• Latest
  • Trending
ରାଜ୍ୟରେ ଦୁର୍ନୀତି ରୋକିବା ସମ୍ଭବ କି?

ରାଜ୍ୟରେ ଦୁର୍ନୀତି ରୋକିବା ସମ୍ଭବ କି?

October 29, 2024

ମୋଦି କହିଲେ ଅପରେସନ ସିନ୍ଦୂର ସମୟରେ କଣ ଘଟିଥିଲା

July 30, 2025

କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଦାବି- ବିଜେଡି କହିଲା ନିଷ୍ପତ୍ତି ହୋଇନି

July 23, 2025
ନିଉଜରୁମ୍ ‘ ଡିଭାଇନ ପୁରୀ କନକ୍ଲେଭ’

ନିଉଜରୁମ୍ ‘ ଡିଭାଇନ ପୁରୀ କନକ୍ଲେଭ’

July 19, 2025

ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଇଂଲଣ୍ଡ

July 10, 2025

ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ବାଳ କଂଗ୍ରେସରେ ଯୋଗ ଦେଇଛନ୍ତି

July 10, 2025
ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

July 9, 2025
ବିଜେପି ଭିତରେ ମନମୋହନଙ୍କ ଶକ୍ତି ବଢ଼ିଛି

ବିଜେପି ଭିତରେ ମନମୋହନଙ୍କ ଶକ୍ତି ବଢ଼ିଛି

July 10, 2025
ଲୋକଙ୍କ ସହ ଭଲ ବ୍ୟବହାର କରିବାକୁ ପଡ଼ିବ: ମନମୋହନ ସାମଲ

ଲୋକଙ୍କ ସହ ଭଲ ବ୍ୟବହାର କରିବାକୁ ପଡ଼ିବ: ମନମୋହନ ସାମଲ

July 8, 2025

ମନମୋହନ ସାମଲଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜୋରଦାର ପ୍ରଶଂସା

July 8, 2025

ଜୁଲାଇ ୭ରେ ଜନସାଧାରଣଙ୍କର ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

July 5, 2025
  • About
  • Careers
  • Contact Us
Saturday, August 2, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ରାଜ୍ୟରେ ଦୁର୍ନୀତି ରୋକିବା ସମ୍ଭବ କି?

by M M
October 29, 2024
in ବଡ଼ ଖବର, ବିଶେଷ
0
ରାଜ୍ୟରେ ଦୁର୍ନୀତି ରୋକିବା ସମ୍ଭବ କି?
491
SHARES
1.4k
VIEWS
Share on FacebookShare on Twitter

ଦୁର୍ନୀତିକୁ ନେଇ ସବୁ ସରକାର ବଡ଼ ଘୋଷଣା କରନ୍ତି । କିନ୍ତୁ ତୃଣମୂଳ ସ୍ତରରେ ଦୁର୍ନୀତିର ଚେର ଲମ୍ବି ଲମ୍ବି ଯାଇଥାଏ । ଗତ ସରକାର ସମୟରେ ଦୁର୍ନୀତି ରୋକିବା ପାଇଁ ନବୀନ ପଟ୍ଟନାୟକ ସରକାର ଜୋରଦେଇଥିଲେ ମଧ୍ୟ ଥାନାଠୁ ଆରମ୍ଭ କରି ସରକାରୀ କାର୍ଯ୍ୟାଳୟରେ ଟେବୁଲ ତଳେ ଟଙ୍କା ନେବା ଏକେ ସାଧାରଣ ଘଟଣା । ଏହା ସମସ୍ତେ ଅନୁଭବ କରନ୍ତି । କିନ୍ତୁ କୁହନ୍ତି ନାହିଁ । ୨୦୨୨ ମସିହାର ଶେଷ ୯ ମାସ ମଧ୍ୟରେ ରାଜ୍ୟର ୪୪ ଜଣ ପ୍ରଥମ ଶ୍ରେଣୀ ଅଧିକାରୀ ଓ ୪୦ ଦ୍ୱିତୀୟ ଶ୍ରେଣୀ ଅଧିକାରୀ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିଲେ। ସେମାନଙ୍କ ଭିତରୁ ୨୬ ଜଣ ପ୍ରଥମ ଶ୍ରେଣୀ ଅଧିକାରୀଙ୍କ ସମେତ ୧୫୨ ଜଣଙ୍କୁ ଗିରଫ କରାଯାଇଥିଲା। ତେବେ ଏହି ପରିସଂଖ୍ୟାନ ବହୁତ କମ । ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଆମ ରାଜ୍ୟରେ ଦଣ୍ଡ ଦେବା କୋହଳ ହେଉଥିବା ଅଭିଯୋଗ ହୁଏ । ଖଣିଠୁ ଆରମ୍ଭ କରି ସବୁ କ୍ଷେତ୍ରରେ ଦୁର୍ନୀତି ଜଳ ଜଳ ଦେଖାଯାଉଥିଲେ ମଧ୍ୟ କେବଳ ହାତ ଗଣତି କିଛି କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବାର ଦେଖାଯାଇଥାଏ ।

ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ବିରୋଧରେ ଭିଜିଲାନସ  ଦୁର୍ନୀତିର ପର୍ଦ୍ଦାଫାଶ କରିବା ସଂଗେ ସଂଗେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିବା ଖବର ପ୍ରକାଶିତ ହୁଏ । ତାପରେ କଣ ହୁଏ ସମସ୍ତେ ଜାଣନ୍ତି । ତଦନ୍ତ ଏବଂ ଦଣ୍ଡ କୋହଳ ଥିବା ରାଜନୈତିକ ଦଳଠାରୁ ଆରମ୍ଭ କରି ସାମାଜିକକର୍ମୀମାନେ ଅଭିଯୋଗ କରିଥାନ୍ତି ।

ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥା ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସର୍ବାଧିକ ପରିମାଣର ଟଙ୍କା ଓ ଆୟ ବହିର୍ଭୂତ ସମ୍ପତ୍ତି ଜବତ କରିବା ଭଲ କଥା । କିଛି ଅଧିକାରୀଙ୍କୁ ଗିରଫ କରିବା ମଧ୍ୟ ଅନ୍ୟମାନଙ୍କୁ ଦୁର୍ନୀତି କରିବାକୁ ଭୟ ସୃଷ୍ଟି କରିବ ।  ଜାତୀୟ କ୍ରାଇମ୍‌‌ ରେକର୍ଡ ବ୍ୟୁରୋ ଦ୍ୱାରା ଏହି ତଥ୍ୟ ପ୍ରଦାନ କରାଯାଉଥିବା ବେଳେ କିନ୍ତୁ ତାହା ଏବେ ବି ଚାଲିଛି ତାହା କୁହାଯାଇପାରେ ।

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି ବିରୋଧରେ ଦୃଢ଼ ପଦକ୍ଷେପ ନେଉଥିବା କହୁଥିଲେ । ଏବେକାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁର୍ନୀତି ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହୁଛନ୍ତି । ତେବେ କେତେଦୂର ଏହା ତଳସ୍ତରରେ କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ ବାକି ରହିଲା ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ରାଜ୍ୟରେ ବିଜେପି ସରକାର ଆସିବାରେ ୧୪୦ ଦିନ ହୋଇଛି । ଏହି ସମୟରେ ବହୁ ଦୁର୍ନୀତିଖୋର ଅଧିକାରୀ ବନ୍ଧା ହେଲେଣି । ଯେଉଁମାନେ ବନ୍ଧା ହୋଇନାହାନ୍ତି ସେମାନଙ୍କ ଛାତିରେ ଛନକା ପଶିଛି । ସରକାର କେତେବେଳେ ବି ସେମାନଙ୍କୁ ବାନ୍ଧିପାରେ । ଏବେ କେବଳ ଟ୍ରେଲର ଚାଲିଛି । ଆଗକୁ ପୂରା ଫିଲ୍ମ ଦେଖିବାର ବାକି ଅଛି ।

ମୁଖ୍ୟମନ୍ତ୍ରୀଙ୍କ କଥାରୁ ବୁଝାପଡ଼ୁଛି ଯେ ଦୁର୍ନୀତିଖୋରଙ୍କୁ କଡା ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦୁର୍ନୀତି ହେଉଛି ଭୟଙ୍କର ମଧୁମେହ ରୋଗ ସଦୃଶ୍ୟ। ଦୁର୍ନୀତିର କୁପ୍ରଭାବ ପ୍ରଥମେ ଜଣା ପଡିବ ନାହିଁ, ଧିରେ ଧିରେ ଏହା ବ୍ୟକ୍ତିଗତ ସ୍ତରରେ ଓ ସମାଜ ସ୍ତରରେ ଭୟଙ୍କର କୁପ୍ରଭାବ ପକାଇଥାଏ।

ଆମ ଦେଶରେ ଦୁର୍ନୀତି ସ୍ବାଧୀନତା ସମୟରୁ ରହିଛି । କାରଣ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ କହୁଥିଲେ ଯେ ଦୁର୍ନୀତି ହେଉଛି ଦେଶର ଶତ୍ରୁ । ଦୁର୍ନୀତି ରୋକିବା ବଡ଼ କଷ୍ଟକର । କାରଣ ଏଥିପାଇଁ ପ୍ରଥମେ ମଣିଷର ମନ ବଦଳିବା ଦରକାର ।

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ମଧ୍ୟ ଦେଶରେ ଦୁର୍ନୀତିକୁ ନେଇ ବଡ଼ କଥା କହିଥିଲେ ମୁଁ ଦିଲ୍ଲୀରୁ ଗୋଟିଏ ଟଙ୍କା ପଠାଇଲେ ହିତାଧିକାରୀମାନେ ୧୫ ପଇସା ପାଉଛନ୍ତି। ଏଠାରେ ପ୍ରଶ୍ନ ହୁଏ, ଯେ ବାକି ୮୫ ପଇସା କାହା ପକେଟକୁ ଯାଉଥିଲା। ଏହାର ଉତ୍ତର କିନ୍ତୁ ସେ ଦେଇନଥିଲେ କି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି  ଦୁର୍ନୀତି ନିବାରଣ ବିଭାଗର ଆଜି ଦୋଷୀ ସାବ୍ୟସ୍ତ ହାର ୫୦ ପ୍ରତିଶତରୁ ଅଧିକ ହୋଇଛି । ଏହାର ମାନେ ହେଉଛି ଦୁର୍ନୀତି ବେଶୀ ହେଉଛି । ଭିଜିଲାନସ ଗିରଫ କରୁଥିବା ବ୍ୟକ୍ତିମାନଙ୍କଠାରୁ  ଆୟ ବହିର୍ଭୁତ ସଂପତ୍ତି ପୁଳା ପୁଳା ବାହାରୁଛି । ତେବେ ଦୋଷୀ ସାବ୍ୟସ୍ତ ହାର ୮୦ ପ୍ରତିଶତରୁ ଅଧିକ ବୋଲି ଏବେକାର ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଭିଜିଲାନ୍ସ ବିଭାଗରେ ବର୍ଷ ବର୍ଷ ଧରି ଅନେକ ପଦବୀ ଖାଲି ରହୁଛି । ପଦବୀ କମ ଥିବାରୁ କାମ ଠିକରେ ହୋଇପାରୁନାହିଁ । ବର୍ତମାନ ସମୟରେ  ଭିଜିଲାନସ ବିଭାଗର ତଦନ୍ତ ଅନୁସନ୍ଧାନ, ତଦାରଖ ଓ ଦୁର୍ନୀତି ମାମଲାର ବିଚାର ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିପାଇଁ ଖାଲି ପଦବୀ ନିହାତି ପୂରଣ ହେବା ଆବଶ୍ୟକ ।

ବିଶେଷ କରି ସାଇବର ବିଶେଷଜ୍ଞକୁ ବିଭାଗରେ ସାମିଲ କରିବା ଆବଶ୍ୟକ । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ରେ ଯେତେବେଳେ ପ୍ରଥମଥର ପାଇଁ ପାଇଁ ପାର୍ଥିତ୍ଵ କରିଥିଲେ ସେ ସମୟରେ ଚାଲିଥିବା ଦୁର୍ନୀତି ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଥିଲେ। କିନ୍ତୁ ଏବେ ବି ଅନେକ ବିଭାଗରେ ଦୁର୍ନୀତି ଚାଲିଛି । ଦେଶରେ ମୋଦି ସରକାର ଆସିବା ପରେ ମଧ୍ୟ ବିଭିନ୍ନ ଦୁର୍ନୀତି ଓ ସ୍କାମ୍‌ରେ ଅଧିକାରୀମାନେ ଜଡିତ ଅଛନ୍ତି ।

ଅବଶ୍ୟ କେନ୍ଦ୍ର ସରକାରଙ୍କ ଉପରେ ଦୁର୍ନୀତିର ଛିଟା ଲାଗି ନାହିଁ । ସେଦିନ କେନ୍ଦ୍ରରୁ ଆସୁଥିବା ଟଙ୍କାଟିଏ ଏବେ ଡିବିଟି ମାଧ୍ୟମରେ ଶତ ପ୍ରତିଶତ ଲୋକଙ୍କୁ ପାଖକୁ ଆସୁଛି ।ଆଜି ଦିଲ୍ଲୀରୁ ଯେଉଁ ସହାୟତା ରାଶି ହିତାଧିକାରୀଙ୍କ ପାଖକୁ ଆସୁଛି ଏହା ସମ୍ପୂର୍ଣ୍ଣ ରୂପେ ହିତାଧିକାରୀଙ୍କ ଖାତାରେ ପହଞ୍ଚୁଛି। ପ୍ରଧାନମନ୍ତ୍ରୀଙ୍କ ଡିବିଟି ମାଧ୍ୟମ ହେଉଛି ଦୁର୍ନୀତି କୁ ରୋକିବା ପାଇଁ ପ୍ରମୁଖ ଅସ୍ତ୍ର।

ଦୁର୍ନୀତି ବିରୋଧରେ ସଂଗ୍ରାମକୁ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିବା ନେତାମାନେ ଯେପରି କହୁଛନ୍ତି କିନ୍ତୁ ଦେଖିବାକୁ ଗଲେ ତାହା ହେଉନାହିଁ ।

ମୁଖ୍ୟମନ୍ତ୍ରୀ କହିଛନ୍ତି  ଆମ ସରକାର ଆସିବାର ୧୪୦ ଦିନ ମଧ୍ୟରେ ୬ ଜଣ ମୁଖ୍ୟ ଯନ୍ତ୍ରୀଙ୍କ ବିରୋଧରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗ ମାମଲା ରୁଜ୍ଜୁ କରାଯାଇ ଗିରଫ କରାଯାଇଛି । ସେମାନଙ୍କ ସମ୍ପତ୍ତି ଜବତ କରାଯାଇ ସେମାନଙ୍କୁ କୋର୍ଟ ଚାଲଣ କରାଯାଇଛି। ଏ ସବୁ ଆୟବହିର୍ଭୁତ ସମ୍ପତ୍ତି ସେମାନେ ସାଧାରଣ ଜନତାଙ୍କ ଟଙ୍କାରେ ଠୁଳ କରିଥିଲେ। ବିଭିନ୍ନ ଭିତ୍ତିଭୂମି କାମ ସବୁ ନିମ୍ନମାନର ହେଉଥିଲା। ସରକାରୀ ଅର୍ଥ ବାଟ ମାରଣା ହେଉଥିଲା। କେବଳ ମୁଖ୍ୟ ଯନ୍ତ୍ରୀ ନୁହେଁ ବିଭିନ୍ନ ବର୍ଗର ପ୍ରାୟ ୨୦ ଜଣ ଅଧିକାରୀଙ୍କୁ ଦୁର୍ନୀତି ଅଭିଯୋଗରେ ଗିରଫ କରାଯାଇଛି।

ଦୁର୍ନୀତି ବିରୋଧରେ ଲଢେଇ କରିବା ପାଇଁ ଦୁର୍ନୀତି ବିରୋଧୀ  ଅଭିଯାନ ଦୀର୍ଘସ୍ଥାୟୀ ଭାବେ ଚାଲିବା ଦରକାର। ତାହେଲେ ଯାଇ ଦୁର୍ନୀତିଖୋରଙ୍କ ନିଦ ହଜି ଯିବ ଏବଂ ସେମାନଙ୍କ ମନରେ ଦୁର୍ନୀତି ପାଇଁ ଜେଲ୍‌ର ଭୟ ରହିବ। ଦୁର୍ନୀତିର ଚେର ଆଜିବି ଦେଶରେ, ରାଜ୍ୟରେ ମଜଭୁତ୍ ଅଛି । ଏହାକୁ ସଂଗେ ସଂଗେ ବନ୍ଦ କରିବା ଅସମ୍ଭବ । ସମୃଦ୍ଧ ଓଡିଶାକୁ ସ୍ମରଣ କରି ୨୦୩୬ ଭିତରେ ସରକାର ଦୁର୍ନୀତିକୁ ରୋକିପାରିଲେ ଭବିଷ୍ୟତ ଓଡ଼ିଶା ବିକଶିତ ଓଡ଼ିଶା ହୋଇପାରିବ ବୋଲି ଆଶା କରାଯାଏ । ରାଜ୍ୟ ଶାସନ ମୁଖ୍ୟଙ୍କର ଦୁର୍ନୀତି ବିରୋଧୀ କଡା ସ୍ବରଙ୍କୁ ବରିଷ୍ଠ ଅଧିକାରୀମାନେ କେତେ ଗୁରୁତ୍ବ ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

 

Share196Tweet123
M M

M M

  • Trending
  • Comments
  • Latest
ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

February 10, 2025
ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

July 9, 2025
ସମ୍ମାନଜନକ  ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

ସମ୍ମାନଜନକ ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

May 21, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0

ମୋଦି କହିଲେ ଅପରେସନ ସିନ୍ଦୂର ସମୟରେ କଣ ଘଟିଥିଲା

July 30, 2025

କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଦାବି- ବିଜେଡି କହିଲା ନିଷ୍ପତ୍ତି ହୋଇନି

July 23, 2025
ନିଉଜରୁମ୍ ‘ ଡିଭାଇନ ପୁରୀ କନକ୍ଲେଭ’

ନିଉଜରୁମ୍ ‘ ଡିଭାଇନ ପୁରୀ କନକ୍ଲେଭ’

July 19, 2025

Weather

Bhubaneswar
August 2, 2025, 8:24 am
 

SW
Overcast
33°C
2.1 m/s
Apparent: 34°C
Pressure: 1002 mb
Humidity: 90%
Winds: 2.1 m/s SW
Windgusts: 7 m/s
UV-Index: 0
Precip.: 2.5mm /45% / Rain
Sunrise: 5:21 am
Sunset: 6:23 pm
© 2025 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • About
  • Contact Us
  • Home 1
  • sitemap

Copyright © 2025 Odisha Newsroom