ଓଡ଼ିଶା ରାଜନୀତିରେ ବିଜୟ ମହାପାତ୍ରଙ୍କ ଅଭିଜ୍ଞତା ଏବଂ ରଣନୀତିକୁ କେହି ଅଣଦେଖା କରିପାରିବେ ନାହିଁ। ବର୍ତ୍ତମାନର ସ୍ଥିତିରେ ତାଙ୍କର “ରାଜନୈତିକ ଚାଲ୍” କେତେଦୂର କାମ କରିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିକଟରେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ନିଲମ୍ବିତ କରିଛନ୍ତି। ବିଜୟ ମହାପାତ୍ରଙ୍କ ପାଇଁ ଏହା ଏକ ଶକ୍ତ ଧକ୍କା ପରି ମନେହେଉଥିଲେ ମଧ୍ୟ, ରାଜନୈତିକ ସମୀକ୍ଷକଙ୍କ ମତରେ ଏହା ବିଜୟଙ୍କୁ ଏକ ନୂଆ ପ୍ଲାଟଫର୍ମ ଦେଇପାରେ। ସେ ନିଜ ପୁଅଙ୍କୁ ବିଜେପି କିମ୍ବା ଏକ ସ୍ୱତନ୍ତ୍ର ଶକ୍ତି ଭାବେ ଉଭା କରିବାକୁ ଚେଷ୍ଟା କରିପାରନ୍ତି।



















