ରାଜ୍ୟପାଳ ସଙ୍ଘୀୟ ବ୍ୟବସ୍ଥାକୁ ସମ୍ମାନ ଦେବା ଜରୁରୀ । ଆଲୋଚନା ମାଧ୍ୟମରେ କିପରି ରାଜ୍ୟପାଳ ବିଲକୁ ମଞ୍ଜୁରୀ ଦେବାରେ ସଫଳ ହେବେ ସେନେଇ ଗରୁତ୍ୱ ଦେବା ଆବଶ୍ୟକ । କିନ୍ତୁ ରାଷ୍ଟ୍ରପତି କିମ୍ବା ରାଜ୍ୟପାଳଙ୍କୁ ବିଲର ମଞ୍ଜୁରୀ ନେଇ ସମୟସୀମା ଦିଆଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ପଚରାଯାଇଥିବା ୧୪ଟି ପ୍ରଶ୍ନରେ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି ସର୍ବୋଚ୍ଚ ଅଦାଲତ । ୫ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି କହିଥିଲେ ଯେ, କୌଣସି ନିଷ୍ପତ୍ତିରେ ରାଜ୍ୟପାଳଙ୍କୁ ବ୍ୟକ୍ତିଗତ ଭାବେ ଆଇନ ଅନୁଯାୟୀ ଦାୟୀ କରାଯାଇପାରିବ ନାହିଁ । କିନ୍ତୁ କୋର୍ଟ ନିଷ୍ପତ୍ତି ଉପରେ ନଜର ରଖିପାରିବେ । ତାଙ୍କ ଉପରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବିଲର ମଞ୍ଜୁରୀ ନେଇ ନିର୍ଦ୍ଦେଶ ଲଦି ଦିଆଯାଇପାରିବ ନାହିଁ । କିନ୍ତୁ ଏକ ଉଚିତ ସମୟ ସୀମାରେ ବିଲ୍ ସମ୍ବନ୍ଧରେ ନିଷ୍ପତ୍ତି ନିଆଯିବା ଆବଶ୍ୟକ ।
ସୁପ୍ରିମକୋର୍ଟ ରାଜ୍ୟପାଳଙ୍କୁ ଧାରା ୨୦୦ ଏବଂ ୨୦୧କୁ ନେଇ ପ୍ରଶ୍ନ କରିପାରିବେ । କିନ୍ତୁ ମଞ୍ଜୁରୀ ପାଇଁ ନିର୍ଦ୍ଦେଶ ଦେଇପାରିବେ ନାହିଁ । ରାଜ୍ୟପାଳଙ୍କ କାର୍ଯ୍ୟକୁ ମଧ୍ୟ ପ୍ରଶ୍ନ କରାଯାଇପାରିବ ନାହିଁ । ରାଜ୍ୟପାଳ ନିଜ ଇଚ୍ଛାନୁସାରେ ବିଲକୁ ମଞ୍ଜୁରୀ କିମ୍ବା ଫେରସ୍ତ କରିପାରିବେ । ସମ୍ବିଧାନର ଏହି ଅଧିକାରକୁ ଛଡାଇ ନିଆଯାଇପାରିବ ନାହିଁ ।




















