• Latest
  • Trending
ଟ୍ରମ୍ପଙ୍କୁ ତେଲ ମାର ଫାଇଦା ନିଅ

ଟ୍ରମ୍ପଙ୍କୁ ତେଲ ମାର ଫାଇଦା ନିଅ

Aug-23-2025 02:25 PM IST
ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ  ଦେଲି

ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ ଦେଲି

Mar-19-2026 05:04 PM IST
ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

Mar-19-2026 04:10 PM IST
ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

Mar-19-2026 02:55 PM IST
ମୁଁ ସିଧା କହୁଛି, ପ୍ରତିଶୋଧ ନେବା ପାଇଁ ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଛି

ମୁଁ ସିଧା କହୁଛି, ପ୍ରତିଶୋଧ ନେବା ପାଇଁ ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଛି

Mar-19-2026 02:30 PM IST
କ୍ରସ ଭୋଟିଂ ପରେ ବିଜେଡିକୁ ବିଧାୟକ ଦେବୀରଂଜନଙ୍କ ଚ୍ୟାଲେଞ୍ଜ

କ୍ରସ ଭୋଟିଂ ପରେ ବିଜେଡିକୁ ବିଧାୟକ ଦେବୀରଂଜନଙ୍କ ଚ୍ୟାଲେଞ୍ଜ

Mar-19-2026 01:29 PM IST
https://odisha.newsroom.in/

ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ

Mar-18-2026 04:14 PM IST
https://odisha.newsroom.in/

କଟକ ବଡ ମେଡିକାଲ ନିଆଁକୁ ନେଇ ବିଧାନସଭାରେ ପ୍ରବଳ ହଟ୍ଟଗୋଳ

Mar-18-2026 03:22 PM IST
କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

Mar-17-2026 05:13 PM IST
ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

Mar-16-2026 11:47 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Mar-16-2026 11:40 AM IST
  • About
  • Careers
  • Contact Us
Thursday, March 19, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଟ୍ରମ୍ପଙ୍କୁ ତେଲ ମାର ଫାଇଦା ନିଅ

by M M
Aug-23-2025 02:25 PM IST
in ବଡ଼ ଖବର, ବିଶେଷ
0
ଟ୍ରମ୍ପଙ୍କୁ ତେଲ ମାର ଫାଇଦା ନିଅ
494
SHARES
1.4k
VIEWS
Share on FacebookShare on Twitter

 

ରାଜାଙ୍କୁ ଇନ୍ଦ୍ରଙ୍କ ସହ ତୁଳନା କରିବା । ଭଗବାନଙ୍କ ସହ ତୁଳନା କରିବା  । ତାଙ୍କ ଇଙ୍ଗିତରେ ଦୁନିଆ ଚାଲୁଛି ବୋଲି ଗୀତ ମାଧ୍ୟମରେ ରାଜାଙ୍କୁ ଖୁସି କରାଇବା । ପୁରୁଣା ରାଜ ପରମ୍ପରାର ଅଂଶବିଶେଷ । ରାଜା ହିଁ ବାପା, ରାଜା ହିଁ ମା, । ତାଙ୍କ ଦୟାରେ ପ୍ରଜାମାନେ ବଂଚନ୍ତି । ଏଥିଲା ପୁରୁଣା କାଳିଆ ରାଜ୍ୟ ପରମ୍ପରାର ଏକ ପ୍ରଚଳିତ ପ୍ରଥା । ରାଜାଙ୍କ ଗୁଣଗାନ କରି କବିମାନେ କବିତା ଲେଖନ୍ତି । ସାହିତ୍ୟିକମାନେ ସାହିତ୍ୟ ଲେଖନ୍ତି । ଚାଟୁକାର ଆଉ ଭାଟମାନେ ସୁଯୋଗ ଖୋଜୁଥାନ୍ତି କେମିତି ରାଜାଙ୍କୁ ତେଲମାରି ଖୁସି କରିହେବ । ରାଜାଙ୍କୁ  ନବକୋଟି କର୍ଣ୍ଣାଟ, ଉତ୍କଳ କଳବର୍ଗେଶ୍ୱର, ବିରାଧୀବୀରବର, ପ୍ରବଳ ପ୍ରତାପୀ, ସମରେ ସହସ୍ରବାହୁ, କ୍ଷତ୍ରିୟ କୁଳ ଧୂମକେତୁ ଭୂତ ଭୈରବ ଭାବେ ପ୍ରଶଂସା କରାଯାଉଥିଲା ।

ଏହି ବାକ୍ୟରେ ରାଜା କେତେ ମହାନ ଆଉ କେତେ ପ୍ରତାପଶାଳୀ ତାହା ସୂଚନା ମିଳେ । ରାଜତନ୍ତ୍ର ଯାଇଛି । ଆଉ ପ୍ରଜାତନ୍ତ୍ରରେ ଆଧୁନିକ ରାଜାମାନେ କିପରି ପ୍ରଶଂସାରେ ପୋତିହେବା ପାଇଁ ଭଲ ପାଆନ୍ତି  । ତାହା ବିଶ୍ବର ସବୁଠାରୁ ଶକ୍ତିଶାଳୀ ଗଣତନ୍ତ୍ର ଦେଶରେ ପ୍ରମାଣ ମିଳୁଛି । ଟ୍ରମ୍ପଙ୍କୁ ଖୁସି କରାଇବା ପାଇଁ ବିଶ୍ବ ନେତାଙ୍କ ଧାଡି ଲମ୍ବୁଛି । ଟ୍ରମ୍ପଙ୍କୁ ତୋଷାମଦ କଲେ ହ୍ବାଇଟ୍ ହାଉସକୁ ଅବାଧ ପ୍ରବେଶର ସୁଯୋଗ ମିଳିବ । ବାଣିଜ୍ୟିକ ସୁଯୋଗ ମିଳିବ । ଟାରିଫ କମିବ । ଆଉ ଆମେରିକା କୋପରୁ ବଂଚିହେବ । ଏଥିପାଇଁ ଏବେ ଟ୍ରମ୍ପଙ୍କୁ ତେଲ ମାରିବା ସାଧାରଣ ଘଟଣା ହୋଇଛି । ଯେମିତି ପୁରୁଣା ରାଜାମାନଙ୍କ କ୍ଷେତ୍ରରେ ଘଟୁଥିଲା ।

ଦୁଇଦିନ ତଳେ  ହ୍ବାଇଟ ହାଉସରେ ଟ୍ରମ୍ପଙ୍କ ସହ ୟୁରୋପୀୟ ନେତାମାନେ ଏକାଠି ଆଲୋଚନା କରୁଥିଲେ । ରୁଷ-ୟୁକ୍ରେନ ଯୁଦ୍ଧ ନେଇ ବୈଠକ ଚାଲିଥିଲା । ସେଠାରେ  ଫ୍ରାନସ ରାଷ୍ଟ୍ରପତି, ବ୍ରିଟେନ ପ୍ରଧାନମନ୍ତ୍ରୀ , ଇଟାଲି ପ୍ରଧାନମନ୍ତ୍ରୀ, ୟୁକ୍ରେନ ରାଷ୍ଟ୍ରପତି ଯେଉଁଭଳି ଟ୍ରମ୍ପଙ୍କୁ ପ୍ରଶଂସା କରୁଥିଲେ । ଏଥିରୁ ମନେ ହେଉଥିଲା ଟ୍ରମ୍ପଙ୍କ ସ୍ତୁତି ଗାନ କଲାବେଳେ ଟ୍ରମ୍ପ ଭାବବିହ୍ବଳ ହୋଇଯାଉଥିଲେ  ।  ଅନ୍ୟ ନେତାମାନଙ୍କ ଆଗରେ ଟ୍ରମ୍ପ ନିଜେ ହେଡମାଷ୍ଟର ଭଳି ବ୍ୟବହାର କରୁଥିଲେ । ସେହି ସମୟରେ ରୁଷ ୟୁକ୍ରେନରେ ଡ୍ରୋନ ଆକ୍ରମଣ କରୁଥିଲା । କିନ୍ତୁ ଏହି ନେତାମାନେ ସେ ବିଷୟରେ ଆଲୋଚନା କରିବା ବଦଳରେ ଟ୍ରମ୍ପଙ୍କ ପ୍ରଶଂସାରେ ମାତିଥିଲେ । ଟ୍ରମ୍ପଙ୍କ  ନିକଟରେ ବସିଥିବା ଏହି ବିଶ୍ବ ନେତାମାନେ କେତେ ତୁଚ୍ଛ ତାହା ବାରି ହୋଇଯାଉଥିଲା ।

ନିକଟରେ ଆଫ୍ରିକୀୟ ନେତାମାନେ ଟ୍ରମ୍ପଙ୍କୁ ମାତ୍ରାଧିକ ପ୍ରଶଂସା କରିଛନ୍ତି ।  ଟ୍ରମ୍ପଙ୍କ ଗଲ୍ଫ ଖେଳକୁ ବିଶ୍ବସ୍ତରୀୟ କହିଛନ୍ତି । ଟ୍ରମ୍ପଙ୍କ ଖେଳିବାର କୌଶଳ ବିରଳ କହି ପ୍ରଶଂସା କରିଛନ୍ତି । ଆମେରିକାର ଅନ୍ୟ ରାଷ୍ଟ୍ରପତିଙ୍କ ଅପେକ୍ଷା ଟ୍ରମ୍ପ ଅନେକ ଯୁଦ୍ଧ ବନ୍ଦ କରିଥିବା କହିଛନ୍ତି । ତେଣୁ ଟ୍ରମ୍ପ  ନୋବେଲ ପୁରସ୍କାର ପାଇଁ ସବୁଠୁ ଯୋଗ୍ୟ ନେତା ବୋଲି ସେମାନେ କହିଛନ୍ତି ।   ଏଭଳି ପ୍ରଶଂସା ପାଇଁ  ଟ୍ରମ୍ପ ବହୁତ କସରତ କରିଥିବା ଚର୍ଚା ହେଉଛି ।

ପାକିସ୍ତାନ ସେନା ମୁଖ୍ୟ ଆସିମ ମୁନିର ଟ୍ରମ୍ପଙ୍କୁ ପ୍ରଶଂସା କରିବା ଆପଣ ଜାଣନ୍ତି । ଏଥିପାଇଁ ଟ୍ରମ୍ପ ତାଙ୍କୁ ବାରମ୍ବାର ଆମେରିକାକୁ ଡାକି ତାଙ୍କର ଗୁଣଗାନ କରିବାକୁ ସୁଯୋଗ ଦେଉଛନ୍ତି । ମୁନିରଙ୍କ ପ୍ରଶଂସାର ପତ୍ରକୁ ସେ ବାରମ୍ବାର ସୋସିଆଲ ମିଡିଆରେ ସେୟାର କରୁଛନ୍ତି । ଟ୍ରମ୍ପ କିଛି ନେତାଙ୍କ ପ୍ରଶଂସାକୁ ରାଜନୈତିକ ଓ ଅର୍ଥନୈତିକ ସୁବିଧା ହାସଲ କରିବାର  ଉପାୟ ଭାବେ ବ୍ୟବହାର କରୁଛନ୍ତି।

ଆମେରିକା ସହ ଉତ୍ତର କୋରିଆ ସଂପର୍କ ଖରାପ ଥିବା ବେଳେ ,ଟ୍ରମ୍ପ ନିଜେ ଦାବି କରିଥିଲେ ଯେ କିମ ଜଙ୍ଗ-ଉନଙ୍କଠାରୁ ସେ “ଲଭ ଲେଟର”  ପାଇଥିଲେ ।  ଚିଠିରେ କିମ ତାଙ୍କୁ ବହୁତ ପ୍ରଶଂସା କରିଥିଲେ । ଯାହାକି ସାରା ବିଶ୍ବର ଗଣମାଧ୍ୟମ ପ୍ରଥମ ପୃଷ୍ଠାରେ ନେଇଥିଲେ । ଏଭଳି କୂଟନୈତିକ କୌଶଳ ଟ୍ରମ୍ପ ଆପଣେଇଥାନ୍ତି । ଏହାଦ୍ବାରା ଆମେରିକା ବାଣିଜ୍ୟ ଚୁକ୍ତି କରି ଆର୍ଥିକ ଲାଭ ପାଇବା ସହଜ ହୋଇଥାଏ ।

ରାଜଦରବାରରେ କବିମାନଙ୍କ ସ୍ତୁତି ହେଉ କି ଆମେରିକା ରାଷ୍ଟ୍ରପତି ଭବନରେ ଟ୍ରମ୍ପଙ୍କ ଗୁଣଗାନ, ଏଥିରେ ସମାନ ଦୃଶ୍ୟ ରହିଛି । ଦିନେ ଅତ୍ୟଧିକ ପ୍ରଶଂସା ରାଜାଙ୍କୁ ଆନନ୍ଦିତ କରୁଥିଲା । ଆଜିକାଲି  ଟ୍ରମ୍ପଙ୍କୁ ମହାଆନନ୍ଦ ପ୍ରଦାନ କରୁଛି । ସେ ନିଜକୁ ମହାରାଜା ଭାବୁଛନ୍ତି ।

ଡୋନାଲ୍ଡ ଟ୍ରମ୍ପଙ୍କର ପ୍ରଶଂସା ପ୍ରତି ଆଗ୍ରହ ଅନେକ ସମୟରେ ଭିଡିଓରେ ଦେଖାଯାଇଥାଏ । ତାଙ୍କୁ ଯିଏ ପ୍ରଶଂସା କରନ୍ତି ସେ ତାର ଭିଡିଓ ସୋସିଆଲ ମିଡିଆରେ ପ୍ରଚାର ପ୍ରସାର କରିଥାନ୍ତି । ପ୍ରଶଂସାକୁ ସେ  ତାଙ୍କ  ନେତୃତ୍ୱ ଶୈଳୀର ଏକ ମୁଖ୍ୟ ବୈଶିଷ୍ଟ୍ୟ ବୋଲି ପ୍ରଚାର କରିଥାନ୍ତି। ତାଙ୍କର ଏହି ପ୍ରବୃତ୍ତିକୁ  ଗଜପତି ରାଜାମାନଙ୍କ ସହ ତୁଳନା କରାଯାଇପାରେ । ରାଜାମହାରାଜା ମାନେ ଯେପରି ନିଜର ପ୍ରଶଂସା ଶୁଣିବାକୁ କବି, ଚାଟୁକାର ରଖିଥାନ୍ତି । ତାଙ୍କର  ସ୍ତୁତିଗାନ କରାଗଲେ ସେ ଉପହାର ଦେଇଥାନ୍ତି । ସେପରି ଏବେ ଟ୍ରମ୍ପ କରୁଛନ୍ତି । ସେ ଉପହାର ବଦଳରେ ଟାରିଫରେ କିଛି କମ କରିଦେଉଛନ୍ତି ।

ଟ୍ରମ୍ପଙ୍କର ପ୍ରଶଂସା ପ୍ରତି ଆଗ୍ରହ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏବେ ସେ ଏହାକୁ ମଧ୍ୟ ନୋବେଲ ପୁରସ୍କାର ପାଇବା ପାଇଁ ଯୋଗ୍ୟତା ମାପଦଣ୍ଡର ଏକ କାରଣ ଭାବୁଛନ୍ତି । ଏହାଦ୍ବାର ତାଙ୍କର ଆତ୍ମସମ୍ମାନ ବୃଦ୍ଧି ପାଉଛି ବୋଲି ସେ ଦର୍ଶାଇଥାନ୍ତି ।  ଯେଉଁନେତାମାନେ  ଆମେରିକା ଟ୍ରମ୍ପଙ୍କୁ ଭେଟିବାକୁ ଯାଆନ୍ତି । ସେମାନେ ଟ୍ରମ୍ପଙ୍କର ଅତ୍ୟଧିକ ପ୍ରଶଂସା କରୁଥିବା ଦେଖାଯାଏ । ଏହି ପ୍ରଶଂସାର ଚିଠିକୁ ସେ ତାଙ୍କ ସୋସିଆଲ ମିଡିଆରେ ସେୟାର ମଧ୍ୟ କରିଥାନ୍ତି ।  ଓଡ଼ିଶାର  ରାଜାମାନଙ୍କୁ ଯେପରି କବିମାନେ ଜଗନ୍ନାଥଙ୍କ ପ୍ରତିନିଧି ଭାବେ କହି ସ୍ତୁତି କରିଥାନ୍ତି । ସେପରି ଟ୍ରମ୍ପଙ୍କୁ ବିଶ୍ବନେତାମାନେ ଅନେକ ସମୟରେ  ସ୍ତୁତି କରୁଥିବା ଦେଖାଯାଏ । ସେ ପ୍ରତି ମିଟିଂରେ ନିଜକୁ ସତେ ଯେପରି  ହେଡମାଷ୍ଟର ଭାବନ୍ତି ।

ତେବେ, ଅତ୍ୟଧିକ ଚାଟୁକାରିତା ପାଇଁ ଟ୍ରମ୍ପ ଏବେ ଉପହାସ ହେଉଛନ୍ତି ।  ଟ୍ରମ୍ପଙ୍କ କ୍ଷେତ୍ରରେ ମଧ୍ୟ ଏହା ସମାଲୋଚନାର କାରଣ ହେଉଛି ।  ବିଦେଶୀ ମିଡିଆମାନେ ଏହାକୁ ନେଇ ଟ୍ରମ୍ପଙ୍କୁ “cringe-inducing” ଲଜ୍ଜାଜନକ ସ୍ଥିତିରେ ପକାଉଥିବା କହୁଛନ୍ତି ।

ପ୍ରଶଂସା ମାଧ୍ୟମରେ ଟ୍ରମ୍ପ ଜନସାଧାରଣଙ୍କୁ ଏହା ଦେଖାଇବାକୁ ଚାହାଁନ୍ତି ଯେ ସେ ବହୁତ ଲୋକପ୍ରିୟ । ଯେମିତି କବିମାନେ ରାଜାଙ୍କୁ ପ୍ରଶଂସା କରି ଜନସାଧାରଣଙ୍କ ମନରେ ରାଜାଙ୍କ ପ୍ରତି ସମ୍ମାନ ବୃଦ୍ଧି କରୁଥିଲେ। ସେପରି ଟ୍ରମ୍ପ ପ୍ରଶଂସାକୁ ନିଜର ଇମେଜ ବଢ଼ାଇବା ପାଇଁ ବ୍ୟବହାର କରୁଛନ୍ତି । ତାଙ୍କ ଇମେଜ ଉଜ୍ଜ୍ୱଳ କରି ସେ ତାଙ୍କର ବ୍ୟକ୍ତିଗତ, ପାରିବାରିକ ବ୍ୟବସାୟର ଫାଇଦା କରୁଛନ୍ତି । ଏହା ସହ ଆମେରିକାର ଦବଦବା ଜାହରି କରୁଛନ୍ତି ।

ଟ୍ରମ୍ପ ଯେତେବେଳ ଦ୍ବିତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନ ଲଢ଼ି ପରାସ୍ତ ହେଲେ । ତାଙ୍କ ସମର୍ଥକମାନେ ରାସ୍ତାକୁ ବାହାରି ହିଂସା କଲେ । ଏପରିକି ୬ ଜାନୁୟାରୀ ୨୦୨୧ରେ କ୍ୟାପିଟାଲ ହିଲ ହିଂସାରେ ଟ୍ରମ୍ପଙ୍କ ଇମେଜ ମଳିନ ହେଲା । କୋର୍ଟ ତାଙ୍କୁ ଦୋଷ ଦେଲେ । ଏହା ପରଠୁ ଟ୍ରମ୍ପଙ୍କ ଟିମ୍  ପ୍ରଶଂସା  କୌଶଳକୁ ଅଧିକ ଆପଣାଇଛି । ତାଙ୍କ ସମର୍ଥକମାନେ ହିଂସା କରୁଥିବା ବେଳେ ଯେତେବେଳେ କୋର୍ଟରେ ସେ ହାଜର ହୋଇ ପକ୍ଷ ରଖୁଥିଲେ  । ସେତେବେଳେ ସୋସିଆଲ ମିଡିଆରେ ତାଙ୍କ ସମର୍ଥକମାନେ ଟ୍ରମ୍ପଙ୍କୁ ପ୍ରଶଂସାରେ ପୋତି ପକାଉଥିଲେ । ଏପରିକି ତାଙ୍କର ବନ୍ଧୁମାନେ ଏବଂ ବିଶ୍ବନେତାମାନେ ତାଙ୍କ ପଛରେ ରହି ପ୍ରଶଂସା କରୁଥିଲେ । ଯାହାକୁ ସେ ନିଜ ଭୋଟରଙ୍କ ସହ ସମ୍ପର୍କ ବଢ଼ାଇବା କାର୍ଯ୍ୟରେ ବ୍ୟବହାର କରୁଥିଲେ । ପୁଣି 2024ରେ ଦ୍ବିତୀୟବାର ରାଷ୍ଟ୍ରପତି ହେବା ପରେ ଟ୍ରମ୍ପ ଆମେରିକା ଫାଷ୍ଟ ନୀତିକୁ ଗ୍ରହଣ କରିଛନ୍ତି । ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ତାଙ୍କର ଅସମ୍ଭବ ଇଚ୍ଛା ରହିଛି । ତେଣୁ ସେ  ବିଶ୍ବନେତାଙ୍କ ସାମନାରେ ନିଜକୁ ମହାନ ନେତା ଦର୍ଶାଇବା ସହ ନିଜ କାମ ହାସଲ କରିବାକୁ ଚାପ ପକାଉଛନ୍ତି । ଏହାରି ମାଧ୍ୟମରେ ବାଣିଜ୍ୟ ଚୁକ୍ତି କିମ୍ବା ରାଜନୈତିକ ସମର୍ଥନ ପାଇଁ ସେ ଚେଷ୍ଟା କରୁଥିବା ଦେଖାଯାଉଛି ।

ତାଙ୍କୁ ଆଫ୍ରିକାର ନେତା, ୟୁରୋପ ନେତାମାନେ, ଏସିଆ ନେତାମାନେ ବାରମ୍ବାର ପ୍ରଶଂସା କରୁଥିବା ଦେଖାଯାଉଛି । ଆମେରିକା ଏକ ଶକ୍ତିଶାଳି ଦେଶ  । ଟ୍ରମ୍ପ ବହୁ ଶକ୍ତିଶାଳୀ ନେତା । ତାଙ୍କର  ଶକ୍ତି ଅନ୍ୟାମନଙ୍କ ଅପେକ୍ଷା ଅଧିକ । ଏହା ପ୍ରଦର୍ଶନ କରିବାକୁ ଚାହୁଁଛନ୍ତି ଟ୍ରମ୍ପ ।  ଆମେରିକାରେ ମଧ୍ୟ ଟ୍ରମ୍ପଙ୍କ ବିରୋଧୀ ରହିଛନ୍ତି । ତାଙ୍କୁ ଲଗାତାର ସମାଲୋଚନା କରନ୍ତି । ଆମେରିକାର କିଛି ଗଣମାଧ୍ୟମ ବର୍ଷ ବର୍ଷ ଧରି ଟ୍ରମ୍ପଙ୍କୁ ସମାଲୋଚନା କରୁଛନ୍ତି ।  ଏହି ସମାଲୋଚନାକୁ ଲୁଚାଇ ସେ ପ୍ରଶଂସାକୁ ଅଧିକ ପ୍ରଚାର କରୁଥିବା ଦେଖାଯାଉଛି । ଏଥିପାଇଁ ତାଙ୍କ ଟିମ୍ ଦିନ ରାତି ଏକ କରି କାମ କରୁଛନ୍ତି ।  ଯେତେବେଳେ ଅନେକ ବିଶ୍ବ ନେତା ଟ୍ରମ୍ପଙ୍କ କଥା ଶୁଣୁନାହାଁନ୍ତି  । ଇରାନ ଟ୍ରମ୍ପଙ୍କୁ ଖାତିର କରୁନାହିଁ । ଇସ୍ରାଏଲ ଗାଜା ଉପରେ ବୋମା ବର୍ଷା କରୁଛି । ଭାରତ-ପାକିସ୍ତାନ ସିଜଫାୟାରରେ ମୋଦି ଟ୍ରମ୍ପଙ୍କୁ କ୍ରେଡିଟ ଦେଉନାହାଁନ୍ତି । ରୁଷ ୟୁକ୍ରେନ ଉପରେ ବୋମା ବର୍ଷଣ କରୁଛି । ବିଶ୍ବର ବିଭିନ୍ନ ପ୍ରାନ୍ତରେ ଅଘୋଷିତ ଯୁଦ୍ଧ ଲାଗି ରହିଛି । ସେତେବେଳେ ଟ୍ରମ୍ପ କହୁଛନ୍ତି ସେ ସବୁ ଯୁଦ୍ଧ ବନ୍ଦ କରିଦେଇଛନ୍ତି । ତେଣୁ ତାଙ୍କୁ ନୋବେଲ ପୁରସ୍କାର ମିଳିବା ଉଚିତ । ତାଙ୍କର ସମସ୍ତେ ଗୁଣଗାନ କରିବା ଉଚିତ ।

ପ୍ରଶଂସା ଟ୍ରମ୍ପଙ୍କୁ ଭଲ ଲାଗେ  । କାରଣ ଏହା ତାଙ୍କୁ କୂଟନୈତିକ ଫାଇଦା ପ୍ରଦାନ କରୁଛି । ସେ ଅନ୍ୟ ଦେଶମାନଙ୍କ ଉପରେ ଚାପ ପକାଇ ନିଜର ସୁବିଧା ହାସଲ କରିବାକୁ ଚାହୁଁଛନ୍ତି । ଏପରିକି କୈାଣସି ଦେଶମୁଖ୍ୟଙ୍କଠାରୁ ପ୍ରଶଂସା ନପାଇଲେ ସେ ଦେଶ ଉପରେ ଅଧିକ ଟାରିଫ ଲଗାଇବାକୁ ଧମକ ଦେଉଛନ୍ତି ।  ଏପରିକି ବ୍ଲାକ୍ ମେଲ କରୁଛନ୍ତି । ପ୍ରଶଂସାକୁ ଟ୍ରମ୍ପ ଆଧୁନିକ ରାଜନୀତିରେ ଏକ  ଶକ୍ତିଶାଳୀ ଅସ୍ତ୍ର ରୂପେ ବ୍ୟବହାର କରୁଛନ୍ତି । ତାଙ୍କ ଆଗରେ ନେତାମାନେ ମୁଣ୍ଡନୁଆଁଇ ପ୍ରଶଂସା କଲେ  ସେ ନିଜକୁ କୃତ୍ୟ କୃତ୍ୟ ମନେ କରୁଛନ୍ତି ।

ସାମନ୍ତ ରାଜାମାନେ ଯେମିତି ଗଜପତି ରାଜାଙ୍କୁ ସ୍ତୁତି କରି ଯୁଦ୍ଧ ଏଡ଼ାଉଥିଲେ । ଅନେକ ବିଶ୍ବନେତା ସେହିଭଳି ଟ୍ରମ୍ପଙ୍କୁ ଟେକା ଟେକି କରି ପ୍ରଶଂସା କରି ଟ୍ରମ୍ପଙ୍କ ଟାରିଫ ଯୁଦ୍ଧରୁ ରକ୍ଷା ପାଇବାକୁ ଚାହୁଁଛନ୍ତି ।  କିଛି ଦେଶର ନେତାମାନେ ଟ୍ରମ୍ପଙ୍କୁ ପ୍ରଶଂସା କରି, ବାଣିଜ୍ୟ ଓ ରାଜନୈତିକ ସୁବିଧା ହାସଲ କରିବାକୁ ଚେଷ୍ଟା କରୁଛନ୍ତି। ସେମାନେ ଟ୍ରମ୍ପଙ୍କ ପ୍ରଶଂସା ପ୍ରତି ଆଗ୍ରହକୁ  ବୁଝିଛନ୍ତି ।

ଟ୍ରମ୍ପଙ୍କର ପ୍ରଶଂସା ପ୍ରତି ଆଗ୍ରହକୁ ଦେଖିଲେ ଆପଣ ବୁଝିପାରିବେ ଏହା ତାଙ୍କର ଏକ ରଣନୀତି । କିଛି ବର୍ଷ ହେଲା ସେ କୂଟନୈତିକ ସୁବିଧା ହାସଲ ପାଇଁ ଏପରି କରୁଥିବା ଜଣାପଡୁଛି । ପ୍ରଶଂସା ଏକ ଶକ୍ତିଶାଳୀ କୌଶଳ । କିନ୍ତୁ ଏହାର ଅତ୍ୟଧିକ ବ୍ୟବହାର ଟ୍ରମ୍ପଙ୍କ ପାଇଁ କେଉଁଠି ନା କେଉଁଠି ଅପମାନର କାରଣ ହୋଇପାରେ।

ମନୋରଞ୍ଜନ ମିଶ୍ର

Share198Tweet124
M M

M M

ଆଜିର ପାଗ

Bhubaneswar
March 19, 2026, 8:45 PM
 

SSW
Overcast
25°C
1.8 m/s
Apparent: 29°C
Pressure: 1011 mb
Humidity: 92%
Winds: 1.8 m/s SSW
Windgusts: 5.8 m/s
UV-Index: 0
Precip.: 5.1mm /28% / Rain
Sunrise: 5:51 AM
Sunset: 5:57 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ  ଦେଲି

ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ ଦେଲି

March 19, 2026
ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

March 19, 2026
ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

March 19, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom