• Latest
  • Trending
ମେକ୍ସିକୋରେ ଦୁଃଖଦ ଘଟଣା: ପାରିବାରିକ ଉତ୍ସବରେ ଅଗ୍ନିକାଣ୍ଡ, ୨୩ ମୃତ

ମେକ୍ସିକୋରେ ଦୁଃଖଦ ଘଟଣା: ପାରିବାରିକ ଉତ୍ସବରେ ଅଗ୍ନିକାଣ୍ଡ, ୨୩ ମୃତ

Nov-02-2025 05:14 PM IST
odisha.newsroom.in

ଓଡିଶାକୁ ଝଡ଼ବର୍ଷା ଚେତାବନୀ, ୭ ଦିନ ଯାଏଁ ଏହି ଜିଲ୍ଲାରେ ଛେଚିବ

Mar-28-2026 06:17 PM IST
odisha.newsroom.in

ଆପଣଙ୍କ ଘରେ ଟିକେ ଟିକେ କଥାରେ ଝଗଡ଼ା ହେଉଛି କି, ମାନନ୍ତୁ ଏହି ବାସ୍ତୁ ନିୟମ…

Mar-28-2026 05:54 PM IST
ଇରାନକୁ ମିଳିଲା ରୁଷିଆର ‘ବ୍ରହ୍ମାସ୍ତ୍ର’ 

ଇରାନକୁ ମିଳିଲା ରୁଷିଆର ‘ବ୍ରହ୍ମାସ୍ତ୍ର’ 

Mar-28-2026 04:26 PM IST
ପାଣ୍ଡିଆନ ଦମ୍ପତିଙ୍କ ବିରୋଧରେ ସବୁ କହିଦେଲେ…

ପାଣ୍ଡିଆନ ଦମ୍ପତିଙ୍କ ବିରୋଧରେ ସବୁ କହିଦେଲେ…

Mar-28-2026 04:23 PM IST
odisha.newsroom.in

ଯୁଦ୍ଧ ପ୍ରଭାବିତ ଅଂଚଳରେ ବିମାନ ଉଡ଼ାଇବାକୁ ମନା କରୁଛନ୍ତି ପାଇଲଟ

Mar-28-2026 04:07 PM IST
odisha.newsroom.in

ବୁକିଂର ମାସେ ପରେ ବି ଭୁବନେଶ୍ୱରରେ ମିଳୁନି ଗ୍ୟାସ, ଠେଲା ଦୋକାନ ବନ୍ଦ…ବିଭିନ୍ନ ସ୍ଥାନରେ ହଂଗାମା, ରାସ୍ତାରୋକ

Mar-28-2026 03:02 PM IST
odisha.newsroom.in

କାମ କଲାନି ଇଂଜିନ, ଦିଲ୍ଲୀ ଏୟାରପୋର୍ଟରେ ଇଣ୍ଡିଗୋର ଜରୁରୀ ଅବତରଣ

Mar-28-2026 12:34 PM IST
odisha.newsroom.in

ସମଦୂରତା ଫର୍ମୁଲାକୁ ବାଏ..ବାଏ, କମୁଛି କଂଗ୍ରେସ-ବିଜେଡି ଦୂରତା

Mar-28-2026 12:13 PM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-28-2026 12:06 PM IST
odisha.newsroom.in

ଗ୍ୟାସ ମିଳୁନି, ଗାଁକୁ ଫେରୁଥିବା ଶହ ଶହ ଓଡ଼ିଆ ଶ୍ରମିକ କରିବେ କଣ ?

Mar-28-2026 11:34 AM IST
  • About
  • Careers
  • Contact Us
Sunday, March 29, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ମେକ୍ସିକୋରେ ଦୁଃଖଦ ଘଟଣା: ପାରିବାରିକ ଉତ୍ସବରେ ଅଗ୍ନିକାଣ୍ଡ, ୨୩ ମୃତ

by M M
Nov-02-2025 05:14 PM IST
in ଦେଶ ବିଦେଶ
0
ମେକ୍ସିକୋରେ ଦୁଃଖଦ ଘଟଣା: ପାରିବାରିକ ଉତ୍ସବରେ ଅଗ୍ନିକାଣ୍ଡ, ୨୩ ମୃତ
491
SHARES
1.4k
VIEWS
Share on FacebookShare on Twitter

ମେକ୍ସିକୋ ସିଟି: ଉତ୍ତର-ପଶ୍ଚିମ ମେକ୍ସିକୋରେ ପାଳିତ ହେଉଥିବା ପିତୃପୁରୁଷଙ୍କ ପାଇଁ ଉତ୍ସବ ଶେଷରେ ଗଭୀର ଦୁଃଖ ଆଣିଛି । କିଛି ପରିବାର ନିଜ ପୂର୍ବପୁରୁଷଙ୍କ  ପାଇଁ ଉତ୍ସବ ପାଳୁଥିବା ବେଳେ  ଡିସକାଉଣ୍ଟ ଷ୍ଟୋର୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ୨୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି।ମୃତକଙ୍କ ମଧ୍ୟରେ ମହିଳା ଏବଂ ଶିଶୁ ରହିଛନ୍ତି ।   ‘ଡେ ଅଫ୍ ଦ ଡେଡ୍’ (Day of the Dead) ଉତ୍ସବ ବେଳେ ଏହି ଦୁର୍ଘଟଣା ଘଟିଛି ।  ପରିବାରବର୍ଗ ମୃତ ପ୍ରିୟଜନମାନଙ୍କୁ ସ୍ମରଣ କରି ହସଖୁସିରେ ଉତ୍ସବ ପାଳନ କରୁଥିବା ବେଳେ କୈାଣସି କାରଣରୁ ନିଆଁ ଲାଗି ଭୟଙ୍କର ବେଗରେ ବ୍ୟାପିଥିଲା । ସୋନୋରା ରାଜ୍ୟର ଗଭର୍ଣ୍ଣର ଆଲଫୋନ୍ସୋ ଡୁରାଜୋ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ସେ ଏହି ଦୁର୍ଘଟଣାର କାରଣ ସ୍ପଷ୍ଟ କରିବା ପାଇଁ ଏକ ନିରପେକ୍ଷ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ଶିଶୁମାନେ ସାମିଲ ଅଛନ୍ତି। ରାଷ୍ଟ୍ରପତି କ୍ଲାଉଡିଆ ଶେନବମ୍ ସୋସିଆଲ ମିଡିଆରେ ପୋଷ୍ଟ କରି ଶୋକ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, “ଯେଉଁମାନେ ଜୀବନ ହରାଇଛନ୍ତି ସେମାନଙ୍କ ପରିବାର ଓ ପ୍ରିୟଜନଙ୍କ ପ୍ରତି ମୋର ହୃଦୟରୁ ସମବେଦନା।” ଆହତଙ୍କ ପରିବାରବର୍ଗ ଓ ଆହତମାନଙ୍କୁ ସହାୟତା କରିବା ପାଇଁ ସେ ସହାୟତା ଟିମ୍ ପଠାଇଥିଲେ ।

ସୋନୋରା ରେଡ୍ କ୍ରସ୍‌ ପକ୍ଷରୁ ସୂଚନା ଦିଆଯାଇଛି ଯେ, ତାଙ୍କର ୪୦ ଜଣ କର୍ମଚାରୀ ଏବଂ ୧୦ଟି ଆମ୍ବୁଲାନ୍ସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ

ନିଆଁକୁ ଆୟତ୍ତ କରାଯାଇଥିଲେ ମଧ୍ୟ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। କିଛି ଗଣମାଧ୍ୟମ ରିପୋର୍ଟରେ ଏହାର କାରଣ ବିଦ୍ୟୁତ୍ ତ୍ରୁଟି (Electrical Failure) ହୋଇଥାଇପାରେ ବୋଲି ଅନୁମାନ କରାଯାଇଛି। ସହରର ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ ‘Waldo’s’ ନାମକ ଲୋକପ୍ରିୟ ଡିସକାଉଣ୍ଟ ଚେନ୍‌ର ଏହି ଷ୍ଟୋର୍‌ଟି କୌଣସି ଆକ୍ରମଣର ଶିକାର ହୋଇନାହିଁ। ସହରର ଅଗ୍ନିଶମ ମୁଖ୍ୟ କହିଛନ୍ତି ଯେ ସେଠାରେ କୌଣସି ବିସ୍ଫୋରଣ ହୋଇଥିଲା କି ନାହିଁ, ତାହାର ତଦନ୍ତ ଚାଲିଛି।

Share196Tweet123
M M

M M

ଆଜିର ପାଗ

Bhubaneswar
March 29, 2026, 2:34 AM
 

SSE
Overcast
27°C
1.9 m/s
Apparent: 31°C
Pressure: 1006 mb
Humidity: 84%
Winds: 1.9 m/s SSE
Windgusts: 8.9 m/s
UV-Index: 0
Precip.: 0mm /5% / Rain
Sunrise: 5:42 AM
Sunset: 5:59 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom