• Latest
  • Trending
ବିହାର ବିଧାନସଭା ନିର୍ବାଚନ : ଚିରାଗ ଚାହୁଁଛନ୍ତି ଅଧିକ ଆସନ

ବିହାର ବିଧାନସଭା ନିର୍ବାଚନ : ଚିରାଗ ଚାହୁଁଛନ୍ତି ଅଧିକ ଆସନ

Oct-09-2025 08:21 AM IST
odisha.newsroom.in

କାମ କଲାନି ଇଂଜିନ, ଦିଲ୍ଲୀ ଏୟାରପୋର୍ଟରେ ଇଣ୍ଡିଗୋର ଜରୁରୀ ଅବତରଣ

Mar-28-2026 12:34 PM IST
odisha.newsroom.in

ସମଦୂରତା ଫର୍ମୁଲାକୁ ବାଏ..ବାଏ, କମୁଛି କଂଗ୍ରେସ-ବିଜେଡି ଦୂରତା

Mar-28-2026 12:13 PM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-28-2026 12:06 PM IST
odisha.newsroom.in

ଗ୍ୟାସ ମିଳୁନି, ଗାଁକୁ ଫେରୁଥିବା ଶହ ଶହ ଓଡ଼ିଆ ଶ୍ରମିକ କରିବେ କଣ ?

Mar-28-2026 11:34 AM IST
odisha.newsroom.in

ଯୁଦ୍ଧର ଭୟ ଭିତରେ ଭାରତକୁ କାହିଁକି ଧନ୍ୟବାଦ ଜଣାଇଲା ଇରାନ ?

Mar-28-2026 11:07 AM IST
odisha.newsroom.in

ସାଙ୍ଘାତିକ ଝଟକା…ଟ୍ରମ୍ପଙ୍କ ଯୁଦ୍ଧ ନୀତିକୁ ପାଗଳାମି କହିଲା ୟୁଏସ ସିନେଟ

Mar-27-2026 06:25 PM IST
odisha.newsroom.in

ଲିଭ୍-ଇନ୍ ରିଲେସନ ଉପରେ ହାଇକୋର୍ଟ ଦେଲେ ବଡ଼ ରାୟ, କହିଲେ…

Mar-27-2026 04:41 PM IST
odisha.newsroom.in

ଟ୍ରମ୍ପଙ୍କ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ଭୟଙ୍କର ସର୍ତ୍ତ

Mar-27-2026 03:57 PM IST
odisha.newsroom.in

ସାମ୍ନାକୁ ଆସିଲା ଖାମନେଇଙ୍କ ମୃତ୍ୟୁର କିଛି ସମୟ ପୂର୍ବର ଫଟୋ

Mar-27-2026 02:34 PM IST
odisha.newsroom.in

ଏମିତି କରନ୍ତୁ ଶୋଇବା ଘର ଡିଜାଇନ…ନିଶ୍ଚୟ ଆସିବ ସୁଖନିଦ୍ରା

Mar-27-2026 01:07 PM IST
  • About
  • Careers
  • Contact Us
Saturday, March 28, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ବିହାର ବିଧାନସଭା ନିର୍ବାଚନ : ଚିରାଗ ଚାହୁଁଛନ୍ତି ଅଧିକ ଆସନ

ଭୋଟ କାଟିବ ଜନସୁରାଜ

by M M
Oct-09-2025 08:21 AM IST
in ଦେଶ ବିଦେଶ, ରାଜନୀତି
0
ବିହାର ବିଧାନସଭା ନିର୍ବାଚନ : ଚିରାଗ ଚାହୁଁଛନ୍ତି ଅଧିକ ଆସନ
491
SHARES
1.4k
VIEWS
Share on FacebookShare on Twitter

ବିହାର ନିର୍ବାଚନ ପାଖେଇ ଆସୁଛି । ଏଥର କିଏ ରାଜ୍ୟରେ ସରକାର ଗଠନ କରିବ ତାକୁ ନେଇ ବେଶୀ ଆଲୋଚନା ହେଉଛି । ପ୍ରଶାନ୍ତ କିଶୋର(ପିକେ)ଙ୍କ ଜନ ସୁରାଜ ଦଳ ଭୋଟ ବିଭାଜନର ବଡ଼ କାରଣ ହୋଇଛି ।  ବିଭିନ୍ନ ଦଳର ନେତାମାନେ ଏହି କଥା କହୁଛନ୍ତି । ପିକେ କହୁଛନ୍ତି ଜନ ସୁରାଜ ବହୁସଂଖ୍ୟାରେ ଜିତିବ। ଏପରିକି ସରକାର ଗଢ଼ିବ । ଯଦିଓ ଜନସୁରାଜ ସରକାର ଗଠନ କରିପାରିବ ନାହିଁ କିନ୍ତୁ ଭୋଟ କାଟିବ ।  ତେବେ ବଡ଼ ପ୍ରଶ୍ନ ହେଉଛି ଏହା  କେବଳ ଭୋଟ୍ କାଟିବ? ନା ନୀତିଶ ସରକାରଙ୍କୁ କ୍ଷତି ଘଟାଇବ ।

୨୪୩ ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାରେ ଜନ ସୁରାଜ ସଂଖ୍ୟାଗରିଷ୍ଠତା ହାସଲ କରିବ ବୋଲି ପ୍ରଶାନ୍ତ କିଶୋର ଦାବି କରିଛନ୍ତି। ତେବେ ପ୍ରାକ୍ ନିର୍ବାଚନୀ ସର୍ଭେରୁ ଜଣାପଡିଛି ଯେ, ସେ ହୁଏତ କିଛି ଆସନ ହାସଲ କରିପାରନ୍ତି। ବିହାର ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ୬ ଓ ୧୧ରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ ଏବଂ ନଭେମ୍ବର ୧୪ରେ ଫଳାଫଳ ଘୋଷଣା କରାଯିବ। ତେଣୁ ସବୁ ଦଳ ଏବେ ମଇଦାନକୁ ଓହ୍ଲାଇ ରଣନୀତି କରୁଛନ୍ତି । ତେଜସ୍ୱୀ ଯାଦବ କହୁଛନ୍ତି ତାଙ୍କ ଦଳ ସରକାର ଗଠନ କରିବ ।  ଦିନେ ଦୁଇଦିନ ମଧ୍ୟରେ ମହାଗଠବନ୍ଧନ ଆସନ ଘୋଷଣା କରିବ ।  ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ଚେହେରା କିଏ ତାକୁ ନେଇ ମଧ୍ୟ ସ୍ପଷ୍ଟ ହୋଇପାରୁନାହିଁ ।  ତେଜସ୍ୱୀଙ୍କ ନାଁରେ ବିଧିବଦ୍ଧ ମୋହର ବାଜିନାହିଁ ।  ରାହୁଲଙ୍କ ମାରାଥନ ରାଲି ପରେ କଂଗ୍ରେସ ଅଧିକ ଆସନ ଚାହୁଁଛି । ତେଣୁ ତେଜସ୍ବୀ କେତେ ଆସନ କଂଗ୍ରେସକୁ ଦେଉଛନ୍ତି ତାହା ଦେଖିବା କଥା ।

ଏନଡିଏ ଶିବିରରେ ଘନ ଘନ ବୈଠକ ଚାଲିଛି ।  ବିଜେପିର ନିର୍ବାଚନ ପ୍ରଭାରୀ ଧମେନ୍ଦ୍ର ପ୍ରଧାନ ବିହାରରେ ଡେରା ପକାଇଛନ୍ତି । ବିହାର ବିଜେପି ରାଜ୍ୟ ପ୍ରଭାରୀ ବିନୋଦ ତାୱଡ଼େ ଚିରାଗଙ୍କ ଘରକୁ ଯାଇ ସାକ୍ଷାତ କରିଛନ୍ତି । ଚିରାଗ ପାଶଓ୍ବାନ ପୂର୍ବରୁ କହିସାରିଛନ୍ତି, ଦଳକୁ ସମ୍ମାନଜନକ ଆସନ ମିଳିବା ଦରକାର । ଚିରାଗ ପ୍ରାୟ ୪୦ଟି ଆସନ ଦାବି କରୁଛନ୍ତି । ପାଞ୍ଚଟି ପ୍ରମୁଖ ଆସନ ପାଇଁ ମଧ୍ୟ ଜିଦ୍‌ ଧରିଛନ୍ତି । ଅନ୍ୟପଟେ ଜେଡିୟୁ ମଧ୍ୟ ଏଥିରୁ ତିନିଟି ଆସନ ଛାଡ଼ିବାକୁ ପ୍ରସ୍ତୁତ ନୁହେଁ । ଚିରାଗଙ୍କ ଦଳ ୨୦୨୦ ବିଧାନସଭା ନିର୍ବାଚନରେ ମେଣ୍ଟରୁ ବାହାରେ ରହି ନୀତୀଶ କୁମାରଙ୍କ ଗେମ୍‌ ପ୍ଲାନ୍‌କୁ ନଷ୍ଟ କରିଦେଇଥିଲେ । ଏହି କାରଣରୁ ଅମିତ ଶାହ ଦିଲ୍ଲୀରେ ଅନୁଷ୍ଠିତ ବିହାର କୋର କମିଟି ବୈଠକରେ ସ୍ପଷ୍ଟ କରିଥିଲେ ଯେ, ୨୦୨୦ର ଭୁଲ ପୁନରାବୃତ୍ତି କରାଯିବା ଉଚିତ୍ ନୁହେଁ । ବିଜେପି ସାମ୍ନାରେ ଥିବା ଚ୍ୟାଲେଞ୍ଜ ହେଉଛି ଚିରାଗଙ୍କ ସହିତ ଜିତନ ରାମ ମାଞ୍ଜି ଏବଂ ଉପେନ୍ଦ୍ର କୁଶୱାହାଙ୍କ ଦଳଗୁଡ଼ିକ ମଧ୍ୟ ଅଧିକ ଆସନ ମାଗିପାରନ୍ତି । ଯଦି ବିଜେପି ରାଜି ହୁଏ । ତେବେ ବିଜେପିର ଆସନ ସଂଖ୍ୟା କମିବ । ଅନ୍ୟ ଦଳମାନେ ଯେତେ ଅଧିକ ଆସନ ପାଇବେ ସେତେ ଆସନ ବିଜେପିରୁ କମିବ ।

 

Tags: bihar electionnitish
Share196Tweet123
M M

M M

ଆଜିର ପାଗ

Bhubaneswar
March 28, 2026, 12:39 PM
 

S
Mainly clear
34°C
3 m/s
Apparent: 40°C
Pressure: 1006 mb
Humidity: 51%
Winds: 3 m/s S
Windgusts: 10.2 m/s
UV-Index: 8.8
Precip.: 0mm /48% / Rain
Sunrise: 5:43 AM
Sunset: 5:59 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom