• Latest
  • Trending
ଓଡ଼ିଶା ଫେରୁଛି ପୋସ୍କୋ !

ଓଡ଼ିଶା ଫେରୁଛି ପୋସ୍କୋ !

Nov-01-2024 07:37 PM IST

‘ମେହବୁବା’ ଗୀତ ବାଜୁଥିବା ବେଳେ କ୍ଲବରେ ମୃତ୍ୟୁର ତାଣ୍ଡବ : ଅଗ୍ନିକାଣ୍ଡରେ ୨୫ ମୃତ

Dec-07-2025 06:45 PM IST
ସମୃଦ୍ଧ ଓଡିଶା ଗଠନ ପାଇଁ ଏନର୍ଜି ସପ୍ଲାଇ ଚେନ୍‍କୁ ସୁଦୃଢ କରିବା ପାଇଁ ପଦକ୍ଷେପ ନିଆଯାଉଛି : ମୁଖ୍ୟମନ୍ତ୍ରୀ

ସମୃଦ୍ଧ ଓଡିଶା ଗଠନ ପାଇଁ ଏନର୍ଜି ସପ୍ଲାଇ ଚେନ୍‍କୁ ସୁଦୃଢ କରିବା ପାଇଁ ପଦକ୍ଷେପ ନିଆଯାଉଛି : ମୁଖ୍ୟମନ୍ତ୍ରୀ

Dec-07-2025 11:11 AM IST
ବିଶ୍ୱ ଅକ୍ଷୟ ଶକ୍ତି ବୃଦ୍ଧିର ଭାରତ ଏକ ପ୍ରମୁଖ ବାହକ: କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ

ବିଶ୍ୱ ଅକ୍ଷୟ ଶକ୍ତି ବୃଦ୍ଧିର ଭାରତ ଏକ ପ୍ରମୁଖ ବାହକ: କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ

Dec-07-2025 11:07 AM IST

ବିଶାଖାପାଟନମରେ ଭାରତର ଦମଦାର ବିଜୟ

Dec-07-2025 10:19 AM IST
ମୁମ୍ବାଇ ବିମାନବନ୍ଦରରେ ହଙ୍ଗାମା, ଆଫ୍ରିକୀୟ-ଆମେରିକୀୟ ମହିଳାଙ୍କ କ୍ରୋଧର ଭିଡିଓ ଭାଇରାଲ

ମୁମ୍ବାଇ ବିମାନବନ୍ଦରରେ ହଙ୍ଗାମା, ଆଫ୍ରିକୀୟ-ଆମେରିକୀୟ ମହିଳାଙ୍କ କ୍ରୋଧର ଭିଡିଓ ଭାଇରାଲ

Dec-07-2025 08:41 AM IST
କ’ଣ କହୁଛି ଆଜିର ରାଶିଫଳ

କ’ଣ କହୁଛି ଆଜିର ରାଶିଫଳ

Dec-07-2025 08:33 AM IST
ବିଭିନ୍ନ ସ୍ଥାନରୁ ଆଜି ମଧ୍ୟ ଇଣ୍ଡିଗୋ ବିମାନ ରଦ୍ଦ: ଯାତ୍ରୀ ହଇରାଣୀ ବଢ଼ିଲା

ବିଭିନ୍ନ ସ୍ଥାନରୁ ଆଜି ମଧ୍ୟ ଇଣ୍ଡିଗୋ ବିମାନ ରଦ୍ଦ: ଯାତ୍ରୀ ହଇରାଣୀ ବଢ଼ିଲା

Dec-06-2025 09:51 AM IST
କ’ଣ କହୁଛି ଆଜିର ରାଶିଫଳ

କ’ଣ କହୁଛି ଆଜିର ରାଶିଫଳ

Dec-06-2025 09:46 AM IST
ସୁସ୍ଥ ମୃତ୍ତିକା ହେଉଛି କୃଷିର ଜୀବନରେଖା : କେ ଭି ସିଂହଦେଓ

ସୁସ୍ଥ ମୃତ୍ତିକା ହେଉଛି କୃଷିର ଜୀବନରେଖା : କେ ଭି ସିଂହଦେଓ

Dec-05-2025 05:33 PM IST
ରେପୋ ରେଟ୍ ୫.୨୫% କୁ ହ୍ରାସ କଲା RBI, ସୁଧ ହାର କମିବା ସମ୍ଭାବନା

ରେପୋ ରେଟ୍ ୫.୨୫% କୁ ହ୍ରାସ କଲା RBI, ସୁଧ ହାର କମିବା ସମ୍ଭାବନା

Dec-05-2025 01:20 PM IST
  • About
  • Careers
  • Contact Us
Sunday, December 7, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଓଡ଼ିଶା ଫେରୁଛି ପୋସ୍କୋ !

by M M
Nov-01-2024 07:37 PM IST
in ବଡ଼ ଖବର, ରାଜ୍ୟ
0
ଓଡ଼ିଶା ଫେରୁଛି ପୋସ୍କୋ !
491
SHARES
1.4k
VIEWS
Share on FacebookShare on Twitter

ଓଡ଼ିଶା ପୋସ୍କୋ ଫେରୁଥିବା ନେଇ ଏବେ ରାଜନୀତି ସରଗରମ । ସରକାର ବଦଳିବା ପରେ ପୋସ୍କୋ ଫେରିବା ନେଇ ବାଟ ଫିଟିଛି । କାରଣ ମୁମ୍ବାଇରେ ଜେଏସଡବ୍ଲୁ ଅଧ୍ୟକ୍ଷ ସଜନ ଜିନ୍ଦଲ ଓ ପୋସ୍କୋର ଅଧ୍ୟକ୍ଷ ଚାଙ୍ଗ-ଇନ ହ୍ଵାଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ଯାହା ଫଳରେ ପୋସ୍କୋ ପୁଣି ଓଡ଼ିଶା ଫେରୁଥିବା ସ୍ପଷ୍ଟ ହୋଇଛି ।

ଜେଏସଡବ୍ଲୁ ଓ ପୋସ୍କୋ ମଧ୍ୟରେ ଦୁଇଟି ପ୍ରସଙ୍ଗକୁ ନେଇ ଚୁକ୍ତି ହୋଇଛି । ଗୋଟିଏ ନୂଆ ଇସ୍ପାତ କାରଖାନା ସମ୍ପର୍କିତ ହୋଇଥିବାବେଳେ ଅନ୍ୟଟି ଇଲେକ୍ଟ୍ରିକ ଯାନ ଓ ବ୍ୟାଟେରୀ ପ୍ରସ୍ତୁତ ସମ୍ପର୍କିତ ରହିଛି । ପୂର୍ବରୁ ଜଗତସିଂହପୁର ଓ କଟକରେ ଏ ସମ୍ପର୍କିତ ଦୁଇଟି କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ଜେଏସଡବ୍ଲୁ ଗ୍ରୁପ ଘୋଷଣା କରିଛି । ତେଣୁ ଏହି ବୁଝାମଣା ଓଡ଼ିଶା ପ୍ରକଳ୍ପ ଲାଗି ହୋଇଥାଇପାରେ ବୋଲି ଚର୍ଚ୍ଚା ହେଉଛି ।

ଏହି ପ୍ରକଳ୍ପରେ 65 ହଜାର କୋଟି ଟଙ୍କା ନିବେଶ କରିବାକୁ ଯୋଜନା ରହିଛି । ପ୍ରକଳ୍ପ କାର୍ଯ୍ୟକାରୀ ହେଲେ 30 ହଜାର ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆକଳନ କରାଯାଇଛି । ସେହିପରି କଟକ ଓ ପାରାଦ୍ୱୀପରେ 40 ହଜାର କୋଟି ଟଙ୍କା ନିବେଶରେ ଏକ ସମନ୍ୱିତ ଇଲେକ୍ଟ୍ରିକ ଯାନ ଓ ବ୍ୟାଟେରୀ ଉତ୍ପାଦନ କାରଖାନା ସ୍ଥାପନ କରିବାକୁ କମ୍ପାନୀ ଘୋଷଣା କରିଛି ।

ଜଗତସିଂହପୁର ଜିଲ୍ଲାରୁ ପୋସ୍କୋ ଫେରିଯାଇଥିଲା କାରଣ ସେତେବେଳେ ପ୍ରବଳ ବିରୋଧ ହୋଇଥିଲା । ଘଟଣା ଥିଲା  2013 ମସିହା ।  ପ୍ରସ୍ତାବିତ ଅଞ୍ଚଳ ଦିନକୁ ଦିନ ଅଶାନ୍ତ ହେବାରୁ ଏହି କଂପାନି ଫେରିଥିଲା ।  ବିପକ୍ଷବାଦୀମାନେ ସେତେବେଳେ ପ୍ରବଳ ବିରୋଧ କରିଥିଲେ । ଏବେ ମଧ୍ୟ କିଛି ବିରୋଧାଭାସ ରହିଛି ।

ଏରସମା ଓ କୁଜଙ୍ଗ ବ୍ଲକର 3ଟି ପଞ୍ଚାୟତ ଢିଙ୍କିଆ, ଗଡ କୁଜଙ୍ଗ ଓ ନୂଆଗାଁରେ କଂପାନି ପ୍ରତିଷ୍ଠା ହୋଇଥାନ୍ତା । ପୋସ୍କୋ ଫେରିବା ପରେ ଜିନ୍ଦଲକୁ ଦିଆଯାଇଛି ।  ବିପକ୍ଷବାଦୀ ଜିନ୍ଦଲ ପ୍ରତିରୋଧ ସଂଗ୍ରାମ ସମିତି ଗଠନ କରି ସଭା ଆୟୋଜନ କରିଛନ୍ତି । ପୋସ୍କୋ ପାଇଁ ଅଧିଗ୍ରହଣ ହୋଇଥିବା 2958 ଏକର ଜମିକୁ ଓଡିଶା ସରକାର ଜିନ୍ଦଲକୁ ହସ୍ତାନ୍ତର କରିଛନ୍ତି ।

ପୋସ୍କୋ ଓଡ଼ିଶା ଫେରିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ  ପ୍ରତିକ୍ରିୟା ରଖିଛନ୍ତି ।  ସବୁ କଂପାନିକୁ ସରକାର ସ୍ବାଗତ କରିବେ । ରୋଜଗାର ପାଇଁ ଏସବୁର ଆବଶ୍ୟକତା ରହିଛି । ଶିଳ୍ପ ସଂସ୍ଥାକୁ ସମସ୍ତ ସହଯୋଗ ଯୋଗାଇବାକୁ ସରକାର ପ୍ରସ୍ତୁତ । ଓଡ଼ିଶାରେ ସରକାର ପରିବର୍ତ୍ତନ ପରେ ବହୁ ଶିଳ୍ପ ଓଡ଼ିଶାରେ ନିବେଶ ପାଇଁ ମନ ବଳାଇଛନ୍ତି । ରାଜ୍ୟରେ ପର୍ଯ୍ୟାପ୍ତ ସୁଯୋଗ ରହିଛି । ନୂଆ ସରକାରରେ ଶିଳ୍ପ ଭିତ୍ତିଭୂମି ସୁଦୃଢ଼ କରାଯାଉଛି । ମୋହନ ସରକାର ଶିଳ୍ପ ଅନୁକୂଳ ପରିବେଶ ସୃଷ୍ଟି କରୁଛନ୍ତି । ପୂର୍ବରୁ ଶିଳ୍ପ ଫେରିଯିବାର ବହୁତ କାରଣ ଅଛି ।” ମନ୍ତ୍ରୀ ସଂପଦ ସ୍ବାଇଁ କହିଛନ୍ତି “ଜେଏସଡବ୍ଲୁ ହେଉ କି ପୋସ୍କୋ, ଅବା ଜେଏସଡବ୍ଲୁ-ପୋସ୍କୋ ଜଏଣ୍ଟ ଭେଞ୍ଚର ଅଥବା ଅନ୍ୟ ଅନ୍ତଃରାଷ୍ଟ୍ରୀୟ କମ୍ପାନୀ, ଓଡ଼ିଶାରେ ନିବେଶ ପାଇଁ ଆମେ ସମସ୍ତଙ୍କୁ ସ୍ଵାଗତ କରିବୁ ।

ମୁମ୍ବାଇରେ ଜେଏସଡବ୍ଲୁ ଅଧ୍ୟକ୍ଷ ସଜନ ଜିନ୍ଦଲ ଓ ପୋସ୍କୋର ଅଧ୍ୟକ୍ଷ ଚାଙ୍ଗ-ଇନ ହ୍ଵାଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ଏକ ପାଞ୍ଚ ନିୟୁତ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ କାରଖାନା ସ୍ଥାପନ କରିବା ଲାଗି ଉଭୟ ସଂସ୍ଥା ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ଚୁକ୍ତି ହୋଇଛି ।

 

2005ରେ ସ୍ୱାକ୍ଷରିତ ଏମଓୟୁକୁ କିଛି ସଂଗଠନ ସହ ପଂଚାୟତବାସୀ ପ୍ରବଳ ବିରୋଧ କରିଥିଲେ । ଏମଓୟୁ 2011 ଜୁନରେ ଶେଷ ହୋଇଥିଲା । କିନ୍ତୁ ଜମି ଅଧିଗ୍ରହଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଥିଲେ ସରକାର ଓ କମ୍ପାନୀ । ରାଜ୍ୟ ସରକାର ବହୁ ପ୍ରଚେଷ୍ଟାରେ ପ୍ରାୟ 2 ହଜାରରୁ ଅଧିକ ଏକର ଜମି ଅଧିଗ୍ରହଣ କରି ଯୋଗାଇଥିଲେ ।

ସମ୍ପୂର୍ଣ୍ଣ ଜମି ନମିଳିବାରୁ 2012 ଏପ୍ରିଲ ପର୍ଯ୍ୟନ୍ତ କମ୍ପାନୀ ତାହାର ନବୀକରଣ କରିନଥିଲା । ସେହିପରି ରାଜ୍ୟର ଖଣ୍ଡାଧାର ଖଣି ପାଇବା ଲାଗି ପୋସ୍କୋର ଦାବି ଥିଲା । ଜମି ମିଳିବାରେ ସମସ୍ୟା ସହ ଖଣି ନମିଳିବାରୁ ବାଧ୍ୟ ହୋଇ 2017 ମାର୍ଚ୍ଚରେ ଏହି ପ୍ରକଳ୍ପରୁ ଓହରି ଯାଇଥିଲା ପୋସ୍କୋ ।

ପୋସ୍କୋ ଯେଉଁ ସ୍ଥାନରେ ଇସ୍ପାତ କାରଖାନା ବସାଇବାକୁ ଉଦ୍ୟମ କରି ବିଫଳ ହୋଇଥିଲା, ସେହି ଜମି ଜେଏସଡବ୍ଲୁକୁ ଦିଆଯାଇଛି । ଚଳିତବର୍ଷ ଫେବୃଆରୀରେ ଜେଏସଡବ୍ଲୁ ଇସ୍ପାତ ପ୍ରକଳ୍ପ ଲାଗି ଶିଳାନ୍ୟାସ କରିଥିଲା । ସେତେବେଳେ ବିଜେଡି ସରକାର ଥିଲା । ଏବେ କିନ୍ତୁ ବିଜେପି ସରକାର ରହିଛି ।

Share196Tweet123
M M

M M

ଆଜିର ପାଗ

Bhubaneswar
December 7, 2025, 10:31 PM
 

ENE
Overcast
18°C
0.9 m/s
Apparent: 18°C
Pressure: 1017 mb
Humidity: 64%
Winds: 0.9 m/s ENE
Windgusts: 5.4 m/s
UV-Index: 0
Precip.: 0mm /0% / Rain
Sunrise: 6:09 AM
Sunset: 5:06 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

November 16, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0

‘ମେହବୁବା’ ଗୀତ ବାଜୁଥିବା ବେଳେ କ୍ଲବରେ ମୃତ୍ୟୁର ତାଣ୍ଡବ : ଅଗ୍ନିକାଣ୍ଡରେ ୨୫ ମୃତ

December 7, 2025
ସମୃଦ୍ଧ ଓଡିଶା ଗଠନ ପାଇଁ ଏନର୍ଜି ସପ୍ଲାଇ ଚେନ୍‍କୁ ସୁଦୃଢ କରିବା ପାଇଁ ପଦକ୍ଷେପ ନିଆଯାଉଛି : ମୁଖ୍ୟମନ୍ତ୍ରୀ

ସମୃଦ୍ଧ ଓଡିଶା ଗଠନ ପାଇଁ ଏନର୍ଜି ସପ୍ଲାଇ ଚେନ୍‍କୁ ସୁଦୃଢ କରିବା ପାଇଁ ପଦକ୍ଷେପ ନିଆଯାଉଛି : ମୁଖ୍ୟମନ୍ତ୍ରୀ

December 7, 2025
ବିଶ୍ୱ ଅକ୍ଷୟ ଶକ୍ତି ବୃଦ୍ଧିର ଭାରତ ଏକ ପ୍ରମୁଖ ବାହକ: କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ

ବିଶ୍ୱ ଅକ୍ଷୟ ଶକ୍ତି ବୃଦ୍ଧିର ଭାରତ ଏକ ପ୍ରମୁଖ ବାହକ: କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ

December 7, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom