• Latest
  • Trending

ସ୍ବାସ୍ଥ୍ୟସେବାର ବିକେନ୍ଦ୍ରୀକରଣ ଆବଶ୍ୟକ

September 16, 2025
ସୁଭଦ୍ରା ଅଭିଯୋଗ ପୋର୍ଟାଲ ଆରମ୍ଭ

ସୁଭଦ୍ରା ଅଭିଯୋଗ ପୋର୍ଟାଲ ଆରମ୍ଭ

September 15, 2025
ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ ପାଇଁ ରାଜ୍ୟସ୍ତରୀୟ କର୍ମଶାଳା

ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ ପାଇଁ ରାଜ୍ୟସ୍ତରୀୟ କର୍ମଶାଳା

September 15, 2025

ସୁଭଦ୍ରାର ଏକ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ପାଳିବ “ଧନ୍ୟବାଦ ମୋଦି” ଉତ୍ସବ

September 15, 2025

ବ୍ୟାପକ ଇଭି ବ୍ୟବହାର ଏବଂ ସବୁଜ ପଦକ୍ଷେପକୁ ଗୁରୁତ୍ୱ ଦେବା ପାଇଁ ରାଜ୍ୟପାଳଙ୍କ ଆହ୍ୱାନ

September 15, 2025
ଆଇଆଇଟି ଭୁବନେଶ୍ୱର ପକ୍ଷରୁ “ଚିନି, ଲୁଣ ଏବଂ ତେଲର ବ୍ୟବହାର ହ୍ରାସ କରିବା” ଶୀର୍ଷକ ବକ୍ତବ୍ୟ ଆୟୋଜିତ

ଆଇଆଇଟି ଭୁବନେଶ୍ୱର ପକ୍ଷରୁ “ଚିନି, ଲୁଣ ଏବଂ ତେଲର ବ୍ୟବହାର ହ୍ରାସ କରିବା” ଶୀର୍ଷକ ବକ୍ତବ୍ୟ ଆୟୋଜିତ

September 15, 2025
ପୁରୀରେ ଦ୍ୱିତୀୟ କୃଷି ବିଜ୍ଞାନ କେନ୍ଦ୍ର ସ୍ଥାପନ ପାଇଁ ବିଜେପି କୃଷକ ମୋର୍ଚ୍ଚାର ଦାବି

ପୁରୀରେ ଦ୍ୱିତୀୟ କୃଷି ବିଜ୍ଞାନ କେନ୍ଦ୍ର ସ୍ଥାପନ ପାଇଁ ବିଜେପି କୃଷକ ମୋର୍ଚ୍ଚାର ଦାବି

September 15, 2025
ଓଡ଼ିଶାରେ ବ୍ୟବସାୟକୁ ଜାତୀୟ ପରିଚୟ ଦେବା ପାଇଁ ଭଲ ସୁଯୋଗ ରହିଛି

ଓଡ଼ିଶାରେ ବ୍ୟବସାୟକୁ ଜାତୀୟ ପରିଚୟ ଦେବା ପାଇଁ ଭଲ ସୁଯୋଗ ରହିଛି

September 15, 2025
ମୋହନ ଭାଗବତ ଜୀଙ୍କୁ ଅଭିନନ୍ଦନ

ମୋହନ ଭାଗବତ ଜୀଙ୍କୁ ଅଭିନନ୍ଦନ

September 11, 2025
ଗୋପ-କୋଣାର୍କକୁ ମିଶାଇ ସ୍ୱତନ୍ତ୍ର ବିଧାନସଭା ଆସନ କରି “ପଦ୍ମକ୍ଷେତ୍ର” ନାମକରଣ ପ୍ରସ୍ତାବ

ଗୋପ-କୋଣାର୍କକୁ ମିଶାଇ ସ୍ୱତନ୍ତ୍ର ବିଧାନସଭା ଆସନ କରି “ପଦ୍ମକ୍ଷେତ୍ର” ନାମକରଣ ପ୍ରସ୍ତାବ

September 10, 2025
ଦକ୍ଷିଣ ଓଡ଼ିଶାରୁ ବିଜେଡି ହାତ ଛାଡୁଛନ୍ତି ବରିଷ୍ଠ ନେତା

ଦକ୍ଷିଣ ଓଡ଼ିଶାରୁ ବିଜେଡି ହାତ ଛାଡୁଛନ୍ତି ବରିଷ୍ଠ ନେତା

September 10, 2025
  • About
  • Careers
  • Contact Us
Tuesday, September 16, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବିଶେଷ

ସ୍ବାସ୍ଥ୍ୟସେବାର ବିକେନ୍ଦ୍ରୀକରଣ ଆବଶ୍ୟକ

ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ଏକ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ ଜରୁରୀ

by M M
September 16, 2025
in ବିଶେଷ
0
491
SHARES
1.4k
VIEWS
Share on FacebookShare on Twitter

ଗୋଟିଏ ପଟେ ଆମେ ଗର୍ବିତ କି ଭାରତୀୟ ଅର୍ଥ ବ୍ୟବସ୍ଥା ବିଶ୍ବ ସ୍ତରୀୟ ହୋଇଯାଉଛି ଓ ଆଗାମୀ କିଛି ବର୍ଷରେ ବିଶ୍ବର ଶୀର୍ଷ ତୃତୀୟ ସ୍ଥାନରେ ପହଞ୍ଚିଯିବ ବୋଲି ଆଶା କରାଯାଉଛି। ଏହି ପରିସ୍ଥିତିରେ ଏହାର ସୁଫଳ ଆମର ଗ୍ରାମୀଣ ସ୍ତର ପର୍ଯ୍ୟନ୍ତ ପହଞ୍ଚିବା ଉଚିତ, ଯାହାକି ପରିଲକ୍ଷିତ ହେଉନାହିଁ।‌ ଏହି ବିକାଶ ପ୍ରକ୍ରିୟା ଯଦି କେବଳ ସହରାଞ୍ଚଳ ମଧ୍ୟରେ ସୀମିତ ରହିଥାଏ, ତାହେଲେ ଦେଶର ସାମଗ୍ରିକ କିପରି ସମ୍ଭବ ହୋଇପାରିବ? ଏହି ଯକ୍ଷପ୍ରଶ୍ନ ଆମ ଆଗରେ ଆସି ନିରନ୍ତର ଠିଆ ହେଉଥିବା ସତ୍ତ୍ବେ ଏହାକୁ ଅଣଦେଖା କରିବା ଅତ୍ୟନ୍ତ ଚିନ୍ତାର ବିଷୟ । ଏବିଷୟରେ କେବଳ ସରକାରଙ୍କ ସମାଲୋଚନା ଭିତରେ ଆମେ ସୀମିତ ନରହି, ଯଥାସମ୍ଭବ ସମାଜର ପ୍ରତ୍ୟେକ ସ୍ତରରୁ ଏଥିପାଇଁ ସାର୍ଥକ ପରାମର୍ଶ ମଧ୍ୟ ଦିଆଯିବା ଆବଶ୍ୟକ । ଶିକ୍ଷା ଓ ସ୍ବାସ୍ଥ୍ୟସେବାରେ ଉନ୍ନତି ବର୍ତ୍ତମାନ ସମଗ୍ର ଦେଶପାଇଁ ଏକ ବଡ଼ ଆହ୍ୱାନ ହୋଇ ରହିଛି, ଯାହାକି ଆମ ଭାରତ ପରି ପ୍ରଜାତାନ୍ତ୍ରିକ ବ୍ୟବସ୍ଥାରେ ନିର୍ବାଚିତ ସରକାରଙ୍କ ଦୃଷ୍ଟିରୁ ଏକ ପ୍ରାଥମିକତା ସୂଚୀରେ ରହିବା ଉଚିତ । ଦୁର୍ଭାଗ୍ୟକୁ ଆମ ନିର୍ବାଚିତ ସରକାର ଏଭଳି ଦାୟିତ୍ଵ ନିର୍ବାହ କରିବା ପରିବର୍ତ୍ତେ ଶିକ୍ଷା ଓ ସ୍ବାସ୍ଥ୍ୟସେବାକୁ ଘରୋଇ ହାତରେ ଟେକିଦେଇ ନିଶ୍ଚିନ୍ତ ହୋଇ ବସିଛନ୍ତି ।‌ ଏହାଦ୍ବାରା ଆମ ଭାରତରେ ବିଶାଳ ଜନସଂଖ୍ୟାର ପରିପ୍ରେକ୍ଷୀରେ ଏହି ସ୍ବାସ୍ଥ୍ୟସେବାକୁ ଅତ୍ୟନ୍ତ ଲାଭଜନକ ବ୍ୟବସାୟ ରୂପେ ଦେଖାଯାଉଛି ଓ ବିଶେଷକରି କିଛି ବିଦେଶୀ ଓ ଦେଶୀ ପୁଞ୍ଜିପତି ଏହା ଉପରେ ସେମାନଙ୍କ ଗୃଦ୍ଧଦୃଷ୍ଟି ନିବିଦ୍ଧ କରି ରଖିଛନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଦେଶର ବିଭିନ୍ନ ମେଟ୍ରୋପଲିଟାନ ସିଟି ସହିତ ଆମ ରାଜଧାନୀ ଭୁବନେଶ୍ବରରେ ନିରନ୍ତର ଭାବେ ନୂଆଁ ନୂଆଁ କର୍ପୋରେଟ ହସ୍ପିଟାଲ ନିର୍ମାଣ ଜାରି ରହିଛି। ସେମାନଙ୍କୁ ନିଜ ବ୍ୟାପାର ପାଇଁ ବହୁ ପରିମାଣରେ ରୋଗୀ ଦରକାର, ଏଥିପାଇଁ ବ୍ୟାପାର (ରୋଗୀ) ଯୋଗାଇ ଦେବାକୁ ଦଲାଲମାନଙ୍କ ଦୌରାତ୍ମ୍ଯ ବୃଦ୍ଧି ପାଉଛି ଓ ଏହାର ଶିକାର ହେଉଛନ୍ତି ଆମ ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀମାନେ। ପ୍ରକୃତରେ ନିରୀହ ରୋଗୀ ଏଭଳି ଦଲାଲଙ୍କ ଦ୍ବାରା ସହଜ ଶିକାର ହେଉଛନ୍ତି, କାରଣ ତାଙ୍କୁ ସରକାରୀ ଡାକ୍ତରଖାନାରୁ ଅପେକ୍ଷାକୃତ ଉଚିତ ଚିକିତ୍ସା ମିଳି ପାରୁନାହିଁ। ବେଳେ ବେଳେ ‘ଲାଜରେ ଆମ ମଥା ନଇଁ ଯାଉଛି’ କାରଣ ସେଠାରେ ଚିକିତ୍ସା କରୁଥିବା ସରକାରୀ ଡାକ୍ତର ଏଥିପାଇଁ ନିଜେ ଦଲାଲ ସାଜେ ।

ଆମ ଭାରତୀୟ ଗ୍ରାମୀଣ ବ୍ୟବସ୍ଥାରେ ପଞ୍ଚାୟତ ହେଉଛି ଏକ ମାନକ ଏକକ (ୟୁନିଟ), ଏଣୁ ପ୍ରତି ପଞ୍ଚାୟତରେ ଏକ ମାନକ ସ୍ବାସ୍ଥ୍ୟସେବା କେନ୍ଦ୍ର ଉପଲବ୍ଧ କରାଇବାକୁ ପଡ଼ିବ । ଅତ୍ୟନ୍ତ ପକ୍ଷେ ପ୍ରତ୍ୟେକ ପଞ୍ଚାୟତରେ ଏକ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (ପିଏଚସି) ଟିଏ ରହିବା ଉଚିତ। ଏଣୁ କେବଳ ପରାମର୍ଶରେ ସୀମିତ ନରହି ଏହାର ଆର୍ଥିକ ପକ୍ଷ ଉପରେ ବିବେଚନା କଲେ ଜଣାପଡେ କି ଗୋଟିଏ ପିଏଚସିରେ ଡାକ୍ତର, ଫାର୍ମାସିଷ୍ଟ, ନର୍ସ ଡ୍ରେସର, ପିଅନ ଓ ଜଗୁଆଳିଙ୍କ ଦରମା ସହିତ ଜରୁରୀ ଅନ୍ୟାନ୍ୟ ବସ୍ତୁ ଯଥା ରକ୍ତସଂଗ୍ରହ, ସାଲାଇନ, ଔଷଧ, ସାପ/କୁକୁର/ମାଙ୍କଡ କାମୁଡା ଇଂଜେକ୍ସନ ଇତ୍ୟାଦି ପାଇଁ ମାସିକ ହାରାହାରି ତିନି ଲକ୍ଷ ଟଙ୍କା ହିସାବରେ ବାରମାସ (ବାର୍ଷିକ) ଛତିଶ ଲକ୍ଷ ଟଙ୍କା ଖର୍ଚ୍ଚ ହେବ, ଯାହାକି ଗୋଟିଏ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଖର୍ଚ୍ଚ ସହିତ ପ୍ରାୟତଃ ସମାନ। ଗୋଟିଏ ପଞ୍ଚାୟତରେ ହାରାହାରି ତିନିରୁ ଚାରିଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୋଟିଏ ଉଚ୍ଚ ବିଦ୍ୟାଳୟ ସରକାର ଚଳାଇ ପାରୁଛନ୍ତି ।‌ ତାହେଲେ ଗୋଟିଏ ପିଏଚସି ଡାକ୍ତରଖାନା ଚଳିବା କାହିଁକି ସମ୍ଭବ ନୁହେଁ? ଏହାଦ୍ବାରା ଓଡ଼ିଶାରେ ପରିଚାଳିତ ପନ୍ଦରଟା ମେଡିକାଲ କଲେଜରୁ ବାହାରୁଥିବା ମେଡିକାଲ ଛାତ୍ରଛାତ୍ରୀମାନେ ଶୀଘ୍ର ନିଯୁକ୍ତି ପାଇ ପାରିବେ ଓ ଗାଁର ଲୋକେ ସ୍ବାସ୍ଥ୍ୟସେବା ମଧ୍ୟ ପାଇପାରିବେ। ଏଭଳି ନିଯୁକ୍ତି ଦେବା ଦାୟିତ୍ବ ନିଶ୍ଚିତ ରୂପେ ରାଜ୍ୟ ସରକାରଙ୍କ ରହିଛି। ଏକ ଆକଳନ ଅନୁସାରେ ହାରାହାରି ଓଡ଼ିଶାର ୬୫୦୦ ପଞ୍ଚାୟତ ପାଇଁ ପ୍ରାୟ ୨୨୦୦ କୋଟିଟଙ୍କା ବାର୍ଷିକ ଖର୍ଚ୍ଚ ଲାଗିବ । ଏହାର ଅନ୍ୟାନ୍ୟ ଲାଭ ମଧ୍ୟରୁ ଏକ ବଡଲାଭ ହେକ କି ବଡ଼ ଡାକ୍ତରଖାନା ଗୁଡିକରୁ ଚାପ ହ୍ରାସ ପାଈବା ସହିତ ଗ୍ରାମୀଣ ଜନସାଧାରଣଙ୍କୁ ଅଯଥା ଯାତାୟତ ଖର୍ଚ୍ଚ, ନକଲି ଡାକ୍ତର ଓ ଅନ୍ଧବିଶ୍ୱାସ ଆଦିରୁ ମୁକ୍ତି ମିଳିଯିବ ।‌ ପୁଣି ପଞ୍ଚାୟତ ସ୍ତରରେ ପିଏଚସି ଭଳି ଏକ ଚିକିତ୍ସା ଅନୁଷ୍ଠାନ କାର୍ଯ୍ୟକାରୀ ହେଲେ ସେଥିରେ କିଛି ସ୍ଥାନୀୟ ଲୋକେ ସରକାରୀ ନିଯୁକ୍ତି ପାଇପାରିବେ।‌ ଏତଦବ୍ୟତୀତ ଉକ୍ତ କେନ୍ଦ୍ର ସହିତ ଆନୁଷଙ୍ଗିକ ସେବା ଯୋଗାଇ ଦେବା ଓ ଅନ୍ୟ ବ୍ୟବସ୍ଥାରେ ମଧ୍ୟ କିଛି ସ୍ଥାନୀୟ ଲୋକଙ୍କୁ ରୋଜଗାର ମିଳିଯିବ, ଯାହାକି ଏଇଥିପାଇଁ ସରକାରଙ୍କ ଖର୍ଚ୍ଚର ଔଚିତ୍ଯ ମଧ୍ୟ ରହିବ ।

—ଶିବ ପ୍ରସାଦ ମେହେର, ସାମ୍ବାଦିକ

Share196Tweet123
M M

M M

  • Trending
  • Comments
  • Latest
ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

February 10, 2025
ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

July 9, 2025
ସମ୍ମାନଜନକ  ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

ସମ୍ମାନଜନକ ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

May 21, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0

ସ୍ବାସ୍ଥ୍ୟସେବାର ବିକେନ୍ଦ୍ରୀକରଣ ଆବଶ୍ୟକ

September 16, 2025
ସୁଭଦ୍ରା ଅଭିଯୋଗ ପୋର୍ଟାଲ ଆରମ୍ଭ

ସୁଭଦ୍ରା ଅଭିଯୋଗ ପୋର୍ଟାଲ ଆରମ୍ଭ

September 15, 2025
ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ ପାଇଁ ରାଜ୍ୟସ୍ତରୀୟ କର୍ମଶାଳା

ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ ପାଇଁ ରାଜ୍ୟସ୍ତରୀୟ କର୍ମଶାଳା

September 15, 2025

Weather

Bhubaneswar
September 16, 2025, 3:27 pm
 

SE
Overcast
27°C
1 m/s
Apparent: 33°C
Pressure: 1007 mb
Humidity: 95%
Winds: 1 m/s SE
Windgusts: 7.2 m/s
UV-Index: 0
Precip.: 7.6mm /93% / Rain
Sunrise: 5:34 am
Sunset: 5:48 pm
© 2025 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • About
  • Contact Us
  • Home 1
  • sitemap

Copyright © 2025 Odisha Newsroom