• Latest
  • Trending
ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ପୁରୁଷ ବନ୍ଧୁ ଗିରଫ

ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ପୁରୁଷ ବନ୍ଧୁ ଗିରଫ

Oct-15-2025 10:50 AM IST
ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ  ଦେଲି

ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ ଦେଲି

Mar-19-2026 05:04 PM IST
ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

Mar-19-2026 04:10 PM IST
ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

Mar-19-2026 02:55 PM IST
ମୁଁ ସିଧା କହୁଛି, ପ୍ରତିଶୋଧ ନେବା ପାଇଁ ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଛି

ମୁଁ ସିଧା କହୁଛି, ପ୍ରତିଶୋଧ ନେବା ପାଇଁ ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଛି

Mar-19-2026 02:30 PM IST
କ୍ରସ ଭୋଟିଂ ପରେ ବିଜେଡିକୁ ବିଧାୟକ ଦେବୀରଂଜନଙ୍କ ଚ୍ୟାଲେଞ୍ଜ

କ୍ରସ ଭୋଟିଂ ପରେ ବିଜେଡିକୁ ବିଧାୟକ ଦେବୀରଂଜନଙ୍କ ଚ୍ୟାଲେଞ୍ଜ

Mar-19-2026 01:29 PM IST
https://odisha.newsroom.in/

ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ

Mar-18-2026 04:14 PM IST
https://odisha.newsroom.in/

କଟକ ବଡ ମେଡିକାଲ ନିଆଁକୁ ନେଇ ବିଧାନସଭାରେ ପ୍ରବଳ ହଟ୍ଟଗୋଳ

Mar-18-2026 03:22 PM IST
କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

Mar-17-2026 05:13 PM IST
ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

Mar-16-2026 11:47 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Mar-16-2026 11:40 AM IST
  • About
  • Careers
  • Contact Us
Friday, March 20, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଅପରାଧ

ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ପୁରୁଷ ବନ୍ଧୁ ଗିରଫ

by M M
Oct-15-2025 10:50 AM IST
in ଅପରାଧ
0
ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ପୁରୁଷ ବନ୍ଧୁ ଗିରଫ
491
SHARES
1.4k
VIEWS
Share on FacebookShare on Twitter

ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ପୁରୁଷ ବନ୍ଧୁଙ୍କୁ ଗିରଫ କରାଯାଇଛି । ପୀଡ଼ିତାଙ୍କ ବାପା ଏହି ମାମଲାରେ ପୁରୁଷ ବନ୍ଧୁର ହାତ ଥିବା ଅଭିଯୋଗ କରିଥିଲେ । ତାଙ୍କ କହିବା କଥା ରାତିରେ ତାଙ୍କ ଝିଅଙ୍କୁ କ୍ୟାମ୍ପସ ବାହାରକୁ ନେବାକୁ ତାଙ୍କ ପୁରୁଷ ବନ୍ଧୁ ବାଧ୍ୟ କରିଥିଲେ । ତେଣୁ ତାଙ୍କର ଏହି ମାମଲାରେ ସଂପୃକ୍ତି ରହିଛି । ପୋଲିସ ପରେ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି ।  ପୀଡିତାଙ୍କ ପୁରୁଷ ବନ୍ଧୁଙ୍କ ଆଚରଣ ସେଦିନ ସନ୍ଦେହ ଥିଲା ।  ଏଥିସହ ଗଣଦୁଷ୍କର୍ମ ମାମଲାରେ ଗିରଫ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ଗଣଦୁଷ୍କର୍ମ ମାମଲା ସହ ଜଡିତ ଥିବାରୁ ପୀଡିତାଙ୍କ ବନ୍ଧୁଙ୍କୁ ଗିରଫ କରାଯାଇଥିବା ନେଇ ଆସାନସୋଲ-ଦୁର୍ଗାପୁର ସିପି ସୂଚନା ଦେଇଛନ୍ତି । ସେପଟେ ସାଂସଦ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ପୀଡ଼ିତାଙ୍କ ସହ ଭେଟି ଆଲୋଚନା କରିଛନ୍ତି । ଏହି ଘଟଣାରେ ବଡ଼ ଷଡ଼ଯନ୍ତ୍ର ରହିଥିବା ସେ କହିଛନ୍ତି । ତଦନ୍ତ ପରେ ସବୁକିଛି ଜଣାପଡିବ । ସିବିଆଇ ତଦନ୍ତ ହେଲେ ପ୍ରକୃତ ତଥ୍ୟ ଜଣାପଡିବ । କାରଣ ମମତାଙ୍କ ସରକାର ସତ୍ୟ କଥାକୁ ଗ୍ରହଣ କରିବାକୁ ଚାହୁଁନାହାଁନ୍ତି । ଏଭଳି କହିଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ ।

ଦୁର୍ଗାପୁରରେ ୨୩ ବର୍ଷୀୟା ଡାକ୍ତରୀ ଛାତ୍ରୀଙ୍କ ସହପାଠୀ ସେଦିନ ସଂଧ୍ୟାରେ ପୀଡ଼ିତାଙ୍କୁ ନେଇ କ୍ୟାମ୍ପସ ବାହାରକୁ ଯାଇଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାତି 12.30 କହିଲେ କାହିଁକି ବୋଲି ପୀଡ଼ିତାଙ୍କ ବାପା ପ୍ରଶ୍ନ ଉଠାଇଛନ୍ତି ।   ପୁରୁଷ ସହପାଠୀ ଏହି ମାମଲାରେ ଗିରଫ ହୋଇଥିବା ଷଷ୍ଠ ବ୍ୟକ୍ତି । ମଙ୍ଗଳବାର ଦିନ ପଶ୍ଚିମବଙ୍ଗର ଦୁର୍ଗାପୁରରେ ଡାକ୍ତରୀ ଛାତ୍ରୀ ବଳାତ୍କାର ମାମଲାର ତଦନ୍ତର ଅଂଶ ଭାବରେ ଅପରାଧ ଦୃଶ୍ୟର ସ୍କ୍ରିନ୍ ରିକ୍ରିଏସନ କରିଛି ।

ପୁରୁଷ ବନ୍ଧୁ ମାଲଦା ଜିଲ୍ଲାର ବାସିନ୍ଦା  ଜଣାପଡ଼ିଛି । ସହପାଠୀକୁ ଅକ୍ଟୋବର ୧୧ ​​ରେ ଅଟକ ରଖାଯାଇଥିଲା ଏବଂ ତଦନ୍ତକାରୀମାନେ ତାଙ୍କ ବୟାନରେ ସନ୍ଦେହ କରିଥିଲେ ।  ପରେ ମଙ୍ଗଳବାର ଦିନ ତାକୁ ଗିରଫ କରାଯାଇଥିଲା। ଆସାନସୋଲ-ଦୁର୍ଗାପୁର ପୋଲିସ କମିଶନର ସୁନୀଲ କୁମାର ଚୌଧୁରୀ କିନ୍ତୁ କିଛି କଥା ଲୁଚାଉଥିବା ଅଭିଯୋଗ ହେଉଛି । ସେ ଏହି ମାମଲାକୁ ଏପର୍ଯ୍ୟନ୍ତ ଗଣଦୁଷ୍କର୍ମ ବୋଲି କହୁନାହାଁନ୍ତି । ଯେତେବେଳେ କି ପୀଡ଼ିତା ଏହାକୁ ଗଣଦୁଷ୍କର୍ମ ହୋଇଥିବା କହୁଛନ୍ତି ।
ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି ସୁନୀଲ କୁମାର ଚୌଧୁରୀ କହିଥିଲେ, ସନ୍ଦିଗ୍ଧଙ୍କ ମଧ୍ୟରେ ସେହି ଜଣେ ବ୍ୟକ୍ତି ଅଛନ୍ତି। ପୀଡିତାଙ୍କ ବନ୍ଧୁଙ୍କୁ ଅନ୍ୟ ପାଞ୍ଚ ଜଣଙ୍କ ସହିତ ଘଟଣାସ୍ଥଳକୁ ନିଆଯାଇଥିଲା ବେଳେ ସେ ଏପରି କହିବାକୁ ନେଇ ବିତର୍କ ଆରମ୍ଭ ହୋଇଛି । ସେ ପିନ୍ଧିଥିବା ପୋଷାକ ଜବତ କରାଯାଇଥିଲା ଏବଂ ଅନ୍ୟ ସନ୍ଦିଗ୍ଧଙ୍କ ପୋଷାକ ସହିତ ଫୋରେନସିକ୍ ପରୀକ୍ଷା ପାଇଁ ପଠାଯାଇଛି  କହିଛି ପୋଲିସ ।

ପୀଡ଼ିତା ଜଳେଶ୍ୱରର ବାସିନ୍ଦା, ଏବେ ଘରୋଇ IQ ସିଟି ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି  । ତାଙ୍କ ବାପା ତାଙ୍କର ଜୀବନ ପ୍ରତି ବିପଦ ଥିବା କହିଛନ୍ତି । ସେ ଓଡ଼ିଶାକୁ ତାଙ୍କ ଝିଅଙ୍କୁ ଆଣିବାକୁ ଅନୁରୋଧ କରିଛନ୍ତି ।  ତାଙ୍କର ଡାକ୍ତରୀ ପରୀକ୍ଷା ସେହି ହସ୍ପିଟାଲରେ କରାଯାଇଛି ।
ସେପଟେ ପ୍ରାଇଭେଟ୍ ମେଡିକାଲ୍ କଲେଜର ସିସିଟିଭି କ୍ୟାମେରା ଫୁଟେଜ ଗଣମାଧ୍ୟମ ହାତରେ ଲାଗିଛି ।  ୧୦ ଅକ୍ଟୋବର ସନ୍ଧ୍ୟା ୭.୫୪ ସମୟରେ ପୀଡିତା ଏବଂ ତାଙ୍କ ପୁରୁଷ ବନ୍ଧୁ କ୍ୟାମ୍ପସ୍ ଛାଡିଥିବାର ଦେଖାଯାଇଛି। ଫୁଟେଜରେ ପ୍ରକାଶ ପାଇଛି ଯେ ବନ୍ଧୁ ପ୍ରାୟ ୮.୪୨ ସମୟରେ ଏକା ଫେରିଛି । ପୁଣି କିଛି ମିନିଟ୍ ପାଇଁ ବୁଲି ରାତି ୮.୪୮ ରେ ପୁଣି କ୍ୟାମ୍ପସ ବାହାରକୁ ଯାଇ  ରାତି ୯.୨୯ ରେ ପୀଡିତାଙ୍କ ସହିତ ଫେରି ଆସିଛି ।

ସବୁଠୁ ବଡ଼ କଥା ହେଉଛି ଏତେ ସବୁ ଘଟଣା ଘଟିଯାଇଥିଲେ ମଧ୍ୟ ପୁରୁଷ ବନ୍ଧୁ “ଘଟଣା ବିଷୟରେ କାହାକୁ ଜଣାଇ ନଥିଲେ”, ଯାହା ତାଙ୍କୁ ସନ୍ଦେହ ଘେରକୁ ଆଣିଛି । ପୀଡିତା ପରେ ଅଭିଯୋଗ କରିଛନ୍ତି ଯେ ବଳାତ୍କାର ପରେ ଅଭିଯୁକ୍ତ ତାଙ୍କ ବନ୍ଧୁଙ୍କୁ ତାଙ୍କ ଫୋନରୁ ଫୋନ୍ କରିଥିଲେ ଏବଂ ମୋବାଇଲ୍ ଡିଭାଇସ୍ ଫେରସ୍ତ କରିବା ପାଇଁ ₹୩,୦୦୦ ଦାବି କରିଥିଲେ। ସନ୍ଦିଗ୍ଧ ବ୍ୟକ୍ତିଙ୍କ ମଧ୍ୟରୁ ଜଣେଙ୍କଠାରୁ ଫୋନ୍ ପୋଲିସ ଉଦ୍ଧାର କରିଛି ।

ଅକ୍ଟୋବର ୧୧ ​​ତାରିଖରେ  ପୀଡିତାଙ୍କ ପିତା ପୋଲିସ ଆଗରେ ଅଭିଯୋଗ କରିଛନ୍ତି ଯେ  ତାଙ୍କ ସହପାଠୀଙ୍କ ନାମ ସନ୍ଦିଗ୍ଧ ଅଛି । ସେ କହିଛନ୍ତି “ମୁଁ ନିଶ୍ଚିତ ଯେ ତାଙ୍କ ବନ୍ଧୁ ନିଶ୍ଚିତ ଭାବରେ ଅପରାଧରେ କୌଣସି ପ୍ରକାରର ସମ୍ପୃକ୍ତି ରଖିଛନ୍ତି। ସେ ମୋ ଝିଅକୁ କଲେଜରୁ ବାହାରକୁ ନେଇ ଆସିଥିଲେ। ମୁଁ ଭାବୁଛି ଏହା ପୂର୍ବ ଯୋଜନାବଦ୍ଧ ହୋଇପାରେ, ନଚେତ୍ ଏହା ଘଟି ନଥାନ୍ତା,” ପୀଡ଼ିତାଙ୍କ ପିତା ଏହି  ଅଭିଯୋଗ କରିଛନ୍ତି। ପୋଲିସ କହିଛି ଯେ ଗିରଫ ଛାତ୍ରଙ୍କୁ ଆଜି ଦୁର୍ଗାପୁର କୋର୍ଟରେ ହାଜର କରାଯିବ।

ଫୋନ୍ କଲ୍ ରେକର୍ଡ ଏବଂ ପାରିପାର୍ଶ୍ୱିକ ପ୍ରମାଣ ଆଧାରରେ ପାଞ୍ଚ ଜଣ ସ୍ଥାନୀୟ ଗ୍ରାମବାସୀ, ଶେଖ ସଫିକୁଲ (30), ଶେଖ ନାସିରୁଦ୍ଦିନ (23), ଆପୁ ବାଉରୀ (21), ଫିରଦୌସ ଶେଖ (23), ଏବଂ ଶେଖ ରିଆଜୁଦ୍ଦିନ (31),ଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ନଅ ଦିନ ପାଇଁ ପୋଲିସ ହେପାଜତକୁ ପଠାଇ ଦିଆଯାଇଥିଲା, ଯେତେବେଳେ ବାକି ତିନି ଜଣଙ୍କୁ 10 ଦିନ ପାଇଁ ହେପାଜତକୁ ପଠାଯାଇଛି।

ପୀଡିତାଙ୍କ ବୟାନ ଆଧାରରେ ତାଙ୍କ ପୁରୁଷ ବନ୍ଧୁ ମଧ୍ୟ ସନ୍ଦେହ ଘେରରେ ରହିଛନ୍ତି । ତାଙ୍କ ଉପରେ କଡା ନଜର ରହିଛି, ତାଙ୍କୁ ପଚରାଉଚରା ଚାଲିଛି । ପୀଡିତାଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ଯୋଗାଇ ଦିଆଯାଇଛି । ଘଟଣାରେ ଯାହାର ବି ସଂପୃକ୍ତି ଥିବା କାହାକୁ ଛଡାଯିବନି ପୋଲିସ କହିଛି ।

ପୀଡିତାଙ୍କ ଠାରୁ ଅଭିଯୁକ୍ତମାନେ ଯେଉଁ ମୋବାଇଲ୍ ଫୋନ୍ ଛଡାଇ ନେଇଥିଲେ ତାକୁ ମଧ୍ୟ ଉଦ୍ଧାର କରିଛି ପୋଲିସ । ଗତକାଲି ସିନ୍ ରିକ୍ରିଏସନ ସହ ସାଇଣ୍ଟିଫିକ୍ ପ୍ରମାଣ ପତ୍ର ସଂଗ୍ରହ କରାଯାଇଛି । ଅଭିଯୁକ୍ତ ପିନ୍ଧିଥିବା ପୋଷାକ ଜବତ ହୋଇଛି । ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯାଇଛି  ।

ମାମଲା ଅନୁସାରେ ଅଭିଯୁକ୍ତ ଶେଖ ରିଆଜୁଦ୍ଦିନ ଏବଂ ଶେଖ ନାସିରୁଦ୍ଦିନଙ୍କୁ ଜେରା କରିବା ପରେ ସେମାନେ ପୀଡ଼ିତାଙ୍କୁ ଭୟଭୀତ କରାଇଥିବା ମାନିଛନ୍ତି ।  ଅଭିଯୁକ୍ତ ଶଫିକ୍ ଶେଖଙ୍କୁ ତାଙ୍କ ଭଉଣୀ ରୋଜିନା ଶେଖଙ୍କ ସହାୟତାରେ ଗିରଫ କରାଯାଇଛି।
ପୀଡ଼ିତାଙ୍କର ଅବସ୍ଥା ସ୍ଥିର ରହିଛି । ସେ ମାନସିକ କଷ୍ଟ ପାଉଛନ୍ତି । ତାଙ୍କ କହିବା କଥା  “ମୁଁ କିଛି ଲୋକଙ୍କୁ ଆମ ଆଡକୁ ଆସୁଥିବାର ଦେଖିବାକୁ ପାଇଥିଲି। ମୋତେ କିଛି ଠିକ ଲାଗି ନଥିଲା। ମୁଁ ମୋ ବନ୍ଧୁଙ୍କୁ ଧରି ଦୌଡ଼ିବାକୁ ଲାଗିଥିଲି। ଏହି ସମୟରେ ତିନିଜଣ ଯୁବକ ଆମ ପଛେପଛେ ଦୌଡ଼ି ଆସି ମୋତେ ଧରି ଜଙ୍ଗଲ ଭିତରକୁ ଟାଣି ନେଇଥିଲେ। ପୁରୁଷ ବନ୍ଧୁ ଛାଡି ପଳାଇଥିଲେ ।  ମୋତେ ପଛରୁ ଧକ୍କା ଦେଇ କାବୁ କରି ନେଇଥିଲେ। ଏହାପରେ ସେମାନେ ମୋ ଫୋନ୍ ଛଡ଼ାଇ ନେଇ ମାଡ଼ି ବସିଥିଲେ। ଗଣ ଦୁଷ୍କର୍ମ କରିଥିଲେ ।

 

Share196Tweet123
M M

M M

ଆଜିର ପାଗ

Bhubaneswar
March 20, 2026, 1:18 AM
 

SSW
Overcast
25°C
1.5 m/s
Apparent: 30°C
Pressure: 1010 mb
Humidity: 94%
Winds: 1.5 m/s SSW
Windgusts: 7.4 m/s
UV-Index: 0
Precip.: 7.6mm /55% / Rain
Sunrise: 5:50 AM
Sunset: 5:57 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ  ଦେଲି

ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ ଦେଲି

March 19, 2026
ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

March 19, 2026
ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

March 19, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom