ଓଡ଼ିଆ କମେଡି ଜଗତର ଜଣେ ଚର୍ଚ୍ଚିତ ଚେହେରା ହେଉଛନ୍ତି ଶଙ୍କର ପ୍ରଧାନ । ବିଶେଷ କରି ମହିଳା ଚରିତ୍ରରେ ତାଙ୍କର ଅଭିନୟ ଏବଂ ଚାଲିଚଳନ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସେ । ସାକ୍ଷାତକାରରେ ଶଙ୍କର ନିଜ ଜୀବନ ଓ ଅଭିନୟକୁ ନେଇ ଅନେକ ଅଜଣା କଥା ସେୟାର କରିଛନ୍ତି, ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ
ଇଣ୍ଟରଭ୍ୟୁରେ ଶଙ୍କର କହିଛନ୍ତି ଯେ, ମହିଳା ବେଶ ହେବା କେବଳ ତାଙ୍କର ଏକ ଅଭିନୟ ନୁହେଁ, ବରଂ ଏହା ତାଙ୍କୁ ଏକ ଅଲଗା ପ୍ରକାରର ଆନନ୍ଦ ଦିଏ । ସେ କହିଛନ୍ତି:ମୋତେ ମହିଳାଙ୍କ ବେଶ ହେବାକୁ ବହୁତ ଭଲ ଲାଗେ । ଯେତେବେଳେ ମୁଁ ଜଣେ ନାରୀ ଚରିତ୍ର ପାଇଁ ମେକ୍-ଅପ୍ ନିଏ, ମୁଁ ନିଜକୁ ଭୁଲିଯାଏ । ମୁଁ ଚେଷ୍ଟା କରେ ସେହି ସ୍ୱଭାବକୁ ନିଜ ଭିତରକୁ ଆଣିବାକୁ, ଯାହା ଦର୍ଶକଙ୍କୁ ଅସଲି ମନେ ହେବ । ଯଦି ମୋର ଏହି ବେଶ କାହା ମୁହଁରେ ହସ ଫୁଟାଇ ପାରୁଛି, ତେବେ ସେଥିରେ ଖରାପ କ’ଣ ଅଛି?”




















