• Latest
  • Trending
ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ, ସମସ୍ତଙ୍କୁ ଆଶ୍ଵାସନା ଓ ଭରଷା ଦେଲେ

ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ, ସମସ୍ତଙ୍କୁ ଆଶ୍ଵାସନା ଓ ଭରଷା ଦେଲେ

June 26, 2024
ପିଲାଙ୍କ ପାଠପଢ଼ା କେମିତି ହେବା ଉଚିତ

ପିଲାଙ୍କ ପାଠପଢ଼ା କେମିତି ହେବା ଉଚିତ

June 6, 2025
ଅପରେସନ ସ୍ପାଇଡର ଓ୍ବେବ୍

ଅପରେସନ ସ୍ପାଇଡର ଓ୍ବେବ୍

June 3, 2025
ସିଙ୍ଗାପୁରଠାରେ ଫାଇଭ ଷ୍ଟାର ଚଳଚ୍ଚିତ୍ର ମହୋତ୍ସବ ମହାସମାରୋହରେ ଆୟୋଜିତ

ସିଙ୍ଗାପୁରଠାରେ ଫାଇଭ ଷ୍ଟାର ଚଳଚ୍ଚିତ୍ର ମହୋତ୍ସବ ମହାସମାରୋହରେ ଆୟୋଜିତ

May 29, 2025

ବାସବରାଜୁ ଏନକାଉଁଟର,ଦୁଇ ଭାଇ: ଦୁଇ ଭିନ୍ନ ପଥ

May 27, 2025
ସମ୍ମାନଜନକ  ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

ସମ୍ମାନଜନକ ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

May 21, 2025
ଯୁକ୍ତ ୨ ପରୀକ୍ଷା ଫଳ: ବିଜ୍ଞାନରେ ୮୭.୪୯, କଳାରେ ୮୦.୫୧ ଓ ବାଣିଜ୍ୟରେ ୮୩.୦୨% ପିଲା ପାସ୍

ଯୁକ୍ତ ୨ ପରୀକ୍ଷା ଫଳ: ବିଜ୍ଞାନରେ ୮୭.୪୯, କଳାରେ ୮୦.୫୧ ଓ ବାଣିଜ୍ୟରେ ୮୩.୦୨% ପିଲା ପାସ୍

May 21, 2025
ଅମଲାତନ୍ତ୍ରରୁ  ନେତାଙ୍କ ଶାସନ ଆରମ୍ଭ

ଅମଲାତନ୍ତ୍ରରୁ ନେତାଙ୍କ ଶାସନ ଆରମ୍ଭ

May 21, 2025
ଭାରତ ଭିତରେ ପାକିସ୍ତାନର ଗୁପ୍ତଚର: ଗତ ୩ ଦିନରେ ଧରାପଡ଼ିଲେଣି ୧୧ ଗୁପ୍ତଚର

ଭାରତ ଭିତରେ ପାକିସ୍ତାନର ଗୁପ୍ତଚର: ଗତ ୩ ଦିନରେ ଧରାପଡ଼ିଲେଣି ୧୧ ଗୁପ୍ତଚର

May 20, 2025
୧୬ ଜଣ ଆଇଏଏସ୍ ଅଧିକାରୀଙ୍କୁ ପଦୋନ୍ନତି ଦେଲେ ଓଡ଼ିଶା ସରକାର

୧୬ ଜଣ ଆଇଏଏସ୍ ଅଧିକାରୀଙ୍କୁ ପଦୋନ୍ନତି ଦେଲେ ଓଡ଼ିଶା ସରକାର

May 16, 2025
ରାଜା ଚକ୍ର ଅଗ୍ରୀମ ଜାମିନ ଆବେଦନ ଖାରଜ

ରାଜା ଚକ୍ର ଅଗ୍ରୀମ ଜାମିନ ଆବେଦନ ଖାରଜ

May 16, 2025
  • About
  • Careers
  • Contact Us
Sunday, June 8, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ, ସମସ୍ତଙ୍କୁ ଆଶ୍ଵାସନା ଓ ଭରଷା ଦେଲେ

ଲୋକେ ବହୁତ ଖୁସି

by M M
June 26, 2024
in ବଡ଼ ଖବର, ରାଜନୀତି, ରାଜ୍ୟ
0
ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ, ସମସ୍ତଙ୍କୁ ଆଶ୍ଵାସନା ଓ ଭରଷା ଦେଲେ
491
SHARES
1.4k
VIEWS
Share on FacebookShare on Twitter
ଭୁବନେଶ୍ବର: ଗତ କିଛି ଦିନ ଧରି ପ୍ରତିଦିନ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ଲୋକଙ୍କ ଅଭିଯୋଗ ଶୁଣିବା ସହ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆଶ୍ଵାସନା ଓ ଭରଷା ଦେଉଥିବା ଦେଖିବାକୁ ମିଳୁଛି । ଅପରାହ୍ନରୁ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଶୁଣୁଛନ୍ତି ଅଭିଯୋଗ । ଏପରିକି କିଛି ଲୋକଙ୍କ ସମସ୍ୟା ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦେଉଥିବା ଦେଖିବାକୁ ମିଳୁଛି ।  କଟକ ଖ୍ରୀଷ୍ଟ କଲେଜିଏଟ ସ୍କୁଲର ଶିକ୍ଷକମାନେ ସେମାନଙ୍କ ସମସ୍ୟା କହିବା ପରେ ସମସ୍ୟାର ହୋଇଛି ତୁରନ୍ତ ସମାଧାନ । ଅସୁସ୍ଥ ଉର୍ମିଳା, ଦୃଷ୍ଟିବାଧିତ ବିଦ୍ୟାଳୟର ଶିକ୍ଷକମାନେ ଏବଂ ଆହୁରି ଅନେକ ମୁଖ୍ୟମନ୍ତ୍ରୀଙ୍କ ଭରଷା ପାଇ ଖୁସି ମନରେ ଫେରିଲେ  । ସବୁଦିନ ପରି  ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ ରାଜ୍ୟ ଅତିଥି ଭବନ ପରିସରରେ ପ୍ରାୟ ଏକ ହଜାର ଲୋକଙ୍କ ସମାବେଶ ହୋଇଥିଲା। ସମସ୍ତେ ଅପେକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ସେମାନଙ୍କ ସମସ୍ୟା ଶୁଣିବେ ଓ ଅଭିଯୋଗ ପତ୍ର ଗ୍ରହଣ କରିବେ। ସକାଳର ବ୍ୟସ୍ତ ବହୁଳ କାର୍ଯ୍ୟକ୍ରମ ପରେ ମଧ୍ୟାହ୍ନ ଠାରୁ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଇଁ ସମୟ ରଖିଥିଲେ। ଲୋକମାନେ ମଧ୍ୟ ଧାଡି ବାନ୍ଧି ଶୃଙ୍ଖଳିତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଅପେକ୍ଷା କରି ରହିଥିଲେ।
ମୁଖ୍ୟମନ୍ତ୍ରୀ ନିଜେ ଆସି ଜଣ ଜଣ କରି ଲୋକଙ୍କର ସମସ୍ୟା ଶୁଣିଥିଲେ  ଓ ଲୋକଙ୍କଠାରୁ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ସମସ୍ତଙ୍କ ସମସ୍ୟାକୁ ଗୁରତ୍ଵ ଦେଇ ମୁଖ୍ୟମନ୍ତ୍ରୀ ଶୁଣୁଥିଲେ। ଲୋକଙ୍କ ମଧ୍ୟରୁ ନୟାଗଡ଼ରୁ ଆସିଥିବା ଉର୍ମିଳା ସାହୁ। ସମସ୍ୟା ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ କହିଲା ବେଳେ ଭାବବିହ୍ଵଳ ହୋଇ ଅସୁସ୍ଥ ଅନୁଭବ କଲେ। ମୁଖ୍ୟମନ୍ତ୍ରୀ ସଙ୍ଗେ ସଙ୍ଗେ ନିଜ ହାତରେ ତାଙ୍କୁ ପାଣି ପିଆଇ ପ୍ରକୃସ୍ଥିତ କଲେ।
ଦୃଷ୍ଟିବାଧିତ ବିଦ୍ୟାଳୟର କାର୍ଯ୍ୟରତ ଓ ଅବସରପ୍ରାପ୍ତ ଶିକ୍ଷକମାନେ ମଧ୍ୟ ଆସିଥିଲେ ସେମାନକର ସମସ୍ୟା ନେଇ। ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ କଥା ହୋଇ ଯଥାଶୀଘ୍ର ତାଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ।  ସାଧାରଣ ଲୋକଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଏଭଳି ଆତ୍ମୀୟତା ଭରା ବ୍ୟବହାର ଦେଖି ଉର୍ମିଳା ସାହୁ ଏବଂ ଦୃଷ୍ଟିବାଧିତ ବିଦ୍ୟାଳୟର ଶିକ୍ଷକମାନଙ୍କ ଆଖିରୁ ଆନନ୍ଦାଶୃ ବୋହି ଯାଇଥିଲା।
ସାଧାରଣ ଲୋକଙ୍କ ସହିତ ବିଭିନ୍ନ ଅନୁଷ୍ଠାନ, ସଂଗଠନ, ଦିବ୍ୟାଙ୍ଗ ଆଦି ସବୁ ବର୍ଗର ଲୋକ ମୁଖ୍ୟମନ୍ତ୍ରୀଙ୍କୁ ଆଜି ଭେଟି ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ସେମାନଙ୍କ ସମସ୍ୟା ଶୁଣାଇଥିଲେ ଏବଂ ଅଭିଯୋଗ ପତ୍ର ମଧ୍ୟ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇ ସମସ୍ତଙ୍କ ମୁହଁରେ ଆଶା, ଭରଷା ଓ ବିଶ୍ଵାସର ଝଲକ ଦେଖିବାକୁ ମିଳୁଥିଲା।
କଟକ ଖ୍ରୀଷ୍ଟ କଲେଜିଏଟ ସ୍କୁଲର ଶିକ୍ଷୟତ୍ରୀମାନେ ତିନି ମାସ ହେଲା ଦରମା ପାଉ ନଥିଲେ। କାରଣ ତାଙ୍କ ସ୍କୁଲରେ ପ୍ରଧାନ ଶିକ୍ଷୟତ୍ରୀ କେହି ନଥିଲେ। ସେମାନଙ୍କ ସମସ୍ୟା ବିଷୟରେ ମୁଖ୍ୟମନ୍ତ୍ରୀ ଜାଣିବା ପରେ ସେମାନଙ୍କର ସମସ୍ୟାର ସମାଧାନ ପାଇଁ ସଙ୍ଗେ ସଙ୍ଗେ ଶିକ୍ଷା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ।  ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସେମାନଙ୍କର ଅସୁବିଧା ଦୂର ହେଲା। ଖୁବ ଶୀଘ୍ର ବରିଷ୍ଠତା ଭିତ୍ତିରେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ମିଳିବ ପ୍ରଧାନ ଶିକ୍ଷୟତ୍ରୀ ଦାୟିତ୍ଵ ଓ ସେମାନଙ୍କର ଦରମା ମଧ୍ୟ ନିୟମିତ ହେବ। ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରି ସେମାନେ ଖୁସି ମନରେ ଫେରିଲେ।
Tags: bjpnewsnewsroomodishapolitics
Share196Tweet123
M M

M M

  • Trending
  • Comments
  • Latest
ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

February 10, 2025
ସମ୍ମାନଜନକ  ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

ସମ୍ମାନଜନକ ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

May 21, 2025
ସହଯୋଗୀଙ୍କ ଚକ୍ର ବ୍ୟୁହ; ମଝିରେ ଫସିଲା କଂଗ୍ରେସ

ସହଯୋଗୀଙ୍କ ଚକ୍ର ବ୍ୟୁହ; ମଝିରେ ଫସିଲା କଂଗ୍ରେସ

January 12, 2025
କେଉଁଠୁ ଟିକେଟ ପାଇବେ ଲେଖାଶ୍ରୀ ?

କେଉଁଠୁ ଟିକେଟ ପାଇବେ ଲେଖାଶ୍ରୀ ?

0
ପୁଅକୁ ଭୋଟ୍‌ ଦେବା ପାଇଁ କହିବି: ସୁର

ପୁଅକୁ ଭୋଟ୍‌ ଦେବା ପାଇଁ କହିବି: ସୁର

0
ବିଜେଡି ଛାଡ଼ିଲେ ପୂର୍ବତନ ଏମ୍‌ପି ପ୍ରଭାସ ସିଂ

ବିଜେଡି ଛାଡ଼ିଲେ ପୂର୍ବତନ ଏମ୍‌ପି ପ୍ରଭାସ ସିଂ

0
ପିଲାଙ୍କ ପାଠପଢ଼ା କେମିତି ହେବା ଉଚିତ

ପିଲାଙ୍କ ପାଠପଢ଼ା କେମିତି ହେବା ଉଚିତ

June 6, 2025
ଅପରେସନ ସ୍ପାଇଡର ଓ୍ବେବ୍

ଅପରେସନ ସ୍ପାଇଡର ଓ୍ବେବ୍

June 3, 2025
ସିଙ୍ଗାପୁରଠାରେ ଫାଇଭ ଷ୍ଟାର ଚଳଚ୍ଚିତ୍ର ମହୋତ୍ସବ ମହାସମାରୋହରେ ଆୟୋଜିତ

ସିଙ୍ଗାପୁରଠାରେ ଫାଇଭ ଷ୍ଟାର ଚଳଚ୍ଚିତ୍ର ମହୋତ୍ସବ ମହାସମାରୋହରେ ଆୟୋଜିତ

May 29, 2025

Weather

Bhubaneswar
June 8, 2025, 10:38 pm
 

SE
Partly cloudy
29°C
0.9 m/s
Apparent: 36°C
Pressure: 1002 mb
Humidity: 94%
Winds: 0.9 m/s SE
Windgusts: 5.9 m/s
UV-Index: 0
Precip.: 2.5mm /65% / Rain
Sunrise: 5:05 am
Sunset: 6:25 pm
© 2025 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • About
  • Contact Us
  • Home 1
  • sitemap

Copyright © 2025 Odisha Newsroom