• Latest
  • Trending
ଲିଡ୍‌ସ ଲଢ଼େଇରେ ଜିତିଲା ଇଂଲଣ୍ଡ

ଲିଡ୍‌ସ ଲଢ଼େଇରେ ଜିତିଲା ଇଂଲଣ୍ଡ

Jun-25-2025 10:09 AM IST
ଜାଣନ୍ତୁ ଆଜିର ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

Feb-01-2026 06:32 PM IST
ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

Feb-01-2026 06:29 PM IST
ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

Feb-01-2026 06:26 PM IST
କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

Feb-01-2026 06:22 PM IST
ବଜେଟ ପରେ ସୁନା ବଢ଼ିଲା ନା କମିଲା ?

ବଜେଟ ପରେ ସୁନା ବଢ଼ିଲା ନା କମିଲା ?

Feb-01-2026 06:18 PM IST
ବଜେଟ୍ ୨୦୨୬ , ବଡ଼ ଆଶା

ବଜେଟ୍ ୨୦୨୬ , ବଡ଼ ଆଶା

Feb-01-2026 11:20 AM IST
ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବ ‘ଗୋପାଳପୁର ବେଳାଭୂମି ମହୋତ୍ସବ

ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବ ‘ଗୋପାଳପୁର ବେଳାଭୂମି ମହୋତ୍ସବ

Jan-31-2026 11:30 PM IST
T20 ବିଶ୍ବକପ ବିବାଦରେ ସମୟ ବିତୁଛି ; ଚିନ୍ତା ବଢୁଛି; ଡ୍ରାମା କରୁଛି ପାକିସ୍ତାନ

T20 ବିଶ୍ବକପ ବିବାଦରେ ସମୟ ବିତୁଛି ; ଚିନ୍ତା ବଢୁଛି; ଡ୍ରାମା କରୁଛି ପାକିସ୍ତାନ

Jan-31-2026 11:27 PM IST
ବିଜେଡି ବଞ୍ଚିବାର ଫର୍ମୁଲା କଣ ? ଇତିହାସ କହିଲେ ରାଜାରାମ

ବିଜେଡି ବଞ୍ଚିବାର ଫର୍ମୁଲା କଣ ? ଇତିହାସ କହିଲେ ରାଜାରାମ

Jan-31-2026 11:25 PM IST
ସୁଶାନ୍ତ ସିଂଙ୍କ ପରେ କଳିକେଶଙ୍କୁ ନେଇ ଚର୍ଚ୍ଚା; ପଛରେ କିଏ କରୁଛି ରାଜନୀତି ?

ସୁଶାନ୍ତ ସିଂଙ୍କ ପରେ କଳିକେଶଙ୍କୁ ନେଇ ଚର୍ଚ୍ଚା; ପଛରେ କିଏ କରୁଛି ରାଜନୀତି ?

Jan-31-2026 11:22 PM IST
  • About
  • Careers
  • Contact Us
Sunday, February 1, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଖେଳ

ଲିଡ୍‌ସ ଲଢ଼େଇରେ ଜିତିଲା ଇଂଲଣ୍ଡ

ଭାରତର ଦୁର୍ବଳ ଫିଲ୍ଡିଂ ଧରାପଡ଼ିଲା

by newsroom
Jun-25-2025 10:09 AM IST
in ଖେଳ
0
ଲିଡ୍‌ସ ଲଢ଼େଇରେ ଜିତିଲା ଇଂଲଣ୍ଡ
491
SHARES
1.4k
VIEWS
Share on FacebookShare on Twitter

ଭାରତର ଦୁର୍ବଳ ଫିଲ୍‌ଡିଂ, ଠିକଣା ସମୟରେ କ୍ୟାଚ୍ ହାତଛଡ଼ା କରିବାର ଦୁର୍ବଳତା ପାଇଁ ହାରିଲା ବୋଲି କୁହାଯାଉଛି । ଭାରତ ଏଠାରେ ୫ ୱିକେଟ୍‌ରେ ପରାଜିତ ହୋଇଛି। ଭାରତର ୫ ଶତକ ପରେ ବି ମ୍ୟାଚ୍ ହାରିଛି ଭାରତ । ଭାରତ ପାଞ୍ଚ ଟିକିଆ ତେନ୍ଦୁଲକର-ଆଣ୍ଡରସନ୍‌ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌କୁ ହାରି ୦-୧ରେ ପଛୁଆ ହୋଇଛି। ସେହିଭଳି ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ପଏଣ୍ଟ୍ ତାଲିକାରେ ଖାତା ଖୋଲି ପାରିନି ଟିମ୍ ଇଣ୍ଡିଆ। ଅନ୍ୟପକ୍ଷରେ ଆକ୍ରମଣକୁ ଅସ୍ତ୍ର କରି ଅସାଧ୍ୟକୁ ସାଧ୍ୟ କରିଥିବା ଇଂଲଣ୍ଡ କଠିନ ପରିସ୍ଥିତିରେ ୩୭୧ ରନ୍‌ର ଲକ୍ଷ୍ୟକୁ ହାସଲ କରି ନୂଆ ଉଦାହରଣ ସୃଷ୍ଟି କରିଛି।
ଭାରତ ପ୍ରଥମ ପାଳିରେ ୪୭୧ ରନ୍ କରିଥିଲା। ଇଂଲଣ୍ଡ ପ୍ରଥମ ପାଳିରେ ୪୬୫ ରନ୍ କରିଥିଲା । ପ୍ରଥମ ପାଳିରେ ଓଲି ପୋପ୍ ୧୦୬ କରିଥିଲେ । ହ୍ୟାରି ବ୍ରୁକ୍ ୯୯ କରିଥିଲେ । ଯଶପ୍ରୀତ୍ ବୁମ୍‌ରା ୫ ଉଇକେଟ ନେଇଥିଲେ । ପ୍ରସିଦ୍ଧ କ୍ରିଷ୍ଣା ୩ ଉଇକେଟ ନେଇଥିଲେ । ମହମ୍ମଦ ସିରାଜ ୨ ଟି ଉଇକେଟ ନେଇଥିଲେ । ଭାରତ ଦ୍ବିତୀୟ ପାଳିରେ ୩୬୪ ରନ୍ କରିଥିଲା । କେଏଲ୍ ରାହୁଲ-୧୩୭ ରନ୍ କରିଥିଲେ । ଋଷଭ ପନ୍ତ୍‌-୧୧୮ ରନ୍ କରିଥିଲେ । ଜୋସ୍ ଟଙ୍ଗ୍‌-୩ ଟି ଉଇକେଟ ନେଇଥିଲେ । ବ୍ରାଇଡନ୍ କାର୍ସ ୩ ଟି ଉଇକେଟ ନେଇଥିଲେ । ଇଂଲଣ୍ଡ ଦ୍ବିତୀୟ ପାଳିରେ ୮୨ ଓଭରରେ ୩୭୩ ରନ୍ କରିଥିଲେ । ବେନ୍ ଡକେଟ୍‌-୧୪୯ ରନ୍ କରିଥିଲେ । ଜ୍ୟାକ୍ କ୍ରଲି-୬୫ ରନ୍ କରିଥିଲେ । ଜୋ ରୁଟ୍‌-୫୩ ରନ୍ କରିଥିଲେ । ବେନ୍ ‌ଷ୍ଟୋକ୍ସ-୩୩ରନ୍ , ଜାମି ସ୍ମିଥ୍‌-୪୪ ରନ୍ କରିଥିଲେ । ଶାର୍ଦୁଳ ଠାକୁର-୨ ଟି ଉଇକେଟ ନେଇଥିବା ବେଳେ , ପ୍ରସିଦ୍ଧ କୃଷ୍ଣା-୨ଟି ଏବଂ ରବୀନ୍ଦ୍ର ଜାଡ଼େଜା-୧ଟି ଉଇକେଟ ନେଇଥିଲେ ।

ସୋମବାର ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ବିନା କ୍ଷତିରେ ୨୧ ରନ୍ କରିଥିଲା ଇଂଲଣ୍ଡ। ମଙ୍ଗଳବାର ପଞ୍ଚମ ତଥା ଶେଷ ଦିନରେ ବିଜୟ ପାଇଁ ବେନ୍ ଷ୍ଟୋକ୍ସଙ୍କ ଦଳକୁ ଆଉ ୩୫୦ ରନ୍‌ର ଦରକାର ଥିଲା। ତେବେ ଏହା କରିପାରିଥିଲା ଇଂଲଣ୍ଡ ।
ବେନ୍ ଡକେଟ୍ ଓ ଜ୍ୟାକ୍ କ୍ରଲି ଦ୍ରୁତ ଓ ଦମ୍‌ଦାର ବ୍ୟାଟିଂ କରିଥିବା ଦେଖିବାକୁ ମିଳିଥିଲା । ପ୍ରଥମ ୱିକେଟ୍‌ରେ ୧୮୮ ରନ୍ ଯୋଡ଼ିଥିଲେ ଦୁଇ ଓପନର । ବିଶେଷ କରି ଡକେଟ୍‌ଙ୍କ ୧୪୯ ରନ୍‌ର ଅବିଶ୍ବସନୀୟ ପାଳି ଦୁଇ ଦଳ ମଧ୍ୟରେ ଫରକ ହୋଇଥିଲା। ପ୍ରସିଦ୍ଧ କ୍ରିଷ୍ଣା ପ୍ରଥମେ କ୍ରଲି ଓ ପରେ ଓଲି ପୋପ୍‌ଙ୍କୁ ଶସ୍ତାରେ ଆଉଟ୍ କରିଥିଲେ ମଧ୍ୟ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଦିନର ଅଧିକାଂଶ ସମୟ ନିଷ୍ପ୍ରଭ ଥିବା ଶାର୍ଦୁଳ ଠାକୁର ଗୋଟିଏ ଓଭରରେ ଦୁଇଟି ୱିକେଟ୍ ନେବା ଏବଂ ରବୀନ୍ଦ୍ର ଜାଡ଼େଜା ପ୍ରତିପକ୍ଷ ଅଧିନାୟକ ‌ଷ୍ଟୋକ୍ସଙ୍କୁ ଆଉଟ୍ କରି କିଛିଟା ରୋମାଞ୍ଚ ଭରିଥିଲେ। ତେବେ ନିର୍ଭରଯୋଗ୍ୟ ଜୋ ରୁଟ୍ ବରଫ ଭଳି ଶାନ୍ତ ଓ ସ୍ଥିର ରହି ଇଂଲଣ୍ଡ ପାଳିକୁ ଆଗେଇ ନେଇଥିଲେ। ଅର୍ଦ୍ଧଶତକ ଅର୍ଜନ କରି ନିଜ ଦଳକୁ ଶେଷରେ ‌ରୋମାଞ୍ଚକ ବିଜୟ ଦେଇଥିଲେ। ଭାରତ ପ୍ରଥମ ପାଳିରେ ଶେଷ ୭ ୱିକେଟ୍‌ ୪୧ ରନ୍‌ କରିଥିଲା । ଦ୍ବିତୀୟ ପାଳିରେ ଶେଷ ୬ ୱିକେଟ୍ ୩୧ ରନ୍‌ରେ ହରାଇଥିଲା ।

Share196Tweet123
newsroom

newsroom

ଆଜିର ପାଗ

Bhubaneswar
February 1, 2026, 9:17 PM
 

SSE
Overcast
21°C
1.3 m/s
Apparent: 23°C
Pressure: 1018 mb
Humidity: 84%
Winds: 1.3 m/s SSE
Windgusts: 5.3 m/s
UV-Index: 0
Precip.: 0mm /0% / Rain
Sunrise: 6:22 AM
Sunset: 5:37 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ଜାଣନ୍ତୁ ଆଜିର ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

February 1, 2026
ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

February 1, 2026
ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

February 1, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom