• Latest
  • Trending
କ୍ୟାନସର ପେସେଣ୍ଟଙ୍କ ପୋଷ୍ଟ ପଢ଼ିଲେ, ଆଖିରେ ଲୁହ ଆସିଯିବ

କ୍ୟାନସର ପେସେଣ୍ଟଙ୍କ ପୋଷ୍ଟ ପଢ଼ିଲେ, ଆଖିରେ ଲୁହ ଆସିଯିବ

Oct-16-2025 08:51 PM IST
odisha.newsroom.in

ବଙ୍ଗଳା ଓ ଆସାମରେ ବିଜେପିର ଦବଦବା…ତାମିଲନାଡୁରେ ବିଜୟଙ୍କ ‘ବ୍ଲକବଷ୍ଟର’ ଏଣ୍ଟ୍ରି

May-04-2026 06:52 PM IST
odisha.newsroom.in

ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ କିଏ ? ଚର୍ଚ୍ଚାରେ ଏହି ନେତାଙ୍କ ନାମ…

May-04-2026 06:12 PM IST
odisha.newsroom.in

ତାମିଲନାଡୁରେ ଅଟୋ ଚାଳକଙ୍କ କମାଲ…ବଡ଼ ନେତାଙ୍କୁ ହରାଇଦେଲେ

May-04-2026 05:13 PM IST
odisha.newsroom.in

TMC କାର୍ଯ୍ୟାଳୟ ଖାଁ ଖାଁ…ମମତାଙ୍କ ଘର ଆଗରେ ‘ଜୟ ଶ୍ରୀରାମ’ ନାରା

May-04-2026 03:02 PM IST
odisha.newsroom.in

ପୁଡୁଚେରୀ ନିର୍ବାଚନ ଫଳାଫଳ: ପୁଣି ଥରେ କ୍ଷମତା ଆଡ଼କୁ ବିଜେପି ମେଣ୍ଟ, ପଛରେ ପଡ଼ିଲା କଂଗ୍ରେସ

May-04-2026 12:42 PM IST
odisha.newsroom.in

ତାମିଲନାଡୁରେ’TVK’ ମ୍ୟାଜିକ୍: ବିଜୟଙ୍କ ଘର ଆଗରେ ପୋଲିସ୍ ଛାଉଣୀ କାହିଁକି ?

May-04-2026 12:18 PM IST
odisha.newsroom.in

କେରଳରେ ବଡ଼ ବିଜୟ ଆଡ଼କୁ UDF…LDF କର୍ମୀଙ୍କ ମଧ୍ୟରେ ନିରାଶା…

May-04-2026 11:58 AM IST
odisha.newsroom.in

ତାମିଲନାଡୁରେ ବିଜୟଙ୍କ ଦବଦବା…ଛତ୍ରଭଙ୍ଗ ଦେଲେଣି DMK କର୍ମୀ

May-04-2026 11:20 AM IST
odisha.newsroom.in

ବେଙ୍ଗଲରେ ବିଜେପି ଆଗରେ, ତାମିଲନାଡୁରେ ବିଜୟଙ୍କ TVK ର କମାଲ

May-04-2026 10:37 AM IST
odisha.newsroom.in

ପ୍ରାରମ୍ଭିକ ଟ୍ରେଣ୍ଡରେ ମମତାଙ୍କୁ ପଛରେ ପକାଇଲେ ଶୁଭେନ୍ଦୁ ଅଧିକାରୀ

May-04-2026 09:54 AM IST
  • About
  • Careers
  • Contact Us
Monday, May 4, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

କ୍ୟାନସର ପେସେଣ୍ଟଙ୍କ ପୋଷ୍ଟ ପଢ଼ିଲେ, ଆଖିରେ ଲୁହ ଆସିଯିବ

ମୁଁ ଆଉ ଦୀପାବଳି ଦେଖିପାରିବି ନାହିଁ

by M M
Oct-16-2025 08:51 PM IST
in ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ
0
କ୍ୟାନସର ପେସେଣ୍ଟଙ୍କ ପୋଷ୍ଟ ପଢ଼ିଲେ, ଆଖିରେ ଲୁହ ଆସିଯିବ
491
SHARES
1.4k
VIEWS
Share on FacebookShare on Twitter

ଜଣେ 21 ବର୍ଷୀୟ ଯୁବକଙ୍କ ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଦୁଃଖଦ ପୋଷ୍ଟ ଏବେ ଭାଇରାଲ ହେଉଛି । ତାଙ୍କ ମୃତ୍ୟୁକୁ ନେଇ ସେ କେଇ ଧାଡ଼ି ହୃଦୟରୁ ଶେଷ କଥା ଲେଖିଛନ୍ତି । ଯାହା ପଢ଼ିଲେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଆସିଯିବ । ଯୁବକ ଜଣଙ୍କ ଷ୍ଟେଜ୍ 4 କୋଲୋରେକ୍ଟଲ କ୍ୟାନସରରେ ପୀଡ଼ିତ ଅଛନ୍ତି ।  ଜୀବନ-ମୃତ୍ୟୁ ସହ ସେ ପ୍ରତି ମୁହୂର୍ତ୍ତରେ ସଂଗ୍ରାମ କରି ଲଢ଼ୁଛନ୍ତି । ତାଙ୍କ କୋହଭରା ପୋଷ୍ଟ  Reddit ରେ ସେ ସେୟାର କରିଛନ୍ତି । ଯିଏ ବି ତାଙ୍କ ପୋଷ୍ଟ ପଢ଼ୁଛି ସେ ସମବେଦନା ଦେବା ସହ ସାହସ ଦେଉଛନ୍ତି । ତାଙ୍କ ଜୀବନ ପାଇଁ ହଜାର ହଜାର ପ୍ରାର୍ଥନା ଏବଂ ସମବେଦନା ବାର୍ତ୍ତା ଆସୁଛି । TwentiesIndia subreddit ନାମକ ୟୁଜର ଆକାଉଣ୍ଟରେ ସେୟାର କରାଯାଇଥିବା  ପୋଷ୍ଟରେ ସେ ଲେଖିଛନ୍ତି ଯେ ଡାକ୍ତରଙ୍କ କହିବା ଅନୁସାରେ ତାଙ୍କ ଜୀବନ ଆଉ ବହୁଦିନ ନାହିଁ । ଗୋଟିଏ ବର୍ଷ ଭିତରେ ସେ ସମସ୍ତଙ୍କୁ ଛାଡି ଚାଲିଯିବେ । ଦୀପାବଳି ପାଖେଇ ଆସୁଥିବା ବେଳେ ଆରବର୍ଷ ଦୀପାବଳି ସେ ଦେଖିପାରିବେ କି ନାହିଁ ସେନେଇ କୋହଭରା ପୋଷ୍ଟ କରିଛନ୍ତି ।  ଷ୍ଟେଜ୍ 4 କୋଲୋରେକ୍ଟଲ୍ କର୍କଟ ରୋଗ ଷ୍ଟେଜ୍ -4 ଅବସ୍ଥାରେ ଥିବାରୁ ସେ ଏପରି ଦୁଃଖରେ ଲେଖିଛନ୍ତି ।

 

ଯୁବକ ଜଣକ ତାଙ୍କ କର୍ଟକ ରୋଗ ବିଷୟରେ ଲେଖିଛନ୍ତି ଯେ ମାସ ମାସ ଧରି ସେ କେମୋଥେରାପି ନେଉଛନ୍ତି । ସେ ପ୍ରତିଦିନ ସକାଳ ହେଲେ  କିଛି ଭୟଙ୍କର ଭାବନାକୁ ନେଇ ସମୟ ବିତାଉଛନ୍ତି ।  ଡାକ୍ତରମାନେ ତାଙ୍କୁ ବଞ୍ଚାଇବାକୁ ସମସ୍ତ ଚିକିତ୍ସା ଶେଷ କରିଦେଇଛନ୍ତି । ଯାହା ତାଙ୍କୁ ଏକ ଭୟଙ୍କର ମୃତ୍ୟୁର ପୂର୍ବାନୁମାନ କରୁଛି । ଏବେ ଦୀପାବଳି ଆସୁଛି । ଆଉ ଦୀପାବଳି ପୂର୍ବରୁ ସେ ଦୁଃଖ ମନରେ ଏ ବର୍ଷ ଦୀପାବଳି ତାଙ୍କର ଶେଷ ଆଲୋକ ପର୍ବ ହେବ ବୋଲି  ଅନୁଭବ କରି ଭୟଙ୍କର ଯନ୍ତ୍ରଣା ଭୋଗୁଛନ୍ତି ।

ସେ ଲେଖିଛନ୍ତି ଯେ “ଦୀପାବଳି ଶୀଘ୍ର ଆସୁଛି,  ରାସ୍ତାରେ ଆଲୋକ ଲାଗିଲାଣି । କିନ୍ତୁ ମୁଁ ଶେଷ ଥର ପାଇଁ ଏହି ଦୀପାବଳିର ଆଲୋକକୁ ଦେଖିବି । ଏହା ଜାଣିଥିବାରୁ ମୋତେ ଗଭୀର କଷ୍ଟ ହେଉଛି । ଅନେକ ଦିନ ଧରି ଯେଉଁ ଖୁସି ମୁଁ ଦେଖୁଥିଲି, ତାହା ଆଉ ଦେଖିପାରିବି ନାହିଁ, ସେହି ଆଲୋକ, ସମସ୍ତଙ୍କ ହସ ଏବଂ କଥାକୁ ମୁଁ ମିସ୍ କରିବି। ମୋର ଏ ଜୀବନ ନୀରବରେ ଶେଷ ହୋଇଯିବ । କେଉଁଦିନ, କେତେବେଳେ ମୋ ଜୀବନ ଚାଲିଯିବ, ଏକଥା ଭାବିବା ବେଳେ ମୋତେ ଆଶ୍ଚର୍ଯ୍ୟ ଲାଗୁଛି । ମୁଁ ଜାଣେ ଯେ ଆସନ୍ତା ବର୍ଷକୁ ମୁଁ ନଥିବି ।  ମୁଁ କେବଳ ଏକ ସ୍ମୃତିରେ ରହି ଯାଇଥିବି । କାରଣ ମୋତେ ଦିଆସିଲିରେ କେହି ଜଳାଇ ଦେଇଥିବେ । ଏଭଳି କଥା ସେ ଯୁବକ ଲେଖିଛନ୍ତି  ।

ସେ ଯୁବକ ଆହୁରି ଲେଖିଛନ୍ତି ଯେ ତାଙ୍କ ହୃଦୟରେ ଅନେକ ସ୍ବପ୍ନ ରହିଛି । ଯାହାକୁ ନେଇ ସେ ଯାତ୍ରା ଆରମ୍ଭ କରିଥିଲେ । ସେ କୁକୁରକୁ ପୋଷ୍ୟ ଭାବରେ ଗ୍ରହଣ କରି ତାକୁ ଅନେକ ସ୍ନେହ ଦେଇଥିଲେ । ଅତୀତର ସବୁ ଘଟଣା ଏବେ ମନେପଡ଼ୁଛି ।  ମୋର ସମୟ ସରିଯାଉଛି । ମୋର ସବୁ ଚିନ୍ତାଧାରା ଫିକା ପଡ଼ିଯାଉଛି। ଏବେ ମୁଁ ଘରେ ଅଛି  । ମୃତ୍ୟୁକୁ ଅପେକ୍ଷା କରିଛି ।  ମୁଁ ମୋ ବାପା, ମାଙ୍କ ମୁହଁରେ ଦୁଃଖ ଦେଖିପାରୁଛି। ମୁଁ ପ୍ରକୃତରେ ଜାଣିନାହିଁ ଯେ ମୁଁ ଏହା କାହିଁକି ପୋଷ୍ଟ କରୁଛି। ଆପଣମାନେ ଜାଣିଲେ ମୋର କଣ ହେବ ? ହୁଏତ କେବଳ ଉଚ୍ଚସ୍ୱରରେ କହିବା ପାଇଁ ଚାହୁଁଛି ଯେ ହଜିବା ପୂର୍ବରୁ ଏକ ଛୋଟ ଚିହ୍ନ ଛାଡିଯାଉଛି ।”

ଯୁବକଙ୍କର ଏହି ପୋଷ୍ଟଟି Reddit ରେ ହଜାର ହଜାର ଲୋକଙ୍କ ହୃଦୟକୁ ଛୁଇଁଛି । ଅନେକ ୟୁଜର ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସୁସ୍ଥ ହେବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ହଜାର ହଜାର ଲୋକ ସହାନୁଭୂତି ପ୍ରକାଶ କରିଛନ୍ତି । ଜଣେ ଲେଖିଛନ୍ତି, “ମୁଁ ଆଶା କରୁଛି ଏକ ଚମତ୍କାର ଘଟିବ ।  ତୁମର କର୍କଟ ରୋଗ ଅଛି, କିନ୍ତୁ ଭଲ ହୋଇଯିବ । ଶରୀରର  ସବୁକିଛି କାମ କରିବ । ସେଠାରେ ରୁହ, ବନ୍ଧୁ। ତୁମର ଯାହା ଅଛି ତାହାର ସର୍ବାଧିକ ଲାଭ ନିଅ। ସୁନ୍ଦର ପୃଥିବୀର ଅନୁଭବ ନିଅ । ସକାଳ, ସନ୍ଧ୍ୟାରେ ଚାଲିବାକୁ ଯାଅ। ସକାଳେ ଗୀତ ଗାଉଥିବା ପକ୍ଷୀମାନଙ୍କର ରାବକୁ ଉପଭୋଗ କର। କିଛି ସୁନ୍ଦର ସଙ୍ଗୀତ ଶୁଣ । ଯାହା ତୁମ ମନରେ ନୂତନ ସ୍ପନ୍ଦନ ଆଣିବ । ଯାହା ତୁମକୁ ନାଚିବାକୁ ଆହ୍ବାନ ଦେବ । ଭଲ ଲାଗୁଥିବା ଖାଦ୍ୟ ଖାଅ  । ତୁମର ପରିବାର ଏବଂ ବନ୍ଧୁମାନଙ୍କ ସହ ମିଶି ଖୁସିକୁ ଉପଭୋଗ କର। ଏମିତି ଅନେକ କଥା ୟୁଜରମାନେ ଲେଖିଛନ୍ତି ।

ଆଉ ଜଣେ ଲେଖିଛନ୍ତି “ତୁମେ ଶବ୍ଦ ଅପେକ୍ଷା ଅଧିକ ଶକ୍ତି ଦେଖାଇଛ। ତୁମର ବାର୍ତ୍ତା ଏତେ ହୃଦୟସ୍ପର୍ଶୀ ଯାହା ମନକୁ ଗଭୀର ଶାନ୍ତି ଦେଉଛି । ତୁମକୁ କିଛି କହିବା ପାଇଁ ଭାବି ପାରୁନି,କିନ୍ତୁ ମଙ୍ଗଳ କାମନା କରୁଛି । ଆଉ ଜଣେ ଲେଖିଛନ୍ତି “ଭାଇ, ମୁଁ ତୁମକୁ ଜାଣିନାହିଁ, କିନ୍ତୁ ଏହା ପଢ଼ି ମୋତେ ବହୁତ ଆଘାତ ଲାଗିଲା। ତୁମେ ଲେଖିଛ ଯେ, ତୁମେ ବର୍ଷର ଶେଷ ପର୍ଯ୍ୟନ୍ତ ବଞ୍ଚିପାରିବ ନାହିଁ ।  ଦୀପାବଳି ପାଳନ କରିପାରିବ ନାହିଁ, ଏହା ପଢ଼ିବା ବହୁତ କଷ୍ଟକର। କେବଳ ଏହି ସତ୍ୟକୁ ଜାଣ ଯେ ତୁମେ ଏବେ ବି ଲଢ଼ୁଛ, ଆଉ ଏହା ସମସ୍ତଙ୍କୁ ଶକ୍ତି ଯୋଗାଉଛି ।  ଦୃଢ଼ ରୁହ, ଭାଇ।” ସବୁ ମଙ୍ଗଳ ହେବ ।

Share196Tweet123
M M

M M

ଆଜିର ପାଗ

Bhubaneswar
May 4, 2026, 8:51 PM
 

S
Partly cloudy
27°C
2.9 m/s
Apparent: 31°C
Pressure: 1007 mb
Humidity: 97%
Winds: 2.9 m/s S
Windgusts: 11 m/s
UV-Index: 0
Precip.: 5.1mm /45% / Rain
Sunrise: 5:15 AM
Sunset: 6:11 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom