ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଭାରତର ଜନସଂଖ୍ୟା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ଦେଇଛନ୍ତି। ଶୁକ୍ରବାର ଦିନ ନାଇଡୁ କହିଛନ୍ତି ଯେ ଭାରତ ଏକ ବିଶ୍ୱ ଶକ୍ତି ହେବାକୁ ଯାଉଛି । ଯଦି ଏହାର ଜନସଂଖ୍ୟା, ଜ୍ଞାନ ଏବଂ ପ୍ରତିଭା ପାରମ୍ପରିକ ମୂଲ୍ୟବୋଧ ଏବଂ ଜାତୀୟ ଲକ୍ଷ୍ୟ ସହିତ ସମନ୍ୱିତ ହୁଏ। ମୋହନ ଭାଗବତଙ୍କ ମତକୁ ପ୍ରତିଫଳିତ କରି ନାଇଡୁ ପରାମର୍ଶ ଦେଇଥିଲେ ଯେ ଜନସଂଖ୍ୟା ସନ୍ତୁଳନ ବଜାୟ ରଖିବା ଏବଂ ଦେଶକୁ ମଜବୁତ କରିବା ପାଇଁ ଦମ୍ପତିମାନେ ତିନୋଟି ସନ୍ତାନ ଜନ୍ମକରିବା ଉଚିତ। ତ୍ୟେକ ପରିବାରର ଅତି କମରେ ତିନୋଟି ସନ୍ତାନ ହେବା ଉଚିତ ବୋଲି ସେ ମତ ରଖିଛନ୍ତି । ଭାରତୀୟ ବିଜ୍ଞାନ କଂଗ୍ରେସରେ ଭାଷଣ ଦେଇ ନାଇଡୁ କହିଛନ୍ତି ଯେ ଯଦି ଭାରତର ଜନସଂଖ୍ୟା, ଜ୍ଞାନ ଏବଂ ପ୍ରତିଭା ଦେଶର ପାରମ୍ପରିକ ମୂଲ୍ୟବୋଧ ଏବଂ ଜାତୀୟ ପ୍ରାଥମିକତା ଦ୍ୱାରା ପରିଚାଳିତ ହୁଏ, ତେବେ ଭାରତକୁ ବିଶ୍ୱ ଶକ୍ତି ହେବାରେ କିଛି ରୋକି ପାରିବ ନାହିଁ। ସେ 1961 ମସିହାରେ ପ୍ରତିଷ୍ଠିତ ଜାତୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ମଧ୍ୟ ପ୍ରଶଂସା କରି କହିଛନ୍ତି ଯେ ଏହି ପ୍ରତିଷ୍ଠାନ ଭାରତୀୟ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଏବଂ ଭାରତୀୟତା ଏବଂ ସଭ୍ୟତାର ଆତ୍ମା ଉପରେ ଗର୍ବର ସହିତ ଆଲୋଚନା କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ।


















