ଐତିହ୍ୟ ମେଘନାଦ ପାଚେରିରେ ଫାଟ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଶ୍ରୀମନ୍ଦିର ପ୍ରଶାସନ ଓ ଏଏସ୍ଆଇ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଖବର ପ୍ରକାଶ ପରେ ଯୁଦ୍ଧକାଳୀନ ଭିତ୍ତିିରେ ମରାମତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ଅଣ୍ଟା ଭିଡ଼ିଛି। ଶ୍ରୀମନ୍ଦିର ପ୍ରଶାସନ ଏଏସ୍ଆଇ ସହ ସହଯୋଗ ରକ୍ଷାକରି ଶ୍ରୀମନ୍ଦିର ପ୍ରଶାସନର ୱାର୍କସ୍ ଡିପାର୍ଟମେଣ୍ଟ ତରଫରୁ ପ୍ରାରମ୍ଭିକ ପର୍ଯ୍ୟାୟରେ କାମ ଆରମ୍ଭ ହୋଇଛି। ବର୍ତ୍ତମାନ ମେଘନାଦ ପାଚେରି ବିପଦରେ ରହିଥିବା କହିଲେ ଅତ୍ୟୁକ୍ତି ହେବନାହିଁ। ଅନେକ ବର୍ଷ ହେବ ପାଚେରିରେ ଫାଟ ସୃଷ୍ଟିହୋଇ ପାଣି ଗଳି ଶିଉଳି ସୃଷ୍ଟି ହୋଇଥିଲା। ବର୍ତମାନ ଏହାର ମରମତି କମ ଆରମ୍ଭ ହୋଇଯାଇଛି |




/odishatv/media/media_files/2026/03/25/naa-2026-03-25-12-43-50.jpg?w=1280&resize=1280,730&ssl=1)




