• Latest
  • Trending
୨୦୨୫-୨୬ ବର୍ଷର ପ୍ରଥମ ତୈମାସ (ଏପ୍ରିଲ-ଜୁନ)ରେ ଆନୁମାନିକ ୭.୮% ଜିଡିପି ଅଭିବୃଦ୍ଧି ହାସଲ କଲା ଭାରତ

୨୦୨୫-୨୬ ବର୍ଷର ପ୍ରଥମ ତୈମାସ (ଏପ୍ରିଲ-ଜୁନ)ରେ ଆନୁମାନିକ ୭.୮% ଜିଡିପି ଅଭିବୃଦ୍ଧି ହାସଲ କଲା ଭାରତ

Aug-30-2025 03:17 AM IST
ଜାଣନ୍ତୁ ଆଜିର ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

Feb-01-2026 06:32 PM IST
ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

Feb-01-2026 06:29 PM IST
ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

Feb-01-2026 06:26 PM IST
କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

Feb-01-2026 06:22 PM IST
ବଜେଟ ପରେ ସୁନା ବଢ଼ିଲା ନା କମିଲା ?

ବଜେଟ ପରେ ସୁନା ବଢ଼ିଲା ନା କମିଲା ?

Feb-01-2026 06:18 PM IST
ବଜେଟ୍ ୨୦୨୬ , ବଡ଼ ଆଶା

ବଜେଟ୍ ୨୦୨୬ , ବଡ଼ ଆଶା

Feb-01-2026 11:20 AM IST
ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବ ‘ଗୋପାଳପୁର ବେଳାଭୂମି ମହୋତ୍ସବ

ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବ ‘ଗୋପାଳପୁର ବେଳାଭୂମି ମହୋତ୍ସବ

Jan-31-2026 11:30 PM IST
T20 ବିଶ୍ବକପ ବିବାଦରେ ସମୟ ବିତୁଛି ; ଚିନ୍ତା ବଢୁଛି; ଡ୍ରାମା କରୁଛି ପାକିସ୍ତାନ

T20 ବିଶ୍ବକପ ବିବାଦରେ ସମୟ ବିତୁଛି ; ଚିନ୍ତା ବଢୁଛି; ଡ୍ରାମା କରୁଛି ପାକିସ୍ତାନ

Jan-31-2026 11:27 PM IST
ବିଜେଡି ବଞ୍ଚିବାର ଫର୍ମୁଲା କଣ ? ଇତିହାସ କହିଲେ ରାଜାରାମ

ବିଜେଡି ବଞ୍ଚିବାର ଫର୍ମୁଲା କଣ ? ଇତିହାସ କହିଲେ ରାଜାରାମ

Jan-31-2026 11:25 PM IST
ସୁଶାନ୍ତ ସିଂଙ୍କ ପରେ କଳିକେଶଙ୍କୁ ନେଇ ଚର୍ଚ୍ଚା; ପଛରେ କିଏ କରୁଛି ରାଜନୀତି ?

ସୁଶାନ୍ତ ସିଂଙ୍କ ପରେ କଳିକେଶଙ୍କୁ ନେଇ ଚର୍ଚ୍ଚା; ପଛରେ କିଏ କରୁଛି ରାଜନୀତି ?

Jan-31-2026 11:22 PM IST
  • About
  • Careers
  • Contact Us
Monday, February 2, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

୨୦୨୫-୨୬ ବର୍ଷର ପ୍ରଥମ ତୈମାସ (ଏପ୍ରିଲ-ଜୁନ)ରେ ଆନୁମାନିକ ୭.୮% ଜିଡିପି ଅଭିବୃଦ୍ଧି ହାସଲ କଲା ଭାରତ

by M M
Aug-30-2025 03:17 AM IST
in ବଡ଼ ଖବର, ମୁଖ୍ୟ ଖବର
0
୨୦୨୫-୨୬ ବର୍ଷର ପ୍ରଥମ ତୈମାସ (ଏପ୍ରିଲ-ଜୁନ)ରେ ଆନୁମାନିକ ୭.୮% ଜିଡିପି ଅଭିବୃଦ୍ଧି ହାସଲ କଲା ଭାରତ
492
SHARES
1.4k
VIEWS
Share on FacebookShare on Twitter
ଭାରତର ଅର୍ଥନୀତି  ମଜବୁତ ପ୍ରଦର୍ଶନ କରିଛି । ୨୦୨୫ ଅଗଷ୍ଟ ୨୯ ତାରିଖରେ ଜାରି ହୋଇଥିବା ସରକାରୀ ତଥ୍ୟ ଅନୁଯାୟୀ, ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଏପ୍ରିଲ୍-ଜୁନ୍, Q1 FY26, ଭାରତର ରିୟଲ୍ ଜିଡିପି (ସ୍ଥିର ମୂଲ୍ୟରେ) ୭.୮% ଅଭିବୃଦ୍ଧି ହୋଇଛି, ଯାହା ଗତ ବର୍ଷର ଏହି ଅବଧିର ୬.୫%ରୁ ଅଧିକ। ଏହା ବଜାରର ଆକଳନ ୬.୫-୬.୭% କୁ ଅତିକ୍ରମ କରିଛି। ଏହି ଅଭିବୃଦ୍ଧି ଭାରତକୁ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧି କରୁଥିବା ପ୍ରଧାନ ଅର୍ଥନୀତି ଭାବେ ରଖିଛି, ଯଦିଓ ଆମେରିକାର ୫୦% ଟାରିଫ୍ ଏବଂ ବିଶ୍ୱ ଅର୍ଥନୀତିର ଅନିଶ୍ଚୟତା ଭଳି ବାହ୍ୟ ଚ୍ୟାଲେଞ୍ଜ ରହିଛି।  

  • ସର୍ଭିସେସ୍ ସେକ୍ଟର  ଅଭିବୃଦ୍ଧି ହୋଇଛି । Q1ରେ ୯.୩% ଅଭିବୃଦ୍ଧି ହୋଇଛି (ଗତ ବର୍ଷର ୬.୮%ରୁ ଅଧିକ)। ଆଇଟି, ଆର୍ଥିକ ସେବା, ଟୁରିଜମ୍ ଏବଂ ଲଜିଷ୍ଟିକ୍ସ୍ ଭଳି କ୍ଷେତ୍ରଗୁଡ଼ିକରୁ ଏହି ବୃଦ୍ଧି ଆସିଛି। ସର୍ଭିସେସ୍ ସେକ୍ଟରର ଉଜ୍ଜ୍ୱଳ ପ୍ରଦର୍ଶନ ସମ୍ପୂର୍ଣ୍ଣ ଜିଭିଏ (ଗ୍ରସ୍ ଭ୍ୟାଲ୍ୟୁ ଆଡେଡ୍)ର ୭.୬% ଅଭିବୃଦ୍ଧିକୁ ସମର୍ଥନ କରିଛି।
  • ମ୍ୟାନ୍ୟୁଫ୍ୟାକ୍ଚରିଂ ଏବଂ ନିର୍ମାଣ କ୍ଷେତ୍ରରେ ଭଲ ରିଟର୍ଣ୍ଣ ହୋଇଛି । ମ୍ୟାନ୍ୟୁଫ୍ୟାକ୍ଚରିଂ ୭.୭% ଏବଂ ନିର୍ମାଣ ୭.୬% ଅଭିବୃଦ୍ଧି ହୋଇଛି। ସରକାରୀ ଇନ୍ଫ୍ରାସ୍ଟ୍ରକ୍ଚର୍ ପ୍ରୋଜେକ୍ଟ୍ (ଯଥା ରାସ୍ତା, ହାଇୱେ ଏବଂ ଏକ୍ସପ୍ରେସୱେ) ଏହାକୁ ବୁଷ୍ଟ୍ କରିଛି।
  • କୃଷି ଏବଂ ସମ୍ବନ୍ଧୀୟ ସେକ୍ଟର ଭଲ କାମ କରିଛି ।  ୩.୭% ଅଭିବୃଦ୍ଧି (ଗତ ବର୍ଷର ୧.୫%ରୁ ଅଧିକ), ଯାହା ସାଧାରଣ ମୋନ୍‌ସୁନ୍ ଏବଂ ଗ୍ରାମ୍ୟାଞ୍ଚଳରେ ବଢ଼ୁଥିବା ଆୟରୁ ସମର୍ଥିତ। ଏହା ଗ୍ରାମ୍ୟ ଖର୍ଚ୍ଚ କୁ ବଢ଼ାଇଛି।

୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସ (ଏପ୍ରିଲରୁ ଜୁନ୍‌) ମଧ୍ୟରେ ଭାରତର ବାସ୍ତବ ସକଳ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ଆନୁମାନିକ ୭.୮% ପ୍ରତିଶତ ରହିଥିବା ଭାରତ ସରକାରଙ୍କ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ ଜାରି ତଥ୍ୟରୁ ସୂଚନା ମିଳିଛି । ୨୦୨୪-୨୫ ପ୍ରଥମ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ହାର ୬.୫% ଥିଲା।

ମନ୍ତ୍ରଣାଳୟର ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ପକ୍ଷରୁ ସକଳ ଘରୋଇ ଉତ୍ପାଦ (ଜିଡିପି) ଆକଳନ ସହିତ ଏହାର ବ୍ୟୟ ଉପାଦାନର ତଥ୍ୟଗୁଡ଼ିକୁ ସ୍ଥିର (୨୦୧୧-୧୨) ଏବଂ ବର୍ତ୍ତମାନର ମୂଲ୍ୟ ଆଧାରରେ ଜାରି କରାଯାଇଛି। ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ନାମମାତ୍ର ଜିଡିପି ୮.୮% ହାରରେ ବୃଦ୍ଧି ପାଇଥିବା ପରିଲକ୍ଷିତ ହୋଇଛି । କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରରେ ବାସ୍ତବ ବାସ୍ତବ ସକଳ ମୂଲ୍ୟ ବୃଦ୍ଧି (ଜିଭିଏ) ବୃଦ୍ଧି ହାର ୩.୭% ରହିଛି । ଏହା ବିଗତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ୧.୫% ରହିଥିଲା।

ଚଳିତ ତ୍ରୈମାସରେ ମୁଖ୍ୟତଃ ଉତ୍ପାଦନ (୭.୭%) ଏବଂ ନିର୍ମାଣ (୭.୬%) ଭଳି ଦ୍ୱିତୀୟକ କ୍ଷେତ୍ରରେ ସ୍ଥିର ମୂଲ୍ୟରେ ୭.୫%ରୁ ଅଧିକ ଅଭିବୃଦ୍ଧି ଦେଖିବାକୁ ମିଳିଛି। ତେବେ ଖଣି ଓ ଅନ୍ୟାନ୍ୟ ଖନନ (-୩.୧%) ଏବଂ ବିଦ୍ୟୁତ, ଗ୍ୟାସ, ଜଳ ଯୋଗାଣ ଏବଂ ଅନ୍ୟ ଉପଯୋଗିତା ସେବା କ୍ଷେତ୍ର (୦.୫%)ରେ ବାସ୍ତବ ବିକାଶ ହାର ସାମାନ୍ୟ ମାନ୍ଦା ରହିଛି । ୨୦୨୫-୨୬ ଆର୍ଥିକ ବର୍ଷରେ ସ୍ଥିର ମୂଲ୍ୟରେ ତୃତୀୟ କ୍ଷେତ୍ର (୯.୩%) ଯଥେଷ୍ଟ ଅଭିବୃଦ୍ଧି ହାର ରେକର୍ଡ କରିଛି, ଯାହା ୨୦୨୪-୨୫ ଆର୍ଥିକ ବର୍ଷର ବୃଦ୍ଧି ହାର ୬.୮% ଠାରୁ ଅଧିକ।

ସରକାରୀ ଅନ୍ତିମ ବ୍ୟବହାର ଖର୍ଚ୍ଚ (ଜିଏଫସିଇ) ପୁଣି ଥରେ ବୃଦ୍ଧି ପାଇଛି । ୨୦୨୫-୨୬ ଆର୍ଥିକ ବର୍ଷରେ ନାମମାତ୍ର ଆଧାରରେ ୯.୭% ବୃଦ୍ଧି ହାର ରେକର୍ଡ ହୋଇଛି, ଯାହା ୨୦୨୪-୨୫ ଆର୍ଥିକ ବର୍ଷର ବୃଦ୍ଧି ହାର ୪.୦% ଠାରୁ ଅଧିକ। ବାସ୍ତବ ଘରୋଇ ଅନ୍ତିମ ବ୍ୟବହାର ଖର୍ଚ୍ଚ (ପିଏଫସିଇ) ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ୭.୦% ବୃଦ୍ଧି ହାର ହାସଲ କରିଛି । ଏହା ପୂର୍ବ ଆର୍ଥିକ ବର୍ଷର ସମାନ ଅବଧିରେ ୮.୩% ରହିଥିଲା। ମୋଟ ସ୍ଥିର ପୁଞ୍ଜି ଗଠନ (ଜିଏଫସିଏଫ) ୨୦୨୪-୨୫ ଆର୍ଥିକ ବର୍ଷରେ ୬.୭% ବୃଦ୍ଧି ହାର ତୁଳନାରେ ସ୍ଥିର ମୂଲ୍ୟରେ ୭.୮% ବୃଦ୍ଧି ହାର ରେକର୍ଡ କରିଛି।

୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ସ୍ଥିର ମୂଲ୍ୟରେ ବାସ୍ତବ ଜିଡିପି ବା ଜିଡିପି ପରିମାଣ ୪୭.୮୯ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା। ଏହା ୨୦୨୪-୨୫ ଆର୍ଥିକ ବର୍ଷର ସମାନ ଅବଧିରେ ୪୪.୪୨ ଲକ୍ଷ କୋଟି ଟଙ୍କା ଥିଲା। ତେଣୁ ବାସ୍ତବ ଜିଡିପି ଅଭିବୃଦ୍ଧି ହାର ୭.୮% ରହିଛି । ନାମମାତ୍ର ଜିଡିପି ବା ସ୍ଥିର ମୂଲ୍ୟରେ ଜିଡିପି ହାର ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ୮୬.୦୫ ଲକ୍ଷ କୋଟି ଟଙ୍କା ରହିବା ନେଇ ଆକଳନ କରାଯାଇଥିଲା ଯାହା ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ୭୯.୦୮ ଲକ୍ଷ କୋଟି ଟଙ୍କା ଥିଲା। ଏହି କ୍ଷେତ୍ରରେ ୮.୮% ଅଭିବୃଦ୍ଧି ହାର ପରିଲକ୍ଷିତ ହୋଇଛି ।

୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ପ୍ରକୃତ ଜିଭିଏ ୪୪.୬୪ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା। ଏହା ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ୪୧.୪୭ ଲକ୍ଷ କୋଟି ଟଙ୍କା ଥିଲା। ତେଣୁ ଜିଭିଏରେ ଅଭିବୃଦ୍ଧି ହାର ୭.୬% ରହିଛି । ସେହିପରି ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ନାମମାତ୍ର ଜିଭିଏ ୭୮.୨୫ ଲକ୍ଷ କୋଟି ଟଙ୍କା ଥିବା ଆକଳନ କରାଯାଇଛି, ଯାହା ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ୭୧.୯୫ ଲକ୍ଷ କୋଟି ଟଙ୍କା ଥିଲା। ଏଥିରେ ଅଭିବୃଦ୍ଧି ହାର ୮.୮% ରହିଛି ।

 

 

Share197Tweet123
M M

M M

ଆଜିର ପାଗ

Bhubaneswar
February 2, 2026, 4:25 AM
 

NNE
Overcast
18°C
0.7 m/s
Apparent: 23°C
Pressure: 1018 mb
Humidity: 88%
Winds: 0.7 m/s NNE
Windgusts: 6.5 m/s
UV-Index: 0
Precip.: 0mm /0% / Rain
Sunrise: 6:21 AM
Sunset: 5:38 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ଜାଣନ୍ତୁ ଆଜିର ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

February 1, 2026
ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

February 1, 2026
ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

February 1, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom