• Latest
  • Trending
ନମ୍ରତା ଓ ଅନୁସନ୍ଧାନ ଭାବନା ବଜାୟ ରଖ :ରାଷ୍ଟ୍ରପତି

ନମ୍ରତା ଓ ଅନୁସନ୍ଧାନ ଭାବନା ବଜାୟ ରଖ :ରାଷ୍ଟ୍ରପତି

Jul-09-2024 05:22 PM IST
ସ୍ଥାପନ ହେବ ‘ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’

ସ୍ଥାପନ ହେବ ‘ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’

Dec-29-2025 07:03 PM IST

ଚାଷୀଙ୍କ ଆୟ ଦୁଇଗୁଣା କରିବା ସରକାରଙ୍କ ଲକ୍ଷ୍ୟ

Dec-29-2025 07:00 PM IST
ବଦ୍ରିନାରାୟଣ ପାତ୍ର ପୁଣି ପାଣ୍ଡିଆନଙ୍କୁ କଲେ ଟାର୍ଗେଟ

ବଦ୍ରିନାରାୟଣ ପାତ୍ର ପୁଣି ପାଣ୍ଡିଆନଙ୍କୁ କଲେ ଟାର୍ଗେଟ

Dec-29-2025 03:22 PM IST

ଗଂଜାମରେ ବାଲି ଗାଡ଼ି ଧରିଲେ ମନ୍ତ୍ରୀ

Dec-29-2025 03:15 PM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Dec-29-2025 09:52 AM IST
‘ଜାଗରଣ କନକ୍ଲେଭ’: ଭାରତୀୟ ଜ୍ଞାନ ପରମ୍ପରା ଓ ଆଧୁନିକତାର ସେତୁ

‘ଜାଗରଣ କନକ୍ଲେଭ’: ଭାରତୀୟ ଜ୍ଞାନ ପରମ୍ପରା ଓ ଆଧୁନିକତାର ସେତୁ

Dec-29-2025 03:02 PM IST
କିମିଆ କରିଛି ‘ହେ କଳା ବାନ୍ଧବ’ ମ୍ୟୁଜିକ ଭିଡିଓ

କିମିଆ କରିଛି ‘ହେ କଳା ବାନ୍ଧବ’ ମ୍ୟୁଜିକ ଭିଡିଓ

Dec-29-2025 01:12 PM IST
ବବି ଓ ପାଣ୍ଡିଆନଙ୍କୁ କାହିଁକି ଟାର୍ଗେଟ କଲେ ବଦ୍ରି ? ଗୁମର ଖୋଲିଲେ ରବି ଦାସ

ବବି ଓ ପାଣ୍ଡିଆନଙ୍କୁ କାହିଁକି ଟାର୍ଗେଟ କଲେ ବଦ୍ରି ? ଗୁମର ଖୋଲିଲେ ରବି ଦାସ

Dec-28-2025 09:31 AM IST
ସୁଜାତା ଯିବେ ରାଜ୍ୟସଭା, ବିଜେପି ସହ ଗୁପ୍ତ ମନ୍ତ୍ରଣା

ସୁଜାତା ଯିବେ ରାଜ୍ୟସଭା, ବିଜେପି ସହ ଗୁପ୍ତ ମନ୍ତ୍ରଣା

Dec-28-2025 09:24 AM IST
ଦିଗବିଜୟ ସିଂହଙ୍କ ସୋସିଆଲ ମିଡିଆ ଏକ ପୋଷ୍ଟ କୁ ନେଇ ବିବାଦ

ଦିଗବିଜୟ ସିଂହଙ୍କ ସୋସିଆଲ ମିଡିଆ ଏକ ପୋଷ୍ଟ କୁ ନେଇ ବିବାଦ

Dec-28-2025 09:21 AM IST
  • About
  • Careers
  • Contact Us
Tuesday, December 30, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ନମ୍ରତା ଓ ଅନୁସନ୍ଧାନ ଭାବନା ବଜାୟ ରଖ :ରାଷ୍ଟ୍ରପତି

by M M
Jul-09-2024 05:22 PM IST
in ବଡ଼ ଖବର, ରାଜ୍ୟ
0
ନମ୍ରତା ଓ ଅନୁସନ୍ଧାନ ଭାବନା ବଜାୟ ରଖ :ରାଷ୍ଟ୍ରପତି
491
SHARES
1.4k
VIEWS
Share on FacebookShare on Twitter

ଭୁବନେଶ୍ୱରଠାରେ ଅନୁଷ୍ଠିତ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ନାଇଜର)ର ତ୍ରୟୋଦଶ ଦୀକ୍ଷାନ୍ତ ସମାରୋହରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଯୋଗ ଦେଇଛନ୍ତି । ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ନାଇଜରର ଯାତ୍ରା ଅଳ୍ପ କିଛି ବର୍ଷ ତଳୁ ଆରମ୍ଭ ହୋଇଛି, କିନ୍ତୁ କମ ସମୟ ମଧ୍ୟରେ ଏହା ଶିକ୍ଷା ଜଗତରେ ନିଜ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ସୃଷ୍ଟି କରିଛି । ବିଜ୍ଞାନର ଯଥାର୍ଥତା ଓ ପରମ୍ପରାର ମୂଲ୍ୟବୋଧକୁ ସମନ୍ୱିତ କରି ଏହି ଅନୁଷ୍ଠାନ ଆଗକୁ ବଢ଼ୁଥିବାରୁ ସେ ଖୁସି ପ୍ରକଟ କରିଥିଲେ। ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଥିଲେ ଯେ ଅର୍ଥପୂର୍ଣ୍ଣ ଶିକ୍ଷା ଓ ଜ୍ଞାନ ହିଁ ମାନବିକତାର ଉନ୍ନତି ଓ ପ୍ରଗତି ପାଇଁ ବ୍ୟବହୃତ ହୁଏ । ସେମାନେ ଯେଉଁଠି କାମ କରିବେ, ନିଜ କ୍ଷେତ୍ରରେ ଶ୍ରେଷ୍ଠତା ହାସଲ କରିବେ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ। ନିଜ କର୍ମକ୍ଷେତ୍ରରେ ସଫଳତା ସାଙ୍ଗକୁ ସେମାନେ ନିଜର ସାମାଜିକ କର୍ତ୍ତବ୍ୟକୁ ମଧ୍ୟ ସମ୍ପୂର୍ଣ୍ଣ ଉତ୍ତରଦାୟିତ୍ୱ ସହ ନିର୍ବାହ କରିବେ ବୋଲି ସେ ଆଶା ପ୍ରକଟ କରିଥିଲେ । ସେ କହିଥିଲେ ଯେ ମହାତ୍ମା ଗାନ୍ଧୀ ସାତଟି ସାମାଜିକ ପାପର ସଂଜ୍ଞା ଦେଇଛନ୍ତି, ସେଥିମଧ୍ୟରୁ ଗୋଟିଏ ହେଉଛି ନିଷ୍ଠୁର ବିଜ୍ଞାନ। ଅର୍ଥାତ୍ ମାନବିକତା ପ୍ରତି ସମ୍ବେଦନଶୀଳତା ବିନା ବିଜ୍ଞାନକୁ ପ୍ରୋତ୍ସାହନ ଦେବା ଏକ ପାପ କରିବା ସହ ତୁଳନୀୟ । ଗାନ୍ଧିଜୀଙ୍କ ଏହି ବାର୍ତ୍ତାକୁ ସର୍ବଦା ମନେ ରଖିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।

ସର୍ବଦା ନିଜ ଭିତରେ ନମ୍ରତା ଓ ଅନୁସନ୍ଧାନ ଭାବନା ବଜାୟ ରଖିବାକୁ ରାଷ୍ଟ୍ରପତି ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ସେମାନେ ନିଜ ଜ୍ଞାନକୁ ଏକ ସାମାଜିକ ଉଦ୍ୟୋଗ ଭାବରେ ବିଚାର କରି ସମାଜ ଓ ଦେଶର ବିକାଶ ପାଇଁ ବ୍ୟବହାର କରିବେ ବୋଲି ସେ ଆଶା ପ୍ରକଟ କରି କହିଥିଲେ । ରାଷ୍ଟ୍ରପତି କହିଥିଲେ ଯେ ବିଜ୍ଞାନର ବରଦାନ ସାଙ୍ଗକୁ ଏହାର ଅଭିଶାପର ବିପଦ ସବୁବେଳେ ରହିଥାଏ। ଆଜି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଦ୍ରୁତ ଗତିରେ ପରିବର୍ତ୍ତନ ଘଟୁଛି। ନୂତନ ବୈଷୟିକ ବିକାଶ ମାନବ ସମାଜକୁ ସାମର୍ଥ୍ୟ ପ୍ରଦାନ କରୁଛି, କିନ୍ତୁ ଏହା ସହିତ ଏହା ମାନବିକତା ପାଇଁ ନୂତନ ଆହ୍ୱାନ ମଧ୍ୟ ସୃଷ୍ଟି କରୁଛି । ସିଆରଆଇଏସପିଆର-ସିଏଏସ୯ ଭଳି ଜିନ୍ ଏଡିଟିଂକୁ ବହୁତ ସହଜ କରିଛି । ଅନେକ ଦୁରାରୋଗ୍ୟ ରୋଗର ସମାଧାନ ଦିଗରେ ଏହି ଟେକ୍ନୋଲୋଜି ଏକ ବଡ଼ ପଦକ୍ଷେପ । ତେବେ ଏହି ଜ୍ଞାନକୌଶଳର ବ୍ୟବହାର ଯୋଗୁଁ ନୈତିକ ଓ ସାମାଜିକ ସମସ୍ୟା ମଧ୍ୟ ଉପୁଜୁଥିବା ବେଳେ ଜେନେରେଟିଭ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଉନ୍ନତି ଯୋଗୁଁ ଅବିକଳ ନକଲ ବା ଡିପ ଫେକ୍‌ ସମସ୍ୟା ଓ ଅନେକ ନିୟାମକ ଆହ୍ୱାନ ସାମ୍ନାକୁ ଆସୁଛି ।

ରାଷ୍ଟ୍ରପତି କହିଥିଲେ ଯେ ମୌଳିକ ବିଜ୍ଞାନ କ୍ଷେତ୍ରରେ ପରୀକ୍ଷଣ ଏବଂ ଗବେଷଣା ଫଳାଫଳ ପାଇବା ପାଇଁ ଅନେକ କ୍ଷେତ୍ରରେ ବହୁତ ସମୟ ଲାଗିଥାଏ । ଦୀର୍ଘ ବର୍ଷ ଧରି ନିରାଶାର ସମ୍ମୁଖୀନ ହେବା ପରେ ଅନେକ ଥର ସଫଳତା ମିଳିଛି । ସେ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ ଯେ ସେମାନେ ଏପରି ଏକ ପର୍ଯ୍ୟାୟ ଦେଇ ଗତି କରିପାରନ୍ତି ଯେତେବେଳେ ସେମାନଙ୍କ ଧୈର୍ଯ୍ୟର ପରୀକ୍ଷା ଦେବାକୁ ହେବ । କିନ୍ତୁ ସେମାନଙ୍କୁ କେବେ ବି ନିରୁତ୍ସାହିତ ହେବା ଉଚିତ୍ ନୁହେଁ। ମୌଳିକ ଗବେଷଣାର ଉନ୍ନତି ଅନ୍ୟ କ୍ଷେତ୍ରରେ ମଧ୍ୟ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହୁଏ ବୋଲି ସର୍ବଦା ମନେ ରଖିବାକୁ ସେ ପରାମର୍ଶ ଦେଇଥିଲେ।

Share196Tweet123
M M

M M

ଆଜିର ପାଗ

Bhubaneswar
December 30, 2025, 3:40 AM
 

NE
Fog
15°C
1.1 m/s
Apparent: 17°C
Pressure: 1016 mb
Humidity: 97%
Winds: 1.1 m/s NE
Windgusts: 5.2 m/s
UV-Index: 0
Precip.: 0mm /0% / Rain
Sunrise: 6:21 AM
Sunset: 5:16 PM
© 2025 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ସ୍ଥାପନ ହେବ ‘ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’

ସ୍ଥାପନ ହେବ ‘ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’

December 29, 2025

ଚାଷୀଙ୍କ ଆୟ ଦୁଇଗୁଣା କରିବା ସରକାରଙ୍କ ଲକ୍ଷ୍ୟ

December 29, 2025
ବଦ୍ରିନାରାୟଣ ପାତ୍ର ପୁଣି ପାଣ୍ଡିଆନଙ୍କୁ କଲେ ଟାର୍ଗେଟ

ବଦ୍ରିନାରାୟଣ ପାତ୍ର ପୁଣି ପାଣ୍ଡିଆନଙ୍କୁ କଲେ ଟାର୍ଗେଟ

December 29, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom