• Latest
  • Trending
ମମତାଙ୍କ ପରେ ସୁଜିତ ଛାଡିଲେ: ଆଉ ଦୁଇ ନେତା ଛାଡିବେ ?

ମମତାଙ୍କ ପରେ ସୁଜିତ ଛାଡିଲେ: ଆଉ ଦୁଇ ନେତା ଛାଡିବେ ?

Sep-07-2024 08:30 AM IST
ବିଜେପିର ବରିଷ୍ଠ ନେତା ଶଙ୍କର୍ଷଣ ପରିଡାଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

ବିଜେପିର ବରିଷ୍ଠ ନେତା ଶଙ୍କର୍ଷଣ ପରିଡାଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

Oct-30-2025 04:24 PM IST
ଝିଅଙ୍କ ମୃତ୍ୟୁ ପରେ ବାପାଙ୍କୁ କେମିତି ଲାଞ୍ଚ ମାଗିଲା ପୁଲିସ ?

ଝିଅଙ୍କ ମୃତ୍ୟୁ ପରେ ବାପାଙ୍କୁ କେମିତି ଲାଞ୍ଚ ମାଗିଲା ପୁଲିସ ?

Oct-30-2025 04:20 PM IST
ବଜ୍ରପାତ ସହ ବର୍ଷାର ସମ୍ଭାବନା

ବଜ୍ରପାତ ସହ ବର୍ଷାର ସମ୍ଭାବନା

Oct-30-2025 09:42 AM IST

ବୁସାନ୍‌ରେ ଭେଟିଲେ ଟ୍ରମ୍ପ ଓ ଜିନ୍‌ପିଙ୍ଗ୍, ହେବ କି ବାଣିଜ୍ୟ ଚୁକ୍ତି?

Oct-30-2025 09:32 AM IST
ଗାଜା ଉପରେ ପୁଣି କାହିଁକି ଆକ୍ରମଣ କଲା ଇସ୍ରାଏଲ ?

ଗାଜା ଉପରେ ପୁଣି କାହିଁକି ଆକ୍ରମଣ କଲା ଇସ୍ରାଏଲ ?

Oct-30-2025 09:25 AM IST
ଆପଣଙ୍କ ରାଶିଫଳ କ’ଣ କହୁଛି

ଆପଣଙ୍କ ରାଶିଫଳ କ’ଣ କହୁଛି

Oct-30-2025 08:47 AM IST
ନୂଆପଡ଼ା ଉପ-ନିର୍ବାଚନରେ ବିଜେପିର ଜୋରଦାର ପ୍ରଚାର

ନୂଆପଡ଼ା ଉପ-ନିର୍ବାଚନରେ ବିଜେପିର ଜୋରଦାର ପ୍ରଚାର

Oct-29-2025 06:09 PM IST
ବ୍ରେକ୍ ଅପ୍ ପାଇଁ କର୍ମଚାରୀ ମାଗିଲେ ଲମ୍ବା ଛୁଟି, ମାଲିକ କହିଲେ ଏମିତି   

ବ୍ରେକ୍ ଅପ୍ ପାଇଁ କର୍ମଚାରୀ ମାଗିଲେ ଲମ୍ବା ଛୁଟି, ମାଲିକ କହିଲେ ଏମିତି   

Oct-29-2025 03:45 PM IST
ବାତ୍ୟା ପରେ କ୍ଷତି ଆକଳନ ,୭୨ ଘଣ୍ଟା ମଧ୍ୟରେ ରିପୋର୍ଟ ଦାଖଲ ହେବ

ବାତ୍ୟା ପରେ କ୍ଷତି ଆକଳନ ,୭୨ ଘଣ୍ଟା ମଧ୍ୟରେ ରିପୋର୍ଟ ଦାଖଲ ହେବ

Oct-29-2025 03:09 PM IST
ପୁଲିସ ଏସ୍‌ଆଇ ସ୍କାମ : ଗିରଫ ହୋଇଥିବା ୧୧୪ଜଣଙ୍କୁ ମିଳିଲା ଜାମିନ୍

ପୁଲିସ ଏସ୍‌ଆଇ ସ୍କାମ : ଗିରଫ ହୋଇଥିବା ୧୧୪ଜଣଙ୍କୁ ମିଳିଲା ଜାମିନ୍

Oct-29-2025 02:26 PM IST
  • About
  • Careers
  • Contact Us
Thursday, October 30, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ମମତାଙ୍କ ପରେ ସୁଜିତ ଛାଡିଲେ: ଆଉ ଦୁଇ ନେତା ଛାଡିବେ ?

by M M
Sep-07-2024 08:30 AM IST
in ବଡ଼ ଖବର, ବିଶେଷ
0
ମମତାଙ୍କ ପରେ ସୁଜିତ ଛାଡିଲେ: ଆଉ ଦୁଇ ନେତା ଛାଡିବେ ?
491
SHARES
1.4k
VIEWS
Share on FacebookShare on Twitter

ବିଜେଡି ସରକାର ଅମଳରେ କଳାହାଣ୍ଡିରୁ ହଜାରେ କୋଟିରୁ ଅଧିକ ଟଙ୍କାର ଲୁଟ୍ ହୋଇଛି। ଆଉ ଏହି ଲୁଟରେ ବହୁ ବିଜେଡି ନେତା ସାମିଲ ହୋଇଛନ୍ତି ।  ଟେଣ୍ଡର ଫିକ୍ସିଂ ଓ ବାଲି ମାଫିଆଙ୍କ ସହ ମିଶି ଦୁର୍ନୀତି କରୁଥିଲେ ବିଜେଡି ନେତା। ବିଜେଡି ଦଳରେ ବହୁ ବରିଷ୍ଠ ନେତାଙ୍କୁ ଅଣଦେଖା କରାଯାଉଛି ।  ଆଗଧାଡ଼ିର କର୍ମକର୍ତ୍ତାମାନଙ୍କୁ ସମ୍ମାନ ମିଳୁନି । ପୂର୍ବ ସରକାର ସମୟରେ ବହୁତ ଦୁର୍ନୀତି ହୋଇଛି । ନେତା,କର୍ମୀଙ୍କୁ ଅଣଦେଖା କରାଯାଉଛି କାମ ମିଳୁନି । ଏହା କହିଛନ୍ତି ବିଜେଡି ଛାଡି ବିଜେପିରେ ଯୋଗଦେଇଥିବା କଳାହାଣ୍ଡିର ଟାଣୁଆ ନେତା ସୁଜିତ କୁମାର ।   ମମତା ମହନ୍ତ ଏଭଳି ଅଭିଯୋଗ ଆଣି ଇସ୍ତଫା ଦେଇଥିଲେ । ପରେ ସମାନ ଅଭିଯୋଗ ଆଣି ସୁଜିତ୍ କୁମାର ମଧ୍ୟ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ।  ପାଣ୍ଡିଆନଙ୍କ ଫ୍ୟାକ୍ଟର ପରେ ବିଜେଡି ବିପର୍ଯ୍ୟୟ ଆଡ଼କୁ ଯାଉଛି । ଏହି ଚର୍ଚା ଏବେ ଜୋର ଧରିଛି ।

୨୦୨୪ ସାଧାରଣ ନିର୍ବାଚନରେ ବିଜେଡିର ପରାଜୟ ପରେ ଏବେ ଦଳରୁ ଜଣଙ୍କ ପରେ ଜଣେ ଦଳ ଛାଡୁଛନ୍ତି ।  ପାଣ୍ଡିଆନ ନିରବତା ପରେ ମଧ୍ୟ ଦଳରେ ନେତା ନିଜକୁ ସୁରକ୍ଷିତ ମଣୁନାହାଁନ୍ତି । ମମତାଙ୍କ ପରେ ସୁଜିତ ସେହି ଏକା ଅଭିଯୋଗ ଆଣିଛନ୍ତି ଦଳରେ ତାଙ୍କୁ ପଚରାଯାଉନି, ସମ୍ମାନ ମିଳୁନି ସେମାନେ ଅଣନିଶ୍ୱାସୀ ଅନୁଭବ କରି ଦଳ ଛାଡ଼ିଛନ୍ତି ।

ଗତ କିଛି ଦିନ ଧରି  ବିଭିନ୍ନ ପଂଚାୟତ ସମିତି ଓ ପୌର ସଂସ୍ଥାରେ ବିଜେଡି ନିଜର କର୍ତ୍ତୃତ୍ୱ ହରାଉଛି । ଦଳର ବହୁ ବିଧାୟକ ଏବେ ବିଜେପିକୁ ଯିବା ପାଇଁ ଆଲୋଚନା ଜାରି ରଖିତିବା ବିଜେପି ନେତାମାନେ ଖୋଲାଖୋଲି କହୁଛନ୍ତି । ନିର୍ବାଚନର  ୩ମାସ ପରେ  ଅଧିକ ନେତା ଗୋଟେ ପରେ ଗୋଟି ବିଜେପି ଦଳକୁ ଯାଉଥିବା ସଂଖ୍ୟା ବଢ଼ି ବଢ଼ି ଚାଲିଛି । ବିଜେଡି ସୁପ୍ରିମାେ ଯେତେ ବୈଠକ କଲେ ତାହାର ପ୍ରଭାବ ପଡ଼ୁନି । ସବୁଦିନ ଦଳର ନେତାମାନଙ୍କ ସହ ଆଲୋଚନା କରୁଛନ୍ତି କିନ୍ତୁ ତାହାର ପ୍ରଭାବ ଆଉ ନେତାଙ୍କୁ ଭଲ ଲାଗୁନାହିଁ । ନବୀନଙ୍କ ମନ୍ତ୍ର ଆଉ ଦଳୀୟ କର୍ମୀ ଓ ନେତାମାନଙ୍କ ମନୋବଳ ବୃଦ୍ଧି କରିପାରୁନଥିବା ଏଥିରୁ ସ୍ପଷ୍ଟ ହେଉଛି ।

ଦୁଇ ସାଂସଦ ରାଜ୍ୟସଭାରୁ ଯିବା ପରେ ପୁଣି  ବିଜେଡିର ଆଉ ଦୁଇ ସାଂସଦ ଖୁବଶୀଘ୍ର ଦଳ ଛାଡ଼ିପାରନ୍ତି । ଏହା ରାଜନୀତି ମହଲରେ ଚର୍ଚ୍ଚା ଜୋର ଧରିଛି ।  ମମତା ମହନ୍ତ ଓ ସୁଜିତ୍ କୁମାର ବିଜେଡି ଛାଡ଼ିବା ଦ୍ୱାରା ସାରା ରାଜ୍ୟରେ ଏହି ଚର୍ଚା ସରଗରମ ହେଉଛି । ଦଳ ଆଗାମୀ ଦିନରେ ଆହୁରି ଅନେକ ନେତାଙ୍କୁ ହରାଇବ ତାହା ସ୍ପଷ୍ଟ ହେଉଛି । ସାଂଗଠନିକସ୍ତରରେ ବିଶେଷ ପ୍ରଭାବ ପଡ଼ୁଛି ।  ସାଂସଦମାନଙ୍କ ଇସ୍ତଫାର ଦୂରଗାମୀ ପ୍ରଭାବ ଗାଁ ଗହଳିକୁ ମଧ୍ୟ ବ୍ୟାପୁଛି । କାଲି ଯେଉଁ କର୍ମୀ ବିଜେଡି ପାଇଁ ଓକିଲାତି କରୁଥିଲେ ଆଜି ସେମାନେ ବିଜେପି ପତକା ଧରି ବୁଲୁଛନ୍ତି । ଆଗାମୀ ଦିନରେ ଏହା ବିଜେଡିକୁ ବେଶ୍ ମହଙ୍ଗା ପଡ଼ିପାରେ ବୋଲି ରାଜନୀତି ସମୀକ୍ଷକମାନେ କହୁଛନ୍ତି ।

ରାଜ୍ୟସଭା ସାଂସଦ ମମତା ମହନ୍ତଙ୍କ ପରେ ସୁଜିତ୍ କୁମାର ବିଜେପିକୁ ଯିବା ପରେ ଯାହା କହିଛନ୍ତି ତାହା ହେଲା ତାଙ୍କୁ ବିଜେଡିରେ କାମ କରିବାକୁ ସୁଯୋଗ ମିଳୁନାହିଁ । ଏହା ହେଉଛି ବଡ଼ ପ୍ରଶ୍ନ  । ନେତାଙ୍କୁ ଯଦି ଦଳରେ କୋଣଠେସା କରି ରଖାଯାଏ ତେବେ ସେମାନେ କରିବେ କଣ ? ତାଙ୍କ ପାଖରେ ଦୁଇଟି ରାସ୍ତା ସେ କଂଗ୍ରେସକୁ ଯିବେ ବା ବିଜେପିକୁ ଯିବେ । ତୃତୀୟ ବିକଳ୍ପ ତାଙ୍କ ପାଇଁ କିଛି ନହୋଇପାରେ । ବିଜେଡିର ସାଂସଦ ସଂଖ୍ୟା ୭କୁ ହ୍ରାସ ପାଇଛି କିନ୍ତୁ ଆଗାମୀ ଛଅ ମାସରେ ଏହି ସଂଖ୍ୟା ଅଧା ହୋଇପାରେ ।  ଲୋକସଭାରେ ଦଳର ଜଣେ ବି ସାଂସଦ ନାହାଁନ୍ତି । ଦଳ ସରକାରରେ ନାହିଁ । ଦଳର ଭାବଭୂର୍ତ୍ତି ଖରାପରୁ ଅତି ଖରାପ ଆଡ଼କୁ ଯାଉଛି । ନବୀନ ପଟ୍ଟନାୟକଙ୍କର ଆଉ ସେ ବଳ ନାହିଁ ଏହା ସମସ୍ତେ ଉପଲବ୍ଧି କରିଲେଣି ।

୩ମାସ ପୂର୍ବରୁ ଏକଥା  କେହି ବିଶ୍ବାସ କରିପାରୁନଥିଲେ । ନବୀନଙ୍କର କ୍ଷମତା ସର୍ବାଧିକ ଥିଲା । ଏବେ ସବୁ କଳା ହରଣ ହେବା ପରି ଲାଗୁଛି ।  ସାଧାରଣ ନିର୍ବାଚନରେ ଦଳ ଶୋଚନୀୟ ପରାଜୟ ବରଣ କରିଛି ।  ଜଣକପରେ ଜଣେ ସାଂସଦ ଦଳ ଛାଡ଼ୁଥିଲେ ମଧ୍ୟ ବିଜେଡି ସଭାପତି କିଛି କରିପାରୁନାହାଁନ୍ତି ।  ଦଳ ସେହି ପୁରୁଣା ଫର୍ମାଟରେ ଚାଲିଛି ।  ଭିକେ ପାଣ୍ଡିଆନ,  ପ୍ରଣବପ୍ରକାଶ ଦାସଙ୍କୁ ଅଧିକ ଦୋଷ ଦେଉଛନ୍ତି ବିଜେଡି କର୍ମୀ । ଆଗାମୀ ଦିନରେ ବିଜେଡିରେ ଅସନ୍ତୋଷ ବଢ଼ିପାରେ । କର୍ମୀ  ଅଧିକ ଉଗ୍ର ହୋଇପାରନ୍ତି ଏହା ରାଜନୀତି ସମୀକ୍ଷକମାନେ କହୁଛନ୍ତି ।

ମମତା ମହନ୍ତଙ୍କ ଶୈଳୀକୁ ଆଶ୍ଚର୍ଯ୍ୟ କୁହାଯାଉଥିଲା ।  ସୁଜିତ୍ ଆଜି ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବାର କିଛି ଆଉ ଆଶ୍ଚର୍ଯ୍ୟ ଲାଗୁନାହିଁ । ଆଗାମୀ ଦିନରେ ଏହା କିଛି ନୂଆ ଲାଗିବ ନାହିଁ । ଅନେକ ନେତା ବିଜେପିର ସଦସ୍ୟତା ଗ୍ରହଣ କରିବା ଅସ୍ବାଭାବିକ ଲାଗିବ ନାହିଁ । ବିଜେଡି କେବଳ ଦଳବିରୋଧୀ କାର୍ଯ୍ୟ ପାଇଁ ବହିଷ୍କାର କରିବା ଛଡା ଆଉ କିଛି କହିବା ଅବସ୍ଥାରେ ନାହିଁ । ସୁଜିତଙ୍କ ରାଜ୍ୟସଭାରେ ୨୦୨୬ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ  ଅବଧି ରହିଛି ।  ବିଜେପି ତାଙ୍କୁ ପୁଣିଥରେ ରିପିଟ୍ କରିବ । ଏଥିରେ ତିଳେମାତ୍ର ସନ୍ଦେହର ଅବକାଶ ନାହିଁ ।

Tags: bjdbjpMamata Mohantamodinewsnewsroomodishapoliticssujit kumar
Share196Tweet123
M M

M M

ଆଜିର ପାଗ

Bhubaneswar
October 30, 2025, 7:32 PM
 

SSE
Partly cloudy
26°C
1.1 m/s
Apparent: 32°C
Pressure: 1010 mb
Humidity: 92%
Winds: 1.1 m/s SSE
Windgusts: 7.5 m/s
UV-Index: 0
Precip.: 2.5mm /88% / Rain
Sunrise: 5:47 AM
Sunset: 5:12 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ବିଜେପିର ବରିଷ୍ଠ ନେତା ଶଙ୍କର୍ଷଣ ପରିଡାଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

ବିଜେପିର ବରିଷ୍ଠ ନେତା ଶଙ୍କର୍ଷଣ ପରିଡାଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

October 30, 2025
ଝିଅଙ୍କ ମୃତ୍ୟୁ ପରେ ବାପାଙ୍କୁ କେମିତି ଲାଞ୍ଚ ମାଗିଲା ପୁଲିସ ?

ଝିଅଙ୍କ ମୃତ୍ୟୁ ପରେ ବାପାଙ୍କୁ କେମିତି ଲାଞ୍ଚ ମାଗିଲା ପୁଲିସ ?

October 30, 2025
ବଜ୍ରପାତ ସହ ବର୍ଷାର ସମ୍ଭାବନା

ବଜ୍ରପାତ ସହ ବର୍ଷାର ସମ୍ଭାବନା

October 30, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom