ବିଜେଡି ନେତା ତଥା କୋରେଇର ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡ଼େଇଙ୍କ ଘରେ ରେଡ୍ ହୋଇଛି । ନୂଆପଡ଼ା ଖରିଆର୍ ରୋଡରେ ଥିବା ତାଙ୍କ ଅସ୍ଥାୟୀ ଘରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଚଢଉ ହୋଇଛି । ଉପ ନିର୍ବାଚନରେ ସମୟରେ ବେଆଇନ ଟଙ୍କା ରଖିଥିବା ଅଭିଯୋଗରେ ଏହି ଚଢଉ ହୋଇଥିବା ଜଣାପଡ଼ିଛି । ଉଲ୍ଲେଖଯୋଗ୍ୟ ଯେ ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡି ପ୍ରଚାର ଦାୟିତ୍ୱରେ ଅଛନ୍ତି ପ୍ରୀତିରଞ୍ଜନ ଘଡ଼େଇ ।
ତେବେ ଏହି ଚଢଉ ସମୟରେ ପ୍ରୀତିରଞ୍ଜନଙ୍କ ଘରର କେୟାରଟେକର ଓ ଅଧିକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ଦେଖିବାକୁ ମିଳିଥିଲା । ବିନା କୌଣସି ସର୍ଚ୍ଚ ୱାରେଣ୍ଟରେ ମାଜିଷ୍ଟ୍ରେଟ୍ ରେଡ୍ ପାଇଁ ଆସିଥିବା କେୟାରଟେକର ଅଭିଯୋଗ କରିଛନ୍ତି । ସେପଟେ ଏହି ଘଟଣାକୁ ବେଆଇନ ବୋଲି ବିଜେଡି କହିଛି । ଭୟଭୀତ ହୋଇ ସରକାର ଏଜେନ୍ସି ଲଗାଇ ଏପରି କରୁଥିବା ବିଜେଡି ଜିଲ୍ଲା ସଭାପତି ଅବନୀ ଯୋଶୀ କହିଛନ୍ତି । ଏହାସହ ଏପରେ କଲେ ବିଜୁ ଜନତା ଦଳ ଚୁପ୍ ହୋଇ ରହିବ ନାହିଁ ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି ।
ଉପ-ନିର୍ବାଚନ ବେଳେ ପ୍ରୀତିରଞ୍ଜନ ଘଡ଼େଇ ବେଆଇନ ଭାବେ ଟଙ୍କା କାରବାର କରୁଥିବା ଅଭିଯୋଗରେ ଏହି ଚଢଉ ହୋଇଛି ବୋଲି ଚର୍ଚା ହେଉଛି । ଉଲ୍ଲେଖଯୋଗ୍ୟ ଯେ, ପ୍ରୀତିରଞ୍ଜନ ଘଡ଼େଇ ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡିର ଗୁରୁତ୍ୱପୂର୍ଣ୍ଣ ପ୍ରଚାର ଏବଂ ସଙ୍ଗଠନ ଦାୟିତ୍ୱରେ ରହିଛନ୍ତି। ଏହି ଘଟଣାକୁ ନେଇ ବିଜୁ ଜନତା ଦଳ (ବିଜେଡି) ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ବିଜେଡି ଜିଲ୍ଲା ସଭାପତି ଅବନୀ ଯୋଶୀ ଏହାକୁ ସିଧାସଳଖ ବେଆଇନ ତଥା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି। “ବିରୋଧୀମାନେ ଭୟଭୀତ ହୋଇ ରାଜ୍ୟର ଶାସକ ଦଳର ଜଣେ ବରିଷ୍ଠ ନେତାଙ୍କୁ ବଦନାମ୍ କରିବା ପାଇଁ ଏଜେନ୍ସିମାନଙ୍କୁ ଲଗାଇ ଏଭଳି କରୁଛନ୍ତି। ଉପନିର୍ବାଚନକୁ ପ୍ରଭାବିତ କରିବା ଏହାର ମୂଳ ଉଦ୍ଦେଶ୍ୟ,” ବୋଲି ଅବନୀ ଯୋଶୀ ସ୍ପଷ୍ଟ କରିଛନ୍ତି। ସେ ଆହୁରି ମଧ୍ୟ ଚେତାବନୀ ଦେଇଛନ୍ତି ଯେ ଏପରି କାର୍ଯ୍ୟକଳାପକୁ ବିଜୁ ଜନତା ଦଳ ଚୁପ୍ ହୋଇ ସହ୍ୟ କରିବ ନାହିଁ।
ନୂଆପଡ଼ା ଉପନିର୍ବାଚନ ସମୟରେ ଏହି ଚଢଉ ରାଜନୈତିକ ମାହୋଲକୁ ଅଧିକ ସରଗରମ କରିଛି ଏବଂ ବିଜେଡି ଏହି ପ୍ରସଙ୍ଗକୁ ଜୋରଦାର ଉଠାଇବାର ସମ୍ଭାବନା ରହିଛି।



















