ଓଲିଉଡର ଚୁଲବୁଲି ନାୟିକା ଏଲିନା ସାମନ୍ତରାୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଲମ୍ବା ସମୟ ଧରି ପ୍ରେମିକ ଅନୁରାଗଙ୍କ ସହିତ ସମ୍ପର୍କରେ ରହିବା ପରେ ନଭେମ୍ବର ୧୭ ତାରିଖ ରବିବାର ଇଣ୍ଡୋନେସିଆ ବାଲିର ଏକ ହୋଟେଲରେ ବିଧିବଦ୍ଧ ଭାବେ ବିବାହ କରିଛନ୍ତି। ଏହି ବିବାହ ଉତ୍ସବରେ ଦୁଇ ପରିବାରର ନିକଟସ୍ଥ ସମ୍ପର୍କୀୟ ଉପସ୍ଥିତ ରହିଥିଲେ। ପୂର୍ବରୁ ଏଲିନାଙ୍କ ସହିତ ଇଣ୍ଡଷ୍ଟ୍ରିର ବହୁ ଅଭିନେତାଙ୍କ ନାମ ଯୋଡ଼ା ଯାଉଥିଲା ବେଳେ ଏବେ ହଠାତ୍ ଅନୁରାଗଙ୍କ ସହିତ ବିବାହ ଖବର ଦେଇ ଏଲିନା ସମସ୍ତଙ୍କୁ ଚକିତ କରିଦେଇଛନ୍ତି।