• Latest
  • Trending
ନୀତିନ ନବୀନ ଭବିଷ୍ୟତ ଅଧ୍ୟକ୍ଷ ହେବା ନିଶ୍ଚିତ!

ନୀତିନ ନବୀନ ଭବିଷ୍ୟତ ଅଧ୍ୟକ୍ଷ ହେବା ନିଶ୍ଚିତ!

Dec-16-2025 04:28 AM IST
odisha.newsroom.in

ବିଧାନସଭାରେ ‘କଙ୍କାଳ’ ଝଡ଼: ସ୍ୱତନ୍ତ୍ର ଅଧିବେଶନ ଆରମ୍ଭରୁ ହୋହଲ୍ଲା

Apr-30-2026 01:05 PM IST
odisha.newsroom.in

ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ଘୋର ଆର୍ଥିକ ସଙ୍କଟରେ ଘାଣ୍ଟି ହେଉଛି ପାକିସ୍ତାନ…ସରିଫ କହିଲେ…

Apr-30-2026 12:40 PM IST
odisha.newsroom.in

ପ୍ରକାଶ ପାଇଲା ICSE ରେଜଲ୍ଟ: ଜାଣନ୍ତୁ କେମିତି ଓ କେଉଁଠି ଦେଖିବେ ପରୀକ୍ଷାଫଳ

Apr-30-2026 12:11 PM IST
odisha.newsroom.in

ଇରାନର ଚେତାବନୀ…ଏମିତି ଅସ୍ତ୍ର ପ୍ରୟୋଗ କରିବୁ ଆମେରିକାର “ହାର୍ଟ ଆଟାକ୍” ଆସିପାରେ…

Apr-30-2026 11:40 AM IST
odisha.newsroom.in

ତାତିରୁ ମିଳିବ ତ୍ରାହି: କମିବ ପାରଦ…କାଳବୈଶାଖୀ ସହ କୁଆପଥର ବର୍ଷା ଚେତାବନୀ

Apr-30-2026 10:59 AM IST
Horoscope 2026 April 30: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 April 30: ଜାଣନ୍ତୁ ଆଜିର ରାଶିଫଳ…

Apr-30-2026 10:33 AM IST
odisha.newsroom.in

ନିର୍ବାଚନ ଶେଷ…କିଏ ଦଖଲ କରିବ କେଉଁ ରାଜ୍ୟ…କଣ କହୁଛି EXIT POLL ?

Apr-29-2026 06:58 PM IST
odisha.newsroom.in

ପଶ୍ଚିମବଙ୍ଗରେ ରେକର୍ଡ ମତଦାନ…ଦାଦା ନା ଦିଦି…କିଏ ଗଢ଼ିବେ ସରକାର ?

Apr-29-2026 05:52 PM IST
odisha.newsroom.in

ହାଇକୋର୍ଟରେ ଚାଲିଥିଲା ଅନଲାଇନ୍ ଶୁଣାଣି…ହଠାତ ପ୍ଳେ ହେଲା ପର୍ଣ୍ଣ ଭିଡ଼ିଓ…

Apr-29-2026 03:46 PM IST
odisha.newsroom.in

ଅହଂକାରର ଲଢ଼େଇ : ୯୦ ବର୍ଷୀୟା ବୃଦ୍ଧାଙ୍କୁ ଆହୁରି ୨୦ ବର୍ଷ ଅପେକ୍ଷା କରିବାକୁ କହିଲେ ହାଇକୋର୍ଟ

Apr-29-2026 02:42 PM IST
  • About
  • Careers
  • Contact Us
Thursday, April 30, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ନୀତିନ ନବୀନ ଭବିଷ୍ୟତ ଅଧ୍ୟକ୍ଷ ହେବା ନିଶ୍ଚିତ!

by M M
Dec-16-2025 04:28 AM IST
in ବଡ଼ ଖବର, ରାଜନୀତି, ରାଜ୍ୟ
0
ନୀତିନ ନବୀନ ଭବିଷ୍ୟତ ଅଧ୍ୟକ୍ଷ ହେବା ନିଶ୍ଚିତ!
491
SHARES
1.4k
VIEWS
Share on FacebookShare on Twitter

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (BJP)ର ନବନିଯୁକ୍ତ କାର୍ଯ୍ୟକାରୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନୀତିନ ନବୀନ  ଦିଲ୍ଲୀସ୍ଥିତ ବିଜେପି ପାର୍ଟି ଅଫିସରେ ବିଧିବଦ୍ଧ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି। ଏହି ଅବସରରେ ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏବଂ ଗୃହମନ୍ତ୍ରୀ ଅମିତ ଶାହ ଉପସ୍ଥିତ ଥିଲେ। ବିଶେଷ ଭାବେ ଶାହ ଓ ନଡ୍ଡା ନିତିନ ନବୀନଙ୍କୁ ତାଙ୍କ ଚୌକିରେ ବସାଇ ଦାୟିତ୍ୱ ଗ୍ରହଣ କରାଇବା ଘଟଣା ତାଙ୍କର ଦଳରେ ବଢ଼ୁଥିବା ଗୁରୁତ୍ୱକୁ ଦର୍ଶାଉଛି।

ପାର୍ଟି ଅଫିସରେ ପହଞ୍ଚିବା ପରେ ନୀତିନ ନବୀନଙ୍କୁ ଉଚ୍ଛସିତ ସମ୍ବର୍ଦ୍ଧନା ଦିଆଯାଇଥିଲା। ରାଜନୈତିକ ବିଶ୍ଳେଷକଙ୍କ ମତରେ, ଏହି ବିଶାଳ ସ୍ୱାଗତ ସମାରୋହରୁ ଏକଥା ସ୍ପଷ୍ଟ ଯେ ଆଗକୁ ସେ ଦଳର ସ୍ଥାୟୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ରାସ୍ତା ପରିଷ୍କାର ହୋଇସାରିଛି।

ବିଜେପି ବର୍ତ୍ତମାନ କାର୍ଯ୍ୟକାରୀ ସଭାପତି ଭାବରେ ନୀତିନଙ୍କ କାର୍ଯ୍ୟଶୈଳୀ ଓ ସାଙ୍ଗଠନିକ ଦକ୍ଷତାକୁ ନିକଟରୁ ପରଖିବ। ଜାନୁଆରୀରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ କାର୍ଯ୍ୟକାରିଣୀ ବୈଠକ ପରେ ତାଙ୍କୁ ସ୍ଥାୟୀ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯିବାର ପୂର୍ଣ୍ଣ ସମ୍ଭାବନା ରହିଛି।

ମାତ୍ର ୪୫ ବର୍ଷ ବୟସରେ ଏହି ଗୁରୁ ଦାୟିତ୍ୱ ଗ୍ରହଣ କରିବାରେ ନୀତିନ ନବୀନ ହେଉଛନ୍ତି ବିଜେପିର ସବୁଠୁ କନିଷ୍ଠ ନେତା। ଦଳରେ ବହୁ ତୁଙ୍ଗ ଓ ଭେଟେରାନ୍ ନେତା ଥାଉ ଥାଉ କାହିଁକି ତାଙ୍କୁ ବଛାଗଲା, ତାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଏହା ପଛରେ କେତେକ ବଡ଼ କାରଣ ରହିଛି:

ଯୁବ ଚେହେରା ଓ ନିର୍ମଳ ଛବି

 ସେ ଜଣେ ଯୁବ ଚେହେରା ଏବଂ ନିଜ ରାଜନୈତିକ କ୍ୟାରିୟରରେ କୌଣସି ବିବାଦରେ ନାହାନ୍ତି।

ସାଂଗଠନିକ ଦକ୍ଷତା

 ସେ ବିଜେପି ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରହିଛନ୍ତି ଏବଂ ତୃଣମୂଳସ୍ତରରେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି।

ଛତିଶଗଡ଼ରେ ସଫଳତା

 ୨୦୨୩ ଛତିଶଗଡ଼ ବିଧାନସଭା ନିର୍ବାଚନରେ ସେ ପ୍ରଭାରୀ ଦାୟିତ୍ୱ ତୁଲାଇ ପ୍ରଚଣ୍ଡ ବହୁମତ ସହ ବିଜେପି ସରକାର ଗଠନ କରିବାରେ ପ୍ରମୁଖ ଭୂମିକା ନେଇଥିଲେ। ବରିଷ୍ଠ ଓ ଯୁବ ନେତୃତ୍ୱଙ୍କ ସହ ସମନ୍ୱୟ ରଖି କାର୍ଯ୍ୟ କରିବାରେ ସେ ଦକ୍ଷ।

ବିହାରରେ ସଡ଼କ ନିର୍ମାଣ, ଆଇନ, ନଗର ଉନ୍ନୟନ ଓ ହାଉସିଂ ମନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଥିବା ନୀତିନ ନବୀନ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ମାତ୍ର ୨୬ ବର୍ଷ ବୟସରେ ସେ ପ୍ରଥମ ଥର ପାଇଁ ବିଧାନସଭାକୁ ଯାଇଥିଲେ। ଅନ୍ୟ ଦଳମାନେ ବରିଷ୍ଠ ନେତାଙ୍କୁ ଭରସୁଥିବା ବେଳେ ବିଜେପି ଯୁବ ଚେହେରା ନୀତିନଙ୍କୁ ଗୁରୁ ଦାୟିତ୍ୱ ଦେଇ ଭବିଷ୍ୟତ ନେତୃତ୍ୱ ପାଇଁ ପ୍ରସ୍ତୁତ କରୁଛି।

Share196Tweet123
M M

M M

ଆଜିର ପାଗ

Bhubaneswar
April 30, 2026, 3:08 PM
 

SSW
Thunderstorm
33°C
6 m/s
Apparent: 32°C
Pressure: 1005 mb
Humidity: 79%
Winds: 6 m/s SSW
Windgusts: 14.4 m/s
UV-Index: 0
Precip.: 0mm /27% / Rain
Sunrise: 5:17 AM
Sunset: 6:09 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom