ଅମରେଶ ଜେନାଙ୍କୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ ମିଳିଛି । ଦୁଷ୍କର୍ମ ମାମଲାରେ ଗିରଫ ଅମରେଶ ଜେନା ଓରଫ ବାୟାଁଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ହାଇକୋର୍ଟ । ୨୫ ହଜାର ଟଙ୍କା ସହ ଦୁଇ ଜାମିନଦାର ବଦଳରେ ସର୍ତ୍ତମୂଳକ ଜାମିନ ମିଳିଛି । ପୀଡ଼ିତାଙ୍କ ଘର ଅଞ୍ଚଳକୁ ନଯିବାକୁ, ଧମକ ନଦେବାକୁ ସର୍ତ୍ତ ରହିଛି । ତଳ କୋର୍ଟ ତାଙ୍କୁ ଜାମିନ ଦେବାକୁ ଅଗ୍ରାହ୍ୟ କରିବା ପରେ ଅମରେଶ ହାଇକୋର୍ଟ ଯାଇଥିଲେ । ଏହି ମାମଲାର ଶୁଣାଣି ପରେ ହାଇକୋର୍ଟ କର୍ପୋରେଟର ଅମରେଶ ଜେନାଙ୍କୁ ଦୁଷ୍କର୍ମ ମାମଲାରେ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ବିଏମସିର କର୍ପୋରେଟର ଅମରେଶ ଜେନାଙ୍କୁ (ଓରଫ୍ ବାୟାଁ) ଏକ ଦୁଷ୍କର୍ମ ମାମଲାରେ ଗିରଫ କରାଯାଇଥିଲା । ଅମରେଶ ଜେନାଙ୍କୁ ଜୁଲାଇ ୨୭, ୨୦୨୫ରେ ଲାକ୍ଷ୍ମୀସାଗର ଥାନାରେ ଦାୟର ହୋଇଥିବା ଏକ ଦୁଷ୍କର୍ମ ମାମଲାରେ ଗିରଫ କରାଯାଇଥିଲେ। ପୀଡ଼ିତାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଆଧାରରେ ଗିରଫ କରିଥିଲା ପୋଲିସ । ୨୦୨୪ ଫେବ୍ରୁଆରୀରେ ପୀଡ଼ିତା ନାବାଳିକା ଥିବାବେଳେ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା ।
ଅମରେଶ ଜେନା ସେବେଠୁ ଝାରପଡ଼ା ଜେଲରେ ଥିଲେ । ହାଇକୋର୍ଟ ତାଙ୍କୁ କିଛି ସର୍ତ୍ତ ରଖି ଜାମିନ ପ୍ରଦାନ କରିଛନ୍ତି । ଅମରେଶ ଜେନାଙ୍କ ଗିରଫ ପରେ ବିଜେଡି ତାଙ୍କୁ ଦଳରୁ ସସ୍ପେଣ୍ଡ୍ କରିଥିଲା ।
ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ପ୍ରଥମେ ଫେରାର ଥିଲେ ବିଜେଡି କର୍ପୋରେଟର ଅମରେଶ ଜେନା । ତାଙ୍କୁ ପୋଲିସ ବାଲେଶ୍ବର ଜିଲା ନୀଳଗିରି ଅଞ୍ଚଳରୁ ଗିରଫ କରିଥିଲା । ସେତେବେଳେ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିବା ଏବଂ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଥିଲେ ଯୁବତୀ । ପ୍ରଥମେ କମିଶନରେଟ ପୁଲିସ ଅମରେଶ ଜେନାଙ୍କୁ ଫେରାର ହେବାରେ ସହଯୋଗ କରିଥିବା ୫ଜଣ ସହଯୋଗୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ।