• Latest
  • Trending
ଟାଟା ଷ୍ଟିଲ୍ କଳିଙ୍ଗନଗରର ଏକ ଦଶନ୍ଧି : ଭାରତର ଆତ୍ମନିର୍ଭରଶୀଳତା ପାଇଁ ଏକ ଦୃଢ଼ ପଦକ୍ଷେପ

ଟାଟା ଷ୍ଟିଲ୍ କଳିଙ୍ଗନଗରର ଏକ ଦଶନ୍ଧି : ଭାରତର ଆତ୍ମନିର୍ଭରଶୀଳତା ପାଇଁ ଏକ ଦୃଢ଼ ପଦକ୍ଷେପ

Nov-18-2025 01:15 PM IST
ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ  ଦେଲି

ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ ଦେଲି

Mar-19-2026 05:04 PM IST
ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

Mar-19-2026 04:10 PM IST
ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

Mar-19-2026 02:55 PM IST
ମୁଁ ସିଧା କହୁଛି, ପ୍ରତିଶୋଧ ନେବା ପାଇଁ ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଛି

ମୁଁ ସିଧା କହୁଛି, ପ୍ରତିଶୋଧ ନେବା ପାଇଁ ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଛି

Mar-19-2026 02:30 PM IST
କ୍ରସ ଭୋଟିଂ ପରେ ବିଜେଡିକୁ ବିଧାୟକ ଦେବୀରଂଜନଙ୍କ ଚ୍ୟାଲେଞ୍ଜ

କ୍ରସ ଭୋଟିଂ ପରେ ବିଜେଡିକୁ ବିଧାୟକ ଦେବୀରଂଜନଙ୍କ ଚ୍ୟାଲେଞ୍ଜ

Mar-19-2026 01:29 PM IST
https://odisha.newsroom.in/

ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ

Mar-18-2026 04:14 PM IST
https://odisha.newsroom.in/

କଟକ ବଡ ମେଡିକାଲ ନିଆଁକୁ ନେଇ ବିଧାନସଭାରେ ପ୍ରବଳ ହଟ୍ଟଗୋଳ

Mar-18-2026 03:22 PM IST
କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

Mar-17-2026 05:13 PM IST
ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

Mar-16-2026 11:47 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Mar-16-2026 11:40 AM IST
  • About
  • Careers
  • Contact Us
Thursday, March 19, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ଟାଟା ଷ୍ଟିଲ୍ କଳିଙ୍ଗନଗରର ଏକ ଦଶନ୍ଧି : ଭାରତର ଆତ୍ମନିର୍ଭରଶୀଳତା ପାଇଁ ଏକ ଦୃଢ଼ ପଦକ୍ଷେପ

୨୦୧୫ ନଭେମ୍ବର ୧୮ ରେ ଆରମ୍ଭ କରିଥିଲା ଉତ୍ପାଦନ

by M M
Nov-18-2025 01:15 PM IST
in ଦେଶ ବିଦେଶ, ବିଶେଷ
0
ଟାଟା ଷ୍ଟିଲ୍ କଳିଙ୍ଗନଗରର ଏକ ଦଶନ୍ଧି : ଭାରତର ଆତ୍ମନିର୍ଭରଶୀଳତା ପାଇଁ ଏକ ଦୃଢ଼ ପଦକ୍ଷେପ
494
SHARES
1.4k
VIEWS
Share on FacebookShare on Twitter

 

ଭୁବନେଶ୍ଵର : ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସକେ) ଉତ୍ପାଦନ ଆରମ୍ଭ କରିବାର ଏକ ଦଶନ୍ଧି ପୂରଣ କରିଛି । ଯାହା ରାଜ୍ୟର  ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ଆଣିବା ସହିତ ଏବଂ ସ୍ଥାନୀୟ ଅଞ୍ଚଳର ବିକାଶ କ୍ଷେତ୍ରରେ ସହଯୋଗ କରିଚାଲିଛି । ୨୦୧୫ ନଭେମ୍ବର ୧୮ରୁ ଉତ୍ପାଦନ ଆରମ୍ଭ କରିଥିବା କଳିଙ୍ଗନଗର ପ୍ଳାଣ୍ଟ କେବଳ ଷ୍ଟିଲ୍ ଉତ୍ପାଦନ କ୍ଷେତ୍ରରେ ଏକ ଶିଳ୍ପଶକ୍ତି ଭାବରେ ପରିଣତ ହୋଇନାହିଁ, ବରଂ ଏହାର ଚତୁଃପାର୍ଶ୍ୱରେ ଥିବା ଲୋକମାନଙ୍କ ବିକାଶରେ ଭାଗୀଦାରୀ ସାଜିବା ସହିତ ପରିଚାଳନା ଦକ୍ଷତା, ପ୍ରଯୁକ୍ତିଗତ ଅଗ୍ରଗତି, ନିରାପତ୍ତା ଏବଂ ଦୀର୍ଘସ୍ଥାୟୀ ଅଭ୍ୟାସ କ୍ଷେତ୍ରରେ ଉନ୍ନତି ଆଣିପାରିଛି।

ଟିଏସକେ ବାର୍ଷିକ ଉତ୍ପାଦନ କ୍ଷମତା ୩ ନିୟୁତ ଟନ୍ (ଏମଟିପିଏ) ରୁ ଆରମ୍ଭକରି, ବର୍ତ୍ତମାନ ୮ ଏମଟିପିଏକୁ ବୃଦ୍ଧି ପାଇଛି । ଏଥି ପାଇଁ କମ୍ପାନୀ ୫୦,୦୦୦ କୋଟିରୁ ଅଧିକ ପୁଞ୍ଜି ନିବେଶ କରିଛି । ଯାହା ଟାଟା ଷ୍ଟିଲର ଇତିହାସରେ ସବୁଠାରୁ ବଡ଼ ସମ୍ପ୍ରସାରଣ । ଏହି ପ୍ଳାଣ୍ଟର ବିଶେଷତ୍ଵ ମଧ୍ୟରେ ରହିଛି ଦେଶର ସର୍ବବୃହତ ବ୍ଲାଷ୍ଟ ଫର୍ଣ୍ଣେସର କାର୍ଯ୍ୟକ୍ଷମ କରିବା । ବର୍ତ୍ତମାନ, କଳିଙ୍ଗନଗର ପ୍ଳାଣ୍ଟ ଉଚ୍ଚ-ଗୁଣବତ୍ତାର ୧୦୦ରୁ ଅଧିକ ଗ୍ରେଡ ଷ୍ଟିଲ୍ ଉତ୍ପାଦନ କରି ଆତ୍ମନିର୍ଭର ଭାରତ ଅଭିଯାନରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଯାହା ଦେଶର ଆମଦାନୀ ନିର୍ଭରତାକୁ ବିଶେଷ ଭାବରେ ହ୍ରାସ କରିଛି।

ଟାଟା ଷ୍ଟିଲର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଟି ଭି ନରେନ୍ଦ୍ରନ୍ କହିଛନ୍ତି: “ଟାଟା ଷ୍ଟିଲ କଳିଙ୍ଗ ନଗର ଆମ ସମସ୍ତଙ୍କ ହୃଦୟରେ ଏକ ବିଶେଷ ସ୍ଥାନ ଅଧିକାର କରିଛି। ଏହା ଏକ ନୂତନ ଯୁଗର ପ୍ରତୀକ  । ଯେଉଁଠାରେ ଆମେ ଶତାବ୍ଦୀର ଅଭିଜ୍ଞତାକୁ ଭବିଷ୍ୟତ ଦୃଷ୍ଟିକୋଣ ସହିତ ଯୋଡ଼ି, ଭାରତୀୟ ନିର୍ମାଣ କ୍ଷେତ୍ର ପାଇଁ ଏକ ବ୍ଲୁ ପ୍ରିଣ୍ଟ ସୃଷ୍ଟି କରିଛୁ। କଳିଙ୍ଗ ନଗର ଆମର ସହନଶୀଳତା, ଦଳଗତ କାର୍ଯ୍ୟ, ଏବଂ ଆମ ବିଶ୍ୱାସକୁ ପରୀକ୍ଷା କରିଛି। ପ୍ରତ୍ୟେକ ସମୟରେ ଆମ କର୍ମଚାରୀମାନେ ନିଜ ନିଜ ଦାୟିତ୍ୱ କୁ ସଠିକ ଭାବେ ପ୍ରତିପାଦାନ କରିଆସିଛନ୍ତି । ଗତ ଦଶ ବର୍ଷ ମଧ୍ୟରେ, କଳିଙ୍ଗନଗର ପ୍ରମାଣ କରିଦେଇଛି ଯେ, ଅଭିବୃଦ୍ଧି, ଜ୍ଞାନକୌଶଳ ଏବଂ ଦୀର୍ଘସ୍ଥାୟୀତା ଏକ ସମନ୍ୱୟରେ ଚାଲି ସ୍ଥାୟୀ ମୂଲ୍ୟ ସୃଷ୍ଟି କରିପାରେ। ଆଜି, ଆମେ ଏହି ୧୦ ବର୍ଷର ପୂରଣ କରୁଥିବାବେଳେ, ମୁଁ ଏହି ଯାତ୍ରାର ଅଂଶ ହୋଇଥିବା ଆମ କର୍ମଚାରୀ, ଯୋଗାଣକାରୀ, ବ୍ୟବସାୟ ସହଯୋଗୀ, ସ୍ଥାନୀୟ ଅଧିବାସୀ ଏବଂ ଓଡିଶା ସରକାରଙ୍କୁ ଅଟଳ ସହଯୋଗ ଆମର ଦୃଷ୍ଟିକୋଣ ଉପରେ ବିଶ୍ୱାସ ରଖିଥିବାରୁ ହୃଦୟରୁ କୃତଜ୍ଞତା ଜଣାଉଛି।”

ଟାଟା ଷ୍ଟିଲର ଇତିହାସରେ କଳିଙ୍ଗନଗର ପ୍ଳାଣ୍ଟ ଏକ ସ୍ୱତନ୍ତ୍ରସ୍ଥାନ ଅଧିକାର କରିଛି। ଅନେକ ବର୍ଷ ଧରି, ଓଡିଶାର ପ୍ରଚୁର ଖଣିଜ ସମ୍ପଦ ମୁଖ୍ୟତଃ ଜାମସେଦପୁର କାରଖାନା ପାଇଁ କଞ୍ଚାମାଲ ଉତ୍ସ ଭାବରେ କାର୍ଯ୍ୟ କରୁଥିଲା। ଓଡ଼ିଶାରେ ପ୍ରତ୍ୟକ୍ଷ ଭାବରେ ବୃହତ୍ ପରିମାଣର ଇସ୍ପାତ ଉତ୍ପାଦନ ଆରମ୍ଭ କରି ଟାଟା ଷ୍ଟିଲ କଳିଙ୍ଗନଗର ଏହି ଗତିଶୀଳତାକୁ ମୂଳତଃ ପରିବର୍ତ୍ତନ କରିଛି। ଗତ ୧୦ ବର୍ଷ ମଧ୍ୟରେ ୧,୦୦,୦୦୦ କୋଟିରୁ ଅଧିକ ପୁଞ୍ଜି ବିନିଯୋଗ ସହିତ ସମଗ୍ର ବିଶ୍ବରେ ଏହାର ଥିବା କାର୍ଯ୍ୟସ୍ଥଳ ମଧ୍ୟରେ ଟାଟା ଷ୍ଟିଲ ପାଇଁ ଓଡିଶା ସର୍ବବୃହତ ପୁଞ୍ଜି ବିନିଯୋଗସ୍ଥଳୀ ଭାବରେ ପସନ୍ଦର ସ୍ଥାନ ହୋଇପାରିଛି। ନିକଟରେ ରାଜ୍ୟର ଅନ୍ୟତମ ଷ୍ଟାର ନିଯୁକ୍ତିଦାତା ଭାବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଟାଟାଷ୍ଟିଲକୁ ସମ୍ମାନିତ କରିଥିଲେ । ଡିଜିଟାଲ ଏବଂ ସ୍ମାର୍ଟ ମ୍ୟାନୁଫ୍ୟାକ୍ଚରିଂରେ ଟାଟା ଷ୍ଟିଲ୍ କଳିଙ୍ଗ ନଗରରର ନେତୃତ୍ୱ ଏହାକୁ ୱାର୍ଲ୍ଡ ଇକୋନୋମିକ ଫୋରମରେ ବିଶ୍ୱସ୍ତରୀୟ ସ୍ୱୀକୃତି ଦେଇଛି । ଏହା ଭାରତର ପ୍ରଥମ ମ୍ୟାନୁଫ୍ୟାକ୍ଚରିଂ ପ୍ଲାଣ୍ଟ (ଏବଂ ବିଶ୍ୱରେ ଦ୍ୱିତୀୟ) ଭାବରେ ଏକ ‘ଆଡଭାନ୍ସଡ୍ ୪ର୍ଥ ଇଣ୍ଡଷ୍ଟ୍ରିଆଲ୍ ରିଭୋଲ୍ୟୁସନ୍ ଲାଇଟ ହାଉସ୍’ ଭାବରେ ମାନ୍ୟତା ପାଇଛି।

ଦୀର୍ଘସ୍ଥାୟୀ ଅଭିବୃଦ୍ଧି ହେଉଛି ଟିଏସକେର ଦର୍ଶନର ମୂଳଭିତ୍ତି । ଏହି କାରଖାନା ଦକ୍ଷ ସପ୍ଲାଇ ଚେନ୍ ପରିଚାଳନା ଏବଂ କାର୍ବନ୍ ନିର୍ଗମନକୁ କମ କରି ଏହାର ପରିବେଶଗତ ପ୍ରଭାବକୁ କମ କରିଥାଏ। ପ୍ଳାଣ୍ଟର ୩୩% ଅଞ୍ଚଳ ସବୁଜିମା ପାଇଁ ଉତ୍ସର୍ଗୀକୃତ। ଟିଏସକେ ଶୂନ୍ୟ ଅଶୋଧିତ ବର୍ଜ୍ୟ ନିର୍ଗମନ (ଜେଡ଼ଇଡି) ସ୍ଥଳୀ ଭାବରେ ମଧ୍ୟ କାର୍ଯ୍ୟ କରେ ଏବଂ ପରିବେଶ ପରିଚାଳନା ପ୍ରତି ଏହାର ପ୍ରତିବଦ୍ଧତାକୁ ଗୁରୁତ୍ୱ ଦେଇ ୧୦୦% କଠିନ ବର୍ଜ୍ୟବସ୍ତୁର ପୁନଃ ବ୍ୟବହାର କରିଥାଏ । ୨୦୨୪ ରେ, ଟିଏସକେ ମାନ୍ୟତାପ୍ରାପ୍ତ ରେସ୍ପନ୍ସିବଲ ଷ୍ଟିଲ ମାନ୍ୟତା ହାସଲ କରିଛି, ଯାହା ନୈତିକ ଉତ୍ସ ଏବଂ ଦାୟିତ୍ୱପୂର୍ଣ୍ଣ ଉତ୍ପାଦନ ଅଭ୍ୟାସ ପ୍ରତି ଏହାର ପ୍ରତିବଦ୍ଧତାକୁ ପ୍ରଦର୍ଶନ କରିଥାଏ।

ଟିଏସକେ ଏକ ବିବିଧ ଏବଂ ଅନ୍ତର୍ଭୂକ୍ତୀ କାର୍ଯ୍ୟସ୍ଥଳୀ ଗଠନରେ ମଧ୍ୟ ଅଗ୍ରଣୀ ଭୂମିକା ନିର୍ବାହ କରୁଛି। ଏହି ପ୍ଳାଣ୍ଟ ରେ  ୩୦% କର୍ମଚାରୀ ମହିଳା, ଦିବ୍ୟାଙ୍ଗ ବ୍ୟକ୍ତି, ଏଲଜିବିଟିକ୍ୟୁ+ ବ୍ୟକ୍ତିବିଶେଷ, ଏବଂ ଅନୁସୂଚିତ ଜାତି ଓ ଜନଜାତିର ସଦସ୍ୟମାନଙ୍କୁ ସାମିଲ କରାଯାଇଛି।

ଟି‌ଏସ୍‌କେର ଏହାର ଶିଳ୍ପ କାର୍ଯ୍ୟଠାରୁ ଆରମ୍ଭ କରି ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ସକରାତ୍ମକ ପ୍ରଭାବ ପକାଇଛି। ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ମାଧ୍ୟମରେ ଏକାଧିକ ଲୋକ ହିତକର କାର୍ଯ୍ୟ ହାତକୁ ନିଆଯାଇଛି । ସେଗୁଡିକ ମଧ୍ୟରେ ଲୋୟୋଲା ସ୍କୁଲ୍ ପରି ଅନୁଷ୍ଠାନ ମାଧ୍ୟମରେ ଗୁଣାତ୍ମକ ଶିକ୍ଷାପ୍ରଦାନ ଏବଂ ୧୦୦ ଶଯ୍ୟା ବିଶିଷ୍ଟ ମଲ୍ଟି ସ୍ପେସିଆଲିଟି ଟାଟା ଷ୍ଟିଲ୍ ମେଡିକାଲ ହସ୍ପିଟାଲରେ ଉନ୍ନତ ଚିକିତ୍ସା ସେବା ଆଦି ପ୍ରଦାନ କରାଯାଉଛି । ଟିଏସକେ ସ୍ଥାନୀୟ ସଶକ୍ତିକରଣ ପଦକ୍ଷେପକୁ ମଧ୍ୟ ସମର୍ଥନ କରେ, ଯେପରିକି ନବଜୀବନ କୋଅପରେଟିଭ୍ ଲିମିଟେଡ୍, ଯାହା କଳିଙ୍ଗ ନଗରର ମହିଳା କାରିଗରମାନଙ୍କର ଏକ ସ୍ୱୟଂ ସହାୟକ ଗୋଷ୍ଠୀ ଅଟେ । ଏହା ଦ୍ଵାରା ଅନେକ ମହିଳାଙ୍କୁ ସ୍ଥାୟୀ ଜୀବିକା ମିଳିପାରିଛି। କମ୍ପାନୀ ଶିକ୍ଷା, ସ୍ୱାସ୍ଥ୍ୟ ସେବା, ଜୀବିକା, ଦକ୍ଷତା ବିକାଶ ଏବଂ ମହିଳା ସଶକ୍ତିକରଣ ଦ୍ଵାରା ଗତ ୧୦ ବର୍ଷରେ ମଧ୍ୟରେ କଳିଙ୍ଗ ନଗରର ମୋଟ ୧୪ ଲକ୍ଷରୁ ଅଧିକ ଲୋକଙ୍କ ଜୀବନକୁ ସକରାତ୍ମକ ଭାବରେ ପ୍ରଭାବିତ କରିପାରିଛି ।

ଟାଟା ଷ୍ଟିଲ୍ କଳିଙ୍ଗନଗର ଭବିଷ୍ୟତ ପାଇଁ ଆହୁରି ବଡ଼ ସମ୍ଭାବନା ନେଇ ଆସୁଛି। କାରଣ ଆଗାମୀ ଦିନରେ ଏହାର ବାର୍ଷିକ ଉତ୍ପାଦନ କ୍ଷମତା ୧୬ ନିୟୁତ ଟନ୍ (ଏମଟିପିଏ) କମ୍ପ୍ଲେକ୍ସ ହେବାକୁ ଯାଉଛି- ନିରନ୍ତର ନବସୃଜନ, ଅଭିବୃଦ୍ଧି, ଏବଂ ଅସଂଖ୍ୟ ବ୍ୟକ୍ତିଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ପ୍ରୟାସ ଜାରି ରଖିଛି।

Share198Tweet124
M M

M M

ଆଜିର ପାଗ

Bhubaneswar
March 19, 2026, 5:16 PM
 

E
Thunderstorm with light hail
27°C
0.1 m/s
Apparent: 29°C
Pressure: 1011 mb
Humidity: 92%
Winds: 0.1 m/s E
Windgusts: 5.8 m/s
UV-Index: 0
Precip.: 5.1mm /28% / Rain
Sunrise: 5:51 AM
Sunset: 5:57 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ  ଦେଲି

ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ ଦେଲି

March 19, 2026
ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

March 19, 2026
ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

March 19, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom