• Latest
  • Trending
ପିଲାମାନଙ୍କର ଏହି ବୈଜ୍ଞାନିକ ଚିନ୍ତାଧାରା ଓ ସୃଜନଶୀଳତା ପ୍ରକୃତରେ ପ୍ରଶଂସନୀୟ:ମୁଖ୍ୟମନ୍ତ୍ରୀ

ପିଲାମାନଙ୍କର ଏହି ବୈଜ୍ଞାନିକ ଚିନ୍ତାଧାରା ଓ ସୃଜନଶୀଳତା ପ୍ରକୃତରେ ପ୍ରଶଂସନୀୟ:ମୁଖ୍ୟମନ୍ତ୍ରୀ

Dec-27-2025 03:25 PM IST
odisha.newsroom.in

ସାନି ମତଦାନ ବେଳେ ବେଙ୍ଗଲରେ ଭୟଙ୍କର ହିଂସା…TMC – BJP କର୍ମୀ ହାତାହାତି

May-02-2026 05:59 PM IST
odisha.newsroom.in

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ …ଜାଣିବାକୁ ଏହି Link ରେ କ୍ଲିକ କରନ୍ତୁ…

May-02-2026 04:27 PM IST
odisha.newsroom.in

ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟରେ ବଡ଼ ଝଟ୍‌କା…ଆବେଦନ ଖାରଜ…

May-02-2026 03:51 PM IST
odisha.newsroom.in

ଆପଣଙ୍କ ମୋବାଇଲକୁ ଆସିଲା କି ଏମର୍ଜେନ୍ସି ଆଲର୍ଟ ? ଭୟଭୀତ ହୁଅନ୍ତୁନି…

May-02-2026 12:44 PM IST
odisha.newsroom.in

ମାଡ଼ି ଆସୁଛି ବଡ଼ ଲଘୁଚାପ: ଅଧିକ ଘନୀଭୂତ ହୋଇ ନେଇପାରେ ବାତ୍ୟାର ରୂପ…

May-02-2026 12:20 PM IST
odisha.newsroom.in

EVM ଟାମ୍ପରିଂ ଅଭିଯୋଗ…ପଶ୍ଚିମବଙ୍ଗର ୧୫ଟି ବୁଥରେ ପୁନଃ ମତଦାନ ଆରମ୍ଭ…

May-02-2026 11:45 AM IST
odisha.newsroom.in

ବଲାଙ୍ଗିର ଜିଲ୍ଲାରେ ଭୂକମ୍ପ ଝଟକା…ଭୟରେ ଘରୁ ବାହାରି ଆସିଲେ ଲୋକେ…

May-02-2026 11:24 AM IST
Horoscope 2026 May 02: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 May 02: ଜାଣନ୍ତୁ ଆଜିର ରାଶିଫଳ…

May-02-2026 10:53 AM IST
odisha.newsroom.in

‘ଡିଜିଟାଲ୍ ଆରେଷ୍ଟ’ର କଳା କାହାଣୀ…ଜଳୁଥିଲା ଜୁଇ, ବାଜୁଥିଲା ଫୋନ୍…

May-01-2026 05:53 PM IST
odisha.newsroom.in

ଶିକ୍ଷା ବ୍ୟବସ୍ଥାରେ ନୂଆ ଅଧ୍ୟାୟ…୩ ଦିନରେ ୩ ଲକ୍ଷ ପରୀକ୍ଷାଖାତା ଦେଖିଲା AI…

May-01-2026 04:27 PM IST
  • About
  • Careers
  • Contact Us
Sunday, May 3, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ପିଲାମାନଙ୍କର ଏହି ବୈଜ୍ଞାନିକ ଚିନ୍ତାଧାରା ଓ ସୃଜନଶୀଳତା ପ୍ରକୃତରେ ପ୍ରଶଂସନୀୟ:ମୁଖ୍ୟମନ୍ତ୍ରୀ

୫୨ତମ ରାଜ୍ୟସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ

by M M
Dec-27-2025 03:25 PM IST
in ବଡ଼ ଖବର, ଶିକ୍ଷା
0
ପିଲାମାନଙ୍କର ଏହି ବୈଜ୍ଞାନିକ ଚିନ୍ତାଧାରା ଓ ସୃଜନଶୀଳତା ପ୍ରକୃତରେ ପ୍ରଶଂସନୀୟ:ମୁଖ୍ୟମନ୍ତ୍ରୀ
491
SHARES
1.4k
VIEWS
Share on FacebookShare on Twitter

କେନ୍ଦୁଝର: କେନ୍ଦୁଝରର ଐତିହାସିକ ଡି.ଏନ୍. ହାଇସ୍କୁଲ ପରିସରରେ ୫୨ତମ ରାଜ୍ୟସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ସହ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଦର୍ଶନୀରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା କୋମଳମତି ଛାତ୍ରଛାତ୍ରୀମାନେ ସେମାନଙ୍କର ଅଭିନବ ବୈଜ୍ଞାନିକ ପ୍ରକଳ୍ପ ପ୍ରଦର୍ଶନ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ କାର୍ଯ୍ୟକ୍ରମକୁ ଉଦଘାଟନ କରି କହିଛନ୍ତି, ଆଜି କେନ୍ଦୁଝରର ଡି.ଏନ୍. ହାଇସ୍କୁଲ ପରିସରରେ ୫୨ତମ ରାଜ୍ୟସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀରେ ଯୋଗଦେଲି। ଆମର କୋମଳମତି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ଅଭିନବ ପ୍ରକଳ୍ପଗୁଡ଼ିକ ମଧ୍ୟରେ ମୁଁ ଆଗାମୀ ଦିନର ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶାର ପ୍ରତିଫଳନ ଦେଖିବାକୁ ପାଇଲି। ସୌର ଜଗତଠାରୁ ଆରମ୍ଭ କରି ଆଧୁନିକ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ, ପିଲାମାନଙ୍କର ଏହି ବୈଜ୍ଞାନିକ ଚିନ୍ତାଧାରା ଓ ସୃଜନଶୀଳତା ପ୍ରକୃତରେ ପ୍ରଶଂସନୀୟ। ଭାରତୀୟ ଜ୍ଞାନ ପରମ୍ପରାକୁ ପାଥେୟ କରି ଏହି କୁନି ବୈଜ୍ଞାନିକମାନେ ଦିନେ ବିଶ୍ୱ ଦରବାରରେ ଦେଶର ଗୌରବ ବଢ଼ାଇବେ ବୋଲି ମୋର ଦୃଢ ବିଶ୍ୱାସ। ଆମ ସରକାରଙ୍କ ‘ ଜାତୀୟ ଶିକ୍ଷାନୀତି ୨୦୨୦’ ଓ ‘ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଭଳି ଯୋଜନା ଏହି ପ୍ରତିଭାମାନଙ୍କୁ ଉପଯୁକ୍ତ ମାର୍ଗଦର୍ଶନ ପ୍ରଦାନ କରିବ। ସମସ୍ତ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି।

ଏହି ବୈଜ୍ଞାନିକ ପ୍ରଦର୍ଶନୀରେ ସୌର ଜଗତର ରହସ୍ୟ ଠାରୁ ଆରମ୍ଭ କରି ଆଧୁନିକ ପ୍ରଯୁକ୍ତିବିଦ୍ୟା, କୃତ୍ରିମ ବୁଦ୍ଧିମତା (AI), ଏବଂ ପରିବେଶ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପରେ ଶତାଧିକ ପ୍ରକଳ୍ପ ସ୍ଥାନ ପାଇଥିଲା। ପିଲାମାନଙ୍କର ଏହି ସୃଜନଶୀଳତା ଓ ବୈଜ୍ଞାନିକ ଚିନ୍ତାଧାରା ମଧ୍ୟରେ ଆଗାମୀ ଦିନର ଏକ ସମୃଦ୍ଧ ଏବଂ ବିକଶିତ ଓଡ଼ିଶାର ପ୍ରତିଫଳନ ଦେଖିବାକୁ ମିଳିଥିଲା। ମୁଖ୍ୟମନ୍ତ୍ରୀ କହିଥିଲେ  “ଭାରତୀୟ ଜ୍ଞାନ ପରମ୍ପରାକୁ ଆଧାର କରି ଆମର ଏହି କୁନି ବୈଜ୍ଞାନିକମାନେ ଦିନେ ବିଶ୍ୱ ଦରବାରରେ ଦେଶର ଗୌରବ ବଢ଼ାଇବେ। ଆମ ସରକାର ପ୍ରତିଭାମାନଙ୍କୁ ଉପଯୁକ୍ତ ମାର୍ଗଦର୍ଶନ ଦେବା ପାଇଁ ‘ଜାତୀୟ ଶିକ୍ଷାନୀତି ୨୦୨୦’ ଏବଂ ‘ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଭଳି ଯୋଜନା କାର୍ଯ୍ୟକାରୀ କରୁଛନ୍ତି।”

Share196Tweet123
M M

M M

ଆଜିର ପାଗ

Bhubaneswar
May 3, 2026, 11:22 PM
 

S
Thunderstorm
26°C
3.1 m/s
Apparent: 32°C
Pressure: 1008 mb
Humidity: 97%
Winds: 3.1 m/s S
Windgusts: 11.5 m/s
UV-Index: 0
Precip.: 2.5mm /69% / Rain
Sunrise: 5:15 AM
Sunset: 6:11 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom