି। ଭିନୀତ ଅଗ୍ରଓ୍ବାଲଙ୍କୁ ପୁରୀ ଏସପି ଭାବେ ବଦଳି କରାଯାଇଛି। ବରୁଣ ଗୁଟୁନପାଲୀଙ୍କୁ ମୟୂରଭଞ୍ଜ ଏସପି ଭାବେ ବଦଳି କରାଯାଇଛି। ସାଗରିକା ନାଥଙ୍କୁ ଖୋର୍ଦ୍ଧା ଏସପି ଭାବେ ଦାୟିତ୍ବ ଦିଆଯାଇଛି। ସ୍ବାତୀ ଏସ କୁମାରଙ୍କୁ ରାୟଗଡ଼ା ଏସପି ଭାବେ ବଦଳି କରାଯାଇଥିବା ବେଳେ, ଏସ ସୁଶ୍ରୀଙ୍କୁ ନୟାଗଡ଼ ଏସପି ଭାବେ ବଦଳି କରାଯାଇଛି। ନୀତେଶ ଓ୍ବାଧଓ୍ବାନୀଙ୍କୁ ରାଉରକେଲା ଏସପି ଭାବେ ବଦଳି କରାଯାଇଥିବା ବେଳେ, ରାୟ ପ୍ରସାଦଙ୍କୁ ବାଲେଶ୍ବର ଏସପି, ନାଗରାଜ ଦେବରକୋଣ୍ଡାଙ୍କୁ ବୌଦ୍ଧ ଏସପି, ଶୁଭେନ୍ଦୁ ପାତ୍ରଙ୍କୁ ଗଞ୍ଜାମ ଏସପି, ଅଭିନବ ଶୋନକରଙ୍କୁ ଢ଼େଙ୍କାନାଳ ଏସପି ଭାବେ ବଦଳି କରାଯାଇଛି। ସେହିପରି ରୋହିତ ବର୍ମାଙ୍କୁ କୋରାପୁଟ ଏସପି ଭାବେ ବଦଳି କରାଯାଇଥିବା ବେଳେ, ୟଶପ୍ରତାପ ଶିରିମଲଙ୍କୁ ଯାଜପୁର ଏସପି, ହରିଶ ବିଶିଙ୍କୁ କନ୍ଧମାଳ, ଅନୀଲ ମିଶ୍ରଙ୍କୁ ଦେବଗଡ଼, ରାମ ପ୍ରସାଦ ସାହୁଙ୍କୁ ସୋନପୁର, ଭବାନୀ ଶଙ୍କର ଉଗାତାଙ୍କୁ ଜଗତସିଂହପୁର, ମିହିର ପଣ୍ଡାଙ୍କ ନବରଙ୍ଗପୁର ଓ ଜୀତେନ୍ଦ୍ର ପଣ୍ଡାଙ୍କୁ ଗଜପତି ଏସପି ଭାବେ ବଦଳି କରାଯାଇଛି।

Tags: DCP CuttackIPS reshuffle
Share196Tweet123
M M

M M

ଆଜିର ପାଗ

Bhubaneswar
March 28, 2026, 1:30 AM
 

S
Overcast
25°C
1.6 m/s
Apparent: 31°C
Pressure: 1007 mb
Humidity: 91%
Winds: 1.6 m/s S
Windgusts: 8.7 m/s
UV-Index: 0
Precip.: 0mm /43% / Rain
Sunrise: 5:43 AM
Sunset: 5:59 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom