• Latest
  • Trending
ଆସନ୍ତାକାଲିଠୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ସଂଘର ତିନିଦିନିଆ ଅଧିବେଶନ

ଆସନ୍ତାକାଲିଠୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ସଂଘର ତିନିଦିନିଆ ଅଧିବେଶନ

Aug-25-2025 07:39 AM IST
ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

Mar-03-2026 11:05 PM IST
କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

Mar-03-2026 11:02 PM IST
ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

Mar-03-2026 10:59 PM IST
ଜାଣନ୍ତୁ ରାଶି ଅନୁସାରେ  କପରି କଟିବ ଆଜିର ଦିନ

ଜାଣନ୍ତୁ ରାଶି ଅନୁସାରେ କପରି କଟିବ ଆଜିର ଦିନ

Mar-03-2026 02:01 PM IST
ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

Mar-03-2026 01:50 PM IST
ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

Mar-03-2026 01:25 PM IST
ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

Mar-03-2026 12:58 PM IST
କନ୍ଦେଇବ ପେଟ୍ରୋଲ ଆଉ ଡିଜେଲ, ଇରାନ ବନ୍ଦ କଲା ଷ୍ଟ୍ରେଟ ଅଫ ହରମୋଜ

କନ୍ଦେଇବ ପେଟ୍ରୋଲ ଆଉ ଡିଜେଲ, ଇରାନ ବନ୍ଦ କଲା ଷ୍ଟ୍ରେଟ ଅଫ ହରମୋଜ

Mar-03-2026 12:55 PM IST
BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

Mar-02-2026 07:56 PM IST
ଜଳୁଛି ମଧ୍ୟପ୍ରାଚ୍ୟ, କାହିଁକି ଚିନ୍ତାରେ ଭାରତ ? କହିଲେ ରବି ଦାସ…

ଜଳୁଛି ମଧ୍ୟପ୍ରାଚ୍ୟ, କାହିଁକି ଚିନ୍ତାରେ ଭାରତ ? କହିଲେ ରବି ଦାସ…

Mar-02-2026 07:52 PM IST
  • About
  • Careers
  • Contact Us
Wednesday, March 4, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ଆସନ୍ତାକାଲିଠୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ସଂଘର ତିନିଦିନିଆ ଅଧିବେଶନ

ଯୋଗଦେବେ ୫୦ରୁ ଅଧିକ ବିଦେଶୀ ଦୂତାବାସର ବରିଷ୍ଠ ଅଧିକାରୀ

by M M
Aug-25-2025 07:39 AM IST
in ଦେଶ ବିଦେଶ, ବଡ଼ ଖବର
0
ଆସନ୍ତାକାଲିଠୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ସଂଘର ତିନିଦିନିଆ ଅଧିବେଶନ
513
SHARES
1.5k
VIEWS
Share on FacebookShare on Twitter

ନୂଆଦିଲ୍ଲୀ: “୧୦୦ ବର୍ଷର ସଂଘ ଯାତ୍ରା – ନୂତନ ଦିଗନ୍ତ” ନାମକ ବକ୍ତୃତା ଶୃଙ୍ଖଳା ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆସନ୍ତାକାଲିଠୁ ଆୟୋଜନ କରାଯିବ । ଅଗଷ୍ଟ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି  ତିନି ଦିନିଆ ଅଧିବେଶନରେ ସଂଘର ସରସଂଘଚାଳକ ମୋହନ ଭାଗବତ ଅଭିଭାଷଣ ରଖିବେ ।

ଏହି ଶତବାର୍ଷିକୀ ବକ୍ତୃତା ଶୃଙ୍ଖଳାରେ ଭାଗ ନେବା ପାଇଁ ୫୦ରୁ ଅଧିକ ବିଦେଶୀ ଦୂତାବାସର ବରିଷ୍ଠ ଅଧିକାରୀଙ୍କୁ ନିମନ୍ତ୍ରଣ କରାଯାଇଛି।  ଆମେରିକା, ବ୍ରିଟେନ, ଜର୍ମାନୀ, ଜାପାନ, ନେପାଳ, ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ, ଦକ୍ଷିଣ ଆଫ୍ରିକା ଏବଂ ମୁସଲିମ ବହୁଳ ଦେଶ ତଥା ବିଶ୍ୱର ଅନ୍ୟାନ୍ୟ ଦେଶର ବିଶିଷ୍ଟ ଅଧିକାରୀ ଏଥିରେ ଯୋଗଦେବେ ।  ଆର୍‌ଏସ୍‌ଏସ୍‌ର ଜଣେ ବରିଷ୍ଠ କାର୍ଯ୍ୟକର୍ତ୍ତା କହିଛନ୍ତି ଯେ, ଏହି ପଦକ୍ଷେପ ସଂଘର ବୌଦ୍ଧିକ ଓ ସାଂସ୍କୃତିକ ଦିଗକୁ ବିଶ୍ୱ ସମୁଦାୟ ଆଗରେ ପ୍ରଚାର ପ୍ରସାର କରିବ । ଏହି କାର୍ଯ୍ୟକ୍ରମରେ କୂଟନୀତିଜ୍ଞ, ବିରୋଧୀ ଦଳର ନେତା, ଶିଳ୍ପପତି, ଷ୍ଟାର୍ଟଅପ୍ ପ୍ରତିଷ୍ଠାତା, ପ୍ରତିରକ୍ଷା ବିଶେଷଜ୍ଞ ଏବଂ ମୁସଲିମ, ଖ୍ରୀଷ୍ଟିଆନ ଓ ବୌଦ୍ଧ ଭଳି ସଂଖ୍ୟାଲଘୁ ସମ୍ପ୍ରଦାୟର ସଦସ୍ୟମାନେ ମଧ୍ୟ ସାମିଲ ହେବାର  କାର୍ଯ୍ୟକ୍ରମ ରହିଛି ।

ନୂଆଦିଲ୍ଲୀରେ ଅନୁଷ୍ଠିତ ଏହି ପ୍ରମୁଖ କାର୍ଯ୍ୟକ୍ରମରେ ପ୍ରାୟ ୨,୦୦୦ ଜଣ ଅଂଶଗ୍ରହଣକାରୀ ଉପସ୍ଥିତ ରହିବେ । ରାଜନୈତିକ ଦୃଷ୍ଟିକୋଣରୁ ଏହା ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ହେବ ।  ସଂଘର ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ ସଂଘ ବିଷୟରେ ସମ୍ୟକ ଧାରଣା ଥିବା ଏବଂ ନଥିବା ଅନେକ ବୁଦ୍ଧିଜୀବୀଙ୍କୁ  ନିମନ୍ତ୍ରଣ କରାଯାଇଛି। ବିଭିନ୍ନ ରାଜନୈତିକ ପ୍ରତିନିଧିତ୍ୱ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସଂଘ ବିଷୟରେ ଧାରଣା ପାଇବେ ।

ବିଜେପି ନେତା ତଥା କେନ୍ଦ୍ରୀୟ ମନ୍ତ୍ରୀ ରବନୀତ ସିଂ ବିଟ୍ଟୁ, ଜ୍ୟୋତିରାଦିତ୍ୟ ସିନ୍ଧିଆ, କେନ୍ଦ୍ରୀୟ ମନ୍ତ୍ରୀ ଅନୁପ୍ରିୟା ପଟେଲ, (ଅପନା ଦଳ -ସୋନେଲାଲ) ଏବଂ ଜେଡି-ୟୁର କେ.ସି. ତ୍ୟାଗୀ ଏବଂ ସଞ୍ଜୟ ଝା,  କେନ୍ଦ୍ରୀୟ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ (ଟିଡିପି) ଅତିଥି ତାଲିକାରେ ରହିଛନ୍ତି ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଜେପି ଏବଂ ସଂଘର ପାରମ୍ପରିକ ଯୋଗାଯୋଗ ବାହାରେ ସମ୍ପର୍କ ବିସ୍ତାର କରିବାର ପ୍ରୟାସ କରାଯାଉଛି । କଂଗ୍ରେସ ସମେତ ପ୍ରତ୍ୟେକ ରାଜନୈତିକ ଦଳର ନେତାମାନଙ୍କୁ ନିମନ୍ତ୍ରଣ କରାଯାଇଥିବା ବରିଷ୍ଠ ସଂଘ କାର୍ଯ୍ୟକର୍ତ୍ତା କହିଛନ୍ତି। “୧୦୦ ବର୍ଷର ସଂଘ ଯାତ୍ରା – ନୂତନ ଦିଗନ୍ତ” ନାମକ ବକ୍ତୃତା ଶୃଙ୍ଖଳା ବିଜ୍ଞାନ ଭବନରେ ଆସନ୍ତାକାଲିଠୁ ଆରମ୍ଭ ହେବା ପାଇଁ ସମସ୍ତ ପ୍ରସ୍ତତି ଶେଷ ହୋଇଛି । ପରବର୍ତ୍ତୀ କାର୍ଯ୍ୟକ୍ରମଗୁଡ଼ିକ ବେଙ୍ଗାଲୁରୁରେ (ନଭେମ୍ବର), କୋଲକାତାରେ (ଡିସେମ୍ବର) ଏବଂ ଆଗାମୀ ବର୍ଷ ଫେବୃଆରୀରେ ମୁମ୍ବାଇରେ ଆୟୋଜିତ ହେବାପାଇଁ ସ୍ଥିର ହୋଇଛି।

ଏହି କାର୍ଯ୍ୟକ୍ରମରେ ୧୭ଟି ବିଷୟବସ୍ତୁ ଶ୍ରେଣୀ ଏବଂ ୧୩୮ଟି ଉପ-ଶ୍ରେଣୀକୁ ଅନ୍ତର୍ଭୁକ୍ତ କରାଯାଇଛି । ସମସ୍ତ ଅଧିବେଶନରେ ସଂଘର  ସାମାଜିକ, ବୃତ୍ତିଗତ ଏବଂ ସାଂସ୍କୃତିକ ଅବଦାନ ଉପରେ ଗୁରୁତ୍ୱ ଦିଆଯିବ । ଆର୍‌ଏସ୍‌ଏସ୍‌ର ଅଖିଲ ଭାରତୀୟ ପ୍ରଚାର ପ୍ରମୁଖ ସୁନୀଲ ଅମ୍ବେକର କିଛି ଦିନ ପୂର୍ବେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ବିଷୟରେ ଆଲୋକପାତ କରିଥିଲେ । ବିଷୟବସ୍ତୁଗୁଡ଼ିକରେ ଯୁବ ଓ ଉଦ୍ୟୋଗୀ, ମହିଳା ନେତୃତ୍ୱ, ଜାତୀୟ ସୁରକ୍ଷା, ସାଂସ୍କୃତିକ ପରିଚୟ, ପ୍ରତିଷ୍ଠାନିକ ଉପନିବେଶୀକରଣ ଏବଂ ସାମାଜିକ ସମନ୍ୱୟ ଅନ୍ତର୍ଭୁକ୍ତ ହେବ।

ବିଦେଶୀ କୂଟନୀତିଜ୍ଞଙ୍କ ଉପସ୍ଥିତି ଭାରତର ବୈଚାରିକ ଓ ସାଂସ୍କୃତିକ ସ୍ରୋତ ପ୍ରତି ଆନ୍ତର୍ଜାତୀୟ କୌତୁହଳକୁ ଜାଗ୍ରତ କରିବ । ଯୁବ ପ୍ରଭାବଶାଳୀ, ପ୍ରଯୁକ୍ତି ନବଉନ୍ମେଷକାରୀ ଏବଂ ସମାଜ ସୁଧାରକଙ୍କୁ  ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ  ଆର୍‌ଏସ୍‌ଏସ୍‌ “ଯୁବ ଭାରତ” ସହିତ ନିଜର ସମ୍ପୃକ୍ତିକୁ ପ୍ରଦର୍ଶନ କରିବାକୁ ଆଶା ରଖିଛି। ଶତବାର୍ଷିକୀ କାର୍ଯ୍ୟକ୍ରମ ସଂଗଠନ ପାଇଁ ଏକ ନିର୍ଣ୍ଣାୟକ ମୁହୂର୍ତ୍ତ ଭାବେ ଦେଖାଯାଉଛି । ଯାହା ସଂଘର ବିଶ୍ୱବ୍ୟାପୀ ଧାରଣା ‘କଟ୍ଟର ଦକ୍ଷିଣପନ୍ଥୀ’  ସାଂସ୍କୃତିକ ସଂଗଠନରୁ ବୌଦ୍ଧିକ ଓ ସାମାଜିକ ସମରସତା ବିଶିଷ୍ଟ  ସଂଗଠନ ଭାବେ ପୁନର୍ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଥିବା ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା ସୂଚନା ଦେଇଛନ୍ତି।

Tags: RSS
Share205Tweet128
M M

M M

ଆଜିର ପାଗ

Bhubaneswar
March 4, 2026, 2:07 PM
 

NNW
Clear sky
37°C
2.5 m/s
Apparent: 29°C
Pressure: 1012 mb
Humidity: 94%
Winds: 2.5 m/s NNW
Windgusts: 7.4 m/s
UV-Index: 0
Precip.: 0mm /0% / Rain
Sunrise: 6:04 AM
Sunset: 5:52 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

March 3, 2026
କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

March 3, 2026
ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

March 3, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom