• Latest
  • Trending
ପୀଡ଼ିତାଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାଳାପ ଭିଡିଓ ଭାଇରାଲ ହେବା ନିନ୍ଦନୀୟ: ବିଜେଡି

ପୀଡ଼ିତାଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାଳାପ ଭିଡିଓ ଭାଇରାଲ ହେବା ନିନ୍ଦନୀୟ: ବିଜେଡି

Oct-15-2025 06:00 PM IST
odisha.newsroom.in

କାମ କଲାନି ଇଂଜିନ, ଦିଲ୍ଲୀ ଏୟାରପୋର୍ଟରେ ଇଣ୍ଡିଗୋର ଜରୁରୀ ଅବତରଣ

Mar-28-2026 12:34 PM IST
odisha.newsroom.in

ସମଦୂରତା ଫର୍ମୁଲାକୁ ବାଏ..ବାଏ, କମୁଛି କଂଗ୍ରେସ-ବିଜେଡି ଦୂରତା

Mar-28-2026 12:13 PM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-28-2026 12:06 PM IST
odisha.newsroom.in

ଗ୍ୟାସ ମିଳୁନି, ଗାଁକୁ ଫେରୁଥିବା ଶହ ଶହ ଓଡ଼ିଆ ଶ୍ରମିକ କରିବେ କଣ ?

Mar-28-2026 11:34 AM IST
odisha.newsroom.in

ଯୁଦ୍ଧର ଭୟ ଭିତରେ ଭାରତକୁ କାହିଁକି ଧନ୍ୟବାଦ ଜଣାଇଲା ଇରାନ ?

Mar-28-2026 11:07 AM IST
odisha.newsroom.in

ସାଙ୍ଘାତିକ ଝଟକା…ଟ୍ରମ୍ପଙ୍କ ଯୁଦ୍ଧ ନୀତିକୁ ପାଗଳାମି କହିଲା ୟୁଏସ ସିନେଟ

Mar-27-2026 06:25 PM IST
odisha.newsroom.in

ଲିଭ୍-ଇନ୍ ରିଲେସନ ଉପରେ ହାଇକୋର୍ଟ ଦେଲେ ବଡ଼ ରାୟ, କହିଲେ…

Mar-27-2026 04:41 PM IST
odisha.newsroom.in

ଟ୍ରମ୍ପଙ୍କ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ଭୟଙ୍କର ସର୍ତ୍ତ

Mar-27-2026 03:57 PM IST
odisha.newsroom.in

ସାମ୍ନାକୁ ଆସିଲା ଖାମନେଇଙ୍କ ମୃତ୍ୟୁର କିଛି ସମୟ ପୂର୍ବର ଫଟୋ

Mar-27-2026 02:34 PM IST
odisha.newsroom.in

ଏମିତି କରନ୍ତୁ ଶୋଇବା ଘର ଡିଜାଇନ…ନିଶ୍ଚୟ ଆସିବ ସୁଖନିଦ୍ରା

Mar-27-2026 01:07 PM IST
  • About
  • Careers
  • Contact Us
Saturday, March 28, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜନୀତି

ପୀଡ଼ିତାଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାଳାପ ଭିଡିଓ ଭାଇରାଲ ହେବା ନିନ୍ଦନୀୟ: ବିଜେଡି

ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ପ୍ରସଙ୍ଗ

by M M
Oct-15-2025 06:00 PM IST
in ରାଜନୀତି, ରାଜ୍ୟ
0
ପୀଡ଼ିତାଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାଳାପ ଭିଡିଓ ଭାଇରାଲ ହେବା ନିନ୍ଦନୀୟ: ବିଜେଡି
491
SHARES
1.4k
VIEWS
Share on FacebookShare on Twitter

ଭୁବନେଶ୍ୱର:  ଦୁର୍ଗାପୁରରେ ପୀଡ଼ିତାଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାଳାପ ଭିଡିଓ ଭାଇରାଲ ହେବା ନିନ୍ଦନୀୟ  । ଏଭଳି ପ୍ରସଙ୍ଗକୁ ନେଇ ବିଜେପି ଯେଉଁ ପ୍ରଚାର କରୁଛି ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି ।  ପଶ୍ଚିମବଙ୍ଗର ଦୁର୍ଗାପୁର ଠାରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ବାର୍ତ୍ତାଳାପର ଭିଡିଓ ଚିତ୍ର ଗଣମାଧ୍ୟମରେ ପ୍ରକାଶିତ ହେବାକୁ ନେଇ ବିଜୁ ମହିଳା ଜନତା ଦଳ ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକୁ ନିନ୍ଦା କରିଛି । ପୀଡିତାଙ୍କ ପରିଚୟ ଓ ତାଙ୍କ ସହିତ ବାର୍ତ୍ତାଳାପର ରେକର୍ଡିଂକୁ ଭାଇରାଲ କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ବାରଣ କରାଯାଇଥିବା ବେଳେ, ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟ ଘୋର ନିନ୍ଦନୀୟ ବୋଲି ବିଜୁ ମହିଳା ଜନତା ଦଳର ନେତ୍ରୀମାନେ କହିଥିଲେ ।
ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦିକା ଶ୍ରୀମତୀ ଟୁକୁନି ସାହୁ କହିଥିଲେ, ଗତ ୧୫ ମାସର ବିଜେପି ଶାସନରେ, ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡିଛି । ଦୁଷ୍କର୍ମ, ଗଣଦୁଷ୍କର୍ମ, ଅସଦାଚରଣ, ହତ୍ୟା ଭଳି ଘଟଣା ପ୍ରତିଦିନ ଖବରକାଗଜର ଶିରୋନାମା ମଣ୍ଡନ କରୁଛି ।

ରାଜ୍ୟରେ ପ୍ରତିଦିନ ଅନେକ ମହିଳା ଏହିପରି ଦୁଷ୍କର୍ମ, ଗଣଦୁଷ୍କର୍ମର ଶିକାର ହେଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କୌଣସି ତତ୍ପରତା ଦେଖିବାକୁ ମିଳୁନାହିଁ । ପଶ୍ଚିମବଙ୍ଗରେ ଘଟିଥିବା ଘଟଣା ନିଶ୍ଚିତ ଭାବେ ଦୁଃଖଦାୟକ ଓ ନିନ୍ଦନୀୟ । କିନ୍ତୁ, ଏଭଳି ଏକ ସମ୍ୱେଦନଶୀଳ ଘଟଣାରେ, ଯେଉଁଭଳି ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ପୀଡିତାଙ୍କ ସହିତ ବାର୍ତ୍ତାଳାପର ରେକର୍ଡିଂକୁ ଭାଇରାଲ କଲେ ତାହା ଆହୁରି ଅଧିକ ନିନ୍ଦନୀୟ । ବିଜୁ ମହିଳା ଜନତା ଦଳର ସାଧାରଣ ସମ୍ପାଦିକା ଶ୍ରୀମତୀ ସୁମିତ୍ରା ଜେନା କହିଥିଲେ, ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଦେ୍ର୍ଦଶ ଅନୁଯାୟୀ, ପୀଡିତାଙ୍କ ପରିଚୟ ଓ ତାଙ୍କ ସହିତ କୌଣସି ବାର୍ତ୍ତାଳାପ ଜନସାଧାରଣଙ୍କ ନିକଟରେ ପ୍ରକାଶିତ ହେବା ଉଚିତ ନୁହେଁ ।

ତେଣୁ ମୁଖ୍ୟମନ୍ତ୍ରୀ ଏହାକୁ ଗଣମାଧ୍ୟମରେ ବିତରଣ କରିବା ଦ୍ୱାରା ସେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଦେ୍ର୍ଦଶାବଳୀକୁ ଉଲ୍ଲଙ୍ଘନ କରିଛନ୍ତି ।
ଦଳର ସାଧାରଣ ସମ୍ପାଦିକା ତଥା ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ କହିଥିଲେ, ଗତ ୧୫ ମାସରେ ଧାରାବାହିକ ଭାବେ ରାଜ୍ୟରେ ଘଟିଥିବା ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଘଟଣା ଗୁଡିକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ତତ୍ପରତା ଦେଖିବାକୁ ମିଳିନାହିଁ । ପଶ୍ଚିମବଙ୍ଗ ଘଟଣାରେ ହଠାତ୍ ତତ୍ପର ହୋଇଉଠିବା କେବଳ ରାଜନୈତିକ ଉଦେ୍ଦଶ୍ୟ ସାଧନ ପାଇଁ ଉର୍ଦ୍ଦିଷ୍ଟ ।

ପଶ୍ଚିମବଙ୍ଗ ଘଟଣାରେ ଉଭୟ ରାଜ୍ୟ ମହିଳା କମିସନ ଓ ଜାତୀୟ ମହିଳା କମିସନ ପୀଡ଼ିତାଙ୍କୁ ଭେଟିଛନ୍ତି । କିନ୍ତୁ, ଓଡ଼ିଶାରେ ଘଟିଥିବା କୌଣସି ଘଟଣାରେ ଏମାନଙ୍କୁ ପୀଡ଼ିତାଙ୍କ ନିକଟରେ ଦେଖିବାକୁ ମିଳିନାହିଁ । ଦୁଃଖ ଓ ପରିତାପର ବିଷୟ ଯେ, ପୀଡ଼ିତାଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ, ବିଜେପି ଓ ରାଜ୍ୟ ସରକାର ରାଜନୀତି କରୁଛନ୍ତି । ବିଜେପି ବିଧାୟକ ଶ୍ରୀ ସନ୍ତୋଷ ଖଟୁଆ ବିଜେଡି ନେତ୍ରୀଙ୍କ ଉଦେ୍ଦଶ୍ୟରେ ଅଶାଳୀନ ଟିପ୍ପଣୀ ଦେଇଥିବା ବେଳେ ଏହି ମାମଲା ରାଜ୍ୟ ମହିଳା କମିସନ ଓ ଜାତୀୟ ମହିଳା କମିସନଙ୍କ ପାଖରେ ଅଭିଯୋଗ କରାଯାଇଥିଲା । କିନ୍ତୁ, ଉଭୟ ରାଜ୍ୟ ଓ ଜାତୀୟ ମହିଳା କମିସନ ଏହି ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ ।
ଦଳର ବରିଷ୍ଠ ସାଧାରଣ ସମ୍ପାଦିକା  ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ, ବାଲେଶ୍ୱର ସାଂସଦ ଶ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ବିଜେପି ନେତା ମାନେ ଯେଉଁଭଳି ଭାବେ ପଶ୍ଚିମବଙ୍ଗ ଯାଇ ପୀଡିତାଙ୍କୁ ଭେଟିବା ପାଇଁ ଉଦ୍ୟମ କଲେ, ତାହା ଦୁଷ୍କର୍ମ ଟୁରିଜମର ଦୃଶ୍ୟ ସଦୃଶ୍ୟ ଅନୁଭବ ହୋଇଥିଲା ।

ମୁଖ୍ୟମନ୍ତ୍ରୀ ପୀଡ଼ିତାଙ୍କ ସହିତ ବାର୍ତ୍ତାଳାପ ରେକର୍ଡିଂକୁ ଭାଇରାଲ କରିବାକୁ ଆମେ ଦୃଢ଼ ନିନ୍ଦା କରୁଛୁ । ଏହାଛଡା ଏହି ଘଟଣାକୁ ରାଜନୀତିକରଣ କରିବା ଉଦ୍ୟମକୁ ମଧ୍ୟ ଆମେ ଗଭୀର ନିନ୍ଦା କରୁଛୁ । ପଶ୍ଚିମବଙ୍ଗର ଆଇନ ଶୃଙ୍ଖଳା ପରିସ୍ଥିତି ଠିକ୍ ନାହିଁ, କିନ୍ତୁ ଓଡ଼ିଶାର ଆଇନ ଶୃଙ୍ଖଳା ସ୍ଥିତି ଆହୁରି ଅଧିକ ଖରାପ ଅଛି । ଓଡ଼ିଶାରେ ମଧ୍ୟ ମହିଳାମାନେ ଅସୁରକ୍ଷିତ ହୋଇ ପଡିଛନ୍ତି । ମହିଳାଙ୍କ ସୁରକ୍ଷା କ୍ଷେତ୍ରରେ  ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ଘୋର ନିନ୍ଦନୀୟ ।

Share196Tweet123
M M

M M

ଆଜିର ପାଗ

Bhubaneswar
March 28, 2026, 2:18 PM
 

S
Partly cloudy
35°C
3.5 m/s
Apparent: 31°C
Pressure: 1007 mb
Humidity: 87%
Winds: 3.5 m/s S
Windgusts: 10.2 m/s
UV-Index: 0
Precip.: 0mm /48% / Rain
Sunrise: 5:43 AM
Sunset: 5:59 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom