ଭାରତର ଅର୍ଥନୀତି  ମଜବୁତ ପ୍ରଦର୍ଶନ କରିଛି । ୨୦୨୫ ଅଗଷ୍ଟ ୨୯ ତାରିଖରେ ଜାରି ହୋଇଥିବା ସରକାରୀ ତଥ୍ୟ ଅନୁଯାୟୀ, ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଏପ୍ରିଲ୍-ଜୁନ୍, Q1 FY26, ଭାରତର ରିୟଲ୍ ଜିଡିପି (ସ୍ଥିର ମୂଲ୍ୟରେ) ୭.୮% ଅଭିବୃଦ୍ଧି ହୋଇଛି, ଯାହା ଗତ ବର୍ଷର ଏହି ଅବଧିର ୬.୫%ରୁ ଅଧିକ। ଏହା ବଜାରର ଆକଳନ ୬.୫-୬.୭% କୁ ଅତିକ୍ରମ କରିଛି। ଏହି ଅଭିବୃଦ୍ଧି ଭାରତକୁ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧି କରୁଥିବା ପ୍ରଧାନ ଅର୍ଥନୀତି ଭାବେ ରଖିଛି, ଯଦିଓ ଆମେରିକାର ୫୦% ଟାରିଫ୍ ଏବଂ ବିଶ୍ୱ ଅର୍ଥନୀତିର ଅନିଶ୍ଚୟତା ଭଳି ବାହ୍ୟ ଚ୍ୟାଲେଞ୍ଜ ରହିଛି।  

  • ସର୍ଭିସେସ୍ ସେକ୍ଟର  ଅଭିବୃଦ୍ଧି ହୋଇଛି Q1ରେ ୯.୩% ଅଭିବୃଦ୍ଧି ହୋଇଛି (ଗତ ବର୍ଷର ୬.୮%ରୁ ଅଧିକ)। ଆଇଟି, ଆର୍ଥିକ ସେବା, ଟୁରିଜମ୍ ଏବଂ ଲଜିଷ୍ଟିକ୍ସ୍ ଭଳି କ୍ଷେତ୍ରଗୁଡ଼ିକରୁ ଏହି ବୃଦ୍ଧି ଆସିଛି। ସର୍ଭିସେସ୍ ସେକ୍ଟରର ଉଜ୍ଜ୍ୱଳ ପ୍ରଦର୍ଶନ ସମ୍ପୂର୍ଣ୍ଣ ଜିଭିଏ (ଗ୍ରସ୍ ଭ୍ୟାଲ୍ୟୁ ଆଡେଡ୍)ର ୭.୬% ଅଭିବୃଦ୍ଧିକୁ ସମର୍ଥନ କରିଛି।
  • ମ୍ୟାନ୍ୟୁଫ୍ୟାକ୍ଚରିଂ ଏବଂ ନିର୍ମାଣ କ୍ଷେତ୍ରରେ ଭଲ ରିଟର୍ଣ୍ଣ ହୋଇଛି । ମ୍ୟାନ୍ୟୁଫ୍ୟାକ୍ଚରିଂ ୭.୭% ଏବଂ ନିର୍ମାଣ ୭.୬% ଅଭିବୃଦ୍ଧି ହୋଇଛି। ସରକାରୀ ଇନ୍ଫ୍ରାସ୍ଟ୍ରକ୍ଚର୍ ପ୍ରୋଜେକ୍ଟ୍ (ଯଥା ରାସ୍ତା, ହାଇୱେ ଏବଂ ଏକ୍ସପ୍ରେସୱେ) ଏହାକୁ ବୁଷ୍ଟ୍ କରିଛି।
  • କୃଷି ଏବଂ ସମ୍ବନ୍ଧୀୟ ସେକ୍ଟର ଭଲ କାମ କରିଛି ।  ୩.୭% ଅଭିବୃଦ୍ଧି (ଗତ ବର୍ଷର ୧.୫%ରୁ ଅଧିକ), ଯାହା ସାଧାରଣ ମୋନ୍‌ସୁନ୍ ଏବଂ ଗ୍ରାମ୍ୟାଞ୍ଚଳରେ ବଢ଼ୁଥିବା ଆୟରୁ ସମର୍ଥିତ। ଏହା ଗ୍ରାମ୍ୟ ଖର୍ଚ୍ଚ କୁ ବଢ଼ାଇଛି।

୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସ (ଏପ୍ରିଲରୁ ଜୁନ୍‌) ମଧ୍ୟରେ ଭାରତର ବାସ୍ତବ ସକଳ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ଆନୁମାନିକ ୭.୮% ପ୍ରତିଶତ ରହିଥିବା ଭାରତ ସରକାରଙ୍କ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ ଜାରି ତଥ୍ୟରୁ ସୂଚନା ମିଳିଛି । ୨୦୨୪-୨୫ ପ୍ରଥମ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ହାର ୬.୫% ଥିଲା।

ମନ୍ତ୍ରଣାଳୟର ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ପକ୍ଷରୁ ସକଳ ଘରୋଇ ଉତ୍ପାଦ (ଜିଡିପି) ଆକଳନ ସହିତ ଏହାର ବ୍ୟୟ ଉପାଦାନର ତଥ୍ୟଗୁଡ଼ିକୁ ସ୍ଥିର (୨୦୧୧-୧୨) ଏବଂ ବର୍ତ୍ତମାନର ମୂଲ୍ୟ ଆଧାରରେ ଜାରି କରାଯାଇଛି। ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ନାମମାତ୍ର ଜିଡିପି ୮.୮% ହାରରେ ବୃଦ୍ଧି ପାଇଥିବା ପରିଲକ୍ଷିତ ହୋଇଛି । କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରରେ ବାସ୍ତବ ବାସ୍ତବ ସକଳ ମୂଲ୍ୟ ବୃଦ୍ଧି (ଜିଭିଏ) ବୃଦ୍ଧି ହାର ୩.୭% ରହିଛି । ଏହା ବିଗତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ୧.୫% ରହିଥିଲା।

ଚଳିତ ତ୍ରୈମାସରେ ମୁଖ୍ୟତଃ ଉତ୍ପାଦନ (୭.୭%) ଏବଂ ନିର୍ମାଣ (୭.୬%) ଭଳି ଦ୍ୱିତୀୟକ କ୍ଷେତ୍ରରେ ସ୍ଥିର ମୂଲ୍ୟରେ ୭.୫%ରୁ ଅଧିକ ଅଭିବୃଦ୍ଧି ଦେଖିବାକୁ ମିଳିଛି। ତେବେ ଖଣି ଓ ଅନ୍ୟାନ୍ୟ ଖନନ (-୩.୧%) ଏବଂ ବିଦ୍ୟୁତ, ଗ୍ୟାସ, ଜଳ ଯୋଗାଣ ଏବଂ ଅନ୍ୟ ଉପଯୋଗିତା ସେବା କ୍ଷେତ୍ର (୦.୫%)ରେ ବାସ୍ତବ ବିକାଶ ହାର ସାମାନ୍ୟ ମାନ୍ଦା ରହିଛି । ୨୦୨୫-୨୬ ଆର୍ଥିକ ବର୍ଷରେ ସ୍ଥିର ମୂଲ୍ୟରେ ତୃତୀୟ କ୍ଷେତ୍ର (୯.୩%) ଯଥେଷ୍ଟ ଅଭିବୃଦ୍ଧି ହାର ରେକର୍ଡ କରିଛି, ଯାହା ୨୦୨୪-୨୫ ଆର୍ଥିକ ବର୍ଷର ବୃଦ୍ଧି ହାର ୬.୮% ଠାରୁ ଅଧିକ।

ସରକାରୀ ଅନ୍ତିମ ବ୍ୟବହାର ଖର୍ଚ୍ଚ (ଜିଏଫସିଇ) ପୁଣି ଥରେ ବୃଦ୍ଧି ପାଇଛି । ୨୦୨୫-୨୬ ଆର୍ଥିକ ବର୍ଷରେ ନାମମାତ୍ର ଆଧାରରେ ୯.୭% ବୃଦ୍ଧି ହାର ରେକର୍ଡ ହୋଇଛି, ଯାହା ୨୦୨୪-୨୫ ଆର୍ଥିକ ବର୍ଷର ବୃଦ୍ଧି ହାର ୪.୦% ଠାରୁ ଅଧିକ। ବାସ୍ତବ ଘରୋଇ ଅନ୍ତିମ ବ୍ୟବହାର ଖର୍ଚ୍ଚ (ପିଏଫସିଇ) ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ୭.୦% ବୃଦ୍ଧି ହାର ହାସଲ କରିଛି । ଏହା ପୂର୍ବ ଆର୍ଥିକ ବର୍ଷର ସମାନ ଅବଧିରେ ୮.୩% ରହିଥିଲା। ମୋଟ ସ୍ଥିର ପୁଞ୍ଜି ଗଠନ (ଜିଏଫସିଏଫ) ୨୦୨୪-୨୫ ଆର୍ଥିକ ବର୍ଷରେ ୬.୭% ବୃଦ୍ଧି ହାର ତୁଳନାରେ ସ୍ଥିର ମୂଲ୍ୟରେ ୭.୮% ବୃଦ୍ଧି ହାର ରେକର୍ଡ କରିଛି।

୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ସ୍ଥିର ମୂଲ୍ୟରେ ବାସ୍ତବ ଜିଡିପି ବା ଜିଡିପି ପରିମାଣ ୪୭.୮୯ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା। ଏହା ୨୦୨୪-୨୫ ଆର୍ଥିକ ବର୍ଷର ସମାନ ଅବଧିରେ ୪୪.୪୨ ଲକ୍ଷ କୋଟି ଟଙ୍କା ଥିଲା। ତେଣୁ ବାସ୍ତବ ଜିଡିପି ଅଭିବୃଦ୍ଧି ହାର ୭.୮% ରହିଛି । ନାମମାତ୍ର ଜିଡିପି ବା ସ୍ଥିର ମୂଲ୍ୟରେ ଜିଡିପି ହାର ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ୮୬.୦୫ ଲକ୍ଷ କୋଟି ଟଙ୍କା ରହିବା ନେଇ ଆକଳନ କରାଯାଇଥିଲା ଯାହା ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ୭୯.୦୮ ଲକ୍ଷ କୋଟି ଟଙ୍କା ଥିଲା। ଏହି କ୍ଷେତ୍ରରେ ୮.୮% ଅଭିବୃଦ୍ଧି ହାର ପରିଲକ୍ଷିତ ହୋଇଛି ।

୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ପ୍ରକୃତ ଜିଭିଏ ୪୪.୬୪ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା। ଏହା ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ୪୧.୪୭ ଲକ୍ଷ କୋଟି ଟଙ୍କା ଥିଲା। ତେଣୁ ଜିଭିଏରେ ଅଭିବୃଦ୍ଧି ହାର ୭.୬% ରହିଛି । ସେହିପରି ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ନାମମାତ୍ର ଜିଭିଏ ୭୮.୨୫ ଲକ୍ଷ କୋଟି ଟଙ୍କା ଥିବା ଆକଳନ କରାଯାଇଛି, ଯାହା ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ୭୧.୯୫ ଲକ୍ଷ କୋଟି ଟଙ୍କା ଥିଲା। ଏଥିରେ ଅଭିବୃଦ୍ଧି ହାର ୮.୮% ରହିଛି ।