• Latest
  • Trending
କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ଜରୁରୀ

କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ଜରୁରୀ

Mar-05-2025 03:44 AM IST
ଆଜି କେମିତି କଟିବ ଆପଣଙ୍କ ଦିନ? କ’ଣ କହୁଛି ଆପଣଙ୍କ ରାଶିଫଳ? ଜାଣନ୍ତୁ…

ଆଜି କେମିତି କଟିବ ଆପଣଙ୍କ ଦିନ? କ’ଣ କହୁଛି ଆପଣଙ୍କ ରାଶିଫଳ? ଜାଣନ୍ତୁ…

May-13-2026 08:23 AM IST
ପ୍ରତିବର୍ଷ ବାହାର ଦେଶରୁ କେତେ ସୁନା ଆମଦାନି କରେ ଭାରତ? କେଉଁ ଦେଶରୁ ଆସେ ଅଧିକ ସୁନା?

ପ୍ରତିବର୍ଷ ବାହାର ଦେଶରୁ କେତେ ସୁନା ଆମଦାନି କରେ ଭାରତ? କେଉଁ ଦେଶରୁ ଆସେ ଅଧିକ ସୁନା?

May-12-2026 07:35 PM IST
ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ, ଯଥେଷ୍ଟ ମହଜୁଦ ରହିଛି: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ, ଯଥେଷ୍ଟ ମହଜୁଦ ରହିଛି: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

May-12-2026 07:05 PM IST
ପେଟ୍ରୋଲ କାର୍ କୁ ବି କରିପାରିବେ CNG କାର; ଜାଣନ୍ତୁ କେମିତି କରିବେ ଓ କେତେ ଟଙ୍କା ଖର୍ଚ୍ଚ ହେବ?

ପେଟ୍ରୋଲ କାର୍ କୁ ବି କରିପାରିବେ CNG କାର; ଜାଣନ୍ତୁ କେମିତି କରିବେ ଓ କେତେ ଟଙ୍କା ଖର୍ଚ୍ଚ ହେବ?

May-12-2026 06:55 PM IST
NEET UG 2026 ପରୀକ୍ଷା ବାତିଲ, ପେପର ଲିକ୍ ଘଟଣାର ତଦନ୍ତ କରିବ CBI

NEET UG 2026 ପରୀକ୍ଷା ବାତିଲ, ପେପର ଲିକ୍ ଘଟଣାର ତଦନ୍ତ କରିବ CBI

May-12-2026 12:40 PM IST
ତାମିଲନାଡୁ ରାଜନୀତିରେ ଝଡ଼, ବିଜୟଙ୍କୁ ସମର୍ଥନ ଜଣାଇଲା ଏଆଇଏଡିଏମକେ

ତାମିଲନାଡୁ ରାଜନୀତିରେ ଝଡ଼, ବିଜୟଙ୍କୁ ସମର୍ଥନ ଜଣାଇଲା ଏଆଇଏଡିଏମକେ

May-12-2026 12:31 PM IST
୧୮ ତାରିଖରେ ଓଡ଼ିଶା ଆସିବେ ନୀତିନ ନବୀନ

୧୮ ତାରିଖରେ ଓଡ଼ିଶା ଆସିବେ ନୀତିନ ନବୀନ

May-12-2026 12:23 PM IST
ଦ୍ଵିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାଵେ ଶପଥ ନେଲେ ହିମନ୍ତ ବିଶ୍ୱ ଶର୍ମା, ୪ ବିଧାୟକ ବି ନେଲେ ମନ୍ତ୍ରୀ ପଦର ଶପଥ

ଦ୍ଵିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାଵେ ଶପଥ ନେଲେ ହିମନ୍ତ ବିଶ୍ୱ ଶର୍ମା, ୪ ବିଧାୟକ ବି ନେଲେ ମନ୍ତ୍ରୀ ପଦର ଶପଥ

May-12-2026 12:04 PM IST
ମୁଖ୍ୟମନ୍ତ୍ରୀ ହେବା ପରେ ବିଜୟଙ୍କ ବଡ ଆକ୍ସନ, ମଦ ଦୋକାନ ବନ୍ଦ କରିବାକୁ…

ମୁଖ୍ୟମନ୍ତ୍ରୀ ହେବା ପରେ ବିଜୟଙ୍କ ବଡ ଆକ୍ସନ, ମଦ ଦୋକାନ ବନ୍ଦ କରିବାକୁ…

May-12-2026 11:48 AM IST
ମଙ୍ଗଳବାର ଏହି ୬ ରାଶି ପାଇଁ ଅତ୍ୟନ୍ତ ଶୁଭ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ?

ମଙ୍ଗଳବାର ଏହି ୬ ରାଶି ପାଇଁ ଅତ୍ୟନ୍ତ ଶୁଭ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ?

May-12-2026 09:07 AM IST
  • About
  • Careers
  • Contact Us
Wednesday, May 13, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ଜରୁରୀ

by newsroom
Mar-05-2025 03:44 AM IST
in ବଡ଼ ଖବର, ରାଜ୍ୟ, ଶିକ୍ଷା
0
କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ଜରୁରୀ
491
SHARES
1.4k
VIEWS
Share on FacebookShare on Twitter

ନିରାକାରପୁର: ଖୋର୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍ ଅନ୍ତର୍ଗତ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ, ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷାନୁଷ୍ଠାନ ଭାବେ  ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ଦେବା ଉଦ୍ଦେଶ୍ୟରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଛି। କିନ୍ତୁ ଏହାର ସମ୍ପୂର୍ଣ୍ଣ ଉନ୍ନତି ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତଥା ବିଜେପି ସରକାର ନିକଟରେ ରାଜ୍ୟର ବିଭିନ୍ନ  କଲେଜର ବିକାଶ ପାଇଁ ଅନେକ ଘୋଷଣା କରିଛନ୍ତି । ଏହି  ପୂରାତନ କଲେଜର ବିକାଶ ପାଇଁ  ପୂରାତନ  ଛାତ୍ରଛାତ୍ରୀ ତଥା ସ୍ଥାନୀୟ ଅଞ୍ଚଳର ବୁଦ୍ଧୀଜୀବୀମାନେ ଅନେକ ଦିନ ଧରି ପ୍ରୟାସ କରି ଆସୁଛନ୍ତି । ତଥାପି କହିବାକୁ ଗଲେ ଏହି ପୂରାତନ କଲେଜ ବିଭିନ୍ନ କ୍ଷେତ୍ରରେ ସର୍ବାଙ୍ଗୀନ ବିକାଶ ନିହାତି ଆବଶ୍ୟକ କରୁଛି ।

ଏହି ଶିକ୍ଷାନୁଷ୍ଠାନରେ ବାଣିଜ୍ୟ, ବିଜ୍ଞାନ ଏବଂ କଳା ପାଠ୍ୟକ୍ରମରେ ହଜାର ହଜାର ପିଲା ପାଠ ପଢ଼ି ରାଜ୍ୟର ବିକାଶରେ ଯୋଗଦାନ କରିଛନ୍ତି । ତେବେ ଆଗାମୀ ଦିନରେ ଏହି କଲେଜରେ ଇଣ୍ଡିଗ୍ରେଟେଡ଼ ବି. ଏଡ଼ ଶିକ୍ଷା ପାଠ୍ୟକ୍ରମ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଂଚଳବାସୀ ଦାବି କରିଛନ୍ତି ।

କ୍ଷେତ୍ରବାସୀ ମହାବିଦ୍ୟାଳୟକୁ National Excellence Centre ଓ ସ୍ୱୟଂଶାସିତ କରିବା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବା ପାଇଁ ଆଗାମୀ ଦିନରେ ପ୍ରୟାସ କରିବାକୁ ପୂରାତନ ଛାତ୍ରଛାତ୍ରୀମାନଙ୍କ ସହ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିମାନେ ଆଲୋଚନା କରିଛନ୍ତି ।  କଲେଜରେ ବିଭିନ୍ନ ବିଷୟରେ ନୂତନ ପାଠ୍ୟକ୍ରମ ଆରମ୍ଭ କରିବାକୁ ପ୍ରସ୍ତାବ ରଖାଯାଇଛି।

ଏହି ପୂରାତନ କ୍ଷେତ୍ରବାସୀ ଡିଏଭି କଲେଜ ଚାରିପାଖରେ ବିସ୍ତୃତ ସରକାରୀ ଜମି ରହିଛି ଯାହାକି ପର୍ଯ୍ୟଟନ, ଓଡ଼ିଶାର ଅର୍ଥନୈତିକ ବିକାଶ ଓ ନିଯୁକ୍ତି ସୃଷ୍ଟିର ଏକ ପ୍ରମୁଖ ସ୍ଥାନ ହୋଇପାରିବ । ଏଣୁ ଏକ ସନ୍ତୁଳିତ ଏବଂ ସମାବେଶୀ ଦୃଷ୍ଟିଭଙ୍ଗୀରେ ପର୍ଯ୍ୟଟନ ଭିତ୍ତିଭୂମିର ସମନ୍ୱୟ ବିକାଶ ଓ ପରିଚାଳନା ପାଇଁ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ପୂରାତନ ଛାତ୍ରଛାତ୍ରୀ, ସ୍ଥାନୀୟ ବୁଦ୍ଧିଜୀବୀମାନେ ଆଶା ପ୍ରକାଶ କରିଛନ୍ତି ।

ରାଜ୍ୟ ସରକାର 2036 ପାଇଁ ରୋଡ଼ ମ୍ୟାପ୍ ପ୍ରସ୍ତୁତ କରୁଥିବାରୁ ଟାଙ୍ଗୀ ବ୍ଲକରେ ସୁନାମ ଅର୍ଜନ କରିଥିବା ଏହି ମହାବିଦ୍ୟାଳୟର ଉନ୍ନତି ନିରାକାରପୁର, ରାମେଶ୍ବର,ଲେଣ୍ଡୁ, ହରିପୁର, ବଡ଼ପୋଖରିଆ ଅଞ୍ଚଳର ବିକାଶ ଉପରେ ନିର୍ଭର କରୁଛି । ଅଞ୍ଚଳର ବିକାଶ ହେଲେ ମହାବିଦ୍ୟାଳୟର ବିକାଶ ହେବ ତେଣୁ ଏହି ସବୁ  ଅଂଚଳର ସମନ୍ୱିତ ବିକାଶ ପାଇଁ ନିରାକାରପୁରକୁ ବ୍ଲକ୍ କିମ୍ବା ଏନଏସି କରିବାକୁ ଆଗାମୀ ଦିନରେ ବିଧାୟକ, ସାଂସଦଙ୍କ ସହ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ଦିଆଯିବା ପାଇଁ ସମ୍ମତି ପ୍ରକାଶ ପାଇଛି । କଲେଜକୁ ପ୍ରୋତ୍ସାହିତ କରିବା ସହ ସ୍ଥାନୀୟ ଅଂଚଳରେ ଐତିହ୍ୟ ଓ ପର୍ଯ୍ୟଟନ କମ୍ପ୍ଲେକ୍ସ ନିର୍ମାଣ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ଦାବି କରାଯିବାକୁ ଆଲୋଚନା ହୋଇଛି ।

ରାଜ୍ୟ ସରକାର ଶିକ୍ଷାର ବିକାଶ ପାଇଁ ଅନେକ ପଦକ୍ଷେପ ନେଉଛନ୍ତି କିନ୍ତୁ ଏହି ମହାବିଦ୍ୟାଳୟ ରାଜଧାନୀଠାରୁ 50 କିଲୋମିଟର ଦୂରରେ ଥିଲେ ମଧ୍ୟ ଏହାର ଯେଉଁଭଳି ଉନ୍ନତି ହେବାକଥା ତାହା ସ୍ବାଧୀନତାର 75 ବର୍ଷ ଅତିକ୍ରମ କରିଯାଇଥିଲେ ମଧ୍ୟ ତାହା ହୋଇପାରିନାହିଁ ।

ଅଧୁନିକ ଶିକ୍ଷା ପ୍ରଣାଳୀ ନେଇ ଆଗେଇଯିବା ଲାଗି  ଆଧୁନିକ ଶିକ୍ଷାଗୃହ ସହ ପର୍ଯ୍ୟାପ୍ତ ଅଧ୍ୟାପକ, ଦକ୍ଷତା ବିକାଶ, ବହୁବିଧ ଶିକ୍ଷା ଏବଂ ବୃତ୍ତିଗତ ତାଲିମ ଅତ୍ୟାବଶ୍ୟକ ହୋଇପଡ଼ିଛି। ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ କଲେଜର ପୁସ୍ତକାଳୟର ବିସ୍ତାର, ଡିଜିଟାଲ ଲାଇବ୍ରେରୀ, ଅଧୁନିକ ଲ୍ୟାବ ଏବଂ ଅନ୍ୟାନ୍ୟ ଉପକରଣ ବଢ଼ାଇବା ଆବଶ୍ୟକ।

ଉଚ୍ଚ ଗୁଣବତ୍ତାଯୁକ୍ତ ଅଧ୍ୟାପନ ପ୍ରଦାନ କରିବା ଏବଂ ଅନୁସନ୍ଧାନକୁ ଉତ୍ସାହିତ କରିବା ନିହାତି ଆବଶ୍ୟକ । ନୂତନ ବିଷୟ ଏବଂ ବୈକଳ୍ପିକ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ କରିବାକୁ ମଧ୍ୟ ଦାବି ହେଉଛି । ଏହା ସହ ଅନଲାଇନ ଶିକ୍ଷା ସୁବିଧା, ସ୍ମାର୍ଟ କ୍ଲାସ୍, ଏବଂ ଇ-ଲର୍ନିଂ ପ୍ଲାଟଫର୍ମ ଉପଲବ୍ଧ କରାଯିବା ପାଇଁ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।

ରାଜ୍ୟ ସରକାର କ୍ରୀଡ଼ା କ୍ଷେତ୍ରରେ ଯୁବଗୋଷ୍ଠୀଙ୍କୁ ସଶକ୍ତ କରିବା ପାଇଁ  ଘୋଷଣା କରିଥିବାରୁ ଏହି କଲେଜ ଖେଳପଡ଼ିଆରେ  କ୍ରିକେଟ୍‍, ଫୁଟବଲ ଓ ଆଥଲେଟିକ୍ସ ସମେତ ବିଭିନ୍ନ କ୍ରୀଡ଼ାର ଭିତ୍ତିଭୂମି ନିର୍ମାଣ ପାଇଁ ଅତ୍ୟାଧୁନିକ ସୁବିଧା ସୁଯୋଗ ସୃଷ୍ଟି କରିବା ପାଇଁ ଦାବି ହୋଇଛି ।  ଛାତ୍ରଛାତ୍ରୀଙ୍କ ନିଜସ୍ୱ ଶିକ୍ଷା ଏବଂ ଅଧ୍ୟୟନ ଆଗେଇ ନେବା ପାଇଁ ଡିଜିଟାଲ ପ୍ଲାଟଫର୍ମ ଆଜି ବିଭିନ୍ନ କଲେଜରେ ବହୁଳ ବ୍ୟବହାର ହେଉଛି ।

ରାଜ୍ୟ ସରକାର, କେନ୍ଦ୍ର ସରକାର ଏଥିପ୍ରତି ଦୃଷ୍ଟି ଦେବାପାଇଁ ପୂରାତନ ଛାତ୍ରମାନେ ଅନେକ ସମୟରେ ଦାବି କରିଆସୁଛନ୍ତି । କଲେଜରେ କ୍ୟାରିଅର କାଉନ୍ସେଲିଂ, ଜବ୍ ପ୍ଲେସମେଣ୍ଟ ଏବଂ ଟ୍ରେନିଂ ପ୍ରଦାନ କରିବାପାଇଁ ଅନେକ ଦିନରୁ ଦାବି ହେଉଛି । ଏହାର ଖେଳପଡ଼ିଆକୁ ଆଧୁନିକ କରବା ସହ ଖେଳକୁ ଉତ୍ସାହିତ କରିବା, ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ଏବଂ ମନୋନନ୍ଦନ ଆବଶ୍ୟକତାକୁ ପୂରଣ କରିବା।

ନିରାକାରପୁର ରେଳ ଷ୍ଟେସନରୁ ମାତ୍ର ଅଧ କିଲୋମିଟର ଦୂରରେ ଏବଂ କୋଲକାତା-ଚେନ୍ନାଇ ଜାତୀୟ ରାଜପଥର ରାମେଶ୍ୱର ଛକରୁ ପାଞ୍ଚ କିଲୋମିଟର ଦୂରରେ ଅବସ୍ଥିତ, କ୍ଷେତ୍ରବାସୀ ଡି. ଏ. ଭି. କଲେଜ ପ୍ରାୟ ୩୫ ଏକର ଜମିରେ ବିସ୍ତୃତ ଏକ ପ୍ରଶସ୍ତ କ୍ୟାମ୍ପସରେ ନୂତନ ଜଗନ୍ନାଥ ରୋଡ ପାର୍ଶ୍ୱରେ ଅବସ୍ଥିତ।

ଏହି କଲେଜ ୧୪ ଜୁଲାଇ, ୧୯୫୯ରେ ସମାଜସେବୀ ସ୍ବର୍ଗତ କ୍ଷେତ୍ରବାସୀ ରାଉତରାୟଙ୍କ ଅଭୂତପୂର୍ବ ଆଗ୍ରହ ଏବଂ ଶିକ୍ଷାବିତ୍  ଆନନ୍ଦ ରଥ ଏବଂ କିଛି ଅନ୍ୟ ଉତ୍ସାହୀ ବ୍ୟକ୍ତିଙ୍କ ପ୍ରୟାସରେ ପ୍ରତିଷ୍ଠିତ ହୋଇଥିଲା। ଜୁଲାଇ, ୧୯୫୯ରେ, ପ୍ରାକ୍-ବିଶ୍ୱବିଦ୍ୟାଳୟ ଶ୍ରେଣୀ ଆରମ୍ଭ ହୋଇଥିଲା ଏବଂ ଜୁଲାଇ, ୧୯୫୩ରେ ଶେଷ ବି.ଏସ.ସି. ଶ୍ରେଣୀ ଆରମ୍ଭ ହେବା ସହିତ ଏହାକୁ ଡିଗ୍ରୀ କଲେଜ ଭାବରେ ସ୍ୱୀକୃତି ଦିଆଯାଇଥିଲା।

ବର୍ତ୍ତମାନ ଏହା ଏକ ପୂର୍ଣ୍ଣାଙ୍ଗ ଡିଗ୍ରୀ କଲେଜ ଭାବରେ କାର୍ଯ୍ୟ କରୁଛି ଯାହାର ଅନୁବନ୍ଧିତ ସଂଖ୍ୟା କଳା, ବିଜ୍ଞାନ ଏବଂ ବାଣିଜ୍ୟ ଅଧ୍ୟାପକରେ +୨ ଏବଂ +୩ ଶ୍ରେଣୀରେ ୩୦୬୧ ଜଣ ଛାତ୍ରଛାତ୍ରୀ ଏବଂ ସମ୍ମାନ ଶିକ୍ଷାଦାନ ସୁବିଧା ରହିଛି। ଏହି କଲେଜ ସି.ଏଚ୍.ଏସ୍.ଇ. ଓଡ଼ିଶା ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାର, ସହିତ ଜଡିତ ଥାଇ ମଧ୍ୟ ଯେଭଳି ଉନ୍ନତି ହେବା କଥା ତାହା ହୋଇପାରିନାହିଁ ।

ନିରାକାରପୁର କଲେଜ ଏକ ଗୁଣବତ୍ତାପୂର୍ଣ୍ଣ ଶିକ୍ଷାନୁଷ୍ଠାନରେ ପରିଣତ ହେବା ପାଇଁ ଉପଯୁକ୍ତ କ୍ଷେତ୍ରଗୁଡ଼ିକରେ ନିହାତି ଉନ୍ନତି ଆବଶ୍ୟକ। ଏହି ପଦକ୍ଷେପଗୁଡ଼ିକ ରାଜ୍ୟ ସରକାର ଦୃଷ୍ଟି ଦେଲେ ଏହି କଲେଜ ଏକ ଅନୁକରଣୀୟ ଶିକ୍ଷାନୁଷ୍ଠାନରେ ପରିଣତ ହୋଇପାରିବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି ।

Tags: All-round development of the KBDAV CollegeaparajitaAparajita SarangiChanchal RanacmoEducationkhordhamohanmajhinewsnewsroomNirakarpurodishaPrasanta Kumar Jagadev Member of Odisha Legislative AssemblyRudra MohantySaphalya Manditsuresh pujari
Share196Tweet123
newsroom

newsroom

ଆଜିର ପାଗ

Bhubaneswar
May 13, 2026, 8:59 AM
 

SSW
Clear sky
31°C
2 m/s
Apparent: 32°C
Pressure: 1006 mb
Humidity: 85%
Winds: 2 m/s SSW
Windgusts: 11.3 m/s
UV-Index: 0
Precip.: 0mm /8% / Rain
Sunrise: 5:11 AM
Sunset: 6:15 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom