ଚାଷୀଙ୍କ ଆୟ ଦୁଇଗୁଣା କରିବା ସରକାରଙ୍କ ଲକ୍ଷ୍ୟ

by newsroom DEC-29-2025 7:00 PM IST in ବଡ଼ ଖବର

ଘଷିପୁରା : ଓଡ଼ିଶାର ଚାଷୀକୂଳର ଆର୍ଥିକ ବିକାଶ ଓ ସମୃଦ୍ଧି ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ। ଚଳିତ ବର୍ଷ କେନ୍ଦୁଝର ଜିଲ୍ଲାରେ ମୋଟ ୯୫ଟି ଧାନମଣ୍ଡି ଜରିଆରେ ଧାନ କ୍ରୟ କରାଯିବ। ଏଥିପାଇଁ ଜିଲ୍ଲାର ୭୯,୧୦୮ ଜଣ ଚାଷୀ ପଞ୍ଜିକରଣ କରିଥିବା ବେଳେ କେବଳ ନୂତନ ଭାବେ ଉଦଘାଟିତ ମଦନପୁର ମଣ୍ଡିରେ ୪୮୬ ଜଣ ଚାଷୀ ନିଜର ଧାନ ବିକ୍ରୟ କରିବା ପାଇଁ ଅପେକ୍ଷା କରିଛନ୍ତି। ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ଶୃଙ୍ଖଳିତ କରିବା ପାଇଁ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି ବୋଲି କହିଛନ୍ତି ଖାଦ୍ୟ ଓ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।  କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ଅନ୍ତର୍ଗତ ମଦନପୁର ଠାରେ ନୂତନ ଧାନମଣ୍ଡିରେ ଖରିଫ୍ ଧାନ ସଂଗ୍ରହ କାର୍ଯ୍ୟକ୍ରମକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ପାତ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରି ଚାଷୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସରକାର କାର୍ଯ୍ୟ କରୁଥିବା କହିଛନ୍ତି।