• Latest
  • Trending

ନୋବେଲ ପୁରସ୍କାର ପାଇଁ ଟ୍ରମ୍ପଙ୍କ ଲବି ଜୋରଦାର

Aug-17-2025 02:37 AM IST
ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ  ଦେଲି

ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ ଦେଲି

Mar-19-2026 05:04 PM IST
ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

Mar-19-2026 04:10 PM IST
ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

Mar-19-2026 02:55 PM IST
ମୁଁ ସିଧା କହୁଛି, ପ୍ରତିଶୋଧ ନେବା ପାଇଁ ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଛି

ମୁଁ ସିଧା କହୁଛି, ପ୍ରତିଶୋଧ ନେବା ପାଇଁ ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଛି

Mar-19-2026 02:30 PM IST
କ୍ରସ ଭୋଟିଂ ପରେ ବିଜେଡିକୁ ବିଧାୟକ ଦେବୀରଂଜନଙ୍କ ଚ୍ୟାଲେଞ୍ଜ

କ୍ରସ ଭୋଟିଂ ପରେ ବିଜେଡିକୁ ବିଧାୟକ ଦେବୀରଂଜନଙ୍କ ଚ୍ୟାଲେଞ୍ଜ

Mar-19-2026 01:29 PM IST
https://odisha.newsroom.in/

ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ

Mar-18-2026 04:14 PM IST
https://odisha.newsroom.in/

କଟକ ବଡ ମେଡିକାଲ ନିଆଁକୁ ନେଇ ବିଧାନସଭାରେ ପ୍ରବଳ ହଟ୍ଟଗୋଳ

Mar-18-2026 03:22 PM IST
କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

Mar-17-2026 05:13 PM IST
ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

Mar-16-2026 11:47 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Mar-16-2026 11:40 AM IST
  • About
  • Careers
  • Contact Us
Thursday, March 19, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବିଶେଷ

ନୋବେଲ ପୁରସ୍କାର ପାଇଁ ଟ୍ରମ୍ପଙ୍କ ଲବି ଜୋରଦାର

by M M
Aug-17-2025 02:37 AM IST
in ବିଶେଷ
0
510
SHARES
1.5k
VIEWS
Share on FacebookShare on Twitter

ଦର୍ଶକ ବନ୍ଧୁ ପୁରସ୍କାର ପାଇଁ ସାଧାରଣତ ଲୋକମାନେ ଲବି କରିବା ଆମେ ଦେଖିଛୁ । କିନ୍ତୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ପୁରସ୍କାର ପାଇବା ପାଇଁ ଲବି କରନ୍ତି ଏକଥା ଆଶ୍ଚର୍ଯ୍ୟ ଲାଗିବ ନାହିଁ । କାରଣ ସେ ଏଥିପାଇଁ ବର୍ଷେ ହେଲା ଲାଗିପଡ଼ିଛନ୍ତି । ଯେବେଠାରୁ ସେ ରାଷ୍ଟ୍ରପତି ଭାବେ ଦ୍ବିତୀୟ ବାର ନିର୍ବାଚିତ ହେଲେଣି ସେବେଠାରୁ ଟ୍ରମ୍ପ ନୋବେଲ ଶାନ୍ତି ପୁରସ୍କାର ପାଇଁ ଏକ ବଡ଼ ଦାବିଦାର କହୁଛନ୍ତି । ଏନେଇ ପରୋକ୍ଷ ଭାବେ ସେ ଚେଷ୍ଟା ଚଳାଇଆସୁଛନ୍ତି । ନୋବେଲ ଶାନ୍ତି ପୁରସ୍କାର ପାଇଁ ସେ ବିଭିନ୍ନ ଦେଶମୁଖ୍ୟଙ୍କୁ ମଧ୍ୟ କୁଟନୈତିକ ସ୍ତରରେ ଲୋଭଦେଖାଉଛନ୍ତି । ଟ୍ରମ୍ପ କହିବା କଥା ସେ ବିଶ୍ବରେ ଶାନ୍ତି ପ୍ରତିଷ୍ଠା ପାଇଁ କାମ କରୁଛନ୍ତି । ତେଣୁ ସେ ଏହି ପୁରସ୍କାର ପାଇବା ପାଇଁ ହକଦାର । ବିଶ୍ବରେ 6ଟି ଯୁଦ୍ଧ ଟ୍ରମ୍ପ ରୋକିଦେଇଥିବା ଅନେକ ଇଣ୍ଟରଭ୍ୟୁରେ କହିଛନ୍ତି । ଏହାରି ଭିତରେ ଭାରତ-ପାକିସ୍ତାନ ଯୁଦ୍ଧ ରୋକିଥିବା ମଧ୍ୟ ଟ୍ରମ୍ପ ଦାବି କରୁଛନ୍ତି ।
ଅତୀତରେ ଆମେରିକାର 4 ଜଣ ରାଷ୍ଟ୍ରପତି ଶାନ୍ତି ପ୍ରତିଷ୍ଠା ପାଇଁ ନୋବେଲ ଶାନ୍ତି ପୁରସ୍କାର ପାଇଛନ୍ତି । ଟ୍ରମ୍ପ ଚାହୁଁଛନ୍ତି ପଂଚମ ରାଷ୍ଟ୍ରପତି ଭାବେ ସେ ଏହି ପୁରସ୍କାର ପାଇବା ପାଇଁ ହକଦାର କାରଣ ସେ 6ଟି ଯୁଦ୍ଧ ରୋକି ବିଶ୍ବରେ ଶାନ୍ତି ପ୍ରତିଷ୍ଠା କରିଛନ୍ତି । ନୋବେଲ ଶାନ୍ତି ପୁରସ୍କାର ଏ ପର୍ଯ୍ୟନ୍ତ ଚାରି ଜଣ ଆମେରିକୀୟ ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଛି। ସେମାନେ ମଧ୍ୟରେ ଅଛନ୍ତି ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା । ଓବାମା ୨୦୦୯ରୁ ୨୦୧୭ ପର୍ଯ୍ୟନ୍ତ ରାଷ୍ଟ୍ରପତି ଥିଲେ। ବିଶ୍ବରେ ଶାନ୍ତି ପ୍ରତିଷ୍ଠାରେ କରିବାରେ ତାଙ୍କର ଯୋଗଦାନ ଥିବାରୁ ତାଙ୍କୁ ଏହି ପୁରସ୍କାର ମିଳିଥିଲା ।
ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟରଙ୍କୁ ୨୦୦୨ରେ ନୋବେଲ ଶାନ୍ତି ପୁରସ୍କାର ମିଳିଥିଲା । କାର୍ଟର ୧୯୭୭ରୁ ୧୯୮୧ ପର୍ଯ୍ୟନ୍ତ ଆମେରିକାର ରାଷ୍ଟ୍ରପତି ଥିଲେ। ସେ ରାଷ୍ଟ୍ରପତି ଥିବା ସମୟରେ ଇଜିପ୍ଟ-ଇସ୍ରାଏଲ ଶାନ୍ତି ଚୁକ୍ତି କରିଥିଲେ ।
ଉଡ୍ରୋ ଉଇଲସନଙ୍କୁ ୧୯୧୯ରେ ନୋବେଲ ପୁରସ୍କାର ମିଳିଥିଲା । ଉଇଲସନ ୧୯୧୩ରୁ ୧୯୨୧ ପର୍ଯ୍ୟନ୍ତ ରାଷ୍ଟ୍ରପତି ଥିଲେ। ସେ ପ୍ରଥମ ବିଶ୍ୱଯୁଦ୍ଧ ପରେ ବିଶ୍ବରେ ଶାନ୍ତି ପ୍ରତିଷ୍ଠା ପାଇଁ କାର୍ଯ୍ୟ କରିଥିବାରୁ ତାଙ୍କୁ ଏହି ପୁରସ୍କାର ମିଳିଥିଲା ।
ଥିଓଡୋର ରୁଜଭେଲ୍ଟଙ୍କୁ ୧୯୦୬ ମସିହାରେ ନୋବେଲ ଶାନ୍ତି ପୁରସ୍କାର ମିଳିଥିଲା । ରୁଜଭେଲ୍ଟ ୧୯୦୧ରୁ ୧୯୦୯ ପର୍ଯ୍ୟନ୍ତ ଆମେରିକାର ରାଷ୍ଟ୍ରପତି ଥିଲେ। ସେ ରୁଷୋ-ଜାପାନୀ ଯୁଦ୍ଧ (୧୯୦୪-୦୫) ଶେଷ କରିବା ପାଇଁ ପୋର୍ଟସମାଉଥ ଶାନ୍ତି ଚୁକ୍ତିରେ ମଧ୍ୟସ୍ଥତା କରିଥିଲେ । ସେଥିପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିଲା ।
ବିଶ୍ବରେ ଯୁଦ୍ଧ ରୋକିଥିବାରୁ, ଶାନ୍ତି ଚୁକ୍ତି କରିଥିବାରୁ ଏହି ଚାରି ଜଣ ଆମେରିକୀୟ ରାଷ୍ଟ୍ରପତି ନୋବେଲ ଶାନ୍ତି ପୁରସ୍କାର ପାଇଛନ୍ତି । ତେଣୁ ଡୋନାଲ୍ଡ ଟ୍ରମ୍ପ ଏହି ପୁରସ୍କାର ପାଇଁ ଏବେ ବଡ଼ ଦାବିଦାର କହୁଛନ୍ତି । ତାଙ୍କର କୂଟନୈତିକ ପ୍ରୟାସ ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ କାର୍ଯ୍ୟ ନୋବେଲ ଶାନ୍ତି ପୁରସ୍କାର ପାଇବାର ବଡ଼ ଯୋଗ୍ୟତା ଟ୍ରମ୍ପଙ୍କ ସମର୍ଥକ ଆଲୋଚନା କରୁଛନ୍ତି ।
ତାଙ୍କ ସମର୍ଥକମାନେ ସୋସିଆଲ ମିଡିଆରେ ଏନେଇ ଜୋରଦାର ପ୍ରଚାର ପ୍ରସାର କରୁଛନ୍ତି । ଏପରିକି କିଛି ଦେଶ ଏବଂ ବିଶିଷ୍ଟ ବ୍ୟକ୍ତିମାନେ 2026 ନୋବେଲ ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପଙ୍କୁ ମନୋନୀତ କରିଛନ୍ତି । ଟ୍ରମ୍ପଙ୍କ କୂଟନୈତିକ ପ୍ରୟାସ ଯୋଗୁଁ ଅନେକ ଯୁଦ୍ଧ ବନ୍ଦ ହୋଇଥିବା ସେମାନେ ଦାବି କରନ୍ତି । ଇସ୍ରାଏଲ-ୟୁଏଇ ଶାନ୍ତି ଚୁକ୍ତି ହେଉ କି ଆନ୍ତର୍ଜାତୀୟ ସ୍ତରରେ ଶାନ୍ତି ପ୍ରୟାସ, ଇସ୍ରାଏଲ-ଇରାନ ଯୁଦ୍ଧ ହେଉ କି ଭାରତ-ପାକିସ୍ତାନ ସଂଘର୍ଷ । ଏସବୁରୁ ଟ୍ରମ୍ପ କ୍ରେଡିଟ୍ ନେବାକୁ ବାରମ୍ବାର ଚାହିଁଛନ୍ତି ।
ଟ୍ରମ୍ପଙ୍କ କହିବା କଥା ସେ ବିଶ୍ବରେ ଶାନ୍ତି ପ୍ରତିଷ୍ଠା ପାଇଁ ଅନେକ ବଡ଼ ବଡ଼ ଯୁଦ୍ଧ ରୋକିଛନ୍ତି । ହଜାର ହଜାର ଲୋକଙ୍କ ଜୀବନ ବଂଚାଇ ଶାନ୍ତି ପ୍ରତିଷ୍ଠା କରିଛନ୍ତି । ସେ ଆର୍ମେନିଆ-ଆଜେରବୈଜାନ ଯୁଦ୍ଧ ରୋକିଛନ୍ତି । ଏହି ଦୁଇ ଦେଶ ମଧ୍ୟରେ ଚଳିତ ବର୍ଷ ଶାନ୍ତି ଚୁକ୍ତି ହୋଇଥିଲା । ଏହି ଦୁଇ ଦେଶର ମୁଖ୍ୟଙ୍କୁ ଟ୍ରମ୍ପ ହ୍ୱାଇଟ ହାଉସ ଡକାଇଥିଲେ । ଏକ ଶାନ୍ତି ଶିଖର ସମ୍ମେଳନର ଆୟୋଜନ ହୋଇଥିଲା । ଯେଉଁଠାରେ ଆର୍ମେନିଆ ଓ ଆଜେରବୈଜାନ ମଧ୍ୟରେ ଶାନ୍ତି ଚୁକ୍ତି ହୋଇଥିଲା ।
ଟ୍ରମ୍ପ ପୁଣି ଦାବି କରନ୍ତି ଯେ ସେ କାମ୍ବୋଡିଆ-ଥାଇଲାଣ୍ଡ ମଧ୍ୟରେ ଯୁଦ୍ଧ ବିରତି ଘୋଷଣା କରିଛନ୍ତି । ୨୦୨୫ରେ କାମ୍ବୋଡିଆ ଓ ଥାଇଲାଣ୍ଡ ମଧ୍ୟରେ ପାଞ୍ଚ ଦିନିଆ ସଂଘର୍ଷର ଅନ୍ତ ଘଟାଇଥିଲେ । ସୀମାକୁ ନେଇ ଦୁଇ ଦେଶରେ ଥିବା ବିବାଦ ସମାଧାନ ପାଇଁ ମଧ୍ୟସ୍ଥତା କରିଥିଲେ । ଏହି ଦୁଇ ଦେଶର ସୀମା ବିବାଦରେ ୪୩ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୩ ଲକ୍ଷ ଲୋକ ବିସ୍ଥାପିତ ହୋଇଥିଲେ।
ଟ୍ରମ୍ପ ରୁୱାଣ୍ଡା ଓ ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋ ମଧ୍ୟରେ ଯୁଦ୍ଧ ବନ୍ଦ କରିଥିବା ଦାବି କରନ୍ତି । ଏହି ଦୁଇ ଦେଶ ମଧ୍ୟରେ ଦଶନ୍ଧି ଧରି ଚାଲିଆସୁଥିବା ସଂଘର୍ଷର ଅନ୍ତ ଘଟାଇବାରେ ଟ୍ରମ୍ପଙ୍କ ବଡ଼ ଭୂମିକା ଥିବା ସେ କୁହନ୍ତି । ଏହି ଦୁଇ ଦେଶ ମଧ୍ୟରେ ଶାନ୍ତି ଚୁକ୍ତି କରି କଙ୍ଗୋର ଖଣିଜ ସମ୍ପଦ ଉତ୍ପାଦନରେ ଆମେରିକା ସାହାର୍ଯ୍ୟ କରୁଥିବା ଟ୍ରମ୍ପ ଦାବି କରିଆସୁଛନ୍ତି ।
ଇସ୍ରାଏଲ-ଇରାନ ଯୁଦ୍ଧବିରତି ଚୁକ୍ତି ଟ୍ରମ୍ପ କରିଥିବା ଦାବି କରନ୍ତି । ଏହି ଦୁଇଦେଶ ମଧ୍ୟରେ ଭୟଙ୍କର ଯୁଦ୍ଧ ହୋଇଥିଲେ ହଜାର ହଜାର ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥାନ୍ତା । ଇରାନ-ଇସ୍ରାଏଲ ଯୁଦ୍ଧ ବିରତି ପାଇଁ ଟ୍ରମ୍ପଙ୍କ ବଡ଼ ଭୂମିକା ଥିବା ସେ କୁହନ୍ତି । ବିଶେଷ କରି ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧବିରତିକୁ ନେଇ ଟ୍ରମ୍ପଙ୍କ ନିଜ ଦଳର ସାଂସଦମାନେ ତାଙ୍କୁ ଆମେରିକାରେ ଅଧିକ ପ୍ରଶଂସା କରୁଛନ୍ତି । ଚୁକ୍ତିରେ ଟ୍ରମ୍ପଙ୍କ ଭୂମିକାକୁ କେତେକ ଆମେରିକୀୟ ସାଂସଦ ପ୍ରଶଂସା କରିଛନ୍ତି।
ପାକିସ୍ତାନ-ଭାରତ ମଧ୍ୟରେ ଯୁଦ୍ଧବିରତି ପାଇଁ ଟ୍ରମ୍ପ ମଧ୍ୟ ବାରମ୍ବାର ଘୋଷଣା କରୁଛନ୍ତି । ଅବଶ୍ୟ ଏହି ଯୁଦ୍ଧ ବିରତିରେ ଟ୍ରମ୍ପଙ୍କ କିଛି ଅବଦାନ ନଥିବା ଭାରତ ବାରମ୍ବାର କହିଛି । କିନ୍ତୁ ପାକିସ୍ତାନ ଟ୍ରମ୍ପଙ୍କ ଦାବି ମାନିବା ସହ ଟ୍ରମ୍ପଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବାକୁ ଘୋଷଣା କରିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫ ଏବଂ ସେନା ମୁଖ୍ୟ ଆସିମ ମୁନିର ଟ୍ରମ୍ପଙ୍କୁ ବେଶ ପ୍ରଂଶସା କରିଛନ୍ତି ।
ଟ୍ରମ୍ପଙ୍କ କଥାରେ ରାଜି ହୋଇ ପାଞ୍ଚଟି ଦେଶ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ସମର୍ଥନ କରିଛନ୍ତି । ସେମାନଙ୍କ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ , ଜୁଲାଇ ୨୦୨୫ରେ ଟ୍ରମ୍ପଙ୍କୁ ମନୋନୀତ କରି ନୋବେଲ କମିଟିକୁ ଏକ ପତ୍ର ପ୍ରଦାନ କରିଛନ୍ତି । କାମ୍ବୋଡିଆ ପ୍ରଧାନମନ୍ତ୍ରୀ ହୁନ ମାନେଟ କାମ୍ବୋଡିଆ-ଥାଇଲାଣ୍ଡ ଯୁଦ୍ଧବିରତି ପାଇଁ ଟ୍ରମ୍ପଙ୍କ ରାଷ୍ଟ୍ରନୀତିକୁ ପ୍ରଶଂସା କରି ନୋବେଲ କମିଟିକୁ ପ୍ରଶଂସା କରିଛନ୍ତି । ପାକିସ୍ତାନ ପ୍ରଧାନମନ୍ତ୍ରୀ ମେ ୨୦୨୫ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ଯୁଦ୍ଧବିରତି ପାଇଁ ନୋବେଲ କମିଟିକୁ ପତ୍ର ପ୍ରଦାନ କରିଛନ୍ତି । ଆର୍ମେନିଆ ପ୍ରଧାନମନ୍ତ୍ରୀ ନିକୋଲ ପାଶିନ୍ୟାନ , ଆଜେରବୈଜାନ ରାଷ୍ଟ୍ରପତି ଇଲହାମ ଆଲିୟେଭ ଆର୍ମେନିଆ ଟ୍ରମ୍ପଙ୍କୁ ସମର୍ଥନ କରିଛନ୍ତି ।
ରୁୱାଣ୍ଡାର ବୈଦେଶିକ ମନ୍ତ୍ରୀ ଓଲିଭିଏର ନଡୁହୁଙ୍ଗିରେହେ ଏବଂ ଗାବୋନର ରାଷ୍ଟ୍ରପତି ବ୍ରାଇସ ଓଲିଗୁଇ ଙ୍ଗୁଏମା ମଧ୍ୟ ଟ୍ରମ୍ପଙ୍କୁ ସମର୍ଥନ କରିଛନ୍ତି । ଆମେରିକୀୟ ସାଂସଦମାନେ ମଧ୍ୟ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିବା ପାଇଁ ଦାବି କରିଛନ୍ତି । ସାଂସଦଙ୍କ ମଧ୍ୟରେ ବଡି କାର୍ଟର, କ୍ଲଡିଆ ଟେନି, ଡାରେଲ ଇସା, ବର୍ନି ମୋରେନୋ ଏବଂ ମାର୍ଶା ବ୍ଲାକବର୍ନ ମଧ୍ୟ ଟ୍ରମ୍ପଙ୍କୁ ମନୋନୀତ କରିଛନ୍ତି।
ଟ୍ରମ୍ପ ଏବଂ ତାଙ୍କ ସମର୍ଥକମାନେ ଦାବି କରୁଛନ୍ତି ଯେ ସେ ବିଶ୍ୱବ୍ୟାପୀ ଶାନ୍ତି ପ୍ରତିଷ୍ଠାରେ ବଡ଼ ଭୂମିକା ନେଇଛନ୍ତି । ଟ୍ରମ୍ପ ଙ୍କ ହ୍ୱାଇଟ ହାଉସ ମୁଖପାତ୍ର କାରୋଲିନ ଲିଭିଟ କହିଛନ୍ତି, “ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରିବାର ସମୟ ଆସିଛି । ସେହିପରି ହିଲାରୀ କ୍ଲିଣ୍ଟନ ଏକ ପଡ଼କାଷ୍ଟରେ କହିଛନ୍ତି ଯେ ଯଦି ଟ୍ରମ୍ପ ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧର ଅନ୍ତ ଘଟାଇ ପାରନ୍ତି । ତେବେ ସେ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରିବେ। ତେବେ ପୁରସ୍କାର ମିଳିବ କି ନାହିଁ ତାହା ସମୟ କହିବ । କିନ୍ତୁ ଟ୍ରମ୍ପ ପୁରସ୍କାର ପାଇବା ପାଇଁ କେତେ ବ୍ୟାକୁଳ ତାହା ଜଣାପଡୁଛି ।

ମନୋରଞ୍ଜନ ମିଶ୍ର

Share204Tweet128
M M

M M

ଆଜିର ପାଗ

Bhubaneswar
March 19, 2026, 10:11 PM
 

SSW
Overcast
25°C
1.8 m/s
Apparent: 30°C
Pressure: 1012 mb
Humidity: 93%
Winds: 1.8 m/s SSW
Windgusts: 5.8 m/s
UV-Index: 0
Precip.: 7.6mm /28% / Rain
Sunrise: 5:51 AM
Sunset: 5:57 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ  ଦେଲି

ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ ଦେଲି

March 19, 2026
ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

March 19, 2026
ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

March 19, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom