୨୦୧୮ରେ ଆମେରିକୀୟ ଦମ୍ପତି ପୂଜାଙ୍କୁ ପୌଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। ଓଡ଼ିଶାରୁ ଯାଇଥିଲା ପୂଜା ଆମେରିକା । ସେଠାରେ କିନ୍ତୁ ତା ଭାଗ୍ୟରେ ଲେଖାଥିଲା ଯନ୍ତ୍ରଣା । ପୂଜାଙ୍କ ନୂଆ ନାଁ ହୋଇଥିଲା ସେଜଳ ଜୋନ। ଛୋଟରୁ ବଡ଼ ହେବା ପରେ ସେ କିନ୍ତୁ ନିର୍ଯ୍ୟାତନା ପାଉଥିବା ସୋସିଆଲ ମିଡିଆରେ କହିଛନ୍ତି । ଦୀର୍ଘ ବର୍ଷ ପରେ ଏବେ ପାଳିତ ମା’ ତାଙ୍କୁ ଅକଥନୀୟ ଅତ୍ୟାଚାର ଦେଉଥିବା ସହ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରୁଥିବା ଅଭିଯୋଗ ଆଣିଛନ୍ତି ପୂଜା। କାନ୍ଦି କାନ୍ଦି ନିଜ ଉପରେ ହେଉଥିବା ଅତ୍ୟାଚାର ସମ୍ପର୍କରେ ସ୍କୁଲ ସମୟର ବନ୍ଧୁଙ୍କୁ ଭିଡ଼ିଓ ସେୟାର କରି ଜଣାଇଛନ୍ତି ଏବଂ ରାଜ୍ୟ ସରକାର ପକ୍ଷରୁ ସାହାଯ୍ୟ କରି ପୂଜାଙ୍କୁ ଉଦ୍ଧାର କରିବାକୁ ଭିଡ଼ିଓରେ ଅନୁରୋଧ କରିଛନ୍ତି। ଆମେରିକାରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ। ପୋଷ୍ୟ କନ୍ୟା ଭାବେ ନେଇଥିବା ମହିଳା ତାଙ୍କୁ ସେଠାରେ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ସେଜଲ ଜୋନ । ପ୍ରାୟ ମାସକ ପୂର୍ବରୁ ସେଜଲ୍ ନିଜ ବନ୍ଧୁଙ୍କୁ ପଠାଇଥିବା ଭିଡିଓ ବାର୍ତ୍ତା ଏବେ ଆଲୋଡ଼ନ ସୃଷ୍ଟି କରିଛି । ସୂଚନା ଅନୁସାରେ ଛୋଟ ସମୟରେ ପୂଜା ଟ୍ରେନରେ ବାପା ମା’ଙ୍କ ସହ ଯାତ୍ରା କରୁଥିବା ସମୟରେ ହଜିଯାଇଥିଲେ ଓ ପରେ ଶିଶୁ ସୁରକ୍ଷା ଅଧିକାରୀମାନେ ପୂଜାଙ୍କୁ ଉଦ୍ଧାର କରିଥିଲେ। ବାଲେଶ୍ବର ସ୍ଥିତ ନିଳଗିରୀ ବାଳିକାଶ୍ରମରେ ପୂଜାଙ୍କ ପିଲାଦିନ କଟିଥିଲା । ଏହା ପରେ ଭୁବନେଶ୍ବର ନହରକଣ୍ଟା ଡିଭାଇନ୍ ପାଥ ନାମକ NGOରେ ରହି ପାଠ ପଢୁଥିବା ସମୟରେ ଆମେରିକା ଦମ୍ପତ୍ତି ତାଙ୍କୁ ପୋଷ୍ୟ ସନ୍ତାନ ଭାବେ ଆମେରିକା ନେଇଥିଲେ । ଏବେ ଓଡ଼ିଶା ସରକାର କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।




















