• Latest
  • Trending
ଶବ ହୋଇ କୋକେଇରେ ଗଲେ ଶ୍ମଶାନ,  ନିଆଁ ଲାଗିବା ପୂର୍ବରୁ ଉଠି ବସିଲେ !

ଶବ ହୋଇ କୋକେଇରେ ଗଲେ ଶ୍ମଶାନ,  ନିଆଁ ଲାଗିବା ପୂର୍ବରୁ ଉଠି ବସିଲେ !

Oct-16-2025 02:22 PM IST
odisha.newsroom.in

ଓଡିଶାକୁ ଝଡ଼ବର୍ଷା ଚେତାବନୀ, ୭ ଦିନ ଯାଏଁ ଏହି ଜିଲ୍ଲାରେ ଛେଚିବ

Mar-28-2026 06:17 PM IST
odisha.newsroom.in

ଆପଣଙ୍କ ଘରେ ଟିକେ ଟିକେ କଥାରେ ଝଗଡ଼ା ହେଉଛି କି, ମାନନ୍ତୁ ଏହି ବାସ୍ତୁ ନିୟମ…

Mar-28-2026 05:54 PM IST
ଇରାନକୁ ମିଳିଲା ରୁଷିଆର ‘ବ୍ରହ୍ମାସ୍ତ୍ର’ 

ଇରାନକୁ ମିଳିଲା ରୁଷିଆର ‘ବ୍ରହ୍ମାସ୍ତ୍ର’ 

Mar-28-2026 04:26 PM IST
ପାଣ୍ଡିଆନ ଦମ୍ପତିଙ୍କ ବିରୋଧରେ ସବୁ କହିଦେଲେ…

ପାଣ୍ଡିଆନ ଦମ୍ପତିଙ୍କ ବିରୋଧରେ ସବୁ କହିଦେଲେ…

Mar-28-2026 04:23 PM IST
odisha.newsroom.in

ଯୁଦ୍ଧ ପ୍ରଭାବିତ ଅଂଚଳରେ ବିମାନ ଉଡ଼ାଇବାକୁ ମନା କରୁଛନ୍ତି ପାଇଲଟ

Mar-28-2026 04:07 PM IST
odisha.newsroom.in

ବୁକିଂର ମାସେ ପରେ ବି ଭୁବନେଶ୍ୱରରେ ମିଳୁନି ଗ୍ୟାସ, ଠେଲା ଦୋକାନ ବନ୍ଦ…ବିଭିନ୍ନ ସ୍ଥାନରେ ହଂଗାମା, ରାସ୍ତାରୋକ

Mar-28-2026 03:02 PM IST
odisha.newsroom.in

କାମ କଲାନି ଇଂଜିନ, ଦିଲ୍ଲୀ ଏୟାରପୋର୍ଟରେ ଇଣ୍ଡିଗୋର ଜରୁରୀ ଅବତରଣ

Mar-28-2026 12:34 PM IST
odisha.newsroom.in

ସମଦୂରତା ଫର୍ମୁଲାକୁ ବାଏ..ବାଏ, କମୁଛି କଂଗ୍ରେସ-ବିଜେଡି ଦୂରତା

Mar-28-2026 12:13 PM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-28-2026 12:06 PM IST
odisha.newsroom.in

ଗ୍ୟାସ ମିଳୁନି, ଗାଁକୁ ଫେରୁଥିବା ଶହ ଶହ ଓଡ଼ିଆ ଶ୍ରମିକ କରିବେ କଣ ?

Mar-28-2026 11:34 AM IST
  • About
  • Careers
  • Contact Us
Sunday, March 29, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ଶବ ହୋଇ କୋକେଇରେ ଗଲେ ଶ୍ମଶାନ,  ନିଆଁ ଲାଗିବା ପୂର୍ବରୁ ଉଠି ବସିଲେ !

by M M
Oct-16-2025 02:22 PM IST
in ଦେଶ ବିଦେଶ, ମନୋରଞ୍ଜନ
0
ଶବ ହୋଇ କୋକେଇରେ ଗଲେ ଶ୍ମଶାନ,  ନିଆଁ ଲାଗିବା ପୂର୍ବରୁ ଉଠି ବସିଲେ !
491
SHARES
1.4k
VIEWS
Share on FacebookShare on Twitter

ଆପଣମାନେ ବେଳେ ବେଳେ ଏପରି ଆଶ୍ଚର୍ଯ୍ୟ ଘଟଣା ଦେଖିଥିବେ, ଯାହା ଆଖିକୁ ବିଶ୍ବାସ କରିହେବ ନାହିଁ । ମଲା ଲୋକ ଜୁଇରେ ଜଳିବାକୁ ଯିବା ବେଳକୁ ଉଠି ପଡ଼ିବା ବିରଳ ଘଟଣା । ଶବ ପୋଡ଼ିବା ବେଳେ ଏମିତି କୋଚିତ ଖବର ଶୁଣିବାକୁ ମିଳେ । ନିଆଁ ଲଗାଇବା ବେଳକୁ ମରିଥିବା ଲୋକ ଉଠି ବସନ୍ତି । ଆଉ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଏମିତି ଏକ ଘଟଣା ଗୟା ଜିଲ୍ଲାର ଏକ ଗାଁରେ ଘଟିଥିଲା  । ଯାହା ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚା ହେଉଛି । ଘଟଣା ଅନୁସାରେ ସେଦିନ ଶ୍ମସାନକୁ ଯାଉଥିବା ଶବ ଜଳିବା ପୂର୍ବରୁ ଉଠି ବସିଲା । ଆଉ ତାହା ଦେଖି ଲୋକେ ଆଶ୍ଚର୍ଯ୍ୟ ହେଲେ, ଆନନ୍ଦିତ ହେଲେ ।

କଥାରେ ଅଛି ଆପଣଙ୍କ ମୃତ୍ୟୁରେ କେତେ ଜଣ ଲୋକ କାନ୍ଦିବେ । ତାହା ହିଁ ହେଉଛି ଆପଣ କରିଥିବା କାମର ଫଳ । ଏହି କଥାର ପ୍ରମାଣ ନିଜେ ଜାଣିବାକୁ ଚାହୁଁଥିଲେ ବିହାରର ଜଣେ ବ୍ୟକ୍ତି  । ସେ ଚାହୁଁଥିଲେ ତାଙ୍କ ମୃତ୍ୟୁରେ କିଏ ଆସି ତାଙ୍କ ପାଖରେ ପହଁଚୁଛି ? ସେ ଦେଖିବେ । କିଏ ତାଙ୍କ ଶବ ଦାହ କରିବାକୁ ଆଗେଇ ଆସୁଛି, ଲୋକଙ୍କର ତାଙ୍କ ପ୍ରତି କେତେ ଭଲ ପାଇବା ଅଛି, ସେ ଜାଣିବାକୁ ଚାହୁଁଥିଲେ । ସେହି ବ୍ୟକ୍ତିଙ୍କ ନାମ ହେଉଛି ମୋହନଲାଲ । ଯିଏ ଦେଖିବାକୁ ଚାହୁଁଥିଲେ ଯେ ତାଙ୍କ ଶବଦାହରେ କିଏ ଯୋଗଦେଉଛନ୍ତି  । ଆଉ ତାଙ୍କ ମୃତ୍ୟୁକୁ ନେଇ ତାଙ୍କ ବନ୍ଧୁ, ସମ୍ପର୍କୀୟ କଣ କହୁଛନ୍ତି ।

ଗୟା ଜିଲ୍ଲାର ଗୁରାରୁ ବ୍ଲକ କୋଞ୍ଚି ଗାଁରେ ସେଦିନ ଗଭୀର ଶୋକ ଥିଲା । କାରଣ ଗାଁର ଜଣେ ସ୍ନେହୀ ଲୋକଙ୍କର ମୃତ୍ୟୁ ଘଟିଥିଲା । ସମସ୍ତେ ତାଙ୍କ ପାଇଁ ଶୋକ ପ୍ରକାଶ କଲେ । କୋକେଇ ବନ୍ଧା ହେଲା । ଶବ ନେଇ ସ୍ମଶାନ ତାଙ୍କ ଆତ୍ମୀୟମାନେ ଚାଲିଲେ । କିନ୍ତୁ ଶ୍ମଶାନରେ ଯେତେବେଳେ ମରଶରୀରରେ ନିଆଁ ଲଗାଇବାକୁ ଯୋଜନା ହେଲା, ସେତେବେଳେ ମୃତ ବ୍ୟକ୍ତି ଉଠି ବସିଲେ । ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଚାହୁଁ ଚାହୁଁ କଥା ପ୍ରଘଟ ହେଲା । ପରେ ଜଣାପଡ଼ିଲା  ମୋହନ ଲାଲ ନିଜ କୋକେଇ ତିଆର କରି ନିଜେ ମୃତ୍ୟୁବରଣ କରିଥିବା ଘୋଷଣା କରିଥିଲେ । ତାଙ୍କ ପାଖ ଲୋକଙ୍କୁ ଏଥିରେ ସହାୟତା କରିବା ପାଇଁ କହିଥିଲେ ।  ୭୪ ବର୍ଷୀୟ ପୂର୍ବତନ ବାୟୁସେନା ସୈନିକ ମୋହନ ଲାଲ ଜୀବିତ ଥାଇ ନିଜେ ମରିଥିବାର ଅଭିନୟ କରିଥିଲେ । ତାଙ୍କର ଅନ୍ତିମ ସଂସ୍କାର ଆୟୋଜନ କରିବାକୁ ସେ ତାଙ୍କର ନିକଟତମ ବନ୍ଧୁଙ୍କୁ କହିଥିଲେ।  ସମସ୍ତ ରୀତିନୀତି ଅନୁସରଣ କରି ଏକ ସଜ୍ଜିତ କୋକେଇରେ ତାଙ୍କୁ ଶ୍ମଶାନକୁ ନେବାକୁ କିଛି ଲୋକଙ୍କୁ କହିଥିଲେ। ଆଗରେ ପଛରେ ରାମ ନାମ ସତ୍ୟ ସଂଗୀତ ବାଜୁଥିଲା ।  ତାଙ୍କ ମୃତ୍ୟୁ ଖବର ଚାରିଆଡ଼େ ବ୍ୟାପିଗଲା । ଶହ ଶହ ଗ୍ରାମବାସୀ ତାଙ୍କ ଶେଷ ଯାତ୍ରା ଶୋଭାଯାତ୍ରାରେ ଯୋଗ ଦେଲେ।

ମୋହନ ଲାଲ କହିଥିଲେ ଯେ ସେ ଦେଖିବାକୁ ଚାହୁଁଥିଲେ ଯେ ତାଙ୍କ ଅନ୍ତିମ ସଂସ୍କାରରେ କିଏ ଯୋଗଦେବ। ସେ କହିଥିଲେ, “ମୃତ୍ୟୁ ପରେ ଲୋକମାନେ ଶବକୁ ବୋହି ନେଇଯାଆନ୍ତି, କିନ୍ତୁ ମୁଁ ନିଜେ ଏହାର ସାକ୍ଷୀ ହେବାକୁ ଏବଂ ଲୋକମାନେ ମୋତେ କେତେ ସମ୍ମାନ ଏବଂ ସ୍ନେହ ଦିଅନ୍ତି ତାହା ଜାଣିବାକୁ ଚାହୁଁଥିଲି।”

ମୋହନଲାଲ ଏହି କଥା କହିବା ବେଳେ ସମସ୍ତେ ତାଙ୍କ କଥା ଶୁଣି ତାଙ୍କୁ ପ୍ରଶଂସା କରିଥିଲେ । ତାଙ୍କ ଇଚ୍ଛା ମୂତାବକ ଏକ ପ୍ରତୀକାତ୍ମକ କୁଶପୁତ୍ତଳିକା ପୋଡ଼ି ଦିଆଗଲା । ସମସ୍ତଙ୍କ ପାଇଁ ଯେଉଁ ଭୋଜି ରନ୍ଧା ଯାଇଥିଲା ପରେ ଏକ ସାମୁହିକ ଭୋଜି ମଧ୍ୟ ଆୟୋଜିତ ହେଲା।

ଏହି ଘଟଣାଟି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏବେ ଭାଇରାଲ ହୋଇଛି। ଗ୍ରାମବାସୀମାନେ ମୋହନ ଲାଲଙ୍କ ସାମୁହିକ କାର୍ଯ୍ୟ ପାଇଁ ପ୍ରଶଂସା କରିଛନ୍ତି । ବର୍ଷା ଋତୁରେ ମୋହନଲାଲଙ୍କ ଗ୍ରାମରେ ଶବଦାହ କରିବାରେ ଅସୁବିଧା ସମସ୍ୟା ଥିଲା । ସେ  ନିଜ ଖର୍ଚ୍ଚରେ ଗାଁରେ ଏକ ସୁସଜ୍ଜିତ ଶ୍ମଶାନ ନିର୍ମାଣ କରିଛନ୍ତି। ମୋହନ ଲାଲଙ୍କ ପତ୍ନୀ ଜୀବନ ଜ୍ୟୋତିଙ୍କ ୧୪ ବର୍ଷ ପୂର୍ବେ ମୃତ୍ୟୁ ହୋଇଥିଲା। ତାଙ୍କର ଦୁଇଟି ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି। ପରେ ସେମାନେ ଏହି ଘଟଣାର ସତ୍ୟତା ଜାଣି ଆଶ୍ଚର୍ଯ୍ୟ ହୋଇଥିଲେ ।

Share196Tweet123
M M

M M

ଆଜିର ପାଗ

Bhubaneswar
March 29, 2026, 10:01 AM
 

SSW
Partly cloudy
31°C
4 m/s
Apparent: 32°C
Pressure: 1006 mb
Humidity: 86%
Winds: 4 m/s SSW
Windgusts: 8.9 m/s
UV-Index: 0
Precip.: 0mm /35% / Rain
Sunrise: 5:42 AM
Sunset: 5:59 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom