ଅମ୍ବାଲା, : ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ହରିଆଣାର ଅମ୍ବାଲା ଏୟାର୍ ଫୋର୍ସ୍ ଷ୍ଟେସନ୍ରୁ ରାଫେଲ୍ ଫାଇଟର୍ ଜେଟ୍ରେ ଉଡିଛନ୍ତି । ଭାରତୀୟ ବାୟୁସେନାର ସର୍ବାଧୁନିକ ଯୁଦ୍ଧ ବିମାନ ହେଉଛି ରାଫେଲ । ଏଥିରେ କୌଣସି ରାଷ୍ଟ୍ରପତିଙ୍କ ଏହି ଉଡାଣ ପ୍ରଥମ ଯାତ୍ରା। ଏହି ଘଟଣାକୁ ଏକ ଐତିହାସିକ ମୁହୂର୍ତ୍ତ ଭାବେ ବର୍ଣ୍ଣନା କରାଯାଉଛି । ଯାହା ମହିଳା ସଶକ୍ତିକରଣର ସନ୍ଦେଶ୍ ଦେଉଛି।
ରାଷ୍ଟ୍ରପତି ମୁର୍ମୁ, ଭାରତୀୟ ସେନାମାନଙ୍କର ସର୍ବୋଚ୍ଚ କମାଣ୍ଡର । ସକାଳେ ଅମ୍ବାଲା ଏୟାର୍ବେସ୍ରେ ପହଞ୍ଚିଥିଲେ ରାଷ୍ଟ୍ରପତି । ଗାର୍ଡ୍ ଅଫ୍ ଅନର୍ ଗ୍ରହଣ କରିଥିଲେ। ଏହା ପରେ ସେ ରାଫେଲ୍ ଜେଟ୍ରେ ଉଡ଼ାନ୍ ଭରିଥିଲେ। ଏହି ଉଡାଣବେଳେ ବାୟୁସେନା ମୁଖ୍ୟ ଏୟାର୍ ଚିଫ୍ ମାର୍ଶାଲ୍ ଆମର୍ ପ୍ରିତ ସିଂହ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ରାଫେଲ୍ ଜେଟ୍, ଯାହା ଫ୍ରାନସ କମ୍ପାନି ଡାସଲ୍ଟ୍ ଆଭିଏସନ୍ ଦ୍ୱାରା ନିର୍ମିତ ହୋଇଛି । ୨୦୨୦ ମସିହାରେ ଭାରତୀୟ ବାୟୁସେନାରେ ରାଫେଲ ସାମିଲ ହୋଇଥିଲା । ରାଫେଲ ଫାଇଟର୍ ଯାହା ଅତ୍ୟାଧୁନିକ ଅସ୍ତ୍ର-ଶସ୍ତ୍ର ଓ ସେନ୍ସର୍ ସହ ମଲ୍ଟି-ରୋଲ୍ କ୍ଷମତା ରଖିଥାଏ । ଏହି ଜେଟ୍ଗୁଡ଼ିକ ଅପରେସନ୍ ସିନ୍ଦୂରରେ ବ୍ୟବହୃତ ହୋଇଥିଲା । ଏହି ଅପରେସନ୍ରେ ରାଫେଲ୍ଗୁଡ଼ିକ ପାକିସ୍ତାନ ନିୟନ୍ତ୍ରିତ ଅଞ୍ଚଳରେ ଆତଙ୍କବାଦୀ କ୍ୟାମ୍ପ୍ଗୁଡ଼ିକୁ ନଷ୍ଟ କରିଥିଲା ।
ଏହା ପୂର୍ବରୁ ରାଷ୍ଟ୍ରପତି ମୁର୍ମୁ ୨୦୨୩ ଏପ୍ରିଲ୍ ୮ ତା’ରିଖରେ ଆସାମର ତେଜପୁର୍ ଏୟାର୍ବେସ୍ରୁ ସୁଖୋଇ-୩୦ ଏମକେଆଇ ଜେଟ୍ ଉଡ଼ାନ୍ ଭରିଥିଲେ । ଯାହା ସେ ତୃତୀୟ ରାଷ୍ଟ୍ରପତି ଓ ଦ୍ୱିତୀୟ ମହିଳା ରାଷ୍ଟ୍ରପତି ଭାବେ ଏପରି ଉଡାଣ କରିଥିଲେ । ପୂର୍ବତନ ରାଷ୍ଟ୍ରପତି ଏପିଜେ ଆବ୍ଦୁଲ୍ କଲାମ୍ (୨୦୦୬) ଓ ପ୍ରତିଭା ପାଟିଲ୍ (୨୦୦୯) ସୁଖୋଇ-୩୦ରେ କିଛି ସମୟ ପାଇଁ ଉଡିଥିଲେ ।



















