ମାହାଙ୍ଗା ବିକାଶ ପରିଷଦ ପକ୍ଷରୁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଗୁରୁ ଦିବସ ସମାରୋହ କୁସୁପୁର ନନ୍ଦକିଶୋର ବିଦ୍ୟାମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ନିଶ୍ଚିନ୍ତକୋଇଲି ଓ ମାହାଙ୍ଗା ଉଭୟ ବ୍ଲକ ଅଂଚଳରୁ ଆମନ୍ତ୍ରିତ ଶତାଧିକ ଶିକ୍ଷକ ଏବଂ ଅଧ୍ୟାପକ ମାନଙ୍କୁ ପୁଷ୍ପଗୁଛ ଉତ୍ତରୀୟ ଉପଢୌକନ ପ୍ରଦାନ ପୂର୍ବକ”ମାହାଙ୍ଗା ଗୁରୁ ଗୌରବ ସମ୍ମାନ” ରେ ସମ୍ବର୍ଦ୍ଧିତ କରାଯାଇଥିଲା l
ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟକ ଶାରଦା ପ୍ରସାଦ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ -ଏକ ସମୃଦ୍ଧ ଓ ପରାକ୍ରମୀ ଓଡ଼ିଆ ଜାତିର ଉତଥାନ ପାଇଁ ଗୁରୁ ମାନଙ୍କ ଅବଦାନ ଅବିସ୍ମରଣୀୟ ବୋଲି କହିଥିଲେ l
ଏହି କାର୍ଯ୍ୟକ୍ରରେ ଉଭୟ ବ୍ଲକର ଶିକ୍ଷାଧିକାରିଣୀ ସଂଯୁକ୍ତା ମହାପାତ୍ର ଏବଂ ମୋନାଲିସା ସରକାର ଯୋଗଦେଇଥିବା ବେଳେ ନିଶ୍ଚିନ୍ତକୋଇଲି ବ୍ଲକ ଉପାଧ୍ୟକ୍ଷ ନୃସିଂହ ଚରଣ ମିଶ୍ର ସମ୍ମାନିତ ଅତିଥି ଭାବେ ବକ୍ତବ୍ୟ ପ୍ରଦାନ କରିଥିଲେ l ନନ୍ଦକିଶୋର ବିଦ୍ୟାମନ୍ଦିର କୁସୁପୁରର ପ୍ରଧାନଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ l ଉତ୍ସବରେ ବହୁ ଶିକ୍ଷାବିତ, ବୁଦ୍ଧିଜୀବୀ ତଥା ମାନ୍ୟଗଣ୍ୟ ବ୍ୟକ୍ତିମାନେ
ଯୋଗଦେଇଥିଲେ l
ଉତ୍ତମ ଶିକ୍ଷାଦାନ ଏବଂ ଆଦର୍ଶ ଛାତ୍ର ଗଠନ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବହୁ ଗୁରୁଙ୍କୁ ଗୁରୁ ଗୌରବ ସମ୍ମାନ ପ୍ରଦାନ କରାଯିବା ଦେଖିବାକୁ ମିଳିଥିଲା l