• Latest
  • Trending
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ରାଫେଲ୍ ଫାଇଟର୍ ଜେଟ୍‌ରେ ଉଡିଲେ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଫେଲ୍ ଫାଇଟର୍ ଜେଟ୍‌ରେ ଉଡିଲେ

Oct-29-2025 12:53 PM IST
odisha.newsroom.in

ଓଡିଶାକୁ ଝଡ଼ବର୍ଷା ଚେତାବନୀ, ୭ ଦିନ ଯାଏଁ ଏହି ଜିଲ୍ଲାରେ ଛେଚିବ

Mar-28-2026 06:17 PM IST
odisha.newsroom.in

ଆପଣଙ୍କ ଘରେ ଟିକେ ଟିକେ କଥାରେ ଝଗଡ଼ା ହେଉଛି କି, ମାନନ୍ତୁ ଏହି ବାସ୍ତୁ ନିୟମ…

Mar-28-2026 05:54 PM IST
ଇରାନକୁ ମିଳିଲା ରୁଷିଆର ‘ବ୍ରହ୍ମାସ୍ତ୍ର’ 

ଇରାନକୁ ମିଳିଲା ରୁଷିଆର ‘ବ୍ରହ୍ମାସ୍ତ୍ର’ 

Mar-28-2026 04:26 PM IST
ପାଣ୍ଡିଆନ ଦମ୍ପତିଙ୍କ ବିରୋଧରେ ସବୁ କହିଦେଲେ…

ପାଣ୍ଡିଆନ ଦମ୍ପତିଙ୍କ ବିରୋଧରେ ସବୁ କହିଦେଲେ…

Mar-28-2026 04:23 PM IST
odisha.newsroom.in

ଯୁଦ୍ଧ ପ୍ରଭାବିତ ଅଂଚଳରେ ବିମାନ ଉଡ଼ାଇବାକୁ ମନା କରୁଛନ୍ତି ପାଇଲଟ

Mar-28-2026 04:07 PM IST
odisha.newsroom.in

ବୁକିଂର ମାସେ ପରେ ବି ଭୁବନେଶ୍ୱରରେ ମିଳୁନି ଗ୍ୟାସ, ଠେଲା ଦୋକାନ ବନ୍ଦ…ବିଭିନ୍ନ ସ୍ଥାନରେ ହଂଗାମା, ରାସ୍ତାରୋକ

Mar-28-2026 03:02 PM IST
odisha.newsroom.in

କାମ କଲାନି ଇଂଜିନ, ଦିଲ୍ଲୀ ଏୟାରପୋର୍ଟରେ ଇଣ୍ଡିଗୋର ଜରୁରୀ ଅବତରଣ

Mar-28-2026 12:34 PM IST
odisha.newsroom.in

ସମଦୂରତା ଫର୍ମୁଲାକୁ ବାଏ..ବାଏ, କମୁଛି କଂଗ୍ରେସ-ବିଜେଡି ଦୂରତା

Mar-28-2026 12:13 PM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-28-2026 12:06 PM IST
odisha.newsroom.in

ଗ୍ୟାସ ମିଳୁନି, ଗାଁକୁ ଫେରୁଥିବା ଶହ ଶହ ଓଡ଼ିଆ ଶ୍ରମିକ କରିବେ କଣ ?

Mar-28-2026 11:34 AM IST
  • About
  • Careers
  • Contact Us
Sunday, March 29, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଫେଲ୍ ଫାଇଟର୍ ଜେଟ୍‌ରେ ଉଡିଲେ

by M M
Oct-29-2025 12:53 PM IST
in ଦେଶ ବିଦେଶ, ବଡ଼ ଖବର
0
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ରାଫେଲ୍ ଫାଇଟର୍ ଜେଟ୍‌ରେ ଉଡିଲେ
491
SHARES
1.4k
VIEWS
Share on FacebookShare on Twitter
ଅମ୍ବାଲା, : ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ହରିଆଣାର ଅମ୍ବାଲା ଏୟାର୍ ଫୋର୍ସ୍ ଷ୍ଟେସନ୍‌ରୁ ରାଫେଲ୍ ଫାଇଟର୍ ଜେଟ୍‌ରେ ଉଡିଛନ୍ତି ।  ଭାରତୀୟ ବାୟୁସେନାର ସର୍ବାଧୁନିକ ଯୁଦ୍ଧ ବିମାନ ହେଉଛି ରାଫେଲ । ଏଥିରେ କୌଣସି ରାଷ୍ଟ୍ରପତିଙ୍କ ଏହି ଉଡାଣ ପ୍ରଥମ ଯାତ୍ରା। ଏହି ଘଟଣାକୁ ଏକ ଐତିହାସିକ ମୁହୂର୍ତ୍ତ ଭାବେ ବର୍ଣ୍ଣନା କରାଯାଉଛି ।  ଯାହା ମହିଳା ସଶକ୍ତିକରଣର ସନ୍ଦେଶ୍ ଦେଉଛି।
ରାଷ୍ଟ୍ରପତି ମୁର୍ମୁ, ଭାରତୀୟ ସେନାମାନଙ୍କର ସର୍ବୋଚ୍ଚ କମାଣ୍ଡର । ସକାଳେ ଅମ୍ବାଲା ଏୟାର୍ବେସ୍‌ରେ ପହଞ୍ଚିଥିଲେ ରାଷ୍ଟ୍ରପତି ।  ଗାର୍ଡ୍ ଅଫ୍ ଅନର୍ ଗ୍ରହଣ କରିଥିଲେ। ଏହା ପରେ ସେ ରାଫେଲ୍ ଜେଟ୍‌ରେ ଉଡ଼ାନ୍ ଭରିଥିଲେ। ଏହି ଉଡାଣବେଳେ ବାୟୁସେନା ମୁଖ୍ୟ ଏୟାର୍ ଚିଫ୍ ମାର୍ଶାଲ୍ ଆମର୍ ପ୍ରିତ ସିଂହ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। 
ରାଫେଲ୍ ଜେଟ୍, ଯାହା ଫ୍ରାନସ କମ୍ପାନି ଡାସଲ୍ଟ୍ ଆଭିଏସନ୍ ଦ୍ୱାରା ନିର୍ମିତ ହୋଇଛି ।  ୨୦୨୦ ମସିହାରେ ଭାରତୀୟ ବାୟୁସେନାରେ ରାଫେଲ ସାମିଲ ହୋଇଥିଲା । ରାଫେଲ ଫାଇଟର୍ ଯାହା ଅତ୍ୟାଧୁନିକ ଅସ୍ତ୍ର-ଶସ୍ତ୍ର ଓ ସେନ୍ସର୍ ସହ ମଲ୍ଟି-ରୋଲ୍ କ୍ଷମତା ରଖିଥାଏ ।  ଏହି ଜେଟ୍‌ଗୁଡ଼ିକ  ଅପରେସନ୍ ସିନ୍ଦୂରରେ ବ୍ୟବହୃତ ହୋଇଥିଲା ।  ଏହି ଅପରେସନ୍‌ରେ ରାଫେଲ୍‌ଗୁଡ଼ିକ ପାକିସ୍ତାନ ନିୟନ୍ତ୍ରିତ ଅଞ୍ଚଳରେ ଆତଙ୍କବାଦୀ କ୍ୟାମ୍ପ୍‌ଗୁଡ଼ିକୁ ନଷ୍ଟ କରିଥିଲା ।
ଏହା ପୂର୍ବରୁ ରାଷ୍ଟ୍ରପତି ମୁର୍ମୁ  ୨୦୨୩ ଏପ୍ରିଲ୍ ୮ ତା’ରିଖରେ  ଆସାମର ତେଜପୁର୍ ଏୟାର୍ବେସ୍‌ରୁ ସୁଖୋଇ-୩୦ ଏମକେଆଇ ଜେଟ୍‌ ଉଡ଼ାନ୍ ଭରିଥିଲେ ।  ଯାହା ସେ ତୃତୀୟ ରାଷ୍ଟ୍ରପତି ଓ ଦ୍ୱିତୀୟ ମହିଳା ରାଷ୍ଟ୍ରପତି ଭାବେ ଏପରି ଉଡାଣ କରିଥିଲେ ।  ପୂର୍ବତନ ରାଷ୍ଟ୍ରପତି ଏପିଜେ ଆବ୍ଦୁଲ୍ କଲାମ୍ (୨୦୦୬) ଓ ପ୍ରତିଭା ପାଟିଲ୍ (୨୦୦୯)  ସୁଖୋଇ-୩୦ରେ କିଛି ସମୟ ପାଇଁ ଉଡିଥିଲେ । 
Share196Tweet123
M M

M M

ଆଜିର ପାଗ

Bhubaneswar
March 29, 2026, 4:24 AM
 

S
Overcast
27°C
2.2 m/s
Apparent: 32°C
Pressure: 1006 mb
Humidity: 86%
Winds: 2.2 m/s S
Windgusts: 8.9 m/s
UV-Index: 0
Precip.: 0mm /5% / Rain
Sunrise: 5:42 AM
Sunset: 5:59 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom