• Latest
  • Trending

ସ୍ବାସ୍ଥ୍ୟସେବାର ବିକେନ୍ଦ୍ରୀକରଣ ଆବଶ୍ୟକ

Sep-16-2025 10:07 AM IST
ଜାଣନ୍ତୁ ଆଜିର ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

Feb-01-2026 06:32 PM IST
ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

Feb-01-2026 06:29 PM IST
ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

Feb-01-2026 06:26 PM IST
କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

Feb-01-2026 06:22 PM IST
ବଜେଟ ପରେ ସୁନା ବଢ଼ିଲା ନା କମିଲା ?

ବଜେଟ ପରେ ସୁନା ବଢ଼ିଲା ନା କମିଲା ?

Feb-01-2026 06:18 PM IST
ବଜେଟ୍ ୨୦୨୬ , ବଡ଼ ଆଶା

ବଜେଟ୍ ୨୦୨୬ , ବଡ଼ ଆଶା

Feb-01-2026 11:20 AM IST
ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବ ‘ଗୋପାଳପୁର ବେଳାଭୂମି ମହୋତ୍ସବ

ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବ ‘ଗୋପାଳପୁର ବେଳାଭୂମି ମହୋତ୍ସବ

Jan-31-2026 11:30 PM IST
T20 ବିଶ୍ବକପ ବିବାଦରେ ସମୟ ବିତୁଛି ; ଚିନ୍ତା ବଢୁଛି; ଡ୍ରାମା କରୁଛି ପାକିସ୍ତାନ

T20 ବିଶ୍ବକପ ବିବାଦରେ ସମୟ ବିତୁଛି ; ଚିନ୍ତା ବଢୁଛି; ଡ୍ରାମା କରୁଛି ପାକିସ୍ତାନ

Jan-31-2026 11:27 PM IST
ବିଜେଡି ବଞ୍ଚିବାର ଫର୍ମୁଲା କଣ ? ଇତିହାସ କହିଲେ ରାଜାରାମ

ବିଜେଡି ବଞ୍ଚିବାର ଫର୍ମୁଲା କଣ ? ଇତିହାସ କହିଲେ ରାଜାରାମ

Jan-31-2026 11:25 PM IST
ସୁଶାନ୍ତ ସିଂଙ୍କ ପରେ କଳିକେଶଙ୍କୁ ନେଇ ଚର୍ଚ୍ଚା; ପଛରେ କିଏ କରୁଛି ରାଜନୀତି ?

ସୁଶାନ୍ତ ସିଂଙ୍କ ପରେ କଳିକେଶଙ୍କୁ ନେଇ ଚର୍ଚ୍ଚା; ପଛରେ କିଏ କରୁଛି ରାଜନୀତି ?

Jan-31-2026 11:22 PM IST
  • About
  • Careers
  • Contact Us
Monday, February 2, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବିଶେଷ

ସ୍ବାସ୍ଥ୍ୟସେବାର ବିକେନ୍ଦ୍ରୀକରଣ ଆବଶ୍ୟକ

ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ଏକ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ ଜରୁରୀ

by M M
Sep-16-2025 10:07 AM IST
in ବିଶେଷ
0
493
SHARES
1.4k
VIEWS
Share on FacebookShare on Twitter

ଗୋଟିଏ ପଟେ ଆମେ ଗର୍ବିତ କି ଭାରତୀୟ ଅର୍ଥ ବ୍ୟବସ୍ଥା ବିଶ୍ବ ସ୍ତରୀୟ ହୋଇଯାଉଛି ଓ ଆଗାମୀ କିଛି ବର୍ଷରେ ବିଶ୍ବର ଶୀର୍ଷ ତୃତୀୟ ସ୍ଥାନରେ ପହଞ୍ଚିଯିବ ବୋଲି ଆଶା କରାଯାଉଛି। ଏହି ପରିସ୍ଥିତିରେ ଏହାର ସୁଫଳ ଆମର ଗ୍ରାମୀଣ ସ୍ତର ପର୍ଯ୍ୟନ୍ତ ପହଞ୍ଚିବା ଉଚିତ, ଯାହାକି ପରିଲକ୍ଷିତ ହେଉନାହିଁ।‌ ଏହି ବିକାଶ ପ୍ରକ୍ରିୟା ଯଦି କେବଳ ସହରାଞ୍ଚଳ ମଧ୍ୟରେ ସୀମିତ ରହିଥାଏ, ତାହେଲେ ଦେଶର ସାମଗ୍ରିକ କିପରି ସମ୍ଭବ ହୋଇପାରିବ? ଏହି ଯକ୍ଷପ୍ରଶ୍ନ ଆମ ଆଗରେ ଆସି ନିରନ୍ତର ଠିଆ ହେଉଥିବା ସତ୍ତ୍ବେ ଏହାକୁ ଅଣଦେଖା କରିବା ଅତ୍ୟନ୍ତ ଚିନ୍ତାର ବିଷୟ । ଏବିଷୟରେ କେବଳ ସରକାରଙ୍କ ସମାଲୋଚନା ଭିତରେ ଆମେ ସୀମିତ ନରହି, ଯଥାସମ୍ଭବ ସମାଜର ପ୍ରତ୍ୟେକ ସ୍ତରରୁ ଏଥିପାଇଁ ସାର୍ଥକ ପରାମର୍ଶ ମଧ୍ୟ ଦିଆଯିବା ଆବଶ୍ୟକ । ଶିକ୍ଷା ଓ ସ୍ବାସ୍ଥ୍ୟସେବାରେ ଉନ୍ନତି ବର୍ତ୍ତମାନ ସମଗ୍ର ଦେଶପାଇଁ ଏକ ବଡ଼ ଆହ୍ୱାନ ହୋଇ ରହିଛି, ଯାହାକି ଆମ ଭାରତ ପରି ପ୍ରଜାତାନ୍ତ୍ରିକ ବ୍ୟବସ୍ଥାରେ ନିର୍ବାଚିତ ସରକାରଙ୍କ ଦୃଷ୍ଟିରୁ ଏକ ପ୍ରାଥମିକତା ସୂଚୀରେ ରହିବା ଉଚିତ । ଦୁର୍ଭାଗ୍ୟକୁ ଆମ ନିର୍ବାଚିତ ସରକାର ଏଭଳି ଦାୟିତ୍ଵ ନିର୍ବାହ କରିବା ପରିବର୍ତ୍ତେ ଶିକ୍ଷା ଓ ସ୍ବାସ୍ଥ୍ୟସେବାକୁ ଘରୋଇ ହାତରେ ଟେକିଦେଇ ନିଶ୍ଚିନ୍ତ ହୋଇ ବସିଛନ୍ତି ।‌ ଏହାଦ୍ବାରା ଆମ ଭାରତରେ ବିଶାଳ ଜନସଂଖ୍ୟାର ପରିପ୍ରେକ୍ଷୀରେ ଏହି ସ୍ବାସ୍ଥ୍ୟସେବାକୁ ଅତ୍ୟନ୍ତ ଲାଭଜନକ ବ୍ୟବସାୟ ରୂପେ ଦେଖାଯାଉଛି ଓ ବିଶେଷକରି କିଛି ବିଦେଶୀ ଓ ଦେଶୀ ପୁଞ୍ଜିପତି ଏହା ଉପରେ ସେମାନଙ୍କ ଗୃଦ୍ଧଦୃଷ୍ଟି ନିବିଦ୍ଧ କରି ରଖିଛନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଦେଶର ବିଭିନ୍ନ ମେଟ୍ରୋପଲିଟାନ ସିଟି ସହିତ ଆମ ରାଜଧାନୀ ଭୁବନେଶ୍ବରରେ ନିରନ୍ତର ଭାବେ ନୂଆଁ ନୂଆଁ କର୍ପୋରେଟ ହସ୍ପିଟାଲ ନିର୍ମାଣ ଜାରି ରହିଛି। ସେମାନଙ୍କୁ ନିଜ ବ୍ୟାପାର ପାଇଁ ବହୁ ପରିମାଣରେ ରୋଗୀ ଦରକାର, ଏଥିପାଇଁ ବ୍ୟାପାର (ରୋଗୀ) ଯୋଗାଇ ଦେବାକୁ ଦଲାଲମାନଙ୍କ ଦୌରାତ୍ମ୍ଯ ବୃଦ୍ଧି ପାଉଛି ଓ ଏହାର ଶିକାର ହେଉଛନ୍ତି ଆମ ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀମାନେ। ପ୍ରକୃତରେ ନିରୀହ ରୋଗୀ ଏଭଳି ଦଲାଲଙ୍କ ଦ୍ବାରା ସହଜ ଶିକାର ହେଉଛନ୍ତି, କାରଣ ତାଙ୍କୁ ସରକାରୀ ଡାକ୍ତରଖାନାରୁ ଅପେକ୍ଷାକୃତ ଉଚିତ ଚିକିତ୍ସା ମିଳି ପାରୁନାହିଁ। ବେଳେ ବେଳେ ‘ଲାଜରେ ଆମ ମଥା ନଇଁ ଯାଉଛି’ କାରଣ ସେଠାରେ ଚିକିତ୍ସା କରୁଥିବା ସରକାରୀ ଡାକ୍ତର ଏଥିପାଇଁ ନିଜେ ଦଲାଲ ସାଜେ ।

ଆମ ଭାରତୀୟ ଗ୍ରାମୀଣ ବ୍ୟବସ୍ଥାରେ ପଞ୍ଚାୟତ ହେଉଛି ଏକ ମାନକ ଏକକ (ୟୁନିଟ), ଏଣୁ ପ୍ରତି ପଞ୍ଚାୟତରେ ଏକ ମାନକ ସ୍ବାସ୍ଥ୍ୟସେବା କେନ୍ଦ୍ର ଉପଲବ୍ଧ କରାଇବାକୁ ପଡ଼ିବ । ଅତ୍ୟନ୍ତ ପକ୍ଷେ ପ୍ରତ୍ୟେକ ପଞ୍ଚାୟତରେ ଏକ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (ପିଏଚସି) ଟିଏ ରହିବା ଉଚିତ। ଏଣୁ କେବଳ ପରାମର୍ଶରେ ସୀମିତ ନରହି ଏହାର ଆର୍ଥିକ ପକ୍ଷ ଉପରେ ବିବେଚନା କଲେ ଜଣାପଡେ କି ଗୋଟିଏ ପିଏଚସିରେ ଡାକ୍ତର, ଫାର୍ମାସିଷ୍ଟ, ନର୍ସ ଡ୍ରେସର, ପିଅନ ଓ ଜଗୁଆଳିଙ୍କ ଦରମା ସହିତ ଜରୁରୀ ଅନ୍ୟାନ୍ୟ ବସ୍ତୁ ଯଥା ରକ୍ତସଂଗ୍ରହ, ସାଲାଇନ, ଔଷଧ, ସାପ/କୁକୁର/ମାଙ୍କଡ କାମୁଡା ଇଂଜେକ୍ସନ ଇତ୍ୟାଦି ପାଇଁ ମାସିକ ହାରାହାରି ତିନି ଲକ୍ଷ ଟଙ୍କା ହିସାବରେ ବାରମାସ (ବାର୍ଷିକ) ଛତିଶ ଲକ୍ଷ ଟଙ୍କା ଖର୍ଚ୍ଚ ହେବ, ଯାହାକି ଗୋଟିଏ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଖର୍ଚ୍ଚ ସହିତ ପ୍ରାୟତଃ ସମାନ। ଗୋଟିଏ ପଞ୍ଚାୟତରେ ହାରାହାରି ତିନିରୁ ଚାରିଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୋଟିଏ ଉଚ୍ଚ ବିଦ୍ୟାଳୟ ସରକାର ଚଳାଇ ପାରୁଛନ୍ତି ।‌ ତାହେଲେ ଗୋଟିଏ ପିଏଚସି ଡାକ୍ତରଖାନା ଚଳିବା କାହିଁକି ସମ୍ଭବ ନୁହେଁ? ଏହାଦ୍ବାରା ଓଡ଼ିଶାରେ ପରିଚାଳିତ ପନ୍ଦରଟା ମେଡିକାଲ କଲେଜରୁ ବାହାରୁଥିବା ମେଡିକାଲ ଛାତ୍ରଛାତ୍ରୀମାନେ ଶୀଘ୍ର ନିଯୁକ୍ତି ପାଇ ପାରିବେ ଓ ଗାଁର ଲୋକେ ସ୍ବାସ୍ଥ୍ୟସେବା ମଧ୍ୟ ପାଇପାରିବେ। ଏଭଳି ନିଯୁକ୍ତି ଦେବା ଦାୟିତ୍ବ ନିଶ୍ଚିତ ରୂପେ ରାଜ୍ୟ ସରକାରଙ୍କ ରହିଛି। ଏକ ଆକଳନ ଅନୁସାରେ ହାରାହାରି ଓଡ଼ିଶାର ୬୫୦୦ ପଞ୍ଚାୟତ ପାଇଁ ପ୍ରାୟ ୨୨୦୦ କୋଟିଟଙ୍କା ବାର୍ଷିକ ଖର୍ଚ୍ଚ ଲାଗିବ । ଏହାର ଅନ୍ୟାନ୍ୟ ଲାଭ ମଧ୍ୟରୁ ଏକ ବଡଲାଭ ହେକ କି ବଡ଼ ଡାକ୍ତରଖାନା ଗୁଡିକରୁ ଚାପ ହ୍ରାସ ପାଈବା ସହିତ ଗ୍ରାମୀଣ ଜନସାଧାରଣଙ୍କୁ ଅଯଥା ଯାତାୟତ ଖର୍ଚ୍ଚ, ନକଲି ଡାକ୍ତର ଓ ଅନ୍ଧବିଶ୍ୱାସ ଆଦିରୁ ମୁକ୍ତି ମିଳିଯିବ ।‌ ପୁଣି ପଞ୍ଚାୟତ ସ୍ତରରେ ପିଏଚସି ଭଳି ଏକ ଚିକିତ୍ସା ଅନୁଷ୍ଠାନ କାର୍ଯ୍ୟକାରୀ ହେଲେ ସେଥିରେ କିଛି ସ୍ଥାନୀୟ ଲୋକେ ସରକାରୀ ନିଯୁକ୍ତି ପାଇପାରିବେ।‌ ଏତଦବ୍ୟତୀତ ଉକ୍ତ କେନ୍ଦ୍ର ସହିତ ଆନୁଷଙ୍ଗିକ ସେବା ଯୋଗାଇ ଦେବା ଓ ଅନ୍ୟ ବ୍ୟବସ୍ଥାରେ ମଧ୍ୟ କିଛି ସ୍ଥାନୀୟ ଲୋକଙ୍କୁ ରୋଜଗାର ମିଳିଯିବ, ଯାହାକି ଏଇଥିପାଇଁ ସରକାରଙ୍କ ଖର୍ଚ୍ଚର ଔଚିତ୍ଯ ମଧ୍ୟ ରହିବ ।

—ଶିବ ପ୍ରସାଦ ମେହେର, ସାମ୍ବାଦିକ

Share197Tweet123
M M

M M

ଆଜିର ପାଗ

Bhubaneswar
February 2, 2026, 1:39 AM
 

NNW
Overcast
20°C
0.5 m/s
Apparent: 23°C
Pressure: 1017 mb
Humidity: 90%
Winds: 0.5 m/s NNW
Windgusts: 6.6 m/s
UV-Index: 0
Precip.: 0mm /0% / Rain
Sunrise: 6:21 AM
Sunset: 5:38 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ଜାଣନ୍ତୁ ଆଜିର ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

February 1, 2026
ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

February 1, 2026
ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

February 1, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom