ପୁଣିଥରେ ହେମନ୍ତ ସୋରେନଙ୍କ ନେତୃତ୍ବରେ ଝାଡ଼ଖଣ୍ଡରେ ନୂଆ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଜେଏମଏମ କୋଟାରୁ ୬ଜଣ, କଂଗ୍ରେସ କୋଟାରୁ ୪ ଜଣ ଏବଂ ଆରଜେଡି କୋଟାରୁ ଜଣେ ମନ୍ତ୍ରୀ ରହି ପାରନ୍ତି । ସୋରେନଙ୍କ ଶପଥ ଗ୍ରହଣ ସମାରୋହରେ ଇଣ୍ଡି ମେଣ୍ଟର ନେତାମାନେ ସାମିଲ ହୋଇପାରନ୍ତି। ୮୧ଟି ଆସନ ମଧ୍ୟରୁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ମିଳିତ ମେଣ୍ଟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ୫୬ଟି ସିଟ ହାତେଇଛି। ବିଜେପି ନେତୃତ୍ବୀଧୀନ ଏନ୍ଡିଏକୁ ଝାଡ଼ଖଣ୍ଡରେ ୨୪ଟି ଆସନ ମିଳିଛି ।