ଆଜି ନୀଳଗିରି ନିର୍ବାଚନ ମଣ୍ଡଳୀର ଧୋବଶିଳା ଗ୍ରାମ ପଞ୍ଚାୟତରେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ବ୍ୟକ୍ତିଗତ ପ୍ରୟାସରେ ନୂତନ କଲ୍ୟାଣ ମଣ୍ଡପ ଓ ସିଲେଇ ପ୍ରଡ଼କ୍ସନ୍ ୟୁନିଟର ଶୁଭ ଉଦ୍ଘାଟନ ହୋଇଛି। ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଏହି କେନ୍ଦ୍ର ମହିଳାମାନଙ୍କୁ ଆତ୍ମନିର୍ଭର କରିବ । ସେମାନେ ନିଜେ ରୋଜଗାର କରି ପରିବାରର ଉନ୍ନତିରେ ସହାୟକ ହୋଇପାରିବେ । ମହିଳା ଆତ୍ମନିର୍ଭର ହେଲେ ସମାଜ ଆଗକୁ ବଢ଼ିବ । ଏଭଳି ପ୍ରୟାସ ଆଗାମୀ ଦିନରେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରଶାସନର ମିଳିତ ସହଯୋଗରେ ସିଲେଇ ପ୍ରଶିକ୍ଷଣ କେନ୍ଦ୍ର ଓ ପ୍ରଡ଼କ୍ସନ୍ ୟୁନିଟ୍ ଖୋଲାଯିବାର ଯୋଜନା ଥିବା ସାଂସଦ କହିଛନ୍ତି। ଏହି ୟୁନିଟରେ ମହିଳାମାନେ ସିଲେଇ ପ୍ରଶିକ୍ଷଣ ନେବେ ଏବଂ ବିଭିନ୍ନ ପ୍ରକାରର ବସ୍ତ୍ର ତିଆରି କରି ବିଭିନ୍ନ ସଂସ୍ଥା ମାଧ୍ୟମରେ ବିଭିନ୍ନ ବଜାରରେ ବିକ୍ରୟ କରିପାରିବେ। ଏହା ମହିଳାମାନଙ୍କୁ ସ୍ୱାବଲମ୍ବନ କରି ଲକ୍ଷ୍ମୀପତି ଦିଦି କରିବାରେ ସାହାଯ୍ୟ କରିବ ବୋଲି କହିଥିଲେ ସାଂସଦ ।
ସାଂସଦଙ୍କ ବ୍ୟକ୍ତିଗତ ପ୍ରୟାସରେ ପୂର୍ବରୁ ୧୦୦ରୁ ଅଧିକ ମହିଳାଙ୍କୁ ସିଲେଇ ମେସିନ୍ ଓ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଆଜି ସୁମେଣ୍ଟର୍ ପ୍ରୋ ସଂସ୍ଥା ଦ୍ୱାରା ୫୦ଟି ଅତ୍ୟାଧୁନିକ ସିଲେଇ ମେସିନ୍ ପ୍ରଦାନ କରାଯାଇଛି, ଯାହା ମହିଳାମାନଙ୍କୁ ଆତ୍ମନିର୍ଭର ଓ ରୋଜଗାରକ୍ଷମ କରିବ।
ବିଧାୟକ ସନ୍ତୋଷ ଖଟୁଆ ସାଂସଦଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି। କାର୍ଯ୍ୟକ୍ରମରେ ନିବେଦିତା ପଣ୍ଡା, ଅନିତା ନାୟକ ଓ ବାଣିଶ୍ରୀ ବେହେରା ପ୍ରଶିକ୍ଷଣରୁ ସ୍ୱାବଲମ୍ବୀ ହେବାର ଅନୁଭୂତି ବର୍ଣ୍ଣନା କରିଥିଲେ। ଅଞ୍ଚଳବାସୀମାନେ ସାଂସଦଙ୍କ ଏଭଳି ପଦକ୍ଷେପକୁ ଢ଼େର ପ୍ରଶଂସା କରିଛନ୍ତି।
ସମ୍ମାନିତ ଅତିଥି ଭାବେ ବିଧାୟକ ସନ୍ତୋଷ ଖଟୁଆ ସାଂସଦଙ୍କ ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲ୍ଲାପାଳ, ନୀଳଗିରି ଉପଜିଲ୍ଲାପାଳ, ବିଡ଼ିଓ, ବ୍ଲକ୍ ଚେୟାରମ୍ୟାନ୍ ଶୁଭଲକ୍ଷ୍ମୀ ମାଝୀ, ଜିଲ୍ଲା ପରିଷଦ ସଦସ୍ୟମାନେ ଏବଂ ସ୍ଥାନୀୟ ସରପଞ୍ଚ ଦିଲ୍ଲୀପ ସିଂ ଆଦି ଉପସ୍ଥିତ ଥିଲେ।