• Latest
  • Trending
ମାଟିପିଣ୍ଡାରୁ ଯାଇ ପଞ୍ଚତାରକା ହୋଟେଲର ଡାଇନିଂ ଟେବୁଲରେ ଶୋଭା ପାଇଲାଣି ପଖାଳ

ମାଟିପିଣ୍ଡାରୁ ଯାଇ ପଞ୍ଚତାରକା ହୋଟେଲର ଡାଇନିଂ ଟେବୁଲରେ ଶୋଭା ପାଇଲାଣି ପଖାଳ

Mar-20-2026 10:49 AM IST
odisha.newsroom.in

ପୁଡୁଚେରୀ ନିର୍ବାଚନ ଫଳାଫଳ: ପୁଣି ଥରେ କ୍ଷମତା ଆଡ଼କୁ ବିଜେପି ମେଣ୍ଟ, ପଛରେ ପଡ଼ିଲା କଂଗ୍ରେସ

May-04-2026 12:42 PM IST
odisha.newsroom.in

ତାମିଲନାଡୁରେ’TVK’ ମ୍ୟାଜିକ୍: ବିଜୟଙ୍କ ଘର ଆଗରେ ପୋଲିସ୍ ଛାଉଣୀ କାହିଁକି ?

May-04-2026 12:18 PM IST
odisha.newsroom.in

କେରଳରେ ବଡ଼ ବିଜୟ ଆଡ଼କୁ UDF…LDF କର୍ମୀଙ୍କ ମଧ୍ୟରେ ନିରାଶା…

May-04-2026 11:58 AM IST
odisha.newsroom.in

ତାମିଲନାଡୁରେ ବିଜୟଙ୍କ ଦବଦବା…ଛତ୍ରଭଙ୍ଗ ଦେଲେଣି DMK କର୍ମୀ

May-04-2026 11:20 AM IST
odisha.newsroom.in

ବେଙ୍ଗଲରେ ବିଜେପି ଆଗରେ, ତାମିଲନାଡୁରେ ବିଜୟଙ୍କ TVK ର କମାଲ

May-04-2026 10:37 AM IST
odisha.newsroom.in

ପ୍ରାରମ୍ଭିକ ଟ୍ରେଣ୍ଡରେ ମମତାଙ୍କୁ ପଛରେ ପକାଇଲେ ଶୁଭେନ୍ଦୁ ଅଧିକାରୀ

May-04-2026 09:54 AM IST
odisha.newsroom.in

ସାନି ମତଦାନ ବେଳେ ବେଙ୍ଗଲରେ ଭୟଙ୍କର ହିଂସା…TMC – BJP କର୍ମୀ ହାତାହାତି

May-02-2026 05:59 PM IST
odisha.newsroom.in

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ …ଜାଣିବାକୁ ଏହି Link ରେ କ୍ଲିକ କରନ୍ତୁ…

May-02-2026 04:27 PM IST
odisha.newsroom.in

ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟରେ ବଡ଼ ଝଟ୍‌କା…ଆବେଦନ ଖାରଜ…

May-02-2026 03:51 PM IST
odisha.newsroom.in

ଆପଣଙ୍କ ମୋବାଇଲକୁ ଆସିଲା କି ଏମର୍ଜେନ୍ସି ଆଲର୍ଟ ? ଭୟଭୀତ ହୁଅନ୍ତୁନି…

May-02-2026 12:44 PM IST
  • About
  • Careers
  • Contact Us
Monday, May 4, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ମାଟିପିଣ୍ଡାରୁ ଯାଇ ପଞ୍ଚତାରକା ହୋଟେଲର ଡାଇନିଂ ଟେବୁଲରେ ଶୋଭା ପାଇଲାଣି ପଖାଳ

by M M
Mar-20-2026 10:49 AM IST
in ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ
0
ମାଟିପିଣ୍ଡାରୁ ଯାଇ ପଞ୍ଚତାରକା ହୋଟେଲର ଡାଇନିଂ ଟେବୁଲରେ ଶୋଭା ପାଇଲାଣି ପଖାଳ
491
SHARES
1.4k
VIEWS
Share on FacebookShare on Twitter

ଆଜି ପଖାଳ ଦିବସ । ଓଡ଼ିଆଙ୍କ ପରିଚୟ ପଖାଳ । ସେ ଗାଁ ହେଉ କି ସହର, ପଖାଳ ବାସ୍ନା ସବୁବେଳେ ନିଆରା । ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥ ମଧ୍ୟ ପଖାଳ ପ୍ରିୟ। ଏଣୁ ପଖାଳର ଚାହିଦାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ରୂପେ ପାଳନ କରାଯାଉଛି। କଥାରେ ଅଛି, ‘ଝୁରି ହେଉଛି ଦିନକାଳ, ମନ ଖୋଜୁଛି ସେକାଳ ପଖାଳ’। ଓଡ଼ିଆ ଜନଜୀବନ ସହ ପଖାଳର ସମ୍ପର୍କ ବହୁ ପୁରୁଣା। ସାରା ବିଶ୍ବରେ ଥିବା ଓଡିଆମାନେ ପାଳନ କରିବେ ଏହି ପଖାଳ ଦିବସ । ଏକଦା ଗରୀବଙ୍କ ସହଜ ଖାଦ୍ୟ ଭାବେ ପରିଚିତ ଓଡ଼ିଆଙ୍କ ପ୍ରିୟ ପଖାଳ ଏବେ ମାଟିପିଣ୍ଡାରୁ ଯାଇ ପଞ୍ଚତାରକା ହୋଟେଲର ଡାଇନିଂ ଟେବୁଲରେ ଶୋଭା ପାଇଲାଣି ।

ସାଧାରଣତଃ ଗୀଷ୍ମଋତୁ ବା ଖରାଦିନେ ହିଁ ଓଡ଼ିଶାର ପ୍ରତ୍ୟେକ ଘରେ ପଖାଳର ଆସର ଦେଖିବାକୁ ମିଳିଥାଏ । ପଖାଳ ସାଙ୍ଗକୁ ବଡିଚୁରା କି ଭଜା ଟିକିଏ ହେଲେ ପୂରା ପେଟ ଶାନ୍ତି । କି ନେତା, କି ମନ୍ତ୍ରୀ । ସାନ-ବଡ଼, ଧନୀ ଗରିବ । ସବୁ ଭେଦଭାବକୁ ଭେଦ କରି ସମସ୍ତଙ୍କୁ ଏକାକାର କରିଦେଇଛି ପଖାଳ କଂସା । କିଏ ବିଲ ହୁଡ଼ାରେ ବସି ପଖାଳ ଖାଏ, ତ ଆଉ କିଏ ତାରକା ହୋଟେଲରେ ପଖାଳ ଖାଏ । ଖଟିଖିଆର ଭାତହାଣ୍ଡିରୁ ମନ୍ଦିର ଏପରିକି ସୌଖିନ ହୋଟେଲର ମେନ୍ୟୁରେ ସ୍ଥାନ ପାଇଛି ପଖାଳ ।

ସହର ଚାକଚକ୍ୟ ଏବଂ ଦେଶୀ, ବିଦେଶୀ ଖାଦ୍ୟପେୟ ଭିତରେ ବି ଲୋକେ ପଖାଳ ଖୋଜୁଛନ୍ତି। ବିଶେଷକରି ୨୦୧୧ରେ ପଖାଳ ଦିବସ ପାଳନ ଆରମ୍ଭ ହେବାଠାରୁ ବର୍ତ୍ତମାନର ଯୁବପିଢିଙ୍କ ମଧ୍ୟରେ ପଖାଳର କ୍ରେଜ୍ ବେଶ୍ ଅଧିକ ଦେଖିବାକୁ ମିଳୁଛି। ପଖାଳ ଶବ୍ଦ ପାଲି ଭାଷା ‘ପଖାଳିବା’ରୁ ଆସିଛି । ଯାହାର ଅର୍ଥ ଧୋଇବା । ଗରମ ଭାତ ଥଣ୍ଡା ହେବା ପରେ ତାକୁ ଧୋଇ ସେଥିରେ ପାଣି ମିଶାଇ ତିଆରି କରାଯାଉଥିବାରୁ ଏହାର ଏପରି ନାମକରଣ ହୋଇଛି। ବିଭିନ୍ନ ରାଜ୍ୟରେ ପଖାଳକୁ ଭିନ୍ନ ଭିନ୍ନ ନାମରେ ସମ୍ଭୋଧନ କରାଯାଇଥାଏ। ଆସାମରେ ଏହାକୁ ପୋଇତାଭାତ, ଛତିଶଗଡରେ ପଖାଳ ବା ବୋରେ ଭାତ,ପଶ୍ଚିମବଙ୍ଗରେ ପାନ୍ତା ଭାତ, ତାମିଲନାଡୁରେ ବଖାଳବାତ କୁହାଯାଇଥାଏ।’

Tags: odisha
Share196Tweet123
M M

M M

ଆଜିର ପାଗ

Bhubaneswar
May 4, 2026, 1:10 PM
 

S
Mainly clear
34°C
3.8 m/s
Apparent: 31°C
Pressure: 1007 mb
Humidity: 97%
Winds: 3.8 m/s S
Windgusts: 10.8 m/s
UV-Index: 0
Precip.: 0mm /35% / Rain
Sunrise: 5:15 AM
Sunset: 6:11 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom