ବିଜେଡିକୁ ଶ୍ରୀମୟୀ ମିଶ୍ରଙ୍କ ପୁଣି ଟାର୍ଗେଟ । ଏଥରର ଟାର୍ଗେଟ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା । ପ୍ରତାପଙ୍କୁ ନିଶାନ କରି ସେ ପ୍ରବଳ ବିଷୋଦଗାର କରିଛନ୍ତି । ସେ କହିଛନ୍ତି, ନିଜର କଲା କର୍ମର ଫଳ ଏଇଠି ଭୋଗିବାକୁ ପଡେ । ପ୍ରତାପଙ୍କ ଘର ଆଗରେ କିଛି ଅସନ୍ତୁଷ୍ଟ ବିଜେଡି କର୍ମୀଙ୍କ ରାତି ଅଧିଆ ହଂଗାମା ପରେ ଶ୍ରୀମୟୀ ନିଜର ସୋସିଆଲ ମେଡିଆ ଆକାଉଣ୍ଟରେ ଏଭଳି ବୟାନ ଦେଇଛନ୍ତି ।
ସେ କହିଛନ୍ତି, ବିପ୍ଲବ ଓ ବିଭାଜନର ଶଙ୍ଖ ନାଦ। ବିଜୁ ଜନତା ଦଳର ବିପର୍ଯ୍ୟୟର ମାଷ୍ଟରମାଇଣ୍ଡ ଭଣ୍ଡ ସନ୍ୟାସୀଙ୍କ ଅନୁଗାମୀ ପାଲଟିଥିବା ବରିଷ୍ଠ ନେତାମାନେ ଏବେ ଦଳକୁ ସଜାଡ଼ିବା ପାଇଁ ଆରମ୍ଭ ହୋଇଥିବା ଆନ୍ଦୋଳନ ଓ ଅଧିକାରର ଲଢ଼େଇକୁ ସମ୍ଭାଳି ପାରିବେ ତ ?
ଦେଖାଯାଉ , ପାଣ୍ଡୁ ଅନୁଗାମୀ ପଦଲେହନକାରୀଙ୍କ ବିଜୟ ହେଉଛି ନା ବିଜୁପ୍ରେମୀ ଓଡ଼ିଆ ସ୍ୱାଭିମାନର ବିଜୟ ହେଉଛି। ଏକଥା ସମୟ ହିଁ କହିବ ।
କିନ୍ତୁ ନିଜ ବାସଭବନ ଆଗରେ ପ୍ରତିବାଦକୁ ଦେଖି ବ୍ୟସ୍ତ ବିବ୍ରତ ହେଉଥିବା ମାହାଙ୍ଗା ଡବଲ ମର୍ଡରର ଅଭିଯୁକ୍ତ ନିଜେ ଦୁଇ ଦିନ ପୂର୍ବରୁ ଅନ୍ୟ ବିଧାୟକମାନଙ୍କ ବାସଭବନରେ ଧସେଇ ପଶିବାକୁ ନିର୍ଦ୍ଦେଶ ଦେବାବେଳେ ତା’ର ସାଇଡ୍ ଇଫେକ୍ଟ କ’ଣ ହେବ ଆକଳନ କରି ନଥିଲେ କି?
କର୍ମ ଫଳ ଏଇଠି ହିଁ ଭୋଗିବାକୁ ପଡ଼େ।
ଯେଉଁ ଭଣ୍ଡ ସନ୍ୟାସୀଙ୍କୁ ନିଜର ‘ପ୍ରଭୁ’ ବୋଲି ଭାବୁଛ ସେ ତ ନିଜ ଅପକର୍ମ ପାଇଁ ଏବେ ଓଡ଼ିଶାବାସୀଙ୍କଠୁ ଦୂରରେ ରହି ସପରିବାର ସାମାଜିକ ବାସନ୍ଦ ଜୀବନ ବିତାଉଛନ୍ତି, ଆଉ ସେହି ‘ଭଣ୍ଡ ସନ୍ୟାସୀ’ଙ୍କ ଅନୁଗାମୀ ଓ ତାଙ୍କ ‘ତ୍ରାଣକର୍ତ୍ତା’ ତଥା ଧରମ ବାପା ଯଦି ଏବେ ନଚେତିବେ ସେମାନଙ୍କୁ ବି ତିରସ୍କାର କରିବାକୁ ସ୍ବାଭିମାନୀ ଓଡ଼ିଆ ପଛାଇବେ ନାହିଁ। ଯାହାର ଆଭାସ ଏବେଠୁ ମିଳି ସାରିଲାଣି।
















