• Latest
  • Trending
ବେଙ୍ଗାଲୁରୁ ଇଂଜିନିୟରିଂ କ୍ୟାମ୍ପସ ଭିତରେ ଛାତ୍ରୀଙ୍କୁ ଦୁଷ୍କର୍ମ କଲା ସହପାଠୀ ବନ୍ଧୁ

ବେଙ୍ଗାଲୁରୁ ଇଂଜିନିୟରିଂ କ୍ୟାମ୍ପସ ଭିତରେ ଛାତ୍ରୀଙ୍କୁ ଦୁଷ୍କର୍ମ କଲା ସହପାଠୀ ବନ୍ଧୁ

Oct-17-2025 04:26 PM IST
ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ  ଦେଲି

ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ ଦେଲି

Mar-19-2026 05:04 PM IST
ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

Mar-19-2026 04:10 PM IST
ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

Mar-19-2026 02:55 PM IST
ମୁଁ ସିଧା କହୁଛି, ପ୍ରତିଶୋଧ ନେବା ପାଇଁ ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଛି

ମୁଁ ସିଧା କହୁଛି, ପ୍ରତିଶୋଧ ନେବା ପାଇଁ ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଛି

Mar-19-2026 02:30 PM IST
କ୍ରସ ଭୋଟିଂ ପରେ ବିଜେଡିକୁ ବିଧାୟକ ଦେବୀରଂଜନଙ୍କ ଚ୍ୟାଲେଞ୍ଜ

କ୍ରସ ଭୋଟିଂ ପରେ ବିଜେଡିକୁ ବିଧାୟକ ଦେବୀରଂଜନଙ୍କ ଚ୍ୟାଲେଞ୍ଜ

Mar-19-2026 01:29 PM IST
https://odisha.newsroom.in/

ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ

Mar-18-2026 04:14 PM IST
https://odisha.newsroom.in/

କଟକ ବଡ ମେଡିକାଲ ନିଆଁକୁ ନେଇ ବିଧାନସଭାରେ ପ୍ରବଳ ହଟ୍ଟଗୋଳ

Mar-18-2026 03:22 PM IST
କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

Mar-17-2026 05:13 PM IST
ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

Mar-16-2026 11:47 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Mar-16-2026 11:40 AM IST
  • About
  • Careers
  • Contact Us
Friday, March 20, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଅପରାଧ

ବେଙ୍ଗାଲୁରୁ ଇଂଜିନିୟରିଂ କ୍ୟାମ୍ପସ ଭିତରେ ଛାତ୍ରୀଙ୍କୁ ଦୁଷ୍କର୍ମ କଲା ସହପାଠୀ ବନ୍ଧୁ

ଶେଷରେ ପଚାରିଲା ପିଲ୍ (ବଟିକା) ଖାଇବ କି ?

by M M
Oct-17-2025 04:26 PM IST
in ଅପରାଧ, ଦେଶ ବିଦେଶ
0
ବେଙ୍ଗାଲୁରୁ ଇଂଜିନିୟରିଂ କ୍ୟାମ୍ପସ ଭିତରେ ଛାତ୍ରୀଙ୍କୁ ଦୁଷ୍କର୍ମ କଲା ସହପାଠୀ ବନ୍ଧୁ
493
SHARES
1.4k
VIEWS
Share on FacebookShare on Twitter

ବେଙ୍ଗାଲୁରୁର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଛାତି ଥରିଲା ଭଳି ଅଘଟଣ ଘଟିଛି । ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ଉପରେ ନିର୍ଯାତନାକୁ ନେଇ ସାରା ଦେଶରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ବେଙ୍ଗାଲୁରରେ ସେପରି ଜଣେ ଛାତ୍ରୀଙ୍କ ଉପରେ ନିର୍ଯାତନା ଘଟଣା ଘଟିଛି । ବେଙ୍ଗାଲୁରର ଏକ ଘରୋଇ ଇଂଜିନିୟରିଂ କଲେଜ କ୍ୟାମ୍ପସରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଛାତ୍ରୀଙ୍କ  ସହପାଠୀ ଥିବା ଯୁବକ   କ୍ୟାମ୍ପସ ଭିତରେ ତାଙ୍କ ଉପରେ ଆକ୍ରମଣ କରିବା ସହ ଛାତ୍ରୀଙ୍କୁ ଦୁଷ୍କର୍ମ କରିଛନ୍ତି । ଶୈାଚାଳୟ ଭିତରେ ଜଣେ 21 ବର୍ଷୀୟ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ପୂର୍ବରୁ ତାଙ୍କର ସହପାଠୀ ଥିବା ଜୀବନ ଗୈାଡ଼ ଆକ୍ରମଣ କରି ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ହୋଇଛି । ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିଛି ।

ଅଭିଯୁକ୍ତ ଜୀବନ ଗୌଡ ହେଉଛି ଷଷ୍ଠ ସେମିଷ୍ଟର ଛାତ୍ର  । ଅକ୍ଟୋବର ୧୦ ତାରିଖରେ ସପ୍ତମ ସେମିଷ୍ଟରର ଛାତ୍ରୀଙ୍କୁ ଅଭିଯୁକ୍ତ ଦୁଷ୍କର୍ମ କରିଥିଲା ।  ପାଞ୍ଚ ଦିନ ପରେ ଅକ୍ଟୋବର ୧୫ ତାରିଖରେ ପୀଡ଼ିତା ଏନେଇ ଥାନାରେ ଅଭିଯୋଗ କରିଥିଲେ । ଏଫଆଇଆରରେ ପୀଡ଼ିତା ଛାତ୍ରୀ ଲେଖିଛନ୍ତି ଯେ  ଅଭିଯୁକ୍ତ ତାଙ୍କ ସହ ପୂର୍ବରୁ ପଢ଼ୁଥିଲେ । କିନ୍ତୁ ଖରାପ ରେଜଲ୍ଟ ହେବାରୁ ସେ ଷଷ୍ଠ ସେମିଷ୍ଟାରରେ ରହିଯାଇଥିଲେ । ତେଣୁ ସେ ପରସ୍ପରକୁ ଜାଣିଥିଲେ । ଘଟଣା ଦିନ, ପୀଡିତା କିଛି ପଢ଼ା ଜିନିଷପତ୍ର ସଂଗ୍ରହ କରିବା ପାଇଁ ଗୌଡଙ୍କୁ ଭେଟିଥିଲେ  । ମଧ୍ୟାହ୍ନ ଭୋଜନ ବିରତି ସମୟରେ, ଅଭିଯୁକ୍ତ ଗୌଡ ତାଙ୍କୁ ଅନେକ ଥର ଫୋନ୍ କରି ସପ୍ତମ ମହଲାକୁ ଡାକିଥିଲେ । ପୀଡ଼ିତା ଛାତ୍ରୀଙ୍କୁ ଅଭିଯୁକ୍ତ ଆର୍କିଟେକ୍ଚର ବ୍ଲକ୍ ନିକଟରେ ଭେଟିବାକୁ କହିଥିଲେ। ଯେତେବେଳେ ଛାତ୍ରୀ ସେଠାରେ ପହଞ୍ଚିଲେ, ସେ ତାଙ୍କୁ ଜୋରଜବରଦସ୍ତି ଚୁମ୍ବନ କରିବାକୁ ଚେଷ୍ଟା କରିଥିଲେ। ଏହାକୁ ଛାତ୍ରୀଜଣଙ୍କ ବିରୋଧ କରିଥିଲେ । ପରେ ଛାତ୍ରୀ ଲିଫ୍ଟରେ ଷଷ୍ଠ ମହଲାକୁ ଆସିଥିଲେ । ଜୀବନ ମଧ୍ୟ ପୀଡ଼ିତାଙ୍କ ପଛରେ ଆସି ତାଙ୍କୁ ପୁରୁଷ ୱାଶରୁମକୁ ଟାଣି ନେଇଥିଲେ । ସେଠାରେ ତାଙ୍କୁ ଯୌନ ନିର୍ଯାତନା ଦେବା ସହ ଦୁଷ୍କର୍ମ କରିଥିଲେ ବୋଲି ପୀଡ଼ିତା ଏଫଆଇଆର ରେ ଲେଖିଛନ୍ତି । ଛାତ୍ରୀଜଣଙ୍କ ପୁଣି ଲେଖିଛନ୍ତି,  ଆକ୍ରମଣ ସମୟରେ ଜୀବନ ୱାଶରୁମର ଦ୍ୱାର ବନ୍ଦ କରିଦେଇଥିଲେ  ।  ତାଙ୍କ ଫୋନ୍ କୁ ଛଡ଼ାଇ ନେଇଥିଲେ । ଏ ସମସ୍ତ ଘଟଣା ଅପରାହ୍ନ ୧:୩୦ ରୁ ୧:୫୦ ମଧ୍ୟରେ ଘଟିଥିଲା । ଘଟଣା ପରେ ଜୀବନ ଛାତ୍ରୀଙ୍କୁ ଫୋନ କରି  “ତୁମେ ପିଲ ବା  ବଟିକା ଖାଇବ କି ? ପ୍ରଶ୍ନ କରିଥିଲେ ।

ସେଦିନର ହଠାତ ଏଭଳି ଘଟଣାକୁ ନେଇ ପୀଡିତା ଡରିଯାଇଥିଲେ । ମାନସିକ ଚିନ୍ତାରେ କଣ କରିବେ ଚିନ୍ତା କରିପାରିନଥିଲେ ।  କାଳେ ତାଙ୍କ ଘରେ ରାଗିବେ, ତେଣୁ ଏହି ଘଟଣା ବିଷୟରେ ବାପା, ମାଆଙ୍କୁ କିଛି ଜଣାଇନଥିଲେ ।  ପରେ ତାଙ୍କ ଦୁଇ ବନ୍ଧୁଙ୍କୁ ଏହି ଘଟଣା ବିଷୟରେ କହିଥିଲେ। ତାଙ୍କ ବନ୍ଧୁମାନେ ତାଙ୍କୁ ସାହସ ଦେଇଥିଲେ । ପୋଲିସକୁ ଥାନାକୁ ଯିବା, ଏବଂ ପରିବାର ଲୋକଙ୍କୁ ଜଣାଇବାକୁ କହିବା ପରେ ପୀଡ଼ିତା ଛାତ୍ରୀ ପୋଲିସ ନିକଟରେ ଅଭିଯୋଗ କରିଥିଲେ  ।

ପୋଲିସ କହିଛି ଯେ ଛାତ୍ରୀ ଜଣକ ପ୍ରଥମେ ଭୟଭୀତ ଥିବାରୁ ଆକ୍ରମଣ ଏବଂ ଦୁଷ୍କର୍ମ ରିପୋର୍ଟ କରିବାକୁ ସଂକୋଚ କରିଥିଲେ। ପରେ ସେ ତାଙ୍କ ପିତାମାତାଙ୍କୁ ଜଣାଇଥିଲେ । ପୀଡ଼ିତା ପରିବାର ଲୋକଙ୍କ ସହ ହନୁମନ୍ତନଗର ପୋଲିସ ଷ୍ଟେସନରେ ଅଭିଯୋଗ ଦାଖଲ କରିବାକୁ ଆସିଥିଲେ।

ତେବେ କଲେଜ କର୍ତ୍ତୃପକ୍ଷ ଏହି ଘଟଣାକୁ ନେଇ କହିଛନ୍ତି ଯେ, ଘଟଣା ଘଟିଥିବା ମହଲାରେ କୌଣସି ସିସି ଟିଭି କ୍ୟାମେରା ଲଗାଯାଇ ନଥିଲା । ତେଣୁ ପୋଲିସ ତଦନ୍ତ କରୁଛି । ଯାହା ପ୍ରମାଣ ମିଳିବ ତାହା ଜଣାଇ ଦିଆଯିବ । ସେପଟେ ଏହି ଘଟଣାକୁ ନେଇ କର୍ଣ୍ଣାଟକରେ ବିରୋଧୀ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ, ଶାସକ କଂଗ୍ରେସ ସରକାରଙ୍କୁ ସମାଲୋଚନା କରାଯାଇଛି। କର୍ଣ୍ଣାଟକର ଆଇନ ଶୃଙ୍ଖଳା ଭାଙ୍ଗି ପଡ଼ିଥିବା ଅଭିଯୋଗ ହୋଇଛି। ଦଣ୍ଡ ଭୟ ରହୁନଥିବାରୁ ମହିଳାଙ୍କ ଉପରେ ନିର୍ଯାତନା ମାମଲା ବଢ଼ୁଥିବା ବିଜେପି କହିଛି ।  ମାତ୍ର ଚାରି ମାସ ମଧ୍ୟରେ, ଝିଅମାନଙ୍କ ଉପରେ 979 ଯୌନ ନିର୍ଯାତନା କର୍ଣ୍ଣାଟକରେ ଘଟିଛି। କେବଳ ବେଙ୍ଗାଲୁରୁରେ 114 ରୁ ଅଧିକ ମହିଳା ଦୁଷ୍କର୍ମ ମାମଲା ରିପୋର୍ଟ ହୋଇଛି। ରାଜ୍ୟ ସରକାରଙ୍କ ଅପରାଧିଙ୍କ ପ୍ରତି କୋହଳ ମନୋଭାବ ଯୋଗୁଁ ଆମର ମହିଳା ଏବଂ ପିଲାମାନେ ଭୟରେ ବଞ୍ଚୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ତେଣୁ ରାଜ୍ୟ ବିଜେପି ପକ୍ଷରୁ ଜାତୀୟ ମହିଳା କମିଶନ (NCW) ଙ୍କୁ ଏକ ଜରୁରୀ ଚିଠି ଲେଖାଯାଇଛି । ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ପଠାଇ ଏହି ମାମଲାର ତଦନ୍ତ ନିରପେକ୍ଷ ଭାବେ କରିବାକୁ ବିଜେପି ଦାବି କରିଛି । ସେପଟେ ପୀଡ଼ିତା ଛାତ୍ରୀଙ୍କ ମାନସିକ ସ୍ଥିତି ଭଲ ନଥିବା ପରିବାର ଲୋକ କହିଛନ୍ତି । ତାଙ୍କ ଝିଅକୁ ନ୍ୟାୟ ଦେବାପାଇଁ ସେମାନେ କୋର୍ଟରେ ଲଢ଼ିବେ ବୋଲି ସ୍ପଷ୍ଟ କରିଛନ୍ତି ।

Share197Tweet123
M M

M M

ଆଜିର ପାଗ

Bhubaneswar
March 20, 2026, 1:20 AM
 

SSW
Overcast
25°C
1.5 m/s
Apparent: 30°C
Pressure: 1010 mb
Humidity: 94%
Winds: 1.5 m/s SSW
Windgusts: 7.4 m/s
UV-Index: 0
Precip.: 7.6mm /55% / Rain
Sunrise: 5:50 AM
Sunset: 5:57 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ  ଦେଲି

ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ ଦେଲି

March 19, 2026
ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

March 19, 2026
ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

March 19, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom