• Latest
  • Trending
ବିଜେଡି ଅଧିକ ମହିଳାଙ୍କୁ ପ୍ରାର୍ଥୀ କରିଛି

ବିଜେଡି ଅଧିକ ମହିଳାଙ୍କୁ ପ୍ରାର୍ଥୀ କରିଛି

April 20, 2024
ପିଲାଙ୍କ ପାଠପଢ଼ା କେମିତି ହେବା ଉଚିତ

ପିଲାଙ୍କ ପାଠପଢ଼ା କେମିତି ହେବା ଉଚିତ

June 6, 2025
ଅପରେସନ ସ୍ପାଇଡର ଓ୍ବେବ୍

ଅପରେସନ ସ୍ପାଇଡର ଓ୍ବେବ୍

June 3, 2025
ସିଙ୍ଗାପୁରଠାରେ ଫାଇଭ ଷ୍ଟାର ଚଳଚ୍ଚିତ୍ର ମହୋତ୍ସବ ମହାସମାରୋହରେ ଆୟୋଜିତ

ସିଙ୍ଗାପୁରଠାରେ ଫାଇଭ ଷ୍ଟାର ଚଳଚ୍ଚିତ୍ର ମହୋତ୍ସବ ମହାସମାରୋହରେ ଆୟୋଜିତ

May 29, 2025

ବାସବରାଜୁ ଏନକାଉଁଟର,ଦୁଇ ଭାଇ: ଦୁଇ ଭିନ୍ନ ପଥ

May 27, 2025
ସମ୍ମାନଜନକ  ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

ସମ୍ମାନଜନକ ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

May 21, 2025
ଯୁକ୍ତ ୨ ପରୀକ୍ଷା ଫଳ: ବିଜ୍ଞାନରେ ୮୭.୪୯, କଳାରେ ୮୦.୫୧ ଓ ବାଣିଜ୍ୟରେ ୮୩.୦୨% ପିଲା ପାସ୍

ଯୁକ୍ତ ୨ ପରୀକ୍ଷା ଫଳ: ବିଜ୍ଞାନରେ ୮୭.୪୯, କଳାରେ ୮୦.୫୧ ଓ ବାଣିଜ୍ୟରେ ୮୩.୦୨% ପିଲା ପାସ୍

May 21, 2025
ଅମଲାତନ୍ତ୍ରରୁ  ନେତାଙ୍କ ଶାସନ ଆରମ୍ଭ

ଅମଲାତନ୍ତ୍ରରୁ ନେତାଙ୍କ ଶାସନ ଆରମ୍ଭ

May 21, 2025
ଭାରତ ଭିତରେ ପାକିସ୍ତାନର ଗୁପ୍ତଚର: ଗତ ୩ ଦିନରେ ଧରାପଡ଼ିଲେଣି ୧୧ ଗୁପ୍ତଚର

ଭାରତ ଭିତରେ ପାକିସ୍ତାନର ଗୁପ୍ତଚର: ଗତ ୩ ଦିନରେ ଧରାପଡ଼ିଲେଣି ୧୧ ଗୁପ୍ତଚର

May 20, 2025
୧୬ ଜଣ ଆଇଏଏସ୍ ଅଧିକାରୀଙ୍କୁ ପଦୋନ୍ନତି ଦେଲେ ଓଡ଼ିଶା ସରକାର

୧୬ ଜଣ ଆଇଏଏସ୍ ଅଧିକାରୀଙ୍କୁ ପଦୋନ୍ନତି ଦେଲେ ଓଡ଼ିଶା ସରକାର

May 16, 2025
ରାଜା ଚକ୍ର ଅଗ୍ରୀମ ଜାମିନ ଆବେଦନ ଖାରଜ

ରାଜା ଚକ୍ର ଅଗ୍ରୀମ ଜାମିନ ଆବେଦନ ଖାରଜ

May 16, 2025
  • About
  • Careers
  • Contact Us
Saturday, June 7, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ମୁଖ୍ୟ ଖବର

ବିଜେଡି ଅଧିକ ମହିଳାଙ୍କୁ ପ୍ରାର୍ଥୀ କରିଛି

by M M
April 20, 2024
in ମୁଖ୍ୟ ଖବର
0
ବିଜେଡି ଅଧିକ ମହିଳାଙ୍କୁ ପ୍ରାର୍ଥୀ କରିଛି
491
SHARES
1.4k
VIEWS
Share on FacebookShare on Twitter

ଆଜି ଅପ୍ରତ୍ୟାଶିତ ଭାବରେ ଜଣାଶୁଣା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କୁ ବଡ଼ଚଣାର ପ୍ରାର୍ଥୀ ଭାବେ ଘୋଷଣା କରାଗଲା । ବଡ଼ଚଣା ସହ ବର୍ଷାଙ୍କ ରାଜନୈତିକ, ସାମାଜିକ ସଂପର୍କ ନାହିଁ । ତାଙ୍କ ନାମ ଘୋଷଣା ହେବା ମାତ୍ରେ ଏହା ସ୍ଥାନୀୟ ଅଂଚଳରେ ଚର୍ଚା ଆରମ୍ଭ କରିଥିଲା । ଟିକେଟରୁ ବଂଚିତ ହୋଇଥିବା ପୁରୁଖା ନେତା ଅମର ଶତପଥୀଙ୍କୁ ଶକ୍ତ ଧକା ପହଁଚାଇଥିଲା । ବଡ଼ଚଣାର ଏହି ଅପ୍ରାତ୍ୟାଶିତ ଟିକେଟ ଅନେକ ଗୁଡିଏ ବାର୍ତା ଦେଉଛି । ରାଜନୀତିରେ ଜିତିବାର ସଂଭାବନା ଆଉ ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ ଥିବା ବିବାଦକୁ କମାଇବା ପାଇଁ ଏପରି ଅପ୍ରତ୍ୟାଶିତ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି । କେବଳ ବର୍ଷା ନୁହଁନ୍ତି , ବଡ଼ଗଡ଼ରେ ସାଂସଦ ପ୍ରାର୍ଥୀ ଭାବରେ ବିଜେଡିର ଟିକେଟ ପାଇଥିବା ପରିଣିତି ମିଶ୍ର ଜଣେ ଗୃହିଣୀ । ହଠାତ ଜଣେ ଗୃହିଣୀ ବିଜେଡି ଟିକେଟ ପାଇ ମଇଦାନକୁ ଓହ୍ଲାଇବା ଆଶ୍ଚର୍ଯ୍ୟ କଥା । କିନ୍ତୁ ଏଠି ଗୁରୁତ୍ବପୂର୍ଣ୍ଣ ହେଲା, ତାଙ୍କର ସ୍ବାମୀ ସ୍ଥାନୀୟ ଅଂଚଳର ଜଣେ ବିଜେପି ନେତା ଯିଏ କି ନିକଟରେ ବିଜେଡିରେ ଯୋଗ ଦେଇଥିଲେ । ରାଜନୀତିରେ ଏଭଳି ରଣକୈାଶଳ ଚମକାଇଦେଲା ଭଳି ଲାଗୁଛି ।

ସେହିଭଳି ଆଉ ଜଣେ ମହିଳା ହେଉଛନ୍ତି ଯାହା କୁ ଆଜି ଟିଭି ପରଦାରେ ଭାବବିହ୍ବଳ ହୋଇଥିବା ଦେଖାଯାଇଥିଲା । ସିଏ ହେଉଛନ୍ତି ଜଣେ ସରପଂଚ  । ରେମୁଣାରୁ ସେ ବିଜେଡି ଟିକେଟ ପାଇଛନ୍ତି । ଯାହାଙ୍କ ନାମ ହେଉଛି ବିଦ୍ୟାସ୍ମିତା ମହାଳିକ । ଷଷ୍ଠ ପର୍ଯ୍ୟାୟ  ସୁଦ୍ଧା 31 ଜଣ ମହିଳାଙ୍କୁ ବିଜେଡି ପ୍ରାର୍ଥୀ କରିଛି । ବିଜେଡି 135 ଆସନ ପାଇଁ ନାମ ଘୋଷଣା କରିଛି । 12ଟି ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇନାହିଁ । ସପ୍ତମ ପର୍ଯାୟରେ ପୁଣି କିଛି ମହିଳାଙ୍କ ନାମ ଘୋଷଣା ହୋଇପାରେ ।

ସେପଟେ ଗତଥର ଭଳି ଏଥର ସାଂସଦ ପ୍ରାର୍ଥୀ ଭାବେ 7ଜଣ ମହିଳାଙ୍କୁ ଟିକେଟ ଦେଇଛି ବିଜେଡି । ଆମ ସମାଜରେ ମହିଳା ଏବଂ ପୁରୁଷଙ୍କ ସଂଖ୍ୟା ସମାନ । କିନ୍ତୁ 50 ପ୍ରତିଶତ ମହିଳା ତାଙ୍କର ନାର୍ଯ୍ୟ ଦାବି ପାଇବା ପାଇଁ ସଂଘର୍ଷ କରିଥାନ୍ତି । ସାଧାରଣତ ଭାବେ ଆବଶ୍ୟକଠାରୁ କମ ଟିକେଟ ମହିଳାମାନଙ୍କୁ ଦିଆଯାଇଥାଏ । ସମାଜର ସବୁ କ୍ଷେତ୍ର ଭଳି ବିଧାନସଭା ଏବଂ ସଂସଦର ପୁରୁଷମାନଙ୍କ କର୍ତୃତ୍ବରେ ରହିଥାଏ । କାରଣ ପୁରୁଷମାନଙ୍କ ସଂଖ୍ୟା ଅଧିକ । ମହିଳାମାନଙ୍କୁ 33 ପ୍ରତିଶତ ସ୍ଥାନ ସଂରକ୍ଷଣ ଦେବା ପାଇଁ କାହିଁ କେତେଦିନରୁ ସଂଘର୍ଷ ଚାଳିଛି । ଆଉ ଶେଷରେ ପାର୍ଲାମେଂଟରେ ବିଲ ମଧ୍ୟ ପାସ  ହୋଇଛି । କିନ୍ତୁ 33 ପ୍ରତିଶତ ସଂରକ୍ଷଣ ଦେବା ପାଇଁ 2037 ମସିହା ପର୍ଯ୍ୟନ୍ତ ସମୟ ଲାଗିପାରେ । ଏହାର ଆଉ ଏକ ଦିଗ ହେଉଛି ଯାହାକୁ ଏବେ ଟିକେଟ ମିଳୁଛି ସେମାନଙ୍କ ସ୍ବାମୀ ବା ପରିବାର କେଉଁଠି ନା କେଉଁଠି ରାଜନୀତି ସହିତ ଯୋଡି ହୋଇ ରହିଛନ୍ତି । ରାଜନୀତିରେ ସାଧାରଣ ଘରର ମହିଳାଙ୍କୁ ସାଂସଦ ବା ବିଧାୟକ ଭାବରେ କୋଚିତ ଟିକେଟ ମିଳିଥାଏ । ଅନୁଗୁଳର ସଂଯୁକ୍ତା ସିଂହ ପ୍ରଥମ ଥର ପାଇଁ ଟିକେଟ ପାଇଛନ୍ତି  କିନ୍ତୁ ତାଙ୍କ ସ୍ମାମୀ ରଜନୀକାନ୍ତ ସିଂହ ଦୀର୍ଘ ଦିନ ଧରି ବିଧାୟକ ସହ ଗୁରୁତ୍ବପୂର୍ଣ ପଦବୀରେ ରହିଥିଲେ ।

ଜୟପୁରରୁ ରବି ନନ୍ଦଙ୍କ ପତ୍ନୀ ଇନ୍ଦିରା ନନ୍ଦ ଟିକେଟ ପାଇଛନ୍ତି । ରବି ନନ୍ଦ ପୂର୍ବରୁ ବିଧାୟକ ସହ ମନ୍ତ୍ରୀ ମଧ୍ୟ ଥିଲେ । ବେଳେ ବେଳେ ସ୍ବାମୀ ଓ ବାପାଙ୍କ ରାଜନୀତିରେ ଲୋକପ୍ରିୟ କମ ଥିବାରୁ ଟିକେଟ ଦେବାକୁ ଅସୁବିଧା  ହୋଇଥାଏ । ଯେତେବେଳେ ସେମାନେ ଦଳ ପାଇଁ ବୋଝ ହୋଇଥାନ୍ତି ସେତେବେଳେ ତାଙ୍କ ପିଲାମାନେ ରାଜନୀତିକୁ ଆସିବାକୁ ବାଟ ପ୍ରସ୍ତୁତ ହୋଇଥାଏ । ଅଧିକାଂଶ ରାଜନୀତିକ ଦଳରେ ଏବଂ ସାରା ଭାରତ ବର୍ଷରେ ଏହି ଘଟଣା ଦେଖିବାକୁମ ମିଳିଥିାଏ । କୋଉଠି ନା କୋଉଠି ବଂଶବାଦ ଟିକେଟ ବଂଟନ କ୍ଷେତ୍ରରେ ଦେଖିବାକୁ ମିଳୁଛି । ଅନେକ କ୍ଷେତ୍ରରେ ପୁଅ ବା ଝିଅମାନେ ରାଜନୀତିକୁ ଆସୁଛନ୍ତି କାରଣ ତାଙ୍କ ବାପାମାନେ ବର୍ଷ ବର୍ଷ ଧରି ତାଙ୍କ କ୍ଷେତ୍ରକୁ ପ୍ରସ୍ତୁତ କରି ରଖିଛନ୍ତି । ଏହି ଭଳି ନେତାମାନଙ୍କୁ ହଠାତ ସାଂସଦ, ବିଧାୟକ ଟିକେଟ ନଦେଇ ବାହାରେ ରଖିବା ମଧ୍ୟ ସହଜ ନୁହେଁ । ଦଳମାନଙ୍କ ଧାରଣା ହେଉଛି ଏଭଳି କରି ନୂଆ ଲୋକଙ୍କୁ ଯଦି ପରୀକ୍ଷା ଦିଆଯାଏ ହୁଏତ ପ୍ରାର୍ଥୀ ହାରିଯିବାର ଆଶଙ୍କା ରହିଛି । ତେଣୁ ଏତେବଡ଼ ରିକ୍ସ ନେବାପାଇଁ ବା ଏକ୍ସପରିମେଂଟ କରିବା ପାଇଁ କେହି ପ୍ରସ୍ତୁତ ନୁହଁନ୍ତି । ନିର୍ବାଚନରେ ରାଜନୈତିକ ତୀବ୍ରତା ବଢ଼ୁଛି । ମହିଳାମାନଙ୍କୁ ରାଜନୈତିକ କ୍ଷେତ୍ରକୁ ଆଣିବାକୁ ପାର୍ଟି ଏବେ ଚାହୁଁନାହାଁନ୍ତି । ଏଥପାଇଁ ଆଇନର ଆବଶ୍ୟକତା ରହିଥିଲା । ଆମ ବ୍ୟବସ୍ଥାରେ ନୈତିକତାର ଆଧାର ରହିବା ମଧ୍ୟ ଉଚିତ । ତେବେ କେବଳ ଆଇନ କଲେ ମହିଳାମାନେ ରାଜନୀତିରେ ସାହାରା ପାଇବେ ଆଉ ଆଇନ କଲେ ସେମାନେ ଟିକେଟ ପାଇବେ ତାହା ରାଜନୈତିକ ଅପରିପକ୍ବତାର ସୂଚନା ଦିଏ । ଯୁଗ ବଦଳୁଛି 18ରୁ 19 ବର୍ଷର ପିଲାମାନେ ଯେଉଁମାନେ ନୂଆ କରି ଭୋଟ ଦେବେ ସେମାନଙ୍କ ମଧ୍ୟରୁ ଅନେକ ଭୋଟ ଦେବାକୁ ନାମ ପଂଜିକରଣ କରୁନାହାଁନ୍ତି । ଏହାର କାରଣ ହେଉଛି ଏହି ଯୁବପିଢ଼ିଙ୍କ ମଧ୍ୟରେ ଆମ ଦେଶର ରାଜନୀତି ହେଉଛି ଏକପାଖିଆ । କିଛି ଲୋକ ବା ଗୋଷ୍ଠୀଙ୍କର ଏକଛତ୍ରବାଦୀ ମନଭାବ ଦ୍ବାରା କବଳିତ । ତେଣୁ ପ୍ରଚଳିତ ରାଜନୀତିକୁ ଆମ ଯୁବ ପିଢ଼ି, କିଶୋର କିଶୋରୀମାନେ ପ୍ରତ୍ୟାଖ୍ୟାନ କରିଛନ୍ତି ଆଉ ରାଜନୀତିକୁ ପେଷା  କରିବାକୁ ଉଚ୍ଚ ଶିକ୍ଷିତ ଯୁବପିଢ଼ି ଚାହୁଁନାହାଁନ୍ତି । ଏଭଳି ରାଜନୀତି ସମୟରେ ମହିଳା ପ୍ରାର୍ଥୀମାନଙ୍କୁ ନେଇ ଯେଉଁ ଦଳ ରିକ୍ସ ନେବାକୁ ଚେଷ୍ଟା କରୁଛନ୍ତି ସେମାନେ ଧନ୍ୟବାଦର ପାତ୍ର । ବିନା ଆଇନରେ କଣ 50 ପ୍ରତିଶତ ମହିଳାଙ୍କ ଭିତରୁ ଅନନ୍ତ 33 ପ୍ରତିଶତ ମହିଳାଙ୍କୁ ଆମେ ପ୍ରାର୍ଥୀ କରିପାରିବା ନାହିଁ । କେବଳ ଆଇନର ନାଲି ଆଖି ଏହି ସମସ୍ୟାକୁ ସମାଧାନ କରିପାରିବ । ଗଣତନ୍ତ୍ରଣ ଏହା ଏକ ବିଡ଼ମ୍ବନା ନୁହେଁ କି?

Tags: bjdnewsnewsroomodisha
Share196Tweet123
M M

M M

  • Trending
  • Comments
  • Latest
ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

February 10, 2025
ସମ୍ମାନଜନକ  ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

ସମ୍ମାନଜନକ ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

May 21, 2025
ସହଯୋଗୀଙ୍କ ଚକ୍ର ବ୍ୟୁହ; ମଝିରେ ଫସିଲା କଂଗ୍ରେସ

ସହଯୋଗୀଙ୍କ ଚକ୍ର ବ୍ୟୁହ; ମଝିରେ ଫସିଲା କଂଗ୍ରେସ

January 12, 2025
କେଉଁଠୁ ଟିକେଟ ପାଇବେ ଲେଖାଶ୍ରୀ ?

କେଉଁଠୁ ଟିକେଟ ପାଇବେ ଲେଖାଶ୍ରୀ ?

0
ପୁଅକୁ ଭୋଟ୍‌ ଦେବା ପାଇଁ କହିବି: ସୁର

ପୁଅକୁ ଭୋଟ୍‌ ଦେବା ପାଇଁ କହିବି: ସୁର

0
ବିଜେଡି ଛାଡ଼ିଲେ ପୂର୍ବତନ ଏମ୍‌ପି ପ୍ରଭାସ ସିଂ

ବିଜେଡି ଛାଡ଼ିଲେ ପୂର୍ବତନ ଏମ୍‌ପି ପ୍ରଭାସ ସିଂ

0
ପିଲାଙ୍କ ପାଠପଢ଼ା କେମିତି ହେବା ଉଚିତ

ପିଲାଙ୍କ ପାଠପଢ଼ା କେମିତି ହେବା ଉଚିତ

June 6, 2025
ଅପରେସନ ସ୍ପାଇଡର ଓ୍ବେବ୍

ଅପରେସନ ସ୍ପାଇଡର ଓ୍ବେବ୍

June 3, 2025
ସିଙ୍ଗାପୁରଠାରେ ଫାଇଭ ଷ୍ଟାର ଚଳଚ୍ଚିତ୍ର ମହୋତ୍ସବ ମହାସମାରୋହରେ ଆୟୋଜିତ

ସିଙ୍ଗାପୁରଠାରେ ଫାଇଭ ଷ୍ଟାର ଚଳଚ୍ଚିତ୍ର ମହୋତ୍ସବ ମହାସମାରୋହରେ ଆୟୋଜିତ

May 29, 2025

Weather

Bhubaneswar
June 7, 2025, 11:07 pm
 

SE
Clear sky
28°C
0.4 m/s
Apparent: 36°C
Pressure: 1005 mb
Humidity: 93%
Winds: 0.4 m/s SE
Windgusts: 6.1 m/s
UV-Index: 0
Precip.: 5.1mm /45% / Rain
Sunrise: 5:05 am
Sunset: 6:25 pm
© 2025 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • About
  • Contact Us
  • Home 1
  • sitemap

Copyright © 2025 Odisha Newsroom