• Latest
  • Trending
ସବୁ ଚାଷୀଙ୍କୁ ମିଳିନି ଧାନବିକ୍ରି ଟୋକନ୍ , ଆନ୍ଦୋଳନ କରିବାକୁ ଧମକ ଦେଲେ ଚାଷୀ

ସବୁ ଚାଷୀଙ୍କୁ ମିଳିନି ଧାନବିକ୍ରି ଟୋକନ୍ , ଆନ୍ଦୋଳନ କରିବାକୁ ଧମକ ଦେଲେ ଚାଷୀ

Nov-28-2025 04:56 PM IST
odisha.newsroom.in

ଓଡିଶାକୁ ଝଡ଼ବର୍ଷା ଚେତାବନୀ, ୭ ଦିନ ଯାଏଁ ଏହି ଜିଲ୍ଲାରେ ଛେଚିବ

Mar-28-2026 06:17 PM IST
odisha.newsroom.in

ଆପଣଙ୍କ ଘରେ ଟିକେ ଟିକେ କଥାରେ ଝଗଡ଼ା ହେଉଛି କି, ମାନନ୍ତୁ ଏହି ବାସ୍ତୁ ନିୟମ…

Mar-28-2026 05:54 PM IST
ଇରାନକୁ ମିଳିଲା ରୁଷିଆର ‘ବ୍ରହ୍ମାସ୍ତ୍ର’ 

ଇରାନକୁ ମିଳିଲା ରୁଷିଆର ‘ବ୍ରହ୍ମାସ୍ତ୍ର’ 

Mar-28-2026 04:26 PM IST
ପାଣ୍ଡିଆନ ଦମ୍ପତିଙ୍କ ବିରୋଧରେ ସବୁ କହିଦେଲେ…

ପାଣ୍ଡିଆନ ଦମ୍ପତିଙ୍କ ବିରୋଧରେ ସବୁ କହିଦେଲେ…

Mar-28-2026 04:23 PM IST
odisha.newsroom.in

ଯୁଦ୍ଧ ପ୍ରଭାବିତ ଅଂଚଳରେ ବିମାନ ଉଡ଼ାଇବାକୁ ମନା କରୁଛନ୍ତି ପାଇଲଟ

Mar-28-2026 04:07 PM IST
odisha.newsroom.in

ବୁକିଂର ମାସେ ପରେ ବି ଭୁବନେଶ୍ୱରରେ ମିଳୁନି ଗ୍ୟାସ, ଠେଲା ଦୋକାନ ବନ୍ଦ…ବିଭିନ୍ନ ସ୍ଥାନରେ ହଂଗାମା, ରାସ୍ତାରୋକ

Mar-28-2026 03:02 PM IST
odisha.newsroom.in

କାମ କଲାନି ଇଂଜିନ, ଦିଲ୍ଲୀ ଏୟାରପୋର୍ଟରେ ଇଣ୍ଡିଗୋର ଜରୁରୀ ଅବତରଣ

Mar-28-2026 12:34 PM IST
odisha.newsroom.in

ସମଦୂରତା ଫର୍ମୁଲାକୁ ବାଏ..ବାଏ, କମୁଛି କଂଗ୍ରେସ-ବିଜେଡି ଦୂରତା

Mar-28-2026 12:13 PM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-28-2026 12:06 PM IST
odisha.newsroom.in

ଗ୍ୟାସ ମିଳୁନି, ଗାଁକୁ ଫେରୁଥିବା ଶହ ଶହ ଓଡ଼ିଆ ଶ୍ରମିକ କରିବେ କଣ ?

Mar-28-2026 11:34 AM IST
  • About
  • Careers
  • Contact Us
Sunday, March 29, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ସବୁ ଚାଷୀଙ୍କୁ ମିଳିନି ଧାନବିକ୍ରି ଟୋକନ୍ , ଆନ୍ଦୋଳନ କରିବାକୁ ଧମକ ଦେଲେ ଚାଷୀ

by M M
Nov-28-2025 04:56 PM IST
in ବଡ଼ ଖବର
0
ସବୁ ଚାଷୀଙ୍କୁ ମିଳିନି ଧାନବିକ୍ରି ଟୋକନ୍ , ଆନ୍ଦୋଳନ କରିବାକୁ ଧମକ ଦେଲେ ଚାଷୀ
491
SHARES
1.4k
VIEWS
Share on FacebookShare on Twitter

ସମ୍ବଲପୁର ଜିଲ୍ଲା ଏବଂ  ବରଗଡ଼ରେ ଚାଷୀଙ୍କ ଅସନ୍ତୋଷ ଉଗ୍ର ହେବାରେ ଲାଗିଛି  ।  ଧାନ ସଂଗ୍ରହ ବିଳମ୍ବ ସହ ଟୋକନ୍ ବିତରଣରେ ଅବହେଳା ପାଇଁ ଚାଷୀମାନେ   ବଡ଼ ଆନ୍ଦୋଳନ ପାଇଁ ଚେତାବନୀ ଦେଲେଣି  । ଓଡ଼ିଶାର ଶସ୍ୟଭଣ୍ଡାର କୁହାଯାଉଥିବା ବରଗଡ଼ ଜିଲ୍ଲାରେ ଏଥର ପ୍ରଥମ ଥର ପାଇଁ ଧାନ ସଂଗ୍ରହ ପ୍ରକ୍ରିୟା ଏତେ ବିଳମ୍ବରେ ଆରମ୍ଭ ହେଉଛି। ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଶୁକ୍ରବାର ଠାରୁ ଧାନ କିଣା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ମାତ୍ର, ଆଜି ପର୍ଯ୍ୟନ୍ତ ଚାଷୀମାନଙ୍କୁ ଧାନ ବିକ୍ରି ଟୋକନ୍ ମିଳିପାରି ନଥିବାରୁ ସରକାରୀ କଳର ଅବହେଳା ଓ ଅପାରଗତା ପଦାରେ ପଡ଼ିଛି।

କୃଷକ ସଂଗଠନର ଚେତାବନୀ

ଏହି ବିଳମ୍ବ ଏବଂ ଅବ୍ୟବସ୍ଥା ଯୋଗୁଁ ଜିଲ୍ଲାରେ ଚାଷୀ ଅସନ୍ତୋଷ ପୁଣି ଥରେ ତେଜି ଉଠିଛି। ଗୁରୁବାର ଦିନ ସଂଯୁକ୍ତ କୃଷକ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଚାଷୀନେତା ଅକ୍ଷୟ କୁମାର ମଧ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଗତ ବର୍ଷ ଭଳି ଏବର୍ଷ ଯଦି ସରକାର ଚାଷୀଙ୍କ ସମସ୍ୟା ସମାଧାନ ନକରନ୍ତି ତେବେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ସେ କହିଛନ୍ତି ।

ଚାଷୀଙ୍କ କଣ ରହିଛି ମୁଖ୍ୟ ଦାବି

ଚାଷୀମାନେ  ସ୍ମାରକପତ୍ରରେ ଧାନ ବିକ୍ରି ପଞ୍ଜୀକରଣରୁ ବାଦ୍ ପଡ଼ିଥିବା ଚାଷୀଙ୍କୁ ତୁରନ୍ତ ପଞ୍ଜୀକୃତ କରିବାକୁ ଦାବି କରିଛନ୍ତି । ତୁରନ୍ତ ଧାନ କ୍ରୟ ବ୍ୟବସ୍ଥାରେ ଥିବା ସମସ୍ୟା ସମାଧାନ କରିବାକୁ ଦାବି କରାଯାଇଛି।

 

ଚାଷୀନେତା ଦେଲେ ଆନ୍ଦୋଳନ ଧମକ

ଚାଷୀମାନଙ୍କ ଦୀର୍ଘ ଦିନର ଦାବି ପୂରଣ କରିବାକୁ ଅଡ଼ି ବସିଛନ୍ତି । ସେମାନଙ୍କ ଦାବି ପୂରଣ ନହେଲେ କୌଣସି ମୁହୂର୍ତ୍ତରେ ବଡ଼ ଧରଣର ଆନ୍ଦୋଳନକୁ ଓହ୍ଲାଇବାକୁ ଚାଷୀ ସଂଗଠନ ଚେତାବନୀ ଦେଇଛି। ସଂଯୁକ୍ତ କୃଷକ ସଂଗଠନ ସରକାରଙ୍କ ଧାନ ସଂଗ୍ରହ ନୀତିର ତ୍ରୁଟି ଉପରେ ଆଲୋକପାତ କରିଛନ୍ତି ।  ଧାନ ସଂଗ୍ରହ ନୀତି ଅନୁଯାୟୀ, ଖରିଫ ଧାନ କ୍ରୟ ନଭେମ୍ବର ୧ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବା କଥା ।  ଏହାକୁ ଜାଣିଶୁଣି ବିଳମ୍ବ କରାଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ପ୍ରକୃତ ଚାଷୀମାନେ ଧାନ ବିକ୍ରି ପଞ୍ଜୀକରଣରୁ ବାଦ୍ ପଡ଼ୁଛନ୍ତି। ରାସାୟନିକ ସାର ଓ ଉନ୍ନତ ବିହନ ଯୋଗୁଁ ଉତ୍ପାଦନ ବଢ଼ିଥିଲେ ମଧ୍ୟ, ସରକାର ଜଳସେଚିତ ଅଞ୍ଚଳରେ ଏକର ପିଛା ୧୯ କ୍ୱିଣ୍ଟାଲ୍ ଏବଂ ଅଣଜଳସେଚିତ ଅଞ୍ଚଳରେ ୧୩ କ୍ୱିଣ୍ଟାଲ୍ ଧାନ କିଣିବାରେ ସୀମିତ ରହିଛନ୍ତି, ଫଳରେ ଚାଷୀଙ୍କ ବଳକା ଧାନ ବିକ୍ରି ହୋଇପାରୁ ନାହିଁ।

 

ମଣ୍ଡିରେ ଲାଗିରହିଛି ଅନିଶ୍ଚିତତା

ଗୋଟିଏ ପଟେ ମଣ୍ଡି ଖୋଲିବା ବିଳମ୍ବ ହେଉଥିବାବେଳେ, ଅନ୍ୟ ପଟେ ଟୋକନ୍ ନ ମିଳିବାରୁ ଆରମ୍ଭରୁ ହିଁ ଅଡୁଆ ସ୍ଥିତି ସୃଷ୍ଟି ହୋଇଛି। ଗତବର୍ଷ ଚାଷୀମାନେ ଏଭଳି ସମସ୍ୟାରେ ପଡ଼ିଥିଲେ । ଚାଷୀମାନେ ଅଭାବୀ ଧାନ ବିକ୍ରି କରିଥିଲେ । କଟନି ଛଟନି ଅଭିଯୋଗ ହୋଇଥିଲା । କେହି ଶୁଣିନଥିଲେ । ମିଲର ମାନେ ବସ୍ତାରେ 5 କିଲୋ କଟନି କରିଥିବା ଚାଷୀ ଅଭିଯୋଗ କରିଥିଲେ ।  ବାଧ୍ୟ ହୋଇ ଚାଷୀମାନେ ବିଭିନ୍ନ ମଣ୍ଡିରେ ହଜାର ହଜାର ବସ୍ତା ଧାନ ବିକ୍ରି ପାଇଁ ଆଗୁଆ ରଖି ସାରିଲେଣି। କିନ୍ତୁ ଟୋକନ୍ ନ ମିଳିବା ଯୋଗୁଁ ଏହି ଧାନ କେବେ ଉଠିବ ଏବଂ କେବେ ଚାଷୀ ଟଙ୍କା ପାଇବେ, ତାହାକୁ ନେଇ ଅନିଶ୍ଚିତତା ଦେଖାଦେଇଛି।

Share196Tweet123
M M

M M

ଆଜିର ପାଗ

Bhubaneswar
March 29, 2026, 9:09 AM
 

SSW
Overcast
30°C
3.8 m/s
Apparent: 35°C
Pressure: 1009 mb
Humidity: 68%
Winds: 3.8 m/s SSW
Windgusts: 8.9 m/s
UV-Index: 5.55
Precip.: 0mm /5% / Rain
Sunrise: 5:42 AM
Sunset: 5:59 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom