କଶ୍ମୀରରୁ ଗିରଫ ହେଲେ ଦିଲ୍ଲୀ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଡାକ୍ତର ଉମରର ଦୁଇ ଭାଇ। ଏହି ଘଟଣାକୁ ନେଇ ଏବେ ୧୩ ଜଣ ସନ୍ଦିଗ୍ଧଙ୍କୁ ପଚରାଉଚରା କରାଯାଉଛି। ସୋମବାର ସନ୍ଧ୍ୟା ପ୍ରାୟ ୬:୫୦ ସମୟରେ ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ଗେଟ୍ ନମ୍ବର ୧ ନିକଟରେ ଏକ ବଡ଼ ବିସ୍ଫୋରଣ ହୋଇଥିଲା। ଏକ ହୁଣ୍ଡାଇ ଆଇ୨୦ କାରରେ ହଠାତ୍ ବିସ୍ଫୋରଣ ହେବାରୁ ନିଆଁ ଶୀଘ୍ର ବ୍ୟାପି ଯାଇ ପାଖରେ ଥିବା ୬ଟି କାର ଏବଂ ଅନେକ ଅଟୋରିକ୍ସାକୁ ପୋଡ଼ି ଦେଇଥିଲା। ଏହି ଦୁର୍ଘଟଣାରେ ଅତି କମରେ ୯ଜଣଙ୍କର ମୃତ୍ୟୁ ହୋଇଛି।
ଦିଲ୍ଲୀର ଲାଲକିଲ୍ଲାରେ ସୋମବାର ହୋଇଥିବା ବିସ୍ଫୋରଣ ଘଟଣା ମଧ୍ୟରେ ଫରିଦାବାଦରୁ ଜୈଶ-ଏ-ମହମ୍ମଦର ମହିଳା ଶାଖାର ଭାରତ ମୁଖ୍ୟକୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତ ଶାହିନ୍ ସଇଦ୍ ପେସାରେ ଜଣେ ଡାକ୍ତର। ଡାକ୍ତର ଶାହିନକୁ ଭାରତରେ ଆତଙ୍କବାଦୀ ସଂଗଠନ ଜୈସ୍-ଏ-ମହମ୍ମଦର ମହିଳା ଶାଖା “ଜମାତ-ଉଲ-ମୋମିନାତ”ର କମାଣ୍ଡ ଦିଆଯାଇଥିଲା। ଗୁଇନ୍ଦା ସଂସ୍ଥା ଅନୁଯାୟୀ, ଶାହିନଙ୍କ ଦାୟିତ୍ୱ ଭାରତରେ ମହିଳାମାନଙ୍କୁ କଠୋରପନ୍ଥୀ ବିଚାରଧାରା ସହ ଯୋଡ଼ିବା ଏବଂ “ଜମାତ-ଉଲ-ମୋମିନାତ” ପାଇଁ ସେମାନଙ୍କୁ ନିଯୁକ୍ତି ଦେବା ଥିଲା। ଏହି ଜୈସର ନୂତନ ରଣନୀତିର ଏକ ଅଂଶ, ଯେଉଁଥିରେ ମହିଳାମାନଙ୍କୁ ସାମିଲ କରାଯାଇ ମନସ୍ତାତ୍ତ୍ୱିକ ଯୁଦ୍ଧ, ପ୍ରଚାର ଏବଂ ପାଣ୍ଠି ସଂଗ୍ରହ ଭଳି କାର୍ଯ୍ୟରେ ସାମିଲ କରାଯାଉଛି।