• Latest
  • Trending
ମ୍ୟାଥ୍ସ ଜିନିୟସ୍ 2025ରେ ସଫଳତା ହାସଲ କଲେ  ଭାରତୀ ବିଦ୍ୟାମନ୍ଦିର ଛାତ୍ର ସାଇ ସମର୍ଥ ସାହୁ

ମ୍ୟାଥ୍ସ ଜିନିୟସ୍ 2025ରେ ସଫଳତା ହାସଲ କଲେ  ଭାରତୀ ବିଦ୍ୟାମନ୍ଦିର ଛାତ୍ର ସାଇ ସମର୍ଥ ସାହୁ

Oct-15-2025 09:16 PM IST
ଜାଣନ୍ତୁ ଆଜିର ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

Feb-01-2026 06:32 PM IST
ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

Feb-01-2026 06:29 PM IST
ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

Feb-01-2026 06:26 PM IST
କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

Feb-01-2026 06:22 PM IST
ବଜେଟ ପରେ ସୁନା ବଢ଼ିଲା ନା କମିଲା ?

ବଜେଟ ପରେ ସୁନା ବଢ଼ିଲା ନା କମିଲା ?

Feb-01-2026 06:18 PM IST
ବଜେଟ୍ ୨୦୨୬ , ବଡ଼ ଆଶା

ବଜେଟ୍ ୨୦୨୬ , ବଡ଼ ଆଶା

Feb-01-2026 11:20 AM IST
ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବ ‘ଗୋପାଳପୁର ବେଳାଭୂମି ମହୋତ୍ସବ

ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବ ‘ଗୋପାଳପୁର ବେଳାଭୂମି ମହୋତ୍ସବ

Jan-31-2026 11:30 PM IST
T20 ବିଶ୍ବକପ ବିବାଦରେ ସମୟ ବିତୁଛି ; ଚିନ୍ତା ବଢୁଛି; ଡ୍ରାମା କରୁଛି ପାକିସ୍ତାନ

T20 ବିଶ୍ବକପ ବିବାଦରେ ସମୟ ବିତୁଛି ; ଚିନ୍ତା ବଢୁଛି; ଡ୍ରାମା କରୁଛି ପାକିସ୍ତାନ

Jan-31-2026 11:27 PM IST
ବିଜେଡି ବଞ୍ଚିବାର ଫର୍ମୁଲା କଣ ? ଇତିହାସ କହିଲେ ରାଜାରାମ

ବିଜେଡି ବଞ୍ଚିବାର ଫର୍ମୁଲା କଣ ? ଇତିହାସ କହିଲେ ରାଜାରାମ

Jan-31-2026 11:25 PM IST
ସୁଶାନ୍ତ ସିଂଙ୍କ ପରେ କଳିକେଶଙ୍କୁ ନେଇ ଚର୍ଚ୍ଚା; ପଛରେ କିଏ କରୁଛି ରାଜନୀତି ?

ସୁଶାନ୍ତ ସିଂଙ୍କ ପରେ କଳିକେଶଙ୍କୁ ନେଇ ଚର୍ଚ୍ଚା; ପଛରେ କିଏ କରୁଛି ରାଜନୀତି ?

Jan-31-2026 11:22 PM IST
  • About
  • Careers
  • Contact Us
Monday, February 2, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜ୍ୟ

ମ୍ୟାଥ୍ସ ଜିନିୟସ୍ 2025ରେ ସଫଳତା ହାସଲ କଲେ  ଭାରତୀ ବିଦ୍ୟାମନ୍ଦିର ଛାତ୍ର ସାଇ ସମର୍ଥ ସାହୁ

ରାଷ୍ଟ୍ରୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ହାସଲ କରି ପାଇଲେ 75 ହଜାର ଟଙ୍କା  

by M M
Oct-15-2025 09:16 PM IST
in ରାଜ୍ୟ, ଶିକ୍ଷା
0
ମ୍ୟାଥ୍ସ ଜିନିୟସ୍ 2025ରେ ସଫଳତା ହାସଲ କଲେ  ଭାରତୀ ବିଦ୍ୟାମନ୍ଦିର ଛାତ୍ର ସାଇ ସମର୍ଥ ସାହୁ
500
SHARES
1.4k
VIEWS
Share on FacebookShare on Twitter

ସପ୍ତମ ଶ୍ରେଣୀ ଛାତ୍ର ସାଇ ସମର୍ଥ ସାହୁ ପାଇଛନ୍ତି ବଡ଼ ସଫଳତା । ମ୍ୟାଥ୍ସ ଜିନିୟସ୍ 2025,  ରାଷ୍ଟ୍ରୀୟ ସ୍ତରରେ ହୋଇଥିବା ପ୍ରତିଯୋଗିତାରେ  ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ଏହି ସଫଳତା ହେତୁ,ସମର୍ଥ ଟ୍ରଷ୍ଟ ର 19ତମ ପ୍ରତିଷ୍ଠା ଦିବସରେ ତାଙ୍କୁ ସମ୍ମାନିତ କରାଯାଇଛି।  ମିସାଇଲ୍ ମ୍ୟାନ୍ ଡ. ଏ.ପି.ଜେ. ଅବଦୁଲ କଲାମଜୀଙ୍କ ଜନ୍ମଦିନ ପାଳନ ଅବସରରେ  ସମର୍ଥ ଟ୍ରଷ୍ଟ (Samarth Trust) ଏହାର 19ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଏହି ବିଶେଷ ଦିବସ ଅବସରରେ, ସମର୍ଥ ଟ୍ରଷ୍ଟ, ଭୁବନେଶ୍ୱରସ୍ଥିତ ଭାରତୀ ବିଦ୍ୟା ମନ୍ଦିରରେ ଏକ ଭବ୍ୟ ସମ୍ମାନ ସମାରୋହ ଆୟୋଜନ କରିଥିଲା । ସ୍କୁଲ୍-ସ୍ତରୀୟ ଗଣିତ ପ୍ରତିଯୋଗିତା, ମ୍ୟାଥ୍ସ ଜିନିୟସ୍ 2025 ରେ ଅସାଧାରଣ ପ୍ରଦର୍ଶନ କରିଥିବା 7ମ ଶ୍ରେଣୀର ଛାତ୍ର ସାଇ ସମର୍ଥ ସାହୁଙ୍କୁ ସମ୍ମାନିତ କରାଯାଇଥିଲା ।  ସାଇ ସମର୍ଥ ସାହୁ ସାରା ଦେଶରେ ନିଜ ଶ୍ରେଣୀସ୍ତରରେ ଦ୍ୱିତୀୟ ସ୍ଥାନ (Second National Rank) ହାସଲ କରି ଓଡ଼ିଶାର ଗୌରବ ବୃଦ୍ଧି କରି ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଛନ୍ତି ।

ସାଇ ସମର୍ଥ ସାହୁ ମ୍ୟାଥ୍ସ ଜିନିୟସ୍ 2025ର ଫାଇନାଲ୍ ରାଉଣ୍ଡରେ ତାଙ୍କର ଅସାଧାରଣ ସଂଖ୍ୟାଗତ କୌଶଳ ପ୍ରଦର୍ଶନ କରିଥିଲେ । ଯାହା ସମସ୍ତଙ୍କୁ ଚକିତ କରିଦେଇଥିଲା । ସେ ମୋଟ୍  96.43%  ମାର୍କ ରଖି ଏହି କୃତୀତ୍ବ ହାସଲ କରିଥିଲେ ।  ଏହି ଉତ୍କୃଷ୍ଟ ସଫଳତା ପାଇଁ, ସାଇ ସମର୍ଥ ସାହୁଙ୍କୁ ସମର୍ଥ ଟ୍ରଷ୍ଟ ଦ୍ୱାରା ₹ 75,001/- ର ନଗଦ ପୁରସ୍କାର ପ୍ରଦାନ କରାଯାଇଥିଲା  ।

ପୁରସ୍କାର ବିତରଣ ସମାରୋହ ଭାରତୀ ବିଦ୍ୟା ମନ୍ଦିର ପରିସରରେ ଆୟୋଜିତ ହୋଇଥିଲା । ସମର୍ଥ ଟ୍ରଷ୍ଟର ମହାମନ୍ତ୍ରୀ ମନୀଷ ମଞ୍ଜୁଳ ଏବଂ କୋଷାଧ୍ୟକ୍ଷ ପ୍ରିୟ ରଞ୍ଜନ ଚୌଧୁରୀ ଜୀ, ଗୋଲକ ପ୍ରସାଦ ମହାପାତ୍ର ଜୀ, ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ର ନିର୍ଦ୍ଦେଶକ ଦୀପକ ସୋମାନୀ ଜୀ, ଏକଲ ଅଭିଯାନର ଶଶି ସେଠିଆ ଜୀ, ଏବଂ ବିବେକାନନ୍ଦ କେନ୍ଦ୍ରର ସଚ୍ଚିଦାନନ୍ଦ ପଣ୍ଡା ଜୀଙ୍କ ସମେତ ଅନ୍ୟାନ୍ୟ ସାମାଜିକ ଅନୁଷ୍ଠାନର ପ୍ରତିନିଧିମାନଙ୍କ ଗହଣ ରେ  ଛାତ୍ରଙ୍କୁ ତାଙ୍କର ପିତାମାତାଙ୍କ ଉପସ୍ଥିତିରେ ଚେକ୍ ପ୍ରଦାନ କରାଯାଇଥିଲା ।

ଆଇ ଏମ୍ ସମର୍ଥ ଏଜୁକେସନ୍ ଆପ୍ ପ୍ରତିଷ୍ଠାତା ତଥା ସମର୍ଥ ଟ୍ରଷ୍ଟର ମହାମନ୍ତ୍ରୀ ମନୀଷ ମଞ୍ଜୁଳ ମାଥ୍ସ ଜିନିୟସ୍ ଆରମ୍ଭ କରିବା ପଛର ଦୃଷ୍ଟିକୋଣକୁ ସ୍ପଷ୍ଟ କରି କହିଥିଲେ: “ଶୂନ୍ୟର ଆବିଷ୍କାର ପାଇଁ ଆମ ଭାରତୀୟମାନଙ୍କୁ ଶ୍ରେୟ ଦିଆଯାଏ, ତଥାପି ଅଗ୍ରଣୀ ଗାଣିତିକ ଅନୁଷ୍ଠାନଗୁଡ଼ିକ ଆମ ଦେଶ ବାହାରେ ଅବସ୍ଥିତ। ଆମ ଦେଶକୁ ଗଣିତ କ୍ଷେତ୍ରରେ ଆଗକୁ ନେବା ପାଇଁ, ଦେଶର ପ୍ରତ୍ୟେକ ସ୍କୁଲରେ ଥିବା ପ୍ରତ୍ୟେକ ଛାତ୍ରଙ୍କ ପାଇଁ ଏକ ବିଶ୍ୱସ୍ତରୀୟ ଗାଣିତିକ ମୂଳଦୁଆ ସ୍ଥାପନ କରିବା ଅନିବାର୍ଯ୍ୟ ଅଟେ।”

ସେ ଘୋଷଣା କରିଥିଲେ ଯେ ଆଗାମୀ ନଭେମ୍ବର 2025 ରେ ହେବାକୁ ଥିବା ମାଥ୍ସ ଜିନିୟସ୍ ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ମୋଟ 9 କୋଟି ଟଙ୍କାରୁ ଅଧିକ ମୂଲ୍ୟର 22,000ରୁ ଅଧିକ ପୁରସ୍କାର ଜିତିବାର ସୁଯୋଗ ପାଇବେ । ଏଥିସହ, 2026 ରେ ଗଣିତରେ ଉତ୍କର୍ଷତା ପ୍ରଦର୍ଶନ କରୁଥିବା ଶ୍ରେଷ୍ଠ ସ୍କୁଲକୁ ₹ 79,00,001/- ର ସ୍ୱତନ୍ତ୍ର ପୁରସ୍କାରରେ ସମ୍ମାନିତ କରାଯିବ ।

ସମାରୋହରେ, ଶ୍ରୀ ଗୋଲକ ମହାପାତ୍ର  କହିଥିଲେ ଯେ, ଯଦି ପ୍ରତିଭା ଅଛି ତେବେ ବଡ଼ ଭିତ୍ତିଭୂମି ଆବଶ୍ୟକ ନୁହେଁ, କେବଳ ସାଧନା ଦ୍ୱାରା ମଧ୍ୟ ସଫଳତା ହାସଲ କରାଯାଇପାରିବ । ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ର ନିର୍ଦ୍ଦେଶକ ଦୀପକ ସୋମାନୀ ଜୀ ଛାତ୍ରଛାତ୍ରୀମାନଙ୍କର ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟର ସାର୍ବଭୌମିକ ବିକାଶର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଭାରତୀ ବିଦ୍ୟା ମନ୍ଦିରର ନିର୍ଦ୍ଦେଶିକା ଶ୍ରୀମତୀ ସଙ୍ଗୀତା ଦାସ  ,  ଭାଵବିହ୍ୱଳ ହୋଇ କହିଥିଲେ ଯେ, ତାଙ୍କ ବିଦ୍ୟାଳୟକୁ ମିଳିଥିବା ଏହି ସମ୍ମାନ କୌଣସି ରାଜକୀୟ ସମ୍ମାନଠାରୁ କମ୍ ନୁହେଁ ।  ପ୍ରିୟ ରଂଜନ ଚୌଧୁରୀ କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ସଞ୍ଚାଳନ କରିଥିଲେ । ବିଦ୍ୟାଳୟର ସଂପାଦକ ପ୍ରମୋଦ କୁମାର ଦାଶ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ପାଇଁ ମାର୍ଗଦର୍ଶନ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ସୋନାଲି ଦାଶ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୁରୁଜୀ, ଗୁରୁମା, ସ୍ଥାନୀୟ ଅଞ୍ଚଳର ଅନେକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

Share200Tweet125
M M

M M

ଆଜିର ପାଗ

Bhubaneswar
February 2, 2026, 7:24 AM
 

N
Overcast
18°C
0.6 m/s
Apparent: 20°C
Pressure: 1019 mb
Humidity: 94%
Winds: 0.6 m/s N
Windgusts: 6.5 m/s
UV-Index: 0.4
Precip.: 0mm /0% / Rain
Sunrise: 6:21 AM
Sunset: 5:38 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ଜାଣନ୍ତୁ ଆଜିର ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

February 1, 2026
ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

February 1, 2026
ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

February 1, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom