ଇରାନ କିଛି ଦିନ ଧରି ଇସ୍ରାଏଲ ଉପରେ ଘନ ଘନ ମିସାଇଲ ମାଡ଼ କରୁଛି । ଘନ ଜନବସତି ଏବଂ ସୋରୋକା ହସ୍ପିଟାଲକୁ ମିସାଇଲ ମାଡ଼ କରିଛି ଇରାନ । ଏହାପରେ ଇସ୍ରାଏଲ ଖୋଲାଖୋଲି ଭାବରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖେମିନିଙ୍କୁ ଧମକ ଦେଇଛି। ଇସ୍ରାଏଲ ସୈନ୍ୟ ଘାଟି ଉପରେ ଆକ୍ରମଣ କରିଥିବା ବେଳେ ଇରାନ କିନ୍ତୁ ସାଧାରଣ ଲୋକଙ୍କ ଉପରେ ଆକ୍ରମଣ କରୁଥିବା ଇସ୍ରାଏଲ ଅଭିଯୋଗ କରିଛି । ଖେମିନି ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ ବୋଲି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ।
ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କୋଟଜ୍ ଇରାନ କୁ ଧମକ ଦେଇଛନ୍ତି । ହସ୍ପିଟାଲ ଏବଂ ଆବାସିକ ସ୍ଥାନଗୁଡ଼ିକୁ ଇରାନ ଟାର୍ଗେଟ କରୁଥିବାରୁ ଏଥିପାଇଁ ଖେମେନିଙ୍କୁ ଦଣ୍ଡ ଭୋଗିବାକୁ ପଡିବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ତେହେରାନରେ ଆକ୍ରମଣକୁ ଆହୁରି ତୀବ୍ର କରିବାକୁ କହିଛନ୍ତି । ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଏବେ ଇରାନ ଉପରେ ଘନ ଘନ ଆକ୍ରମଣ କରୁଛି ।