• Latest
  • Trending

ଆଇଆଇଏମ ସମ୍ବଲପୁରର ୧୧ତମ ପ୍ରତିଷ୍ଠା ଦିବସରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ

Oct-03-2025 02:35 PM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Feb-08-2026 05:49 AM IST
୧୫ହଜାର କୋଟିର ଡିଭୋର୍ସ ବଣ୍ଡ, କୋଟିପତି ଦମ୍ପତିଙ୍କ ଦାମୀ ବିବାହ ବିଚ୍ଛେଦ

୧୫ହଜାର କୋଟିର ଡିଭୋର୍ସ ବଣ୍ଡ, କୋଟିପତି ଦମ୍ପତିଙ୍କ ଦାମୀ ବିବାହ ବିଚ୍ଛେଦ

Feb-07-2026 11:21 PM IST
ରାଷ୍ଟ୍ରପତିଙ୍କୁ ଉପହାର ଦେଉଛନ୍ତି ମୁଖ୍ୟମନ୍ତ୍ରୀ |

ରାଷ୍ଟ୍ରପତିଙ୍କୁ ଉପହାର ଦେଉଛନ୍ତି ମୁଖ୍ୟମନ୍ତ୍ରୀ |

Feb-07-2026 11:17 PM IST
ପାକିସ୍ତାନକୁ ଟ୍ରମ୍ପଙ୍କ ଚୋଟ. ମୁନୀର ଛଟପଟ !

ପାକିସ୍ତାନକୁ ଟ୍ରମ୍ପଙ୍କ ଚୋଟ. ମୁନୀର ଛଟପଟ !

Feb-07-2026 11:14 PM IST
ଶୁଣନ୍ତୁ ସ୍ୱାସ୍ଥ୍ୟମନ୍ତ୍ରୀ, ରାତିସାରା ବୁଲିଲା, ଦୁଷ୍କର୍ମ ପୀଡିତାର ଜୀବନ ଚାଲିଗଲା

ଶୁଣନ୍ତୁ ସ୍ୱାସ୍ଥ୍ୟମନ୍ତ୍ରୀ, ରାତିସାରା ବୁଲିଲା, ଦୁଷ୍କର୍ମ ପୀଡିତାର ଜୀବନ ଚାଲିଗଲା

Feb-07-2026 11:11 PM IST
କଂଗ୍ରେସ ହାତ ଧରିବ ବିଜେଡି ! ସୁଜାତାଙ୍କ ବଦଳରେ ସଂତୃପ୍ତ ଯିବେ ରାଜ୍ୟସଭା

କଂଗ୍ରେସ ହାତ ଧରିବ ବିଜେଡି ! ସୁଜାତାଙ୍କ ବଦଳରେ ସଂତୃପ୍ତ ଯିବେ ରାଜ୍ୟସଭା

Feb-07-2026 11:08 PM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Feb-07-2026 09:22 AM IST
ଦୂର ହେବ ଘରଭଡ଼ା ଟେନସନ, ସରକାର ଦେବେ ଘର

ଦୂର ହେବ ଘରଭଡ଼ା ଟେନସନ, ସରକାର ଦେବେ ଘର

Feb-06-2026 09:20 PM IST
ଇସଲାମାବାଦ ଜଳୁଛି ପାକିସ୍ତାନ ଥରିଗଲା

ଇସଲାମାବାଦ ଜଳୁଛି ପାକିସ୍ତାନ ଥରିଗଲା

Feb-06-2026 09:18 PM IST
ମାଓବାଦୀ ନେତା ନିଖିଲ୍‌ ଆତ୍ମସମର୍ପଣ କରିଛନ୍ତି

ମାଓବାଦୀ ନେତା ନିଖିଲ୍‌ ଆତ୍ମସମର୍ପଣ କରିଛନ୍ତି

Feb-06-2026 09:15 PM IST
  • About
  • Careers
  • Contact Us
Sunday, February 8, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜ୍ୟ

ଆଇଆଇଏମ ସମ୍ବଲପୁରର ୧୧ତମ ପ୍ରତିଷ୍ଠା ଦିବସରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ

by M M
Oct-03-2025 02:35 PM IST
in ରାଜ୍ୟ, ଶିକ୍ଷା
0
491
SHARES
1.4k
VIEWS
Share on FacebookShare on Twitter

ଆଇଆଇଏମ, ସମ୍ବଲପୁର ଧୀରେ ଧୀରେ ବଟ୍ଟବୃକ୍ଷର ରୂପ ନେବା ଆରମ୍ଭ କରିଛି । ବିଶେଷ ଭାବରେ ଏହା ଆଗାମୀ ଦିନରେ ଓଡ଼ିଶା ସମେତ ଭାରତବର୍ଷର ବୌଦ୍ଧିକ ଓ ବ୍ୟବସାୟିକ ଆବଶ୍ୟକତାକୁ ପୂରଣ କରିବ ବୋଲି ଗୁରୁବାର ଦଶହରା ଅବସରରେ ଆଇଆଇଏମ୍, ସମ୍ବଲପୁରର ୧୧ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଅବସରରେ ଶ୍ରୀ ପ୍ରଧାନ ଉଦ୍ୟମିତା ବିକାଶ କାର୍ଯ୍ୟକ୍ରମରେ ମାଷ୍ଟର ବୁଣାକାରଙ୍କୁ ପ୍ରମାଣ ପତ୍ର ବିତରଣ କରିଥିଲେ । ସେ କହିଛନ୍ତି ଯେ ବର୍ତ୍ତମାନ ଆଇଆଇଏମର ପରିସର ବୃଦ୍ଧି ପାଉଛି । ନିକଟରେ ନୂଆ ଯୁଗର ଆବଶ୍ୟକତାକୁ ଦେଖି ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଦୁଇଟି ନୂତନ ସ୍ନାତକ ପାଠ୍ୟକ୍ରମ ଯଥା ବ୍ୟାଚଲର ଅଫ୍ ସାଇନ୍ସ ଇନ୍ ମ୍ୟାନେଜମେଣ୍ଟ ଆଣ୍ଡ୍ ପବ୍ଲିକ ପଲିସି ଆଣ୍ଡ୍ ବ୍ୟାଚଲର ଅଫ୍ ସାଇନ୍ସ ଇନ୍ ଡାଟା ସାଇନ୍ସ ଆଣ୍ଡ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆରମ୍ଭ କରାଯାଇଛି । ଅପରପକ୍ଷରେ ଆଇଆଇଏମ ଦ୍ୱାରା ସ୍ଥାନୀୟ ବୁଣାକାରମାନଙ୍କୁ ସିଧାସଳଖ ବ୍ୟବସାୟ ସହ ଯୋଡ଼ିବା ଏବଂ ସେମାନଙ୍କ ଦକ୍ଷତା ବଢାଇବା ପାଇଁ ଏକ ତିନି ବର୍ଷିଆ ଯେଉଁ ବିଶେଷ କାର୍ଯ୍ୟକ୍ରମ ହୋଇଥିଲା, ତାହାର ଆଜି ସମାପନ ହୋଇଛି । ଆଜି ପ୍ରତିଷ୍ଠା ଦିବସରେ ଏହି କାର୍ଯ୍ୟକ୍ରମରେ ଉତ୍ତୀର୍ଣ୍ଣ ହୋଇଥିବା ୫୦ରୁ ଅଧିକ ବୁଣାକାରଙ୍କୁ ଆଇଆଇଏମ ତରଫରୁ ଦକ୍ଷତା ପ୍ରମାଣପତ୍ର ପ୍ରଦାନ କରାଯାଇଛି ।

ତେବେ କେବଳ ବୁଣାକାର ନୁହେଁ, ନ୍ୟୁ ଏଜ୍ ଇକୋନୋମୀ ସମୟରେ କ୍ଷୁଦ୍ର, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) କ୍ଷେତ୍ରର ବ୍ୟବସାୟୀଙ୍କ ଦକ୍ଷତା ବଢାଇବା ପାଇଁ ପ୍ରଶିକ୍ଷଣ ଦେବା ଦିଗରେ ଯୋଜନା କରିବା ପାଇଁ ଆଇଆଇଏମକୁ ପ୍ରସ୍ତାବ ଦେଇଛନ୍ତି ଶ୍ରୀ ପ୍ରଧାନ । ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳର ଚାଷୀ ଏବଂ ସବୁ ବର୍ଗର ବ୍ୟବସାୟୀଙ୍କୁ ଆଇଆଇଏମ ସହ ଯୋଡ଼ି ଏକ ନୂଆ ‘ଭାଲ୍ୟୁ ଚେନ୍’  ସୃଷ୍ଟି କରାଯିବାର କଳ୍ପନା ରହିଛି ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଆଇଆଇଏମ୍ ସମ୍ବଲପୁର ଭଳି ଅନୁଷ୍ଠାନଗୁଡ଼ିକ ଚାକିରି ଅନୁସନ୍ଧାନରେ ନରହି ଚାକିରି ଦେବା ପାଇଁ ନୂଆ ଉଦ୍ୟୋଗୀ ସୃଷ୍ଟି କରିବା ଉଚିତ୍ । ସେ କହିଥିଲେ, ଆମର ଶିକ୍ଷାନୁଷ୍ଠାନଗୁଡ଼ିକ ଏକଚାଟିଆ ନିୟମ ଅନୁସରଣ କରିବା ଉଚିତ୍ ନୁହେଁ ବରଂ ଉତ୍କର୍ଷତାର ନୂତନ ମାନଦଣ୍ଡ ସ୍ଥାପନ କରିବା ଉଚିତ । ଆମର ଜ୍ଞାନ ବ୍ୟବସ୍ଥାକୁ ସମୃଦ୍ଧ କରିବା ସହିତ ଛାତ୍ରଛାତ୍ରୀଙ୍କୁ ବ୍ୟାବହାରିକ ଶିକ୍ଷା ସହ ଦକ୍ଷତା ପ୍ରଦାନ କରିବା ଉଚିତ୍ । ଏହା ଦ୍ୱାରା ସେମାନେ ଭାରତୀୟ ଏବଂ ବିଶ୍ୱ ବଜାରରେ ସୃଷ୍ଟି ହେଉଥିବା ଜଟିଳ ସମସ୍ୟାର ସମାଧାନ କରିପାରିବେ ।

ଆଇଆଇଏମ୍ ଛାତ୍ରଛାତ୍ରୀମାନଙ୍କୁ ବୀର ସୁରେନ୍ଦ୍ର ସାଏଙ୍କ ପ୍ରେରଣାଦାୟୀ ବିଚାରକୁ ନେଇ ଗର୍ବ କରିବାକୁ କହିଥିଲେ । ଶ୍ରୀ ପ୍ରଧାନ କହିଥିଲେ ଯେ, ସମ୍ବଲପୁରର ଅନନ୍ୟ ଆର୍ଥିକ ଓ ସାଂସ୍କୃତିକ ପୃଷ୍ଠଭୂମି ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ବାସ୍ତବ ଦୁନିଆର ଜ୍ଞାନ ଆହରଣ କରିବା ପାଇଁ ଅପାର ସୁଯୋଗ ସୃଷ୍ଟି କରୁଛି । ଛାତ୍ରଛାତ୍ରୀମାନେ ସମ୍ବଲପୁରର ଏହି ଅନନ୍ୟ ପରିଚୟକୁ ବୁଝିବା ଆବଶ୍ୟକ । ଏହାର ଶକ୍ତିଗୁଡ଼ିକୁ ଆଲୋକିତ କରି ସାମଗ୍ରିକ ବିକାଶ ପାଇଁ ପଦକ୍ଷେପ ପାଇଁ ପ୍ରୟାସ କରିବା ଉଚିତ୍ । ଏହାବ୍ୟତୀତ ଏହି ସହରକୁ ‘ସୁସ୍ଥ ବିକାଶ ଏବଂ ସମନ୍ୱିତ ଅଭିବୃଦ୍ଧିର ଏକ କେସ୍ ଷ୍ଟଡି’ ଭାବରେ ଉପସ୍ଥାପନ କରିବାର ଦାୟିତ୍ୱ ନେବା ଉଚିତ୍ ।

ଶ୍ରୀ ପ୍ରଧାନ ଶିକ୍ଷାନୁଷ୍ଠାନ ପରିସରରେ ‘ରଙ୍ଗବତୀ ମଞ୍ଚ’, କାବେରୀ ଛାତ୍ରାବାସ ଓ କାଫେ ହବ୍ କମ୍ପଲେକ୍ସ ଉଦଘାଟନ କରିଥିଲେ । ସେ କହିଥିଲେ ଓଡ଼ିଶାର ଗୌରବ ‘ରଙ୍ଗବତୀ’ ଗୀତର ନାମରେ ନାମିତ ଏହି ମଞ୍ଚ ଆମ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର କଳା, ସଂସ୍କୃତି ଓ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଏକ ସୁନ୍ଦର ପ୍ଲାଟଫର୍ମ ଦେବ । ଏହା ସମ୍ବଲପୁରର କଳା ଓ ସଂସ୍କୃତିକୁ ବିଶ୍ୱସ୍ତରରେ ପହଞ୍ଚାଇବାରେ ସହାୟକ ହେବ । ଉଦଘାଟିତ ଅନ୍ୟାନ୍ୟ ଭବନ ଦ୍ୱାରା ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ ।

Share196Tweet123
M M

M M

ଆଜିର ପାଗ

Bhubaneswar
February 8, 2026, 10:59 AM
 

N
Mainly clear
26°C
1 m/s
Apparent: 22°C
Pressure: 1015 mb
Humidity: 94%
Winds: 1 m/s N
Windgusts: 5 m/s
UV-Index: 0
Precip.: 0mm /0% / Rain
Sunrise: 6:19 AM
Sunset: 5:41 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0
 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0
ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

February 8, 2026
୧୫ହଜାର କୋଟିର ଡିଭୋର୍ସ ବଣ୍ଡ, କୋଟିପତି ଦମ୍ପତିଙ୍କ ଦାମୀ ବିବାହ ବିଚ୍ଛେଦ

୧୫ହଜାର କୋଟିର ଡିଭୋର୍ସ ବଣ୍ଡ, କୋଟିପତି ଦମ୍ପତିଙ୍କ ଦାମୀ ବିବାହ ବିଚ୍ଛେଦ

February 7, 2026
ରାଷ୍ଟ୍ରପତିଙ୍କୁ ଉପହାର ଦେଉଛନ୍ତି ମୁଖ୍ୟମନ୍ତ୍ରୀ |

ରାଷ୍ଟ୍ରପତିଙ୍କୁ ଉପହାର ଦେଉଛନ୍ତି ମୁଖ୍ୟମନ୍ତ୍ରୀ |

February 7, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom