• Latest
  • Trending
ଜିଏସଟି ବନାମ ଟାରିଫ

ଜିଏସଟି ବନାମ ଟାରିଫ

Sep-05-2025 11:11 AM IST
ହମାସକୁ ଧମକ ଦେଲେ ଟ୍ରମ୍ପ, କହିଲେ କଥା ନମାନିଲେ ଧ୍ବଂସ କରିଦେବୁ

ହମାସକୁ ଧମକ ଦେଲେ ଟ୍ରମ୍ପ, କହିଲେ କଥା ନମାନିଲେ ଧ୍ବଂସ କରିଦେବୁ

Oct-21-2025 04:08 PM IST
ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଋଷଭ ପନ୍ତଙ୍କୁ ମିଳିଲା ଅଧିନାୟକ ଦାୟିତ୍ବ

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଋଷଭ ପନ୍ତଙ୍କୁ ମିଳିଲା ଅଧିନାୟକ ଦାୟିତ୍ବ

Oct-21-2025 03:37 PM IST
ସକାଳୁ ସକାଳୁ ପବନରେ ବିଷ, ଚାରିଆଡ଼େ କୁହୁଡ଼ିର ଭ୍ରମ , ଦିଲ୍ଲୀ କଥା ନକହିବା ଭଲ

ସକାଳୁ ସକାଳୁ ପବନରେ ବିଷ, ଚାରିଆଡ଼େ କୁହୁଡ଼ିର ଭ୍ରମ , ଦିଲ୍ଲୀ କଥା ନକହିବା ଭଲ

Oct-21-2025 01:20 PM IST
ଗୋଟିଏ ଆସନରେ ମହାଗଠବନ୍ଧନର ଦୁଇ ପ୍ରାର୍ଥୀ, ଫାଇଦା କାହାର ହେବ ?

ଗୋଟିଏ ଆସନରେ ମହାଗଠବନ୍ଧନର ଦୁଇ ପ୍ରାର୍ଥୀ, ଫାଇଦା କାହାର ହେବ ?

Oct-21-2025 12:39 PM IST
ଲଘୁଚାପ ପ୍ରଭାବ, ଆସୁଛି ବଡ଼ ବର୍ଷା

ଲଘୁଚାପ ପ୍ରଭାବ, ଆସୁଛି ବଡ଼ ବର୍ଷା

Oct-21-2025 12:19 PM IST
କଣ କହୁଛି ଆପଣଙ୍କ ରାଶିଫଳ

କଣ କହୁଛି ଆପଣଙ୍କ ରାଶିଫଳ

Oct-21-2025 07:07 AM IST
ନିଜ ଦମରେ ଲଢ଼ିଲେ ବିଜୟ ସୁନିଶ୍ଚିତ :ମୋଦି

ନିଜ ଦମରେ ଲଢ଼ିଲେ ବିଜୟ ସୁନିଶ୍ଚିତ :ମୋଦି

Oct-20-2025 12:43 PM IST
ବିହାରରେ ଆସନ ଭାଗବଣ୍ଟା ଛିଣ୍ଡୁନି, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ଲାଗିରହିଛି ଦ୍ବନ୍ଦ୍ବ

ବିହାରରେ ଆସନ ଭାଗବଣ୍ଟା ଛିଣ୍ଡୁନି, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ଲାଗିରହିଛି ଦ୍ବନ୍ଦ୍ବ

Oct-20-2025 11:12 AM IST
ଦୀପାବଳି ଅବସରରେ ଦେଶବାସୀଙ୍କ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ଦୀପାବଳି ଅବସରରେ ଦେଶବାସୀଙ୍କ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

Oct-20-2025 10:18 AM IST
ନୂଆପଡ଼ାରେ ସ୍ନେହାଙ୍ଗିନୀ ଛୁରିଆ ଆଜି ନାମାଙ୍କନ ପତ୍ର ଦାଖଲ କରିବେ

ନୂଆପଡ଼ାରେ ସ୍ନେହାଙ୍ଗିନୀ ଛୁରିଆ ଆଜି ନାମାଙ୍କନ ପତ୍ର ଦାଖଲ କରିବେ

Oct-20-2025 09:53 AM IST
  • About
  • Careers
  • Contact Us
Tuesday, October 21, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବିଶେଷ

ଜିଏସଟି ବନାମ ଟାରିଫ

by M M
Sep-05-2025 11:11 AM IST
in ବିଶେଷ
0
ଜିଏସଟି ବନାମ ଟାରିଫ
491
SHARES
1.4k
VIEWS
Share on FacebookShare on Twitter

ମୁଣ୍ଡଲଗା ତେଲଠାରୁ କର୍ଣ୍ଣ ଫ୍ଲେକ୍ସ ପର୍ଯ୍ୟନ୍ତ  । ଟିଭି ଠାରୁ ଜୀବନ ବୀମା ପଲିସି ପର୍ଯ୍ୟନ୍ତ  । ସାଧାରଣ ଲୋକ ବ୍ୟବହାର କରୁଥିବା ଅନେକ ସାମଗ୍ରୀ ଉପରୁ ଜିଏସଟି କମିଛି । ଜିଏସଟି କାଉନସିଲ ପୁରା ଟିକସ ବ୍ୟବସ୍ଥାର ବଡ଼ ପରିବର୍ତ୍ତନ ଆଣିଛି । ସକାଳୁ ରାତି ପର୍ଯ୍ୟନ୍ତ ଆପଣଙ୍କ ଦୈନ୍ୟଦିନ ଜୀବନରେ ଯାହା ବ୍ୟବହାର କରନ୍ତି ତାହାର ଦର ଉପରେ ଏକ ବଡ଼ ପରିବର୍ତ୍ତନ ଆସିଛି । ସରକାର ଚାହୁଁଛନ୍ତି ଏହି ଟିକସ ହାର କମାଇ ଦରଦାମର ରେଟକୁ ଖସାଇବାକୁ । ଫଳରେ ଲୋକ ଅଧିକ ପରିମାଣରେ କିଣିବେ  । ଚାହିଦା ବଢ଼ିବ । ଆଉ ଉତ୍ପାଦନ ମଧ୍ୟ ବଢ଼ିବ । ଏବେ ଚାରିପ୍ରକାରର ଜିଏସଟି ଆଦାୟ କରାଯାଉଛି । 5 ପ୍ରତିଶତ, 12, 18,28 ପ୍ରତିଶତ । ଏବେ ମୁଖ୍ୟତ ଦୁଇଟି ସ୍ଲାବ ରହିବ । ଆପଣ କିଣୁଥିବା ପ୍ରତି ସାମଗ୍ରୀ ଉପରେ 5 ପ୍ରତିଶତ, ନହେଲେ 18 ପ୍ରତିଶତର ଜିଏସଟି ରହିବ । ଏହାଛଡ଼ା 40 ପ୍ରତିଶତର ଟିକସ ଆଦାୟ କରାଯିବ ଯଦି ଆପଣ ଟବାକୋ ଖାଉଛନ୍ତି ବା ସିଗାରେଟ ଖାଉଛନ୍ତି । ଆପଣ ଯଦି ଦାବି କାର କିଣୁଛନ୍ତି 40 ପ୍ରତିଶତର ଜିଏସଟି ଦେବାକୁ ପଡ଼ିବ । ସେପ୍ଟେମ୍ବର 22 ତାରିଖ ନବରାତ୍ରୀର ପ୍ରଥମ ଦିନ । ଯେଉଁଦିନ ଏହି ନୂଆ ବ୍ୟବସ୍ଥା ଲାଗୁ ହେବ । ଏବେ ବୁଝନ୍ତୁ ଆପଣ ନିତି ଦିନିଆ ବ୍ୟବହାର କରୁଥିବା କେଉଁ କେଉଁ ଜିନିଷ ଶସ୍ତା ହେବ । ଆପଣ ବ୍ୟବହାର କରୁଥିବା ଖାଦ୍ୟ ସାମଗ୍ରୀ ଜିଏସଟି ମୁକ୍ତ ହେବ । ଘିଅ ଏବଂ ଲହୁଣି, ମାଂସ , ଜାମ ଏବଂ ଫୁଡ ଜିଲି, ପଇଡ , ନମକିନି , 20 ଲିଟର ଥିବା ପାଣି, ଫଳ ରସ, ଆଇସକ୍ରିମ୍ ପାଷ୍ଟ୍ରି ଏବଂ ବିସ୍କୁଟ, କର୍ଣ୍ଣ ଫଡସ, 18 ପ୍ରତିଶତରୁ 5 ପ୍ରତିଶତ ଜିଏସଟି ଭିତରେ ସୀମିତ ରହିବ । ରୁଟି , ପରଟା ଉପରେ ଆଉ କୈାଣସି ଟିକସ ରହିବ ନାହିଁ । ଏବେ 5 ପ୍ରତିଶତ ଟିକସ ଏହା ଉପରେ ଲାଗିଛି । ଦାନ୍ତ ଘସା ପାଉଡର, କ୍ଷୀର ପିଇବା ବଟଲ, ଟେବୁଲ ଉପରେ ପଡ଼ୁଥିବା କପଡ଼ା, ରୋଷେଇ ସାମଗ୍ରୀ, ଛତା ବାସନ କୁସନ, ସାଇକେଲ, ବାଉଁଶର ଫରନିଚର, ପାନିଆ ଏଗୁଡ଼ିକ କିଣିଲା ବେଳେ ଆଜିର ଦିନରେ ଆପଣ 12 ପ୍ରତିଶତ ଟିକସ ଦେଉଛନ୍ତି । ସେପ୍ଟେମ୍ବର 22ଠାରୁ ଆପଣ ମାତ୍ର 5 ପ୍ରତିଶତ ଟିକସ ଦେବେ ।  ଏବେ ଆପଣ ମୁଣ୍ଡରେ ଲଗାଉଥିବା ସାମ୍ପୋ କଥା ଭାବନ୍ତୁ, ମୁହଁ ଲଗା ପାଉଡର କଥା ଭାବନ୍ତୁ, ଟ୍ରୁଥ ପେଷ୍ଟ, ବ୍ରସ, ସାବୁନ, ମୁଣ୍ଡ ଲଗା ତେଲ, ଆପଣଙ୍କ ଗାଧୁଆ ଘରର ଏସବୁ ସାମଗ୍ରୀ ପାଇଁ ଆଜିର ଦିନରେ 18 ପ୍ରତିଶତ ଟିକସ ଦେଉଛନ୍ତି ଏହା 5 ପ୍ରତିଶତକୁ ଖସିଆସିବ । ଘର କରିବା ପାଇଁ ଯେଉଁ ସିମେଣ୍ଟ ବ୍ୟବହାର କରୁଛନ୍ତି ତାହା ଶସ୍ତା ହେବ । 28 ପ୍ରତିଶତରୁ 18କୁ ଜିଏସଟି କମିଯିବ । ସେହିଭଳି ଆପଣ ବ୍ୟବହାର କରୁଥିବା ଗାଡ଼ି ଏହା ପେଟ୍ରୋଲ ହୋଇପାରେ, ଏଲପିଜି ବା ସିଏନଜି ହୋଇପାରେ । ଯଦି ଏହା 1200 ସିସିରୁ କମ ତାହେଲେ ଟିକସ କମ ପଡ଼ିବ । 28 ପ୍ରତିଶତରୁ 18ପ୍ରତିଶତ ଜିଏସଟି ଆପଣ ଦେବେ । ଯଦି ଆପଣ ଡିଜେଲ ଗାଡ଼ି ଚଢ଼ୁଛନ୍ତି ଏବଂ ଏହା 1500 ସିସିରୁ କମ୍ ତେବେ ଆପଣ 28 ବଦଳରେ 18 ପ୍ରତିଶତ ଜିଏସଟି ଦେବେ । ଆପଣ ଯଦି ମୋଟର ସାଇକେଲ ଚଢ଼ୁଛନ୍ତି , ଏୟାର କଣ୍ଡିସନ ବ୍ୟବହାର କରୁଛନ୍ତି, ଘରେ ବାସନ ମାଜିବା ପାଇଁ ଡିସଓ୍ବାସ ବ୍ୟବହାର କରୁଛନ୍ତି ଆଗକୁ ଆପଣ ଏହି ସବୁ ସାମଗ୍ରୀ ଉପରେ 18 ପ୍ରତିଶତ ଜିଏସଟି ଦେବେ । ଏବେ ଆପଣ ଏହି ସବୁ କିଣିଲେ 28 ପ୍ରତିଶତ ଦେଉଛନ୍ତି । ଅର୍ଥାତ ଯଦି ଆପଣଙ୍କ ଟିଭିର 30 ହଜାର ତେବେ ଆପଣ ଏତିକି ଟଙ୍କା ଦେବେ ।

ଜିଏସଟିର ବୋଝ ଭାରତ ବର୍ଷର ଲୋକଙ୍କୁ ଭାରାକ୍ରାନ୍ତ କରିଛି । ଏକଦା ରାହୁଲ ଗାନ୍ଧୀ ଏହାକୁ ଗବ୍ବର ସିଂ ଟ୍ୟାକ୍ସ ବୋଲି କହିଥିଲେ । ବହୁ ଚର୍ଚିତ ଫିଲ୍ମର ଗବ୍ବର ସିଂ କଥା ମନେପକାନ୍ତୁ । ଯାହାର ଅତ୍ୟାଚାରକୁ ନେଇ ସୋଲେ ଫିଲ୍ମ ତିଆରି ହୋଇଥିଲା । ଯାହାକୁ ଲୋକେ ଆଜି ପର୍ଯ୍ୟନ୍ତ ମନେ ରଖିଛନ୍ତି । ରାହୁଲ ଗାନ୍ଧୀ କହୁଥିଲେ । ଏହି ଟିକସ ବ୍ୟବସ୍ଥାର ସଂଶୋଧନ କରିବା ଜରୁରୀ । ଗତ କିଛି ବର୍ଷ ଭିତରେ ଜିଏସଟି କାଉନସିଲ 56 ଥର ବସିଛି । କିନ୍ତୁ ସାଧାରଣ ଲୋକେ ବ୍ୟବହାର କରୁଥିବା ସାମଗ୍ରୀ ଉପରୁ ଟିକସ କମାଯାଇନଥିଲା । 2017 ମସିହାରେ ଏହି ଜିଏସଟି ଆରମ୍ଭ କରାଯାଇଥିଲା । ଯାହାକୁ ନେଇ ରାହୁଲ ଗାନ୍ଧୀ ପ୍ରଶ୍ନ ଉଠାଇଥିଲେ । ଏହାକୁ ଇକୋନୋମିକସ ଇନଜଷ୍ଟିସ ବା ଅର୍ଥନୈତିକ ଅନ୍ୟାୟ ବୋଲି ବର୍ଣ୍ଣନା କରିଥିଲେ । ସେ କହୁଥିଲେ କର୍ପୋରେଟମାନଙ୍କୁ ଟିକସରେ ରିହାତି ସରକାର ଦେଉଛନ୍ତି । ଗୋଟିଏ ବର୍ଷରେ ଏକ ଲକ୍ଷ କୋଟିର ରିହାତି କଂପାନି ମାନେ ପାଉଛନ୍ତି । କିନ୍ତୁ ସରକାର ଗରିବ ମଧ୍ୟବିତଙ୍କୁ ଶୋଷିଛନ୍ତି । ଦରକାରୀ ଜିନିଷ ମହଙ୍ଗା କରୁଛନ୍ତି । ଯଦି ଖାଇବା, ପିନ୍ଧିବା ସହିତ ଗୋଟିଏ ସ୍ବାସ୍ଥ୍ୟବୀମା କଲେ ଲୋକଙ୍କୁ ଅଧିକ ଟଙ୍କା ଖର୍ଚ କରିବାକୁ ପଡ଼ୁଛି । ତାହେଲେ ଭାରତ ବର୍ଷରେ ବଂଚିବା ବଡ଼ କଷ୍ଟକର । ଏବେ ପ୍ରଶ୍ନ ଉଠୁଛି ହଠାତ କାହିଁକି ସରକାର ବ୍ୟାପକ ପରିବର୍ତ୍ତନ ଆଣିଲେ । ଅତି ଦରକାରୀ ସାମଗ୍ରୀରୁ ଟିକସ କମାଇବା ପାଇଁ ନିଷ୍ପତ୍ତି ନିଆଗଲା । ଜିଏସଟି କମିଗଲା । ଅଗଷ୍ଟ ମାସରେ 50 ପ୍ରତିଶତ ଟାରିଫ ଲାଗୁହେଲା । ଏହା ଫଳରେ ଭାରତ ବର୍ଷର ଟେକ୍ସାଇଲଠାରୁ  ଆରମ୍ଭ କରି ସାମୁଦ୍ରିକ ଖାଦ୍ୟ, ଅଳଙ୍କାର, ଦେଶରେ ତିଆର ହେଉଥିବା ଜୋତା ଆମେରିକାକୁ ରପ୍ତାନି ପ୍ରଭାବିତ ହେଲା ।  ଦେଶର ଅର୍ଥନୀତିକୁ ଏକ ବଡ଼ ଧକ୍କା ଲାଗିଲା । ଆଉ ଏତିକି ବେଳେ ଜିଏସଟି ବ୍ୟବସ୍ଥାରେ ପରିବର୍ତ୍ତନ କରିବା ପାଇଁ ସରକାର ତତ୍ପର ହେଲେ । ଅଗଷ୍ଟ 15ରେ ଲାଲ କିଲ୍ଲାରୁ ପ୍ରଧାନମନ୍ତ୍ରୀ ମୋଦି ଏ ସଂପର୍କରେ ଘୋଷଣା କରିଥିଲେ । ମୋଦି ସରକାରଙ୍କୁ ଏହା ବିଚଳିତ କରୁଛି ଯେ ଦେଶର ଏହି ଆର୍ଥିକ ଅବସ୍‌ଥା ସୁଧାରିବା ପାଇଁ ରପ୍ତାନି ବ୍ୟବସ୍ଥାରେ ଆସିଥିବା ଆଂଚ ପାଇଁ ଜିଏସଟିରେ ପରିବର୍ତନରେ ଜରୁରୀ । ପୂର୍ବରୁ ଇନକମ ଟ୍ୟାକ୍ସରେ ସାଧାରଣ ଲୋକଙ୍କୁ ରିହାତି ମିଳିଥିଲା । ଏବେ ବଜାରକୁ ଯାଇ ଜିନିଷ କିଣିବା ବେଳେ ସେହି ରିହାତି ମିଳିବ । ଲୋକେ ଅଧିକ ସଂଖ୍ୟାରେ କିଣିବେ ଅଧିକ ପରିମାଣରେ କିଣିବେ । ଚାହିଦା ବଢ଼ିବ । ଅର୍ଥନୀତି ବଢ଼ିବ । ଏଥିପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ଯେ ଏକ ବଡ଼ ଭୂମିକା ନେଲା ଏଥିରେ ସନ୍ଦେହ ନାହିଁ । ସଂକଟ ସବୁବେଳେ ସୁଯୋଗ ଦେଇଥାଏ । ଆଉ ବଡ଼ ବଡ଼ ପରିବର୍ତ୍ତନ , ବଡ଼ ବଡ଼ ସଂକଟ ପରେ ହିଁ ଆସିଥାଏ । ଭାରତ ବର୍ଷରେ ଜିଏସଟି କ୍ଷେତ୍ରରେ ପରିବର୍ତ୍ତନ ସେହି ସଂକଟ ଭିତରେ ଆସିଛି ଯେତେବେଳେ ଆମେରିକାର ଦାଦାଗିରି ଭାରତର ଅର୍ଥନୀତିକୁ ପ୍ରଭାବିତ କରିଛି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାବୁଥିଲେ ମୋଦି ତାଙ୍କ ଧମକରେ ଡରିଯିବେ । ରୁଷିଆଠାରୁ ଆଉ ତେଲ କିଣିବେ ନାହିଁ । କିନ୍ତୁ ସେପରି ଘଟିଲା ନାହିଁ ।  ଆମେରିକା ଭାରତ ପାଇଁ ଏକ ବଡ଼ ବଜାର ଥିଲା । ସେ ବଜାରକୁ ଭାରତୀୟ ସାମଗ୍ରୀ ନଯିବାରୁ ଭାରତୀୟ ବଜାରରେ ଭାରତୀୟ ସାମଗ୍ରୀ ଜମା ରହିଛି । ଏହି ସମୟରେ ଟିକସ କମାଇ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ମାଷ୍ଟର ଷ୍ଟ୍ରୋକ ଖେଳିଛନ୍ତି ।

ଟ୍ରମ୍ପ ଏହି ଟାରିଫ, ୨୭ ଅଗଷ୍ଟ ୨୦୨୫ ଠାରୁ କାର୍ଯ୍ୟକାରୀ କରିଥିଲେ । ଯାହା ଫଳରେ ଭାରତୀୟ ରପ୍ତାନି କ୍ଷେତ୍ର ବାଣିଜ୍ୟକୁ ୫୦ ବିଲିୟନ ଡଲାର ବାଣିଜ୍ୟକୁ ବିପଦରେ ପକାଇଥିଲା  ।  ଭାରତର ଜିଡିପି ବୃଦ୍ଧିକୁ ୦.୬–୦.୮% ହ୍ରାସ କରିବାର ସମ୍ଭାବନା ରହିଥିଲା। ଏହି ବାହ୍ୟ ଚାପର ସମ୍ମୁଖୀନ ହେବା ପାଇଁ, ମୋଦୀ ସରକାର ଜିଏସଟି ସଂସ୍କାର ତୁରନ୍ତ ଲାଗୁ କରିବାକୁ ଘୋଷଣା କରିଛନ୍ତି ।

ଏହି ସଂସ୍କାର, “ଜିଏସଟି ୨.୦” ନାମରେ ଏବେ ପରିଚିତ । ଯାହା ଭାରତୀୟ ବଜାରରେ  ବାର୍ଷିକ ୨୦ ବିଲିୟନ ଡଲାର ଖର୍ଚ୍ଚ କରିପାରିବାକୁ ସମର୍ଥ ହେବ  ବୋଲି ଅନୁମାନ କରାଯାଇଛି  । କେବେଳ ଖାଦ୍ୟ, ପୋଷାକ ଏବଂ ସିମେଣ୍ଟ ଭଳି ସାମଗ୍ରୀରେ ଜିଏସଟି କମାଇ  ଜିଡିପିର ୦.୬% ବୃଦ୍ଧି କରାଯାଇପାରେ । ଯାହା ଟାରିଫ ସମ୍ବନ୍ଧୀୟ କ୍ଷତିକୁ କିଛି ପରିମାଣରେ ପୂରଣ କରିପାରିବ ଆଶା କରାଯାଉଛି।

Share196Tweet123
M M

M M

ଆଜିର ପାଗ

Bhubaneswar
October 21, 2025, 4:36 PM
 

ENE
Partly cloudy
30°C
1.8 m/s
Apparent: 35°C
Pressure: 1009 mb
Humidity: 74%
Winds: 1.8 m/s ENE
Windgusts: 8.9 m/s
UV-Index: 1.4
Precip.: 0mm /53% / Rain
Sunrise: 5:43 AM
Sunset: 5:18 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ହମାସକୁ ଧମକ ଦେଲେ ଟ୍ରମ୍ପ, କହିଲେ କଥା ନମାନିଲେ ଧ୍ବଂସ କରିଦେବୁ

ହମାସକୁ ଧମକ ଦେଲେ ଟ୍ରମ୍ପ, କହିଲେ କଥା ନମାନିଲେ ଧ୍ବଂସ କରିଦେବୁ

October 21, 2025
ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଋଷଭ ପନ୍ତଙ୍କୁ ମିଳିଲା ଅଧିନାୟକ ଦାୟିତ୍ବ

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଋଷଭ ପନ୍ତଙ୍କୁ ମିଳିଲା ଅଧିନାୟକ ଦାୟିତ୍ବ

October 21, 2025
ସକାଳୁ ସକାଳୁ ପବନରେ ବିଷ, ଚାରିଆଡ଼େ କୁହୁଡ଼ିର ଭ୍ରମ , ଦିଲ୍ଲୀ କଥା ନକହିବା ଭଲ

ସକାଳୁ ସକାଳୁ ପବନରେ ବିଷ, ଚାରିଆଡ଼େ କୁହୁଡ଼ିର ଭ୍ରମ , ଦିଲ୍ଲୀ କଥା ନକହିବା ଭଲ

October 21, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom