ମହାରାଷ୍ଟ୍ରରେ କମାଲ କରିଦେଲା ଲାଡ଼ଲି ବେହନା । ମହାରାଷ୍ଟ୍ର ବିଧାନସଭାର ୨୮୮ ଆସନ ପାଇଁ ଭୋଟ ଗଣତିରେ କମାଲ କରିଛି ମହାୟୁତି । ବିଜେପି ନେତୃତ୍ବାଧୀନ ଏନଡିଏ ସରକାର ଗଠନ କରିବାକୁ ଯାଉଛି ।
ରାଜ୍ୟରେ ଦୁଇ ଶହ ଆସନରୁ ଅଧିକ ଆସନରେ ଏନଡିଏ ଆଗରେ ରହିଛି। ଏଥି ସହିତ କଂଗ୍ରେସ ମିଳିତ ମଞ୍ଚ ଅନେକ ପଛରେ ପଡ଼ିଛି ।