• Latest
  • Trending
“ବିକଶିତ ଗାଁରୁ ବିକଶିତ ଭାରତ: ନୂଆ ରୋଜଗାର ଆଇନକୁ ନେଇ ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା।”

“ବିକଶିତ ଗାଁରୁ ବିକଶିତ ଭାରତ: ନୂଆ ରୋଜଗାର ଆଇନକୁ ନେଇ ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା।”

Jan-14-2026 03:12 PM IST
ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ  ଦେଲି

ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ ଦେଲି

Mar-19-2026 05:04 PM IST
ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

Mar-19-2026 04:10 PM IST
ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

Mar-19-2026 02:55 PM IST
ମୁଁ ସିଧା କହୁଛି, ପ୍ରତିଶୋଧ ନେବା ପାଇଁ ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଛି

ମୁଁ ସିଧା କହୁଛି, ପ୍ରତିଶୋଧ ନେବା ପାଇଁ ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଛି

Mar-19-2026 02:30 PM IST
କ୍ରସ ଭୋଟିଂ ପରେ ବିଜେଡିକୁ ବିଧାୟକ ଦେବୀରଂଜନଙ୍କ ଚ୍ୟାଲେଞ୍ଜ

କ୍ରସ ଭୋଟିଂ ପରେ ବିଜେଡିକୁ ବିଧାୟକ ଦେବୀରଂଜନଙ୍କ ଚ୍ୟାଲେଞ୍ଜ

Mar-19-2026 01:29 PM IST
https://odisha.newsroom.in/

ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ

Mar-18-2026 04:14 PM IST
https://odisha.newsroom.in/

କଟକ ବଡ ମେଡିକାଲ ନିଆଁକୁ ନେଇ ବିଧାନସଭାରେ ପ୍ରବଳ ହଟ୍ଟଗୋଳ

Mar-18-2026 03:22 PM IST
କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

Mar-17-2026 05:13 PM IST
ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

Mar-16-2026 11:47 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Mar-16-2026 11:40 AM IST
  • About
  • Careers
  • Contact Us
Friday, March 20, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home Uncategorized

“ବିକଶିତ ଗାଁରୁ ବିକଶିତ ଭାରତ: ନୂଆ ରୋଜଗାର ଆଇନକୁ ନେଇ ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା।”

by M M
Jan-14-2026 03:12 PM IST
in Uncategorized
0
“ବିକଶିତ ଗାଁରୁ ବିକଶିତ ଭାରତ: ନୂଆ ରୋଜଗାର ଆଇନକୁ ନେଇ ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା।”
492
SHARES
1.4k
VIEWS
Share on FacebookShare on Twitter

ଗ୍ରାମାଂଚଳରେ ରହୁଥିବା ଗରିବ, ଚାଷୀ, ମଜୁରିଆ, ବେକାର ଯୁବତୀ ଯୁବକଙ୍କ ଜୀବନରେ ପରିବର୍ତନ ଆଣିବ‘ଭିବି ଜି ରାମ ଜି’: କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ସଭାପତି ରାଜକୁମାର ଚହର
ଭୁବନେଶ୍ୱର : ‘ପୂର୍ବରୁ ମନରେଗାରେ କେବଳ ୧୦୦ ଦିନର ରୋଜଗାର ଗ୍ୟାରେଣ୍ଟି ଥିଲା, କିନ୍ତୁ ପ୍ରକୃତରେ ୪୦ରୁ ୫୦ ଦିନର କାମ ମିଳୁଥିଲା। ଏବେ ନୂତନ ଯୋଜନାରେ ଏହି ଅବଧିକୁ ୧୨୫ ଦିନକୁ ବୃଦ୍ଧି କରାଯାଇଛି ବୋଲି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ କର୍ମଶାଳାରେ କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ସଭାପତି ରାଜକୁମାର ଚହର ଏହା କହିଛନ୍ତି। ଗାଁର ବିକାଶ ପାଇଁ ଏଣିକି ସରପଞ୍ଚ ଓ ଗ୍ରାମବାସୀ ମିଳିମିଶି ପ୍ରକଳ୍ପ ପ୍ରସ୍ତୁତ କରିବେ। ସଡ଼କ, ପୋଲ, ଜଳ ସଂରକ୍ଷଣ ଓ ଫସଲ ମଣ୍ଡି ଭଳି ମୌଳିକ ଭିତ୍ତିଭୂମିର ବିକାଶ ସ୍ଥାନୀୟ ଶ୍ରମିକଙ୍କ ଦ୍ୱାରା କରାଯିବ। ଏଥିପାଇଁ କେନ୍ଦ୍ର ସରକାର ୬୦ ପ୍ରତିଶତ ଓ ରାଜ୍ୟ ସରକାର ୪୦ ପ୍ରତିଶତ ଖର୍ଚ୍ଚ ବହନ କରିବେ ବୋଲି ଶ୍ରୀ ଚହର ପ୍ରକାଶ କରିଛନ୍ତି।
ଗ୍ରାମାଞ୍ଚଳରେ ରହୁଥିବା ଗରିବ, ଚାଷୀ, ମଜୁରିଆ ଏବଂ ବେକାର ଯୁବତୀଯୁବକଙ୍କ ଜୀବନରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ନୂତନ ଯୋଜନା ‘ଭିବି ଜି ରାମ ଜି’। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା (ମନରେଗା)ରେ ହେଉଥିବା ବ୍ୟାପକ ଦୁର୍ନୀତିକୁ ରୋକିବା ଏବଂ ଏଥିରେ ସଂସ୍କାର ଆଣିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ‘ବିକଶିତ ଭାରତ ଗ୍ୟାରେଣ୍ଟି ଫର୍ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ’ (ଭିବି ଜି ରାମ ଜି) ୨୦୨୫ ବିଲ୍‌କୁ ଆଇନରେ ପ୍ରଣୟନ କରାଯାଇଛି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ କର୍ମଶାଳାରେ କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ସଭାପତି ରାଜକୁମାର ଚହର ଓ ରାଜ୍ୟ ସଭାପତି ମନମୋହନ ସାମଲ ଏହି ସୂଚନା ଦେଇଛନ୍ତି।
ରାଷ୍ଟ୍ରୀୟ ସଭାପତି ଶ୍ରୀ ଚହର କହିଛନ୍ତି ଯେ, ଭ୍ରଷ୍ଟାଚାର ରୋକିବାକୁ ଡିଜିଟାଲ୍ ବ୍ୟବସ୍ଥା କରାଯାଇଛି । ଏହି ଯୋଜନାରେ ସ୍ୱଚ୍ଛତା ଆଣିବା ପାଇଁ ଏଆଇ, ଜିପିଏସ୍ ଏବଂ ମୋବାଇଲ୍ ଆପ୍‌ର ସହାୟତା ନିଆଯିବ। ଯୋଜନାକୁ ନେଇ ବିରୋଧୀ ଦଳଗୁଡ଼ିକ ଅପପ୍ରଚାର କରୁଥିବା ବେଳେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଶ୍ରୀ ଚହର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଏହି ଯୋଜନା ଆଗାମୀ ଦିନର ମାଇଲ୍‌ଷ୍ଟୋନ୍ ହେବ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଶ୍ରୀ ସାମଲ କହିଛନ୍ତି ଯେ, ବିକଶିତ ଗାଁ ହୋଇପାରିଲେ ହିଁ ବିକଶିତ ରାଷ୍ଟ୍ର ଗଠନ ସମ୍ଭବ। ମୋଦି ସରକାରଙ୍କ ଗତ ୧୨ ବର୍ଷର ଶାସନ କାଳରେ ୨୫ କୋଟିରୁ ଅଧିକ ଲୋକ ଗରିବୀ ସୀମାରେଖାରୁ ଉପରକୁ ଉଠିଛନ୍ତି। ନୂତନ ଆଇନ ଅନୁଯାୟୀ, କାମ ମାଗିବାର ୧୫ ଦିନ ମଧ୍ୟରେ କାମ ନ ମିଳିଲେ ହିତାଧିକାରୀଙ୍କୁ ଭତ୍ତା ମିଳିବା ବ୍ୟବସ୍ଥା ରହିଛି। ଗରିବଙ୍କ ଟଙ୍କା ଯେପରି ବାଟମାରଣା ନହୁଏ, ସେଥିପାଇଁ ଏଥିରେ ଜିଓ-ଟ୍ୟାଗିଂ ଭଳି ୫ଟି ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହି ଯୋଜନାର ସଫଳତା ପାଇଁ ଘରକୁ ଘର ବୁଲି ଜନଜାଗରଣ ସୃଷ୍ଟି କରିବାକୁ କର୍ମଶାଳାରେ ନିଷ୍ପତ୍ତି ନିଆଯାଇଛି।
କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶୁଭ୍ରାଂଶୁ ମୋହନ ପାଢ଼ୀ କହିଛନ୍ତି ଯେ, ଗତ ସରକାର ଚାଷୀଙ୍କୁ କେବଳ ପ୍ରତାରଣା କରିଥିଲା । ମାତ୍ର ବିଜେପି ସରକାର ଚାଷୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରୁଛି । ‘ଭିବି ଜି ରାମ ଜି’ ଯୋଜନା ଚାଷୀଙ୍କୁ ଆର୍ଥିକ ଭାବେ ଅଧିକ ସୁଦୃଢ଼ କରିବ । ଏହି ଯୋଜନାରେ ପ୍ରକୃତ ହିତାଧିକାରୀ କିପରି ଲାଭବାନ ହେବେ ସେହି ଦାୟିତ୍ୱ ଆମ ସମସ୍ତଙ୍କର । ଅନ୍ୟମାନଙ୍କ ମଧ୍ୟରେ ସାଂସଦ ବଳଭଦ୍ର ମାଝୀ, ବିଧାୟକ ଅମର ନାୟକ, ରାଜ୍ୟ ଉପସଭାପତି ଶିବାଜୀ ମହାନ୍ତି ଓ ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ପ୍ରସାଦ ଶତପଥୀଙ୍କ ସମେତ ରାଜ୍ୟ ପଦାଧିକାରୀ ଓ କୃଷକ ମୋର୍ଚ୍ଚାର ସମସ୍ତ ଜିଲ୍ଲା ସଂଯୋଜକମାନେ ଉପସ୍ଥିତ ଥିଲେ ।

Share197Tweet123
M M

M M

ଆଜିର ପାଗ

Bhubaneswar
March 20, 2026, 4:17 AM
 

SSW
Overcast
24°C
1.1 m/s
Apparent: 30°C
Pressure: 1010 mb
Humidity: 90%
Winds: 1.1 m/s SSW
Windgusts: 8.5 m/s
UV-Index: 0
Precip.: 2.5mm /55% / Rain
Sunrise: 5:50 AM
Sunset: 5:57 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ  ଦେଲି

ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ ଦେଲି

March 19, 2026
ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

March 19, 2026
ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

March 19, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom