• Latest
  • Trending

ରାଜ୍ୟରେ ଦୁର୍ନୀତି ରୋକିବା ସମ୍ଭବ କି?

Oct-29-2024 01:42 PM IST
ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ  ଦେଲି

ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ ଦେଲି

Mar-19-2026 05:04 PM IST
ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

Mar-19-2026 04:10 PM IST
ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

Mar-19-2026 02:55 PM IST
ମୁଁ ସିଧା କହୁଛି, ପ୍ରତିଶୋଧ ନେବା ପାଇଁ ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଛି

ମୁଁ ସିଧା କହୁଛି, ପ୍ରତିଶୋଧ ନେବା ପାଇଁ ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଛି

Mar-19-2026 02:30 PM IST
କ୍ରସ ଭୋଟିଂ ପରେ ବିଜେଡିକୁ ବିଧାୟକ ଦେବୀରଂଜନଙ୍କ ଚ୍ୟାଲେଞ୍ଜ

କ୍ରସ ଭୋଟିଂ ପରେ ବିଜେଡିକୁ ବିଧାୟକ ଦେବୀରଂଜନଙ୍କ ଚ୍ୟାଲେଞ୍ଜ

Mar-19-2026 01:29 PM IST
https://odisha.newsroom.in/

ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ

Mar-18-2026 04:14 PM IST
https://odisha.newsroom.in/

କଟକ ବଡ ମେଡିକାଲ ନିଆଁକୁ ନେଇ ବିଧାନସଭାରେ ପ୍ରବଳ ହଟ୍ଟଗୋଳ

Mar-18-2026 03:22 PM IST
କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

Mar-17-2026 05:13 PM IST
ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

Mar-16-2026 11:47 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Mar-16-2026 11:40 AM IST
  • About
  • Careers
  • Contact Us
Friday, March 20, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ରାଜ୍ୟରେ ଦୁର୍ନୀତି ରୋକିବା ସମ୍ଭବ କି?

by M M
Oct-29-2024 01:42 PM IST
in ବଡ଼ ଖବର, ବିଶେଷ
0
491
SHARES
1.4k
VIEWS
Share on FacebookShare on Twitter

ଦୁର୍ନୀତିକୁ ନେଇ ସବୁ ସରକାର ବଡ଼ ଘୋଷଣା କରନ୍ତି । କିନ୍ତୁ ତୃଣମୂଳ ସ୍ତରରେ ଦୁର୍ନୀତିର ଚେର ଲମ୍ବି ଲମ୍ବି ଯାଇଥାଏ । ଗତ ସରକାର ସମୟରେ ଦୁର୍ନୀତି ରୋକିବା ପାଇଁ ନବୀନ ପଟ୍ଟନାୟକ ସରକାର ଜୋରଦେଇଥିଲେ ମଧ୍ୟ ଥାନାଠୁ ଆରମ୍ଭ କରି ସରକାରୀ କାର୍ଯ୍ୟାଳୟରେ ଟେବୁଲ ତଳେ ଟଙ୍କା ନେବା ଏକେ ସାଧାରଣ ଘଟଣା । ଏହା ସମସ୍ତେ ଅନୁଭବ କରନ୍ତି । କିନ୍ତୁ କୁହନ୍ତି ନାହିଁ । ୨୦୨୨ ମସିହାର ଶେଷ ୯ ମାସ ମଧ୍ୟରେ ରାଜ୍ୟର ୪୪ ଜଣ ପ୍ରଥମ ଶ୍ରେଣୀ ଅଧିକାରୀ ଓ ୪୦ ଦ୍ୱିତୀୟ ଶ୍ରେଣୀ ଅଧିକାରୀ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିଲେ। ସେମାନଙ୍କ ଭିତରୁ ୨୬ ଜଣ ପ୍ରଥମ ଶ୍ରେଣୀ ଅଧିକାରୀଙ୍କ ସମେତ ୧୫୨ ଜଣଙ୍କୁ ଗିରଫ କରାଯାଇଥିଲା। ତେବେ ଏହି ପରିସଂଖ୍ୟାନ ବହୁତ କମ । ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଆମ ରାଜ୍ୟରେ ଦଣ୍ଡ ଦେବା କୋହଳ ହେଉଥିବା ଅଭିଯୋଗ ହୁଏ । ଖଣିଠୁ ଆରମ୍ଭ କରି ସବୁ କ୍ଷେତ୍ରରେ ଦୁର୍ନୀତି ଜଳ ଜଳ ଦେଖାଯାଉଥିଲେ ମଧ୍ୟ କେବଳ ହାତ ଗଣତି କିଛି କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବାର ଦେଖାଯାଇଥାଏ ।

ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ବିରୋଧରେ ଭିଜିଲାନସ  ଦୁର୍ନୀତିର ପର୍ଦ୍ଦାଫାଶ କରିବା ସଂଗେ ସଂଗେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିବା ଖବର ପ୍ରକାଶିତ ହୁଏ । ତାପରେ କଣ ହୁଏ ସମସ୍ତେ ଜାଣନ୍ତି । ତଦନ୍ତ ଏବଂ ଦଣ୍ଡ କୋହଳ ଥିବା ରାଜନୈତିକ ଦଳଠାରୁ ଆରମ୍ଭ କରି ସାମାଜିକକର୍ମୀମାନେ ଅଭିଯୋଗ କରିଥାନ୍ତି ।

ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥା ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସର୍ବାଧିକ ପରିମାଣର ଟଙ୍କା ଓ ଆୟ ବହିର୍ଭୂତ ସମ୍ପତ୍ତି ଜବତ କରିବା ଭଲ କଥା । କିଛି ଅଧିକାରୀଙ୍କୁ ଗିରଫ କରିବା ମଧ୍ୟ ଅନ୍ୟମାନଙ୍କୁ ଦୁର୍ନୀତି କରିବାକୁ ଭୟ ସୃଷ୍ଟି କରିବ ।  ଜାତୀୟ କ୍ରାଇମ୍‌‌ ରେକର୍ଡ ବ୍ୟୁରୋ ଦ୍ୱାରା ଏହି ତଥ୍ୟ ପ୍ରଦାନ କରାଯାଉଥିବା ବେଳେ କିନ୍ତୁ ତାହା ଏବେ ବି ଚାଲିଛି ତାହା କୁହାଯାଇପାରେ ।

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି ବିରୋଧରେ ଦୃଢ଼ ପଦକ୍ଷେପ ନେଉଥିବା କହୁଥିଲେ । ଏବେକାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁର୍ନୀତି ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହୁଛନ୍ତି । ତେବେ କେତେଦୂର ଏହା ତଳସ୍ତରରେ କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ ବାକି ରହିଲା ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ରାଜ୍ୟରେ ବିଜେପି ସରକାର ଆସିବାରେ ୧୪୦ ଦିନ ହୋଇଛି । ଏହି ସମୟରେ ବହୁ ଦୁର୍ନୀତିଖୋର ଅଧିକାରୀ ବନ୍ଧା ହେଲେଣି । ଯେଉଁମାନେ ବନ୍ଧା ହୋଇନାହାନ୍ତି ସେମାନଙ୍କ ଛାତିରେ ଛନକା ପଶିଛି । ସରକାର କେତେବେଳେ ବି ସେମାନଙ୍କୁ ବାନ୍ଧିପାରେ । ଏବେ କେବଳ ଟ୍ରେଲର ଚାଲିଛି । ଆଗକୁ ପୂରା ଫିଲ୍ମ ଦେଖିବାର ବାକି ଅଛି ।

ମୁଖ୍ୟମନ୍ତ୍ରୀଙ୍କ କଥାରୁ ବୁଝାପଡ଼ୁଛି ଯେ ଦୁର୍ନୀତିଖୋରଙ୍କୁ କଡା ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦୁର୍ନୀତି ହେଉଛି ଭୟଙ୍କର ମଧୁମେହ ରୋଗ ସଦୃଶ୍ୟ। ଦୁର୍ନୀତିର କୁପ୍ରଭାବ ପ୍ରଥମେ ଜଣା ପଡିବ ନାହିଁ, ଧିରେ ଧିରେ ଏହା ବ୍ୟକ୍ତିଗତ ସ୍ତରରେ ଓ ସମାଜ ସ୍ତରରେ ଭୟଙ୍କର କୁପ୍ରଭାବ ପକାଇଥାଏ।

ଆମ ଦେଶରେ ଦୁର୍ନୀତି ସ୍ବାଧୀନତା ସମୟରୁ ରହିଛି । କାରଣ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ କହୁଥିଲେ ଯେ ଦୁର୍ନୀତି ହେଉଛି ଦେଶର ଶତ୍ରୁ । ଦୁର୍ନୀତି ରୋକିବା ବଡ଼ କଷ୍ଟକର । କାରଣ ଏଥିପାଇଁ ପ୍ରଥମେ ମଣିଷର ମନ ବଦଳିବା ଦରକାର ।

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ମଧ୍ୟ ଦେଶରେ ଦୁର୍ନୀତିକୁ ନେଇ ବଡ଼ କଥା କହିଥିଲେ ମୁଁ ଦିଲ୍ଲୀରୁ ଗୋଟିଏ ଟଙ୍କା ପଠାଇଲେ ହିତାଧିକାରୀମାନେ ୧୫ ପଇସା ପାଉଛନ୍ତି। ଏଠାରେ ପ୍ରଶ୍ନ ହୁଏ, ଯେ ବାକି ୮୫ ପଇସା କାହା ପକେଟକୁ ଯାଉଥିଲା। ଏହାର ଉତ୍ତର କିନ୍ତୁ ସେ ଦେଇନଥିଲେ କି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି  ଦୁର୍ନୀତି ନିବାରଣ ବିଭାଗର ଆଜି ଦୋଷୀ ସାବ୍ୟସ୍ତ ହାର ୫୦ ପ୍ରତିଶତରୁ ଅଧିକ ହୋଇଛି । ଏହାର ମାନେ ହେଉଛି ଦୁର୍ନୀତି ବେଶୀ ହେଉଛି । ଭିଜିଲାନସ ଗିରଫ କରୁଥିବା ବ୍ୟକ୍ତିମାନଙ୍କଠାରୁ  ଆୟ ବହିର୍ଭୁତ ସଂପତ୍ତି ପୁଳା ପୁଳା ବାହାରୁଛି । ତେବେ ଦୋଷୀ ସାବ୍ୟସ୍ତ ହାର ୮୦ ପ୍ରତିଶତରୁ ଅଧିକ ବୋଲି ଏବେକାର ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଭିଜିଲାନ୍ସ ବିଭାଗରେ ବର୍ଷ ବର୍ଷ ଧରି ଅନେକ ପଦବୀ ଖାଲି ରହୁଛି । ପଦବୀ କମ ଥିବାରୁ କାମ ଠିକରେ ହୋଇପାରୁନାହିଁ । ବର୍ତମାନ ସମୟରେ  ଭିଜିଲାନସ ବିଭାଗର ତଦନ୍ତ ଅନୁସନ୍ଧାନ, ତଦାରଖ ଓ ଦୁର୍ନୀତି ମାମଲାର ବିଚାର ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିପାଇଁ ଖାଲି ପଦବୀ ନିହାତି ପୂରଣ ହେବା ଆବଶ୍ୟକ ।

ବିଶେଷ କରି ସାଇବର ବିଶେଷଜ୍ଞକୁ ବିଭାଗରେ ସାମିଲ କରିବା ଆବଶ୍ୟକ । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ରେ ଯେତେବେଳେ ପ୍ରଥମଥର ପାଇଁ ପାଇଁ ପାର୍ଥିତ୍ଵ କରିଥିଲେ ସେ ସମୟରେ ଚାଲିଥିବା ଦୁର୍ନୀତି ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଥିଲେ। କିନ୍ତୁ ଏବେ ବି ଅନେକ ବିଭାଗରେ ଦୁର୍ନୀତି ଚାଲିଛି । ଦେଶରେ ମୋଦି ସରକାର ଆସିବା ପରେ ମଧ୍ୟ ବିଭିନ୍ନ ଦୁର୍ନୀତି ଓ ସ୍କାମ୍‌ରେ ଅଧିକାରୀମାନେ ଜଡିତ ଅଛନ୍ତି ।

ଅବଶ୍ୟ କେନ୍ଦ୍ର ସରକାରଙ୍କ ଉପରେ ଦୁର୍ନୀତିର ଛିଟା ଲାଗି ନାହିଁ । ସେଦିନ କେନ୍ଦ୍ରରୁ ଆସୁଥିବା ଟଙ୍କାଟିଏ ଏବେ ଡିବିଟି ମାଧ୍ୟମରେ ଶତ ପ୍ରତିଶତ ଲୋକଙ୍କୁ ପାଖକୁ ଆସୁଛି ।ଆଜି ଦିଲ୍ଲୀରୁ ଯେଉଁ ସହାୟତା ରାଶି ହିତାଧିକାରୀଙ୍କ ପାଖକୁ ଆସୁଛି ଏହା ସମ୍ପୂର୍ଣ୍ଣ ରୂପେ ହିତାଧିକାରୀଙ୍କ ଖାତାରେ ପହଞ୍ଚୁଛି। ପ୍ରଧାନମନ୍ତ୍ରୀଙ୍କ ଡିବିଟି ମାଧ୍ୟମ ହେଉଛି ଦୁର୍ନୀତି କୁ ରୋକିବା ପାଇଁ ପ୍ରମୁଖ ଅସ୍ତ୍ର।

ଦୁର୍ନୀତି ବିରୋଧରେ ସଂଗ୍ରାମକୁ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିବା ନେତାମାନେ ଯେପରି କହୁଛନ୍ତି କିନ୍ତୁ ଦେଖିବାକୁ ଗଲେ ତାହା ହେଉନାହିଁ ।

ମୁଖ୍ୟମନ୍ତ୍ରୀ କହିଛନ୍ତି  ଆମ ସରକାର ଆସିବାର ୧୪୦ ଦିନ ମଧ୍ୟରେ ୬ ଜଣ ମୁଖ୍ୟ ଯନ୍ତ୍ରୀଙ୍କ ବିରୋଧରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗ ମାମଲା ରୁଜ୍ଜୁ କରାଯାଇ ଗିରଫ କରାଯାଇଛି । ସେମାନଙ୍କ ସମ୍ପତ୍ତି ଜବତ କରାଯାଇ ସେମାନଙ୍କୁ କୋର୍ଟ ଚାଲଣ କରାଯାଇଛି। ଏ ସବୁ ଆୟବହିର୍ଭୁତ ସମ୍ପତ୍ତି ସେମାନେ ସାଧାରଣ ଜନତାଙ୍କ ଟଙ୍କାରେ ଠୁଳ କରିଥିଲେ। ବିଭିନ୍ନ ଭିତ୍ତିଭୂମି କାମ ସବୁ ନିମ୍ନମାନର ହେଉଥିଲା। ସରକାରୀ ଅର୍ଥ ବାଟ ମାରଣା ହେଉଥିଲା। କେବଳ ମୁଖ୍ୟ ଯନ୍ତ୍ରୀ ନୁହେଁ ବିଭିନ୍ନ ବର୍ଗର ପ୍ରାୟ ୨୦ ଜଣ ଅଧିକାରୀଙ୍କୁ ଦୁର୍ନୀତି ଅଭିଯୋଗରେ ଗିରଫ କରାଯାଇଛି।

ଦୁର୍ନୀତି ବିରୋଧରେ ଲଢେଇ କରିବା ପାଇଁ ଦୁର୍ନୀତି ବିରୋଧୀ  ଅଭିଯାନ ଦୀର୍ଘସ୍ଥାୟୀ ଭାବେ ଚାଲିବା ଦରକାର। ତାହେଲେ ଯାଇ ଦୁର୍ନୀତିଖୋରଙ୍କ ନିଦ ହଜି ଯିବ ଏବଂ ସେମାନଙ୍କ ମନରେ ଦୁର୍ନୀତି ପାଇଁ ଜେଲ୍‌ର ଭୟ ରହିବ। ଦୁର୍ନୀତିର ଚେର ଆଜିବି ଦେଶରେ, ରାଜ୍ୟରେ ମଜଭୁତ୍ ଅଛି । ଏହାକୁ ସଂଗେ ସଂଗେ ବନ୍ଦ କରିବା ଅସମ୍ଭବ । ସମୃଦ୍ଧ ଓଡିଶାକୁ ସ୍ମରଣ କରି ୨୦୩୬ ଭିତରେ ସରକାର ଦୁର୍ନୀତିକୁ ରୋକିପାରିଲେ ଭବିଷ୍ୟତ ଓଡ଼ିଶା ବିକଶିତ ଓଡ଼ିଶା ହୋଇପାରିବ ବୋଲି ଆଶା କରାଯାଏ । ରାଜ୍ୟ ଶାସନ ମୁଖ୍ୟଙ୍କର ଦୁର୍ନୀତି ବିରୋଧୀ କଡା ସ୍ବରଙ୍କୁ ବରିଷ୍ଠ ଅଧିକାରୀମାନେ କେତେ ଗୁରୁତ୍ବ ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

 

Share196Tweet123
M M

M M

ଆଜିର ପାଗ

Bhubaneswar
March 20, 2026, 4:49 AM
 

SSW
Overcast
24°C
1.1 m/s
Apparent: 30°C
Pressure: 1010 mb
Humidity: 90%
Winds: 1.1 m/s SSW
Windgusts: 8.5 m/s
UV-Index: 0
Precip.: 2.5mm /55% / Rain
Sunrise: 5:50 AM
Sunset: 5:57 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ  ଦେଲି

ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ ଦେଲି

March 19, 2026
ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

March 19, 2026
ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

March 19, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom